ଚାଷୀଙ୍କୁ ବିଜେଡି ବିଭ୍ରାନ୍ତ କରୁଛି- ଭାଜପା

ବରଗଡ଼,୨୫ା୬(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ରବିଧାନ ଉଠାଣରେ ଶିଥିଳତାକୁ ନେଇ ଗୋଟିଏ ପଟେ ଚାଷୀ ଅସନ୍ତୋଷ ତେଜି ଉଠିଥିବାବେଳେ ଏହାକୁ ନେଇ ଶାସକ ଭାଜପା ଏବଂ ବିରୋଧୀ ବିଜେଡି ମୁହାଁମୁହିଁ ହୋଇଛନ୍ତି। ଚାଷୀଙ୍କ ଧାନ ଉଠାଣରେ ବିଫଳତା ଭାଜପା ସରକାରଙ୍କ ଅପାରଗତାକୁ ପଦାରେ ପକାଇ ଦେବା ସହିତ ଏହି ସରକାର ଚାଷୀଙ୍କୁ ପ୍ରତାରଣା କରିଛି ବୋଲି ବିଜେଡି କହିଛି। ଅନ୍ୟପଟେ ମଙ୍ଗଳବାର ବରଗଡ଼ ସାମ୍ବାଦିକ ସଂଘ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ ଶାସକ ଭାଜପା ବିରୋଧୀ ବିଜେଡିକୁ କଡ଼ା ଜବାବ ଦେଇଛି। ଚାଷୀମାନେ କୁଇଣ୍ଟାଲ ପ୍ରତି ୩୧୦୦ ଟଙ୍କାରେ ଧାନ ବିକିବା ସହିତ ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ଚାଷୀମାନେ ପ୍ରଥମଥର ଲାଗି କ୍ଷତିପୂରଣ ପାଇ ଖୁସିରେ ଅଛନ୍ତି। ମାତ୍ର ବିଜେଡି କୁମ୍ଭୀର କାନ୍ଦଣା ଭଳି ଚାଷୀମାନଙ୍କୁ ବିଭ୍ରାନ୍ତ କରି ଚାଲିଛି ବୋଲି ଭାଜପା କହିଛି। ଖବରଦାତା ସମ୍ମିଳନୀରେ ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁରେଶ୍ୱର ଶତପଥୀ କହିଥିଲେ, ଗତବର୍ଷ ରବିଧାନ ସଂଗ୍ରହ ସମୟରେ ଜିଲାର ଅତାବିରା ନିୟନ୍ତ୍ରିତ ବଜାର କମିଟି(ଆରଏମ୍‌ସି) ଅଧୀନ ମଣ୍ଡିଗୁଡ଼ିକରୁ ୨୪ ଲକ୍ଷ କୁଇଣ୍ଟାଲ ଧାନ କିଣାଯାଇଥିଲା। ସେହି ସମୟରେ ବିଜେଡି ସରକାର ଚାଲିଥିଲା। ଏଥର ଏପର୍ଯ୍ୟନ୍ତ ଉକ୍ତ ଆରଏମ୍‌ସିରୁ ୨୩ ଲକ୍ଷ ୫୦ ହଜାର କୁଇଣ୍ଟାଲ ଧାନ କ୍ରୟ ସରିଲାଣି। ଆହୁରି ପ୍ରାୟ ଅଢ଼େଇ ଲକ୍ଷ କୁଇଣ୍ଟାଲ ବିକ୍ରି ଅପେକ୍ଷାରେ ରହିଛି। ସେସବୁକୁ ମଧ୍ୟ ଆସନ୍ତା ୩୦ତାରିଖ ସୁଦ୍ଧା କିଣାଯିବ ବୋଲି ସେ କହିଥିଲେ। ସେହିପରି ପୂର୍ବ ସରକାରରେ ଟୋକନ ଅବଧି ସରିଲେ ରାଜ୍ୟସ୍ତରୀୟ ଧାନ ସଂଗ୍ରହ କମିଟିକୁ କଥା ଯାଉଥିଲା। ମାତ୍ର ଏହି ସମସ୍ୟାର ସମାଧାନ କ୍ଷମତା ଏବେ ଜିଲାପାଳଙ୍କୁ ଦିଆଯାଇଛି। ଏହା ସହିତ ଅଦିନିଆ ବର୍ଷା ହେଲେ ପୂର୍ବ ସରକାର ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ କରୁ ନଥିଲା। ମାତ୍ର ଭାଜପା ସରକାର ପ୍ରଥମଥର ପାଇଁ ଏଭଳି ସ୍ଥିତିରେ କ୍ଷତିପୂରଣ ଘୋଷଣା କରିଛି। ଏହି ଦୃଷ୍ଟିରୁ ଭାଜପା ସରକାର ପୂର୍ବର ବିଜେଡି ସରକାର ତୁଳନାରେ ଚାଷୀଙ୍କ ହିତ ପାଇଁ ବହୁକିଛି ପଦକ୍ଷେପ ନେଇଛି ଏବଂ ଭାଜପା ଚାଷୀଙ୍କ ଦଳ ବୋଲି ଶତପଥୀ କହିଥିଲେ। ପୂର୍ବ ସରକାରଙ୍କ ବ୍ୟବସ୍ଥାରେ ଧାନ କିଣାବିକା ଚାଲିଛି, ସେଥିରେ ବହୁ ପରିବର୍ତ୍ତନର ଆବଶ୍ୟକତା ରହିଛି। ମାତ୍ର ଗୋଟିଏ ବର୍ଷ ମଧ୍ୟରେ ସେସବୁ ପରିବର୍ତ୍ତନ ସମ୍ଭବ ନୁହେଁ ବୋଲି ମଧ୍ୟ ସେ କହିଥିଲେ। ଖବରଦାତା ସମ୍ମିଳନୀରେ ଭାଜପା ଜିଲା ସଭାପତି ଡା. ଅରୂପାନନ୍ଦ ସାହୁ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨ ଜଣଙ୍କୁ ଧକ୍କାଦେଲା କାର୍‌, ଗୋଡ଼ାଇ ଗୋଡ଼ାଇ ଧରି ପୋଲିସକୁ ଜିମାଦେଲେ ଲୋକେ

ଦାରିଙ୍ଗବାଡ଼ି,୨୨ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବିଦ୍ୟୁତ୍‌ କାର୍ଯ୍ୟାଳୟ ନିକଟରେ ଘଟିଯାଇଛି ଅଭାବନୀୟ ଘଟଣା। ଜଣେ କାର୍‌ ଚାଳକ ନିଶାସକ୍ତ ଅବସ୍ଥାରେ ୨ ଜଣଙ୍କୁ ଧକ୍କା ଦେବା…

ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ସହ ଗଞ୍ଜେଇ ଜବତ, କିଙ୍ଗ୍‌ପିନ୍‌ଙ୍କୁ ଗିରଫ କରି ପୋଲିସ…

ବାଲିଗୁଡ଼ା,୨୨ା୮(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ପୋଲିସ ପକ୍ଷରୁ ଚାଲିଛି ନିଶାମୁକ୍ତ ସମଗ୍ର କନ୍ଧମାଳ। ଏହି ପରିପ୍ରେକ୍ଷୀରେ ବାଲିଗୁଡ଼ା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ବ୍ରାଉନ ସୁଗାର…

ସ୍ବାମୀଙ୍କ ସହ ବାଇକ୍‌ରେ ଯିବାବେଳେ ଓଢ଼ଣୀ ନେଲା ସ୍ତ୍ରୀଙ୍କ ଜୀବନ

ଝରିଗାଁ,୨୨ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ଏକ ଦୁଃଖଦ ଘଟଣା ଘଟିଛି। ବାଇକ୍‌ ଚକାରେ ଓଢ଼ଣୀ ଫସିଯିବା ଯୋଗୁ ତଳେ ପଡ଼ି ଜଣେ ମହିଳାଙ୍କ…

ହାଫିଜ ସୟିଦଙ୍କୁ ସମନ ଜାରି କରିବ NIA

ଜମ୍ମୁ-କଶ୍ମୀର,୨୨।୮: ୨୦୨୫ ପହଲଗାମ ଆକ୍ରମଣ ଘଟଣାରେ ଜାତୀୟ ତଦନ୍ତକାରୀ ସଂସ୍ଥା(NIA) ପକ୍ଷରୁ ପାକିସ୍ତାନୀ ଆତଙ୍କବାଦୀ ହାଫିଜ ସୟିଦଙ୍କୁ ସମନ ଜାରି କରାଯିବ। ବୈଦେଶିକ ମନ୍ତ୍ରଣାଳୟ ଜରିଆରେ ପାକିସ୍ତାନକୁ…

ବ୍ରହ୍ମପୁରରେ ଚାଞ୍ଚଲ୍ୟ, ରେଳଧାରଣରୁ ମିଳିଲା ୨ ମୃତଦେହ

ବ୍ରହ୍ମପୁର,୨୧।୮( ସୁବାସ ଚନ୍ଦ୍ର ପାଢ଼ୀ ): ଜିଆର୍‌ପି ପୋଲିସ ଗୋଶାଣିନୂଆଗାଁ ବ୍ରିଜ ତଳ ଦେଇ ଯାଇଥିବା ରେଳଧାରଣ ନିକଟରୁ ଶନିବାର ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି।…

ଲଭ୍‌-ସେକ୍ସ-ଧୋକା ଅଭିଯୋଗ; ବାରିପଦା ଟାଉନ୍‌ ଥାନାର SI ଅଟକ

ବାରିପଦା,୨୨।୮: ବାରିପଦା ଟାଉନ୍‌ ଥାନାର ଜଣେ ସବ୍‌-ଇନ୍ସପେକ୍ଟରଙ୍କ ବିରୋଧରେ ଜଣେ ମହିଳା ଲଭ୍‌-ସେକ୍ସ-ଧୋକା ଅଭିଯୋଗ ଆଣିଛନ୍ତି। ଅଭିଯୋଗ ପରେ ଟାଉନ୍‌ ଥାନାର SI ପ୍ରଭାତ ନାୟକଙ୍କୁ ପୋଲିସ…

କରିସ୍ମାଙ୍କୁ ପୂଜା କରନ୍ତି କଙ୍ଗନା, ତାଙ୍କ ଫ୍ୟାଶନ ସେନ୍ସକୁ ପ୍ରଶଂସା କରିବା ସହ ଏମିତି କହି…

ମୁମ୍ବାଇ: ଭାଜପା ନେତ୍ରୀ ତଥା ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ କୌଣସି ନା କୌଣସି କାରଣକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ସୋସିଆଲ ମିଡିଆରେ ସବୁବେଳେ…

ଗରିମା ଦିବସ: ସଫେଇ କର୍ମୀ ପ୍ରତାପ ଦଳେଇଙ୍କ ପତ୍ନୀଙ୍କୁ ୧୦ ଲକ୍ଷ ଟଙ୍କାର ବୀମା ରାଶି

ଭୁବନେଶ୍ୱର, ୨୨।୮: ସଫେଇ କର୍ମୀଙ୍କ ସୁରକ୍ଷା, ସାମାଜିକ ସୁରକ୍ଷା ଓ ମର୍ଯ୍ୟାଦା ବୃଦ୍ଧି ଲକ୍ଷ୍ୟରେ ଆଜି ଗରିମା ଦିବସ ୨୦୨୬ ପାଳିତ ହୋଇଛି। ଏହି ଅବସରରେ ଲୋକସେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri