Categories: ଖେଳ

ଷ୍ଟାଡିୟମରେ ବିୟର ବିକ୍ରିକୁ ନା

ଦୋହା,୧୮ା୧୧: କାତାର ବିଶ୍ୱକପ୍‌ ରବିବାର ଆରମ୍ଭ ହେବାର ଦୁଇ ଦିନ ପୂର୍ବରୁ ଏକ ବଡ଼ ଘୋଷଣା କରାଯାଇଛି। ଷ୍ଟାଡିୟମରେ ବିୟର ବିକ୍ରି ହେବ ନାହିଁ ବୋଲି ବିଶ୍ୱ ଫୁଟବଲ ପରିଚାଳନା ସଂସ୍ଥା (ଫିଫା) ଶୁକ୍ରବାର ଏକ ବିବୃତିରେ ପ୍ରକାଶ କରିଛି। ଏପରି କି ମଦ୍ୟପାନ ଉପରେ କଡା ନିୟନ୍ତ୍ରଣ ରଖାଯିବ ବୋଲି କୁହାଯାଇଛି।
ଆୟୋଜକ କର୍ତ୍ତୃପକ୍ଷ ଏବଂ ଫିଫାର ଆଲୋଚନା ପରେ ଫିଫା ଫ୍ୟାନ ଫେଷ୍ଟିଭାଲ, ପ୍ରଶଂସକ ଗନ୍ତବ୍ୟସ୍ଥଳ ଏବଂ ଲାଇସେନ୍ସପ୍ରାପ୍ତ ସ୍ଥାନ ଉପରେ ମଦ ବିକ୍ରି ଏବଂ ଷ୍ଟାଡିୟମ ପରିସରରୁ ବିୟର ବିକ୍ରୟ ପଏଣ୍ଟ ହଟାଇବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ଫିଫା ମୁଖପାତ୍ର କହିଛନ୍ତି।

Share