ମାସକ ଲାଗି ରାଜଧାନୀରେ ନିର୍ମାଣ କାର୍ଯ୍ୟକୁ ମନା

ଭୁବନେଶ୍ୱର,୩।୧(ବ୍ୟୁରୋ): ଚଳିତ ମାସରେ ଓଡ଼ିଶାରେ ହକି ବିଶ୍ୱକପ ଅନୁଷ୍ଠିତ ହେବ। ଭୁବନେଶ୍ୱର ଓ ରାଉରକେଲାରେ ମ୍ୟାଚ ଖେଲାଯିବାକୁ ଥିବା ବେଳେ ଏହାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଜାରି ରହିଛି। ଏସବୁ ମଧ୍ୟରେ ମଙ୍ଗଳବାର ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ନୂଆ ନିର୍ଦ୍ଦେଶନାମା ଜାରି କରାଯାଇଛି। ତଦନୁଯାୟୀ ମାସକ ପାଇଁ ଭୁବନେଶ୍ୱରରେ ନିର୍ମାଣ କାର୍ଯ୍ୟ ଉପରେ ରୋକ ଲଗାଯାଇଛି।

ଆବଶ୍ୟକତା ନଥିଲେ ମାସକ ପାଇଁ ସହରରେ କୌଣସି ନିର୍ମାଣ କାର୍ଯ୍ୟ ନ କରିବାକୁ ବିଏମ୍‌ସି ପକ୍ଷରୁ ପରାମର୍ଶ ଦିଆଯାଇଛି। ଅଯଥାରେ ନିର୍ମାଣ ନାମରେ ରାସ୍ତାଘାଟ ଖୋଳିବା ଉପରେ ବିଏମ୍‌ସି କଟକଣା ଲଗାଇଛି। ଏନେଇ ସମସ୍ତ ଏଜେନ୍ସି ସହ ବିଏମ୍‌ସିି ଆଲୋଚନା କରିଛି।