ନାଁକୁ ସହର, ନାହିଁ ସର୍ବନିମ୍ନ ସୁବିଧା

ଜଳେଶ୍ୱର,୧୯।୩(ଡି.ଏନ.ଏ.)-ବାଲେଶ୍ୱର ଜିଲା ଜଳେଶ୍ୱର ମ୍ୟୁନିସିପାଲିଟି ଅଧୀନ ୧୬ନଂ. ଓ୍ବାର୍ଡରେ ଥିବା ମଣିପାଟଣା ଗାଁରେ ନାହିଁ ସର୍ବନିମ୍ନ ସୁବିଧା। ଗାଁକୁ ନାହିଁ ସବୁଦିନିଆ ରାସ୍ତା। ଫଳରେ କୌଣସି ଗାଡି ମୋଟର ଗାଁକୁ ଆସିପାରେ ନାହିଁ। ଏପରିକି ଆମ୍ବୁଲାନ୍ସ ମଧ୍ୟ ପଶିପାରେ ନାହିଁ। ଜରୁରୀ ସମୟରେ ରୋଗୀ କିମ୍ବା ପ୍ରସୂତିଙ୍କୁ ଖଟରେ ବୁହାଇ ୨ କି.ମି. ପର୍ଯ୍ୟନ୍ତ ନେବାକୁ ପଡିଥାଏ। ଲୋକେ ଅଙ୍କାବଙ୍କା ହିଡ ଦେଇ ଚାଲି ଚାଲି ଯିବା ଆସିବା କରିଥାନ୍ତି। ନିର୍ବାଚନ ଆସିଲେ ନେତା, ମନ୍ତ୍ରୀ ସମେସ୍ତ ପ୍ରତିଶ୍ରୁତି ଦେଇଥାନ୍ତି, ହେଲେ ଫଳ ଶୂନ।

୧୭ ୱାର୍ଡ଼ ବିଶିଷ୍ଟ ଏହି ମ୍ୟୁନିସିପାଲିଟିର ମୋଟ ଜନସଂଖ୍ୟା ୩୫, ୫୦୦। ୨୦୧୩ରୁ ଏହା ଏନ୍‌ଏସିରୁ ମ୍ୟୁନିସିପାଲିଟି ମାନ୍ୟତା ପାଇଛି। ଜଳେଶ୍ୱର ମ୍ୟୁନିସିପାଲିଟି କାର୍ଯ୍ୟାଳୟଠାରୁ ୫ କି.ମି. ଦୂରରେ ରହିଛି ମଣିପାଟଣା ଗାଁ। ମ୍ୟୁନିସିପାଲିଟିର ସବୁ ୱାର୍ଡ଼କୁ କଂକ୍ରିଟ୍‌ ରାସ୍ତା ଥିବା ବେଳେ ଏହି ଗାଁକୁ ରାସ୍ତା ନାହିଁ କହିଲେ ଚଳେ। ଏହି ଗାଁରେ ୪୦ହରିଜନ ପରିବାର ବସବାସ କରିଆସୁଛନ୍ତି । ଏହାର ଜନସଂଖ୍ୟା ପ୍ରାୟ ୨୦୦। ଗାଁରୁ ଜଳେଶ୍ୱର ଆସିବାକୁ ପ୍ରାୟ ୨ କି.ମି. ଅଙ୍କାବଙ୍କା ହିଡ଼ଥିବାରୁ କୌଣସି ରିକ୍ସା, ଅଟୋ, ଦମକଳ କିମ୍ବା ଆମ୍ବୁଲାନ୍ସ ଗାଁକୁ ଯାଇପାରେ ନାହିଁ । ଗାଁର ଛାତ୍ରୀଛାତ୍ର ପାଠ ପଢିବା ପାଇଁ ୨କି.ମି. ରାସ୍ତା ଅତିକ୍ରମ କରି ଉନ୍ନୀତ ପ୍ରାଥମିକ ବିଦ୍ୟାଳୟକୁ ଆସିଥାନ୍ତି। ଅନ୍ୟପକ୍ଷରେ ହାଟବଜାର, ଉତ୍ସବ, ବ୍ୟାଙ୍କ ଟ୍ରେଜେରି, ପୋଷ୍ଟ ଅଫିସ୍‌, ଥାନା, ଡାକ୍ତରଖାନା, ତହସିଲ, ମ୍ୟୁନିସିପାଲିଟି କିମ୍ବା କୌଣସି ସରକାରୀ କାର୍ଯ୍ୟରେ ଏହି ଗାଁରୁ ଯିବା କଷ୍ଟକର ହୋଇପଡେ।

୩ ବର୍ଷ ପୂର୍ବେ ଆଇସିଡ଼ିଏସ୍‌ ଯୋଜନାରେ ଏହି ଗାଁକୁ ବିଦ୍ୟୁତ ଆସିଛି । ଗାଁର ସବୁଲୋକେ ହରିଜନ ଓ ଗରିବ ଶ୍ରେଣୀର ହୋଇଥିବାରୁ ନିକଟ ଗାଁର ଧନୀଲୋକଙ୍କ ଜମି ଭାଗଚାଷ କରି ପରିବାର ପ୍ରତିପୋଷଣ କରିଆସିଥାନ୍ତି। ଏପରିକି ଗାଁରେ ବାହାଘର କିମ୍ବା ମହୋତ୍ସବ ହେଲେ ଅନ୍ୟ ଗାଁରୁ ବନ୍ଧୁବାନ୍ଧବ ନ ଆସିପାରୁଥିବାରୁ ସେମାନଙ୍କୁ ଅନ୍ୟସ୍ଥାନରେ ଅସ୍ଥାୟୀ ତମ୍ବୁ ପକାଇ କାର୍ଯ୍ୟକ୍ରମ କରିବାକୁ ପଡ଼ିଥାଏ। ଗାଁରେ ଗଢ଼ି ଉଠିଥିବା ପ୍ରାଥମିକ ବିଦ୍ୟାଳୟ ଆବଶ୍ୟକ ଛାତ୍ରୀଛାତ୍ର ନ ଥିବାରୁ ବନ୍ଦ ହେବାକୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଭିନ୍ନ ଭତ୍ତା ଓ ରାଶନ ପାଇଁ ବୃଦ୍ଧାବୃଦ୍ଧ, ଗାଁ ଲୋକେ ଚାଲି ଚାଲି ଅଲାଲପୁରକୁ ଆସିଥାନ୍ତି। ସ୍ଥାୟୀ କଂକ୍ରିଟ୍‌ ରାସ୍ତାଟିଏ ନ ହେଲେ ଗ୍ରାମର ହରିଶଙ୍କର ଜେନା, କାର୍ତ୍ତିକ ଜେନା, ଚନ୍ଦନ ଜେନା, ରବୀନ୍ଦ୍ର ଜେନା, ଅମ୍ବବତୀ ଜେନା ପ୍ରମୁଖ ଆସନ୍ତା ମ୍ୟୁନିସିପାଲଟି ନିର୍ବାଚନକୁ ସମୂହ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାଳମାଳ ଅଭିଯୋଗ, ଫଳ ଶୂନ, ଏହି ବ୍ୟବସ୍ଥାକୁ ନେଇ…

ଦାରିଙ୍ଗବାଡ଼ି,୧୬ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସଭାଗୃହ ପରିସରରେ ସୋମବାର କନ୍ଧମାଳ ଜିଲାପାଳ ବେଦଭୂଷଣ ଲୋକଙ୍କ ଅଭିଯୋଗ ଶୁଣିଛନ୍ତି। ଏହି ସମୟରେ ପ୍ରତ୍ୟେକ ଅଭିଯୋଗ ଶୁଣାଣିରେ…

ଆଜି ଶଙ୍ଖଭବନରେ ବସିବ ବୈଠକ, ନବୀନ ନେବେ ବଡ଼ ନିଷ୍ପତ୍ତି

ଭୁବନେଶ୍ୱର,୧୬ା୨: ସୋମବାର ଅର୍ଥାତ୍‌ ଆଜି ଶଙ୍ଖଭବନରେ ବିଜେଡି ବିଧାୟକ ଦଳ ବୈଠକ ବସିବ। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଉକ୍ତ ବୈଠକ…

ମୋତେ ନିୟମକାନୁନ ଦେଖାନା, ମୁଁ ପରା କହୁଛି ଏଭଳି କହି ଚାପ ପକାଉଛନ୍ତି…

ଭୁବନେଶ୍ୱର,୧୬।୨(ରବିନାରାୟଣ ଜେନା): ମୋତେ ନିୟମକାନୁନ ଦେଖାନା, ମୁଁ ପରା କହୁଛି। ସକାଳେ କଲମ୍‌ରେ କଂକ୍ରିଟ ଢଳାହେଲା ମାନେ ସନ୍ଧ୍ୟା ସୁଦ୍ଧା ବିଲ୍‌ ହେବା ଦରକାର। ଠିକାଦାରଙ୍କ ଉଦ୍ଦେଶ୍ୟରେ…

ହୋଟେଲ ମାଲିକଙ୍କୁ ହତ୍ୟା: ଦୋକାନ ଆଗରେ…

ସିମୁଳିଆ, ୧୬।୨(ସନ୍ତୋଷ ନାୟକ): ବାଲେଶ୍ବର ଜିଲା ସିମୁଳିଆ ଥାନା ଠାରୁ ୩କି.ମି. ଦୂର ୧୬ନଂ ଜାତୀୟ ରାଜପଥ ପାଶର୍‌ବରେ ଥିବା ଜୟ ମା ’ଦୁର୍ଗା ନାମକ ହୋଟେଲର…

ବ୍ରିଜ୍‌ ଭାଙ୍ଗି ନଦୀକୁ ଖସିଲା ଅଦା ବୋଝେଇ ଟ୍ରକ୍‌, ଭିତରେ ଥିଲେ ଡ୍ରାଇଭର-ହେଲ୍‌ପର

ବସ୍ତା,୧୬ା୨(ହରିଶଙ୍କର ପାଢ଼ୀ): ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ମଥାନୀ ବାଇପାସ ପେଗରପଡ଼ା ଜଳକା ନଦୀର ବ୍ରିଜରୁ ଘନ କୁହୁଡି ଯୋଗୁ ସୋମବାର ଭୋର୍‌ ସମୟରେ ଏକ…

ଆଗକୁ ବାର୍ଷିକ ପରୀକ୍ଷା: ଭଞ୍ଜନଗରରେ ବଢୁଛି ଶବ୍ଦ ପ୍ରଦୂଷଣ, ରୋକିବା ପାଇଁ…

ଭଞ୍ଜନଗର,୧୬ା୨(ବାବୁଲା ପ୍ରଧାନ): ଆସନ୍ତା ୧୮ରୁ ରାଜ୍ୟରେ ଯୁକ୍ତ ୨ ବାର୍ଷିକ ପରୀକ୍ଷା ହେବ। ତାହା ମାର୍ଚ୍ଚ ମାସ ଶେଷ ସପ୍ତାହ ପର୍ଯ୍ୟନ୍ତ ଚାଲିବ। ଏଥିସହ ମାଟ୍ରିକ୍‌ ପରୀକ୍ଷା…

ଶଙ୍ଖେଶ୍ୱରଙ୍କ ପୀଠରେ ଅଲୌକିକ ଘଟଣା: ଦର୍ଶନ ଦେଲେ ନାଗରାଜ, ପିଇଲେ କ୍ଷୀର, ଦେଖନ୍ତୁ ଭିଡିଓ…

ନୀଳଗିରି,୧୬ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ଭଗବାନ ଶିବ ଶମ୍ଭୁଙ୍କର ରହିଛି ଅନେକ ରହସ୍ୟ, ଯେପରି ବ୍ରହ୍ମାଣ୍ଡର ନା ଆଦି ଅଛି ନା ଅନ୍ତ ଅଛି। ଠିକ ସେହିଭଳି ଶିବ…

ପୋଲିସ ସାମ୍‌ନାରେ ଅବକାରୀ ବାବୁଙ୍କୁ ମାଡ଼: ନିୟମକୁ ଫୁ’, ନିଶାରେ ମତୁଆଲା ଯୁବତୀଯୁବକ

ଭୁବନେଶ୍ୱର,୧୬ା୨(ତ୍ରିନାଥ ମହାନ୍ତି):ଭାଲେଣ୍ଟାଇନ୍ସ ଡେ’ରେ ସବୁ ନିୟମ ଓ କଟକଣାକୁ ଫୁ’ କରି ବାର୍‌ରେ ଜମିଥିଲା ରଙ୍ଗିନ ରାତି। ଆଗରେ ଶଟର ପକାଇ ଭିତରେ ମତୁଆଲା ହେଉଥିଲେ ପୁରୁଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri