ଝଡ଼ବର୍ଷା ପ୍ରଭାବିତଙ୍କୁ ମିଳିନି କ୍ଷତିପୂରଣ: ଜିଲାପାଳଙ୍କୁ ପଡ଼ାବାସୀ ଫେରାଦ

ବରଗଡ଼,୧୨।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଗତ ଜୁଲାଇ ୨୮ତାରିଖରେ ହୋଇଥିବା ଝଡ଼ବର୍ଷା ଜିଲାବାସୀଙ୍କ ନିଦ ହଜାଇ ଦେଇଥିଲା। ଏଥିରେ ବରଗଡ଼ ବ୍ଲକ ଅନ୍ତର୍ଗତ ଚକରକେନ୍ଦ ସର୍ବାଧିକ ପ୍ରଭାବିତ ହୋଇଥିଲା। ଝଡ଼ବର୍ଷା ଯୋଗୁ ଗ୍ରାମର ଘରଦ୍ୱାର, ବୁଣାକାରଙ୍କ ମଙ୍ଗାଶାଳ ଭାଙ୍ଗି ଯାଇଥିଲା। ସେହିପରି ଗ୍ରାମରେ ବଡ଼ଗଛ, ବିଦ୍ୟୁତ ଖୁଣ୍ଟ ଆଦି ଢଳି ପଡ଼ିଥିଲା। ଫଳରେ ଗ୍ରାମକୁ ଯାତାୟାତ, ବିଦ୍ୟୁତ୍‌ ସରବରାହ ବନ୍ଦ ହୋଇ ଯାଇଥିଲା। ଏବେ ମଧ୍ୟ ଗ୍ରାମର ପ୍ରଭାବିତ ଲୋକେ ବାସହରା ହୋଇପଡ଼ି ସ୍ଥାନୀୟ କଲ୍ୟାଣ ମଣ୍ଡପରେ ଆଶ୍ରୟ ନେଉଛନ୍ତି। କିନ୍ତୁ ଘଟଣାକୁ ୨ସପ୍ତାହ ପୂରିଯାଇ ଥିଲେ ସୁଦ୍ଧା ପ୍ରଭାବିତ ଲୋକଙ୍କୁ କ୍ଷତିପୂରଣ ପହଞ୍ଚି ନାହିଁ। ଅନ୍ୟପଟେ ସ୍ବତନ୍ତ୍ର ରିଲିଫ୍‌ କମିଶନରଙ୍କଠାରୁ ଘର ମରାମତି କ୍ଷତିପୂରଣ ପହଞ୍ଚି ସାରିଛି ଏବଂ ବରଗଡ଼ ତହସିଲଦାର ତୁରନ୍ତ ତାହା ବଣ୍ଟନ କରିବେ ବୋଲି ଜିଲାପାଳ ଆଦିତ୍ୟ ଗୋୟଲ କହିଛନ୍ତି। ସେହିପରି ସ୍ବତନ୍ତ୍ର ରିଲିଫ୍‌ କମିଶନରଙ୍କ ମାନଦଣ୍ଡ ଅନୁଯାୟୀ, ପ୍ରଭାବିତ ବୁଣାକାରମାନଙ୍କୁ ମଧ୍ୟ ସହାୟତା ଯୋଗାଇ ଦିଆଯିବ ବୋଲି ଜିଲାପାଳ ଗୋୟଲ ସୂଚନା ଦେଇଛନ୍ତି। ଗ୍ରାମର ପ୍ରଭାବିତ ଲୋକେ ପିଲାଛୁଆ ଧରି ସହାୟତା ଆଶାରେ ମଙ୍ଗଳବାର ଜିଲାପାଳଙ୍କ କାର୍ଯ୍ୟାଳୟକୁ ପହଞ୍ଚି ଥିଲେ। ଜିଲାପାଳ ଗୋୟଲଙ୍କୁ ଭେଟି କ୍ଷତିପୂରଣ ଦାବିରେ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଝଡ଼ବର୍ଷାରେ ଘର ଭାଙ୍ଗିଯିବା ପରେ ସ୍ଥାନୀୟ ଗ୍ରାମବାସୀ ଏବଂ ବିଭିନ୍ନ ଅନୁଷ୍ଠାନର ସ୍ବେଚ୍ଛାସେବୀମାନେ ସହଯୋଗର ହାତ ବଢ଼ାଇ ଥିବାରୁ ପଡ଼ାବାସୀ ସେମାନଙ୍କୁ କୃତଜ୍ଞତା ଜଣାଇଥିଲେ। ଜଣେ ପ୍ରଭାବିତ ଗ୍ରାମବାସୀ ଯତୀନ୍ଦ୍ର ଦୀପ୍‌ କହିଛନ୍ତି, ଝଡ଼ବର୍ଷାରେ ଗ୍ରାମରେ ବିପୁଳ କ୍ଷୟକ୍ଷତି ହୋଇଛି। ବୁଣାକାର ସବୁ ସାମଗ୍ରୀ ମଧ୍ୟ ନଷ୍ଟ ହୋଇଯାଇଛି। ସେହିପରି ସେମାନେ ଏବେ ବାସହରା ହୋଇପଡ଼ି ଥିବାବେଳେ ବିଭିନ୍ନ ମାଇକ୍ରୋଫାଇନାନ୍ସ କମ୍ପାନୀ ସେମାନଙ୍କୁ ଋଣ ଟଙ୍କା ମାଗି ଆସୁଥିବା ଯତୀନ୍ଦ୍ର ଅଭିଯୋଗ କରିଛନ୍ତି। ସେହିପରି ଅନ୍ୟଜଣେ ପ୍ରଭାବିତ ମହିଳା କାନ୍ଦି ପକାଇ କହିଥିଲେ, ଝଡ଼ବର୍ଷା ପରେ ରୋଜଗାର ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ଗ୍ରାମବାସୀ ଖାଇବାକୁ ଦେଉଥିଲେ। ସେମାନଙ୍କୁ ଧନ୍ୟବାଦ। ହେଲେ ଆଉ ବେଶୀ ଚାଉଳ ମଧ୍ୟ ନାହିଁ। ଛୁଆପିଲାର ଦେହ ଅସୁସ୍ଥ ହେଲେ ଚିକିତ୍ସା ପାଇଁ ଅର୍ଥ ପ୍ରତିବନ୍ଧକ ସାଜିଥିବା ସେ ଅଭିଯୋଗ କରି କହିଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଯେଉଁ ଟିମକୁ ଦିନେ କରିଥିଲେ ମନା, ଏବେ ସେଇ ଟିମକୁ ଫେରିବାକୁ ଚାହୁଁଛନ୍ତି ପାଣ୍ଡ୍ୟା! ରଖିଲେ ଏମିତି ସର୍ତ୍ତ, ଟିମ କହିଲା-ଆସ ନାହିଁ…

ମୁମ୍ବାଇ,୧୨,୮: ଇଣ୍ଡିଆନ ପ୍ରିମିୟର୍‌ ଲିଗ (ଆଇପିଏଲ) ୨୦୨୭ ପାଇଁ ଟ୍ରେଡ ଲିଷ୍ଟ ଆସିବା ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ହାର୍ଦ୍ଦିକ ବର୍ତ୍ତମାନ ପାଞ୍ଚ…

ଗଞ୍ଜେଇ ଖାଇଥିଲେ ପାଇଲଟ: ଏୟାର ଇଣ୍ଡିଆ ବିମାନ ୩୦୦ ଫୁଟ୍‌ ଖସିବା ଘଟଣାରେ ଚାଞ୍ଚଲ୍ୟକର ଖୁଲାସା

ନୂଆଦିଲ୍ଲୀ,୧୨ା୮:ଏୟାର ଟର୍ବୁଲାନ୍ସ ଯୋଗୁ ଗତ ୪ ତାରିଖରେ ଫୁକେଟ୍‌ରୁ ଦିଲ୍ଲୀ ଯାଉଥିବା ଏୟାର ଇଣ୍ଡିଆ ବିମାନ ହଠାତ୍‌ ୩୦୦ ଫୁଟ୍‌ ତଳକୁ ଖସିବାରୁ ୧୭ ଜଣ ଯାତ୍ରୀ…

ଦିନ ଦ୍ୱିପ୍ରହରରେ ପ୍ରଧାନଶିକ୍ଷକଙ୍କ ଘରୁ ଚୋରି ଉଦ୍ୟମ: ଗାଡ଼ି ଗ୍ଲାସ ଭାଙ୍ଗିଲା ମାତ୍ରେ ବାଜିଲା ସାଇରନ୍‌, ଆଉ ତା’ପରେ…

ମୋହନା,୧୨।୮( ମନ୍ମଥ ମିଶ୍ର ): ଦ୍ୱିପ୍ରହରରେ ଚୋରି ଉଦ୍ୟମ। ଘରେ କେହି ନଥିବାର ସୁଯୋଗ ନେଇ ଚୋରି ପାଇଁ ଘରେ ପଶିବାକୁ ଉଦ୍ୟମ କରିଥିଲେ ଚୋର। ହେଲେ…

ସମ୍ଭାବନାର ଉପପାଦ୍ୟ

ବହୁତ ଦିନ ତଳର କଥା। ଥରେ ହରିଣଟିଏ ବାଣୁଆଠାରୁ ନିଜକୁ ରକ୍ଷା କରିବାକୁ ପ୍ରାଣ ବିକଳରେ ଖୁବ୍‌ ଜୋର୍‌ରେ ଦୌଡୁଥାଏ। ବାଣୁଆ ମଧ୍ୟ ହରିଣକୁ ଶିକାର କରିବାକୁ…

ହାତୀ ବଞ୍ଚିଲେ ଜଙ୍ଗଲ ରହିବ: ଘାତକ ସାଜୁଛି ବିଦ୍ୟୁତ୍‌ ତାର

ପରିବେଶ ସନ୍ତୁଳନ ରକ୍ଷା ଏବଂ ଜଙ୍ଗଲ ସୃଷ୍ଟିରେ ହାତୀଙ୍କର ରହିଛି ପ୍ରମୁଖ ଭୂମିକା। କିନ୍ତୁ ହାତୀ-ମଣିଷ ସଂଘର୍ଷ, ଆବାସସ୍ଥଳୀର କ୍ଷୟ ଏବଂ ହାତୀଙ୍କର ସୁରକ୍ଷିତ ଚଳପ୍ରଚଳ ଏବେ…

ଧବଳେଶ୍ୱରଙ୍କୁ ଖୋଜୁଛନ୍ତି ମା’ବାପା: ପୋଲିସ କହୁଛି କିନ୍ନରଙ୍କ ସହ ରହୁଛନ୍ତି…

ଭୁବନେଶ୍ୱର, ୧୨ା୮(ପ୍ରସନଜିତ୍‌ ସାହୁ):ବରମୁଣ୍ଡାର ଦଶମ ଶ୍ରେଣୀ ଛାତ୍ର ପ୍ରିୟାଂଶୁ ବେହେରାଙ୍କ ନିଖୋଜ ଘଟଣାକୁ ଏକ ମାସରୁ ଅଧିକ ଦିନ ବିତିଥିବା ବେଳେ ପୁଣି ଜଣେ ନାବାଳକ ନିଖୋଜ…

ଆଜି ଅମାବାସ୍ୟାରେ ସୂର୍ଯ୍ୟଗ୍ରହଣ: ୫ ରାଶିଙ୍କୁ ମିଳିବ ବଡ଼ ସୁଯୋଗ, ଏହି ରାଶି ଉପରେ ମାଡିଆସୁଛି ବିପଦ!

୧୨ ଅଗଷ୍ଟ, ୨୦୨୬ ରେ ଶ୍ରାବଣ ମାସର କୃଷ୍ଣ ପକ୍ଷର ଅମାବାସ୍ୟା ତିଥି ଏବଂ ବାର ବୁଧବାର ଅଟେ। ଏହା ଚାତୁର୍ମାସର ୧୯ ତମ ଦିନ, ଯାହାକି…

ହୀରାପୁର ଛକରେ ହେବ ଇଞ୍ଜିନିୟରିଂ କଲେଜ: ଲୋଇସିଂହା ଅଞ୍ଚଳବାସୀଙ୍କ ପାଇଁ ବଡ ଖୁସି ଖବର

ଲୋଇସିଂହା,୧୨।୮(ସୁଶାନ୍ତ ବାରିକ):ସ୍ବାଧୀନତା ଦିବସ ପୂର୍ବରୁ ବଲାଙ୍ଗୀର ଜିଲା ଲୋଇସିଂହା ଅଞ୍ଚଳବାସୀଙ୍କ ପାଇଁ ବଡ ଖୁସି ଖବର ଆସିଛି। ଲୋଇସିଂହା ଥାନା ହୀରାପୁର ଛକ ଅଞ୍ଚଳରେ ଚିହ୍ନଟ ଜାଗାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri