ନିଲାମ ହେଉନି, ବେଧଡ଼କ ଚାଲିଛି ଖଣି ଚୋରି

ଭବାନୀପାଟଣା, ୨ି୫ା୬(ଉତ୍ତମ କୁମାର ଦାଶ):ପ୍ରାକୃତିକ ସମ୍ପଦରେ ଭରପୂର କଳାହାଣ୍ଡି। ଜିଲାରେ ପରିପୂର୍ଣ୍ଣ ରହିଛି ବିଭିନ୍ନ ରତ୍ନପଥର ଓ ଖଣିଜ ସମ୍ପଦ। ଜିଲାରେ ମୋଟ ୧୪୨ଟି ବୃହତ୍‌ ଖଣି ଉତ୍ସ ଓ ୧୨ଟି ରତ୍ନପଥର ଉତ୍ସ ଠାବ ହୋଇଥିବା ବେଳେ ସରକାରୀ ଭାବେ ଏହାର ନିଲାମ ହେଉ ନାହିଁ। ଫଳରେ ଚୋରାଚାଲାଣକାରୀଙ୍କ ପାଇଁ ଭୂସ୍ବର୍ଗ ପାଲଟିଛି।
ଜିଲାର ୧୩ ବ୍ଲକରେ ୨୦ରୁ ଅଧିକ ରତ୍ନଖଣି ଓ୧୪୨ରୁ ଅଧିକ ବୃହତ୍‌ ଖଣି ଉତ୍ସ ରହିଛି। ଥୁଆମୂଳ ରାମପୁରରେ ୧୭ଟି ବକ୍ସାଇଟ ଓ ୨ଟି କାରୁଣ୍ଡମ ରୁବି ଉତ୍ସ ରହିଛି। ଜୁନାଗଡ଼ରେ ୩ଟି ଓ ଧର୍ମଗଡ଼ରେ ଗୋଟିଏ କାରୁଣ୍ଡମ ରୁବି ଉତ୍ସ ରହିଛି। ସେହିପରି ଥୁଆମୂଳ ରାମପୁରରେ ଗୋଟିଏ ସିଟ୍ରାଇଟ ଆମେଥିସ୍ତ ଓ ଗୋଟିଏ ବେରାଇଲ ଖଣି ଥିବା ସୂଚନା ମିଳିଛି। କେସିଙ୍ଗାରେ ୫ଟି, ନର୍ଲାରେ ୨ଟି ଓ ମଦନପୁର ରାମପୁରର ୬ଟି ସ୍ଥାନରେ ଗେଲେନା ଖଣି ଉତ୍ସ ଠାବ କରାଯାଇଛି। କେସିଙ୍ଗାରେ ୧୭, ନର୍ଲାରେ ୭ ଓ ମଦନପୁର ରାମପୁରର ୯ଟି ସ୍ଥାନରେ ଗ୍ରାଫାଇଟ ଖଣି ଉତ୍ସ ରହିଛି। ନର୍ଲାରେ ୨, ମଦନପୁର ରାମପୁରରେ ୨, ଭବାନୀପାଟଣାରେ ଗୋଟିଏ, କୋକସରାରେ ୨ ଓ ଧର୍ମଗଡ଼ର ଗୋଟିଏ ସ୍ଥାନରେ ଲାଇମ କାଙ୍କର ଖଣି ଚିହ୍ନଟ ହୋଇଛି। ସେହିପରି ନର୍ଲାରେ ୨, ମଦନପୁର ରାମପୁରରେ ୪, ଭବାନୀପାଟଣାରେ ୪, କୋକସରାରେ ୨, ଜୁନାଗଡ଼ରେ ୫ ଓ ଜୟପାଟଣାର ୧୦ଟି ସ୍ଥାନରେ କ୍ବାର୍ଜ ଓ କ୍ବାର୍ଜାଇଟ ଖଣି ଠାବ ହୋଇଛି। ମଦନପୁର ରାମପୁରର ୪ ସ୍ଥାନରେ ମାଙ୍ଗାନିଜ ଖଣି ରହିଥିବା ଜଣାଯାଇଛି। ଭବାନୀପାଟଣାରେ ୨, କୋକସରାରେ ଗୋଟିଏ, କେଗାଁରେ ୩, ଜୁନାଗଡ଼ରେ ୯ ଓ ଧର୍ମଗଡ଼ର ୪ ସ୍ଥାନରେ ଆୟୋଲାଇଟ ଖଣି ଉତ୍ସ ରହିଛି। ସେହିଭଳି କେଗାଁରେ ୨, ଜୁନାଗଡ଼ରେ ଗୋଟିଏ, ଧର୍ମଗଡ଼ରେ ୪ଟି ଗାର୍ନେଟ ଖଣି ଉତ୍ସ ରହିଛି। ଭବାନୀପାଟଣାରେ ଗୋଟିଏ ଆକ୍ବା ମେରାଇନ ଟୋପାଜ, ଆମେଥିଷ୍ଟ ଖଣି ଉତ୍ସ ରହିଛି। ଏହିସବୁ ଖଣି ନିଲାମ ହେଉ ନ ଥିବାରୁ ମାଫିଆମାନେ ବେଧଡ଼କ ଖଣି ଚୋରି କରି ମାଲେମାଲ ହେଉଥିବାବେଳେ ସରକାରଙ୍କ ରାଜସ୍ବ ହାନି ହେଉଛି। ତୁରନ୍ତ ରାଜ୍ୟ ସରକାର ଏ ଦିଗରେ ପଦକ୍ଷେପ ନେବାକୁ ଜିଲାବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

ପୋଲିସକୁ ଖୋଲା ଚ୍ୟାଲେଞ୍ଜ: ଗୋଟିଏ ରାତିରେ ଛତ୍ରପୁରର ୪ ମନ୍ଦିରରୁ ଚୋରି

ଛତ୍ରପୁର, ୨୦ା୧୨(ଦିଲୀପ ସାମଲ)- ପୁଣି ମନ୍ଦିରଗୁଡିକ ଉପରେ ଦୁର୍ବୃତ୍ତଙ୍କ ନଜର ପଡିଛି । ପୋଲିସ କଲୋନୀ ନିକଟରେ ଥିବା ୪ଟି ମନ୍ଦିରରୁ ଚୋରି କରି ପୋଲିସକୁ...

ଧକ୍କା ଦେଇ ଚାଲିଗଲା ଡାଲା ଅଟୋ: ଚାନ୍ଦପୁର ଗ୍ରାମର ୨ ଯୁବକ…

ଦିଗପହଣ୍ଡି, ୨୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଝାଟିପିଟିଆ ଗ୍ରାମ ହରିଜନ ସାହି ନିକଟ ମୁଖ୍ୟରାସ୍ତାରେ ଶନିବାର ସନ୍ଧ୍ୟାରେ ଏକ ଗାଡ଼ି ଧକ୍କାରେ...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri