ନାଁକୁ ସହର, ନାହିଁ ସର୍ବନିମ୍ନ ସୁବିଧା

ଜଳେଶ୍ୱର,୧୯।୩(ଡି.ଏନ.ଏ.)-ବାଲେଶ୍ୱର ଜିଲା ଜଳେଶ୍ୱର ମ୍ୟୁନିସିପାଲିଟି ଅଧୀନ ୧୬ନଂ. ଓ୍ବାର୍ଡରେ ଥିବା ମଣିପାଟଣା ଗାଁରେ ନାହିଁ ସର୍ବନିମ୍ନ ସୁବିଧା। ଗାଁକୁ ନାହିଁ ସବୁଦିନିଆ ରାସ୍ତା। ଫଳରେ କୌଣସି ଗାଡି ମୋଟର ଗାଁକୁ ଆସିପାରେ ନାହିଁ। ଏପରିକି ଆମ୍ବୁଲାନ୍ସ ମଧ୍ୟ ପଶିପାରେ ନାହିଁ। ଜରୁରୀ ସମୟରେ ରୋଗୀ କିମ୍ବା ପ୍ରସୂତିଙ୍କୁ ଖଟରେ ବୁହାଇ ୨ କି.ମି. ପର୍ଯ୍ୟନ୍ତ ନେବାକୁ ପଡିଥାଏ। ଲୋକେ ଅଙ୍କାବଙ୍କା ହିଡ ଦେଇ ଚାଲି ଚାଲି ଯିବା ଆସିବା କରିଥାନ୍ତି। ନିର୍ବାଚନ ଆସିଲେ ନେତା, ମନ୍ତ୍ରୀ ସମେସ୍ତ ପ୍ରତିଶ୍ରୁତି ଦେଇଥାନ୍ତି, ହେଲେ ଫଳ ଶୂନ।

୧୭ ୱାର୍ଡ଼ ବିଶିଷ୍ଟ ଏହି ମ୍ୟୁନିସିପାଲିଟିର ମୋଟ ଜନସଂଖ୍ୟା ୩୫, ୫୦୦। ୨୦୧୩ରୁ ଏହା ଏନ୍‌ଏସିରୁ ମ୍ୟୁନିସିପାଲିଟି ମାନ୍ୟତା ପାଇଛି। ଜଳେଶ୍ୱର ମ୍ୟୁନିସିପାଲିଟି କାର୍ଯ୍ୟାଳୟଠାରୁ ୫ କି.ମି. ଦୂରରେ ରହିଛି ମଣିପାଟଣା ଗାଁ। ମ୍ୟୁନିସିପାଲିଟିର ସବୁ ୱାର୍ଡ଼କୁ କଂକ୍ରିଟ୍‌ ରାସ୍ତା ଥିବା ବେଳେ ଏହି ଗାଁକୁ ରାସ୍ତା ନାହିଁ କହିଲେ ଚଳେ। ଏହି ଗାଁରେ ୪୦ହରିଜନ ପରିବାର ବସବାସ କରିଆସୁଛନ୍ତି । ଏହାର ଜନସଂଖ୍ୟା ପ୍ରାୟ ୨୦୦। ଗାଁରୁ ଜଳେଶ୍ୱର ଆସିବାକୁ ପ୍ରାୟ ୨ କି.ମି. ଅଙ୍କାବଙ୍କା ହିଡ଼ଥିବାରୁ କୌଣସି ରିକ୍ସା, ଅଟୋ, ଦମକଳ କିମ୍ବା ଆମ୍ବୁଲାନ୍ସ ଗାଁକୁ ଯାଇପାରେ ନାହିଁ । ଗାଁର ଛାତ୍ରୀଛାତ୍ର ପାଠ ପଢିବା ପାଇଁ ୨କି.ମି. ରାସ୍ତା ଅତିକ୍ରମ କରି ଉନ୍ନୀତ ପ୍ରାଥମିକ ବିଦ୍ୟାଳୟକୁ ଆସିଥାନ୍ତି। ଅନ୍ୟପକ୍ଷରେ ହାଟବଜାର, ଉତ୍ସବ, ବ୍ୟାଙ୍କ ଟ୍ରେଜେରି, ପୋଷ୍ଟ ଅଫିସ୍‌, ଥାନା, ଡାକ୍ତରଖାନା, ତହସିଲ, ମ୍ୟୁନିସିପାଲିଟି କିମ୍ବା କୌଣସି ସରକାରୀ କାର୍ଯ୍ୟରେ ଏହି ଗାଁରୁ ଯିବା କଷ୍ଟକର ହୋଇପଡେ।

୩ ବର୍ଷ ପୂର୍ବେ ଆଇସିଡ଼ିଏସ୍‌ ଯୋଜନାରେ ଏହି ଗାଁକୁ ବିଦ୍ୟୁତ ଆସିଛି । ଗାଁର ସବୁଲୋକେ ହରିଜନ ଓ ଗରିବ ଶ୍ରେଣୀର ହୋଇଥିବାରୁ ନିକଟ ଗାଁର ଧନୀଲୋକଙ୍କ ଜମି ଭାଗଚାଷ କରି ପରିବାର ପ୍ରତିପୋଷଣ କରିଆସିଥାନ୍ତି। ଏପରିକି ଗାଁରେ ବାହାଘର କିମ୍ବା ମହୋତ୍ସବ ହେଲେ ଅନ୍ୟ ଗାଁରୁ ବନ୍ଧୁବାନ୍ଧବ ନ ଆସିପାରୁଥିବାରୁ ସେମାନଙ୍କୁ ଅନ୍ୟସ୍ଥାନରେ ଅସ୍ଥାୟୀ ତମ୍ବୁ ପକାଇ କାର୍ଯ୍ୟକ୍ରମ କରିବାକୁ ପଡ଼ିଥାଏ। ଗାଁରେ ଗଢ଼ି ଉଠିଥିବା ପ୍ରାଥମିକ ବିଦ୍ୟାଳୟ ଆବଶ୍ୟକ ଛାତ୍ରୀଛାତ୍ର ନ ଥିବାରୁ ବନ୍ଦ ହେବାକୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଭିନ୍ନ ଭତ୍ତା ଓ ରାଶନ ପାଇଁ ବୃଦ୍ଧାବୃଦ୍ଧ, ଗାଁ ଲୋକେ ଚାଲି ଚାଲି ଅଲାଲପୁରକୁ ଆସିଥାନ୍ତି। ସ୍ଥାୟୀ କଂକ୍ରିଟ୍‌ ରାସ୍ତାଟିଏ ନ ହେଲେ ଗ୍ରାମର ହରିଶଙ୍କର ଜେନା, କାର୍ତ୍ତିକ ଜେନା, ଚନ୍ଦନ ଜେନା, ରବୀନ୍ଦ୍ର ଜେନା, ଅମ୍ବବତୀ ଜେନା ପ୍ରମୁଖ ଆସନ୍ତା ମ୍ୟୁନିସିପାଲଟି ନିର୍ବାଚନକୁ ସମୂହ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିସ୍ଫୋରଣ ସ୍ଥଳକୁ ଦେଖି ଥରିଲେ ଆହତ କର୍ମଚାରୀ

ଭୁବନେଶ୍ୱର,୧୧। ୧୦(ବ୍ୟୁରୋ): ରାଜଭବନ ନିକଟ ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାକୁ ରବିବାର ୫ଦିନ ବିତିଛି। ହେଲେ ବିସ୍ଫୋରଣକୁ ସାମ୍ନା କରିଥିବା ଲୋକ, ପେଟ୍ରୋଲ...

ଆନ୍ଦୋଳନରୁ ଓହରିଲେ ରାଜସ୍ବ ଅମଲା, କ୍ଷେତ୍ର କର୍ମଚାରୀ

ଭଣ୍ଡାରିପୋଖରୀ,୫।୨(ଡି.ଏନ.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଅତିରିକ୍ତ ତହସିଲଦାର ଶରତ କୁମାର ସ୍ବାଇଁ ଏବଂ ଆର୍‌ଆଇ ରାମନାରାୟଣ ସାମଲଙ୍କୁ ବାଲିମାଫିଆଙ୍କ ମରଣାନ୍ତକ ଆକ୍ରମଣ ପ୍ରତିବାଦରେ ରାଜସ୍ବ ଅମଲା...

ନଭେମ୍ବର ୩ରୁ ରେଲ୍‌ଓ୍ବେର ରାମାୟଣ ସର୍କିଟ ଟୁର୍‌: ଭାରତ ଓ ଶ୍ରୀଲଙ୍କାରେ ତୀର୍ଥ ଭ୍ରମଣର ସୁଯୋଗ; ଭାରତ ପାଇଁ ୧୬୦୬୫, ଶ୍ରୀଲଙ୍କା ପାଇଁ ୩୬୯୫୦ ଟଙ୍କା

ଭୁବନେଶ୍ୱର, ୨୫।୮(ବ୍ୟୁରୋ): ରାମାୟଣ କଥାବସ୍ତୁର ପ୍ରତ୍ୟକ୍ଷ ଅନୁଭବ ତଥା ତୀର୍ଥ ଯାତ୍ରା ପାଇଁ ଆଗ୍ରହୀ ବ୍ୟକ୍ତିଙ୍କ ଲାଗି ଖୁସି ଖବର। ବିଳାସପୂର୍ଣ୍ଣ ରେଳ ଓ ବିମାନରେ...

ସରକାରୀ ବିଭାଗ-ନିର୍ଦ୍ଦେଶାଳୟ ମିଶ୍ରଣ ପ୍ରସଙ୍ଗ: କର୍ମଚାରୀ ମହଲ ପ୍ରତିକ୍ରିୟା ଉପରେ ସରକାରଙ୍କ ନଜର

ଭୁବନେଶ୍ୱର,୩୧ା୮(ବ୍ୟୁରୋ): ରାଜ୍ୟ ସରକାରଙ୍କ ଅଧୀନରେ ଥିବା ବିଭାଗଗୁଡିକ ସହ ସଂପୃକ୍ତ ନିର୍ଦ୍ଦେଶାଳୟ ମିଶ୍ରଣ ନେଇ ଗତ ୨୧ତାରିଖରେ ଜିଏ ଏଣ୍ଡ ପିଜି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ...

୪ ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି!

ଭୁବନେଶ୍ୱର,୧।୭(ବ୍ୟୁରୋ): ଉତ୍ତର ଓଡ଼ିଶା ଓ ତା’ର ପାଶ୍ୱବର୍ତ୍ତୀ ଅଞ୍ଚଳରେ ଆସନ୍ତା ୪ ତାରିଖ ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର...

ଖସିଲା ପାରଦ, ତାତିରୁ ତ୍ରାହି

ଭୁବନେଶ୍ୱର,୨୦।୪(ବ୍ୟୁରୋ): ଶେଷରେ ତାତିରୁ ତ୍ରାହି ମିଳିଛି। କିଛିଦିନ ହେବ ୪୦ ଡିଗ୍ରୀ ଉପରେ ରହୁଥିବା ରାଜ୍ୟର ଅନେକ ସହରର ତାପମାତ୍ରା ଶୁକ୍ରବାର ହ୍ରାସ ପାଇଛି। ସବୁ ସହରରେ...

ସଞ୍ଜୀବନୀ ପାଇଁ ମିଳୁନି ସ୍ଲଟ୍‌

ଅନୁଗୋଳ ଅଫିସ, ୧୫ା୫ କରୋନାର ଦ୍ୱିତୀୟ ଲହରକୁ ନେଇ ସଭିଏଁ ଚିନ୍ତିତ। କେବେ ଏହା କବଳରୁ ମୁକ୍ତି ମିଳିବ ତାହା ଜଣାପଡ଼ୁ ନ ଥିବାବେଳେ ବର୍ଷାଧିକ...

ସ୍ବାମୀ- ସ୍ତ୍ରୀ ମଧ୍ୟରେ ବଚସା: ବ୍ରିଜ ଉପରୁ ଡେଇଁପଡ଼ିଲେ ସ୍ତ୍ରୀ

କୋରାପୁଟ, ୧୬।୧୦(ସ୍ବ.ପ୍ର.): କୋରାପୁଟ ଜିଲା ପାଡୁଆ ଥାନା ଅଧୀନ ପାତାଳି ନଦୀ ବ୍ରିଜ ଉପରୁ ଡେଇଁ ଜଣେ ମହିଳାଙ୍କ ଶନିବାର ମୃତ୍ୟୁ ଘଟିଛି। ସେ ହେଲେ...

Advertisement
Archives

Model This Week