କେନାଲ ନାହିଁ, ଜଳକର ଦାବିକୁ ବିରୋଧ

କେନ୍ଦ୍ରାପଡ଼ା ଅଫିସ,୧୭ା୧୧: କେନ୍ଦ୍ରାପଡ଼ା ତହସିଲ ଅନ୍ତର୍ଗତ ଦୋବନ୍ଧା, ସୋବଳା, ପଟ୍ଟାମୁଣ୍ଡାଇ ତହସିଲ ଅନ୍ତର୍ଗତ ଚନ୍ଦନପୁର, ନୀଳକଣ୍ଠପୁର, ତମାଳଶାସନ, ଅରୁଆ, କେଶପୁର ଆଦି ଜମିକୁ ଏ ପର୍ଯ୍ୟନ୍ତ ଜଳସେଚନ ପାଇଁ କେନାଲ ନାହିଁ। ତେବେ ରାଜସ୍ବ ବିଭାଗ ଏହି ଅଞ୍ଚଳର ଅଧିବାସୀଙ୍କଠାରୁ ଜଳକର ଦାବି କରୁଛନ୍ତି। ଏହାକୁ ସ୍ଥାନୀୟ ଗ୍ରାମବାସୀ ବିରୋଧ କରିବା ସହିତ କେନାଲ ଖନନ ଅଥବା ଜଳକର ଉଚ୍ଛେଦ ଦାବି କରିଛନ୍ତି।
ଏ ସମ୍ପର୍କରେ ସ୍ଥାନୀୟ ଅଞ୍ଚଳର ରଞ୍ଜନ କୁମାର ସାହୁ, ପାରେଶ୍ୱର ସାମଲ, ଛତିଶ କୁମାର ପରିଡା, ପ୍ରଫୁଲ୍ଲ କୁମାର ପରିଡା ପ୍ରମୁଖ କହିଛନ୍ତି, ଏହି ମାମଲାର ତଦନ୍ତ ହୋଇ କାର୍ଯ୍ୟାନୁଷ୍ଠାନ ନ ହେଲେ ଚାଷୀ ଆନ୍ଦୋଳନ କରାଯିବ ା ସେମାନେ କହିଛନ୍ତି, ଦୀର୍ଘଦିନ ହେବ ରାଜସ୍ବ ବିଭାଗ ପକ୍ଷରୁ ଏହି ଅଞ୍ଚଳର କ୍ଷେତକୁ ଜଳକର ଦେବା ପାଇଁ କର ଧାର୍ଯ୍ୟ ହୋଇଛି। ଏହାକୁ ନେଇ ଆପତ୍ତି ପରେ ୧୯୯୭ ଜୁଲାଇ ୨୨ରେ ଚିଠି ନଂ. ୩୩୨୮୪ରେ ଜିଲାପାଳ ତଦନ୍ତ କରିବା ପାଇଁ ସୁପାରିସ ହୋଇଥିଲା। ସେହିବର୍ଷ ଅଗଷ୍ଟ ୪ରେ ତତ୍କାଳୀନ ଜିଲାପାଳ ଚିଠି ନଂ. ୯୩୫୪ରେ ପଟ୍ଟାମୁଣ୍ଡାଇ ତହସିଲଦାରଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ତହସିଲଦାର ଏ ନେଇ ପ୍ରକୃତ ଯାଞ୍ଚ ନ କରିବାରୁ ୧୯୯୮ରେ ଚାଷୀମାନେ ଖାଉଟି ଅଦାଲତର ଦ୍ୱାରସ୍ଥ ହୋଇଥିଲେ। ଅଦାଲତ ପକ୍ଷରୁ କ୍ଷେତକୁ ଜଳସେଚନ ନ କରିବା ପର୍ଯ୍ୟନ୍ତ ଜଳକର ନ ନେବା ପାଇଁ ପରାମର୍ଶ ଦେଇଥିଲେ। ସେବେଠାରୁ ଗ୍ରାମବାସୀ କେବଳ ଭୂମିକର ଦେଇ ଆସୁଛନ୍ତି। ଏବେ ଛାତ୍ରୀଛାତ୍ରଙ୍କ ଉଚ୍ଚ ଶିକ୍ଷା ପାଇଁ ଆବଶ୍ୟକ ପ୍ରମାଣପତ୍ର ସଂଗ୍ରହ ସମୟରେ ରାଜସ୍ବ ବିଭାଗ ବକେୟା ଜଳକର ଦାବି କରୁଛନ୍ତି। ଜଳକର ନ ଦେଲେ ଜାତି ଓ ଅନ୍ୟାନ୍ୟ ପ୍ରମାଣପତ୍ର ଯୋଗାଇ ଦିଆଯାଉନାହିଁ। ଯାହା ଅନ୍ୟାୟ ବୋଲି ସେମାନେ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଉପଜିଲାପାଳ ନିରଞ୍ଜନ ବେହେରାଙ୍କୁ ପଚାରିବାରେ ଘଟଣା ସମ୍ପର୍କରେ ଅନୁଧ୍ୟାନ ହେବ। ତୁରନ୍ତ ଏ ନେଇ ରାଜସ୍ବ ବିଭାଗ ତଦନ୍ତ କରି ଆବଶ୍ୟକ ପ୍ରମାଣପତ୍ର ଯୋଗାଇବା ବ୍ୟବସ୍ଥା କରିବ। ଏଥିସହ ଜଳସେଚନ ସମସ୍ୟା ଦୂର ପ୍ରକ୍ରିୟା ଆରମ୍ଭ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

ଛେଚିଲା କୁଆପଥର ବର୍ଷା, ପବନରେ ଗଛ ଭାଙ୍ଗି ନଷ୍ଟ ହେଲା ଏକାଧିକ ଗାଡ଼ି

ନନ୍ଦପୁର,୧ା୪(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ପବନ ସହ କୁଆପଥର ବର୍ଷା ହୋଇଛି। ଯାହାର ପ୍ରଭାବରେ ନନ୍ଦପୁର ବ୍ଲକ ସଦର ମହକୁମା ସ୍ଥିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri