ତାଳଚେର,୮ା୫(ମନୋଜ ନନ୍ଦ): ତାଳଚେର ଉପନଗରପାଳ ଶୁଭଶ୍ରୀ ଶୁଭସ୍ମିତା ପ୍ରଧାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଛି। ପୌରପାଳିକାର ୧୬ କାଉନସିଲର ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି। ଶୁକ୍ରବାର ପୌରପରିଷଦର ୧, ୨, ୩, ୫, ୬, ୮, ୯, ୧୦, ୧୧, ୧୨, ୧୪, ୧୫, ୧୬, ୧୮, ୨୦, ୨୧ ନମ୍ବର କାଉନସିଲରମାନେ ଅନାସ୍ଥା ପ୍ରସ୍ତାବରେ ଦସ୍ତଖତ କରି ଅନୁଗୋଳ ଅତିରିକ୍ତ ଜିଲାପାଳ ପ୍ରତାପ ପ୍ରୀତିମୟଙ୍କୁଙ୍କୁ ଭେଟି ପ୍ରଦାନ କରିଛନ୍ତି । ଉପନଗରପାଳ ଦୀର୍ଘଦିନରୁ ଅଫିସ୍ ଆସୁ ନ ଥିବା, କାଉନସିଲ ବୈଠକରେ ଅନୁପସ୍ଥିତ ରହୁଥିବା ଅଭିଯୋଗ ହୋଇଛି। ଉପନଗରପାଳଙ୍କ କାର୍ଯ୍ୟଧାରା ସନ୍ତୋଷଜନକ ନ ଥିବା ଅଭିଯୋଗରେ ଦର୍ଶାଯାଇଛି। ଉପନଗରପାଳଙ୍କୁ ପଦଚ୍ୟୁତ କରିବା ପାଇଁ ୧୬ ଜଣ କାଉନସିଲର ପ୍ରଶାସନକୁ ଅନୁରୋଧ କରିଛନ୍ତି।
ଏଠାରେ ପ୍ରକାଶ ଥାଉକି, ନଗରପାଳଙ୍କ ସମେତ ୧୩ ଜଣ ବିକେଡି କାଉନସିଲର ବିଜେଡିରୁ ନଭେମ୍ବର ମାସରେ ଇସ୍ତଫା ଦେଇଥିଲେ ଓ ପରେ ଭାଜପାରେ ଯୋଗ ଦେଇଥିଲେ।