ସାର, କୀଟନାଶକ ଦରରେ ନିୟନ୍ତ୍ରଣ ନାହିଁ

ବେଗୁନିଆ,୭ା୧୦(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ଅଞ୍ଚଳରେ ରାସାୟନିକ ସାର ଓ କୀଟନାଶକ ଚଢ଼ା ଦରରେ ବିକ୍ରି ହେଉଥିବା ଅଭିଯୋଗ ହେଉଛି। ସରକାରୀ ଧାର୍ଯ୍ୟ ଦର ଠାରୁ ରସାୟନିକ ସାର ବସ୍ତା ପ୍ରତି ୫୦ରୁ ୨୦୦ଟଙ୍କା ପର୍ଯ୍ୟନ୍ତ ଅଧିକ ମୂଲ୍ୟରେ ବିକ୍ରି ହେଉଛି। ସେହିପରି କୀଟନାଶକ ଦର ମଧ୍ୟ ୨୦ରୁ ୫୦ ଟଙ୍କା ଅଧିକ ମୂଲ୍ୟରେ ବିକ୍ରି ହେଉଥିବା ଜଣାପଡ଼ିଛି। ବ୍ଲକ କୃଷି କାର୍ଯ୍ୟାଳୟରେ କର୍ମଚାରୀ ପଦବୀ ଖାଲି ପଡ଼ିଛି ବୋଲି ଚଢ଼ାଉ କରାଯାଇପାରୁନାହିଁ ବୋଲି ସଫେଇ ଦିଆଯାଉଛି। ଏନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।
ଚାଷୀଙ୍କ ଅଭିଯୋଗ ମୁତାବକ, ଚଳିତ ଖରିଫ ଋତୁରେ ହୋଇଥିବା ଧାନ ଫସଲର ବର୍ତ୍ତମାନ ହେଉଛି ରାସାୟନିକ ସାର ପ୍ରୟୋଗର ଉପଯୁକ୍ତ ସମୟ। ଧାନ ଗଛରେ ଥୋଡ ଅବସ୍ଥା ଆସିଛି। ଅଧିକ ଶସ୍ୟ ଅମଳର ସହାୟକ ପାଇଁ ଏହି ସମୟରେ ୟୁରିଆ, ଗ୍ରୋମୋର ଓ ପଟାସ ସାର ପ୍ରୟୋଗର ଆବଶ୍ୟକ ରହିଛି। ସେହିପରି ଅନେକ ଧାନ ଗଛ ଏବେ ପରିପକ୍ବ ଅବସ୍ଥାକୁ ଆସିଯାଇଛି। ଏହି ସମୟରେ ଗଛରେ ରୋଗ ଓ ପୋକ ଲାଗିବାର ଆଶଙ୍କା ରହିଛି। ପ୍ରତିକାର ପାଇଁ କୀଟନାଶକ ଛିଞ୍ଚନ କରାଯାଇଥାଏ। ହେଲେ ସାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଖୁଚୁରା ବିକ୍ରୟ କେନ୍ଦ୍ରରେ ପହଞ୍ଚିଲା ବେଳକୁ ଅଧିକ ଦର ଶୁଣି ବ୍ୟଥିତ କରୁଛି ବୋଲି କେତେଜଣ ଚାଷୀ କହିଛନ୍ତି। କଣ୍ଟାବାଡ, ସିମୋର, ବାଘମାରୀ, ଗୁଡୁମ, ଡାଳତୋଳା, ପରିଚଳନ, ସିକୋ, ହଜ୍‌, ପାଟଣାହାଟ, ବେଗୁନିଆ ଆଦି ବଜାରରେ ଥିବା ବିଭିନ୍ନ ଖୁଚୁରା କେନ୍ଦ୍ରରେ ଅଧିକ ମୂଲ୍ୟରେ ସାର ବିକ୍ରି ହେଉଥିବା ଚାଷୀ ଅଭିଯୋଗ କରିଛନ୍ତି। ଏପରିକି କୀଟନାଶକ ଦରରେ କୌଣସି ସ୍ଥିରତା ରହୁନାହିଁ। ଅନେକ ବ୍ୟବସାୟ କେନ୍ଦ୍ରରେ ମେଶିନ ଅଚଳ ଅଛି ବୋଲି ଆଳ ଦେଖାଇ ଚାଷୀଙ୍କ ଟିପ ଚିହ୍ନ ନିଆଯାଉ ନାହିଁ। ଫଳରେ ଚାଷୀ ସବ୍‌ସିଡି ଯୋଗାଣରୁ ବାଦ୍‌ ପଡୁଛନ୍ତି। ସେହିପରି କୋ-ଅପରେଟିଭ ସୋସାଇଟି ମାଧ୍ୟମରେ ସବ୍‌ସିଡି ସାର ଯୋଗାଣର ସୁବିଧା ସୁଯୋଗ ଅନେକ ସମୟରେ ଚାଷୀ ପାଇପାରୁ ନାହାନ୍ତି। ଅନେକ ସମୟରେ ସୋସାଇଟି ବନ୍ଦ ରହୁଛି। ପର୍ଯ୍ୟାପ୍ତ ପରିମାଣର ସାର ଗଚ୍ଛିତ ରଖୁଥିବା ଓ ସବ୍‌ସିଡି ସାର ଚାଷୀଙ୍କୁ ନ ଦେଇ ବାଟମାରଣା କରାଯାଇଛି ବୋଲି ବିଭାଗୀୟ ଅଧିକାରୀଙ୍କ ନିକଟରେ ଅଭିଯୋଗ ହୋଇଛି। ହେଲେ ଅଭିଯୋଗର କୌଣସି ସୁଫଳ ପାଇପାରୁ ନାହାନ୍ତି ବୋଲି ଚାଷୀ ଅରୁଣ କୁମାର ମହାପାତ୍ର, ମାନସ ରଞ୍ଜନ ପଣ୍ଡା, ଅଭୟ ନାହାକ, ରବି ନାରାୟଣ ସାହୁ ପ୍ରମୁଖ କହିଛନ୍ତି। ସୂଚନାଯୋଗ୍ୟ, ଚଳିତ ବର୍ଷ ଏହି ବ୍ଲକରେ ୧୩ଟି କୋ-ଅପରେଟିଭ ସୋସାଇଟି ମାଧ୍ୟମରେ ସବ୍‌ସିଡ୍‌ ସାର ଯୋଗାଣର ବ୍ୟବସ୍ଥା କରାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ସାର ସବ୍‌ସିଡି ସାର ବିକ୍ରି କରିବା ପରେ ଏବେ ଆଉ ୭ରୁ ଅଧିକ ସୋସାଇଟିରେ ସାର ଗଚ୍ଛିତ ନାହିଁ। ସେହିପରି ଏହି ବ୍ଲକ ପାଇଁ ଗୋଟିଏ ସାର ହୋଲ୍‌ସେଲ୍‌ କେନ୍ଦ୍ର ରହିଥିବା ବେଳେ ୩୪ଟି ସ୍ବୀକୃତିପ୍ରାପ୍ତ ଖୁଚୁରା ବିକ୍ରୟ କେନ୍ଦ୍ର କେବଳ କାଗଜକଲମରେ ସୀମିତ ରହିଛି। ସେଥିମଧ୍ୟରୁ ୧୨ଟି ବିକ୍ରୟ କେନ୍ଦ୍ର ୩ବର୍ଷ ହେବ ସାର ବିକ୍ରି କରୁ ନାହାନ୍ତି। ୭ରୁ ଅଧିକ ବିକ୍ରୟ କେନ୍ଦ୍ରର ସ୍ବୀକୃତି ପତ୍ର ରଦ୍ଦ କରାଯାଇଥିଲେ ମଧ୍ୟ ସେମାନେ ବେଆଇନ ବିକ୍ରି କରି ଚାଲିଛନ୍ତ। ତେବେ ଚଢା ଦରରେ ବିକ୍ରିକୁ ରୋକ୍‌ ଲଗାଇବା ପାଇଁ ଚାଷୀଙ୍କ ପକ୍ଷରୁ ଦାବି ହେଉଛି। ଅନୁଧ୍ୟାନ ପରେ ପଦକ୍ଷେପ ନିଆଯିବ ବୋଲି ଏ ସମ୍ପର୍କରେ ବ୍ଲକ କୃଷି ଅଧିକାରୀ ଗଣେଶ୍ୱର ରଥ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri