ଭାକ୍‌ସିନ ନେବା ପରେ ୨ ମାସ ପାଇଁ ଛାଡ଼ିବାକୁ ପଡ଼ିବ ମଦ

ନୂଆଦିଲ୍ଲୀ,୧୦।୧୨- ରୁଷିଆରେ ପ୍ରସ୍ତୁତ ସ୍ପୁଟନିକ ଭି କୋଭିଡ୍‌-୧୯ ଭାକ୍‌ସିନ ନେବା ପରେ ୨ ମାସ ପାଇଁ ମଦ ଛାଡ଼ିବାକୁ ପଡ଼ିବ। ଏ ନେଇ ରୁଷିଆନ ଅଫିସିଆଲ ପରାମର୍ଶ ଦେଇଥିବା ନ୍ୟୁୟର୍କ ପୋଷ୍ଟରେ ଏକ ରିପୋର୍ଟ ପ୍ରକାଶ ପାଇଛି। ମଣିଷଙ୍କ ଶରୀରରେ ସ୍ପୁଟନିକ ଭି କରୋନା ଭାଇରସ ଭାକ୍‌ସିନକୁ କାର୍ଯ୍ୟ କରିବା ପାଇଁ ୪୨ ଦିନ ଦରକାର। ଏହି ସମୟରେ ଲୋକଙ୍କୁ ଅଧିକ ସତର୍କ ରହିବାକୁ ପଡ଼ିବ ବୋଲି ରୁଷିଆର ଉପ ପ୍ରଧାନମନ୍ତ୍ରୀ ଟାଟିଆନା ଗୋଲିକୋଭା କହିଥିବା ନ୍ୟୁ ୟର୍କ ପୋଷ୍ଟରେ ଉଲ୍ଲେଖ ହୋଇଛି।

ରୁଷିଆ ନାଗରିକଙ୍କୁ ଜନଗହଳି ସ୍ଥାନକୁ ଯିବାକୁ ବାରଣ କରିବାକୁ ପଡ଼ିବ। ଆବଶ୍ୟକସ୍ଥଳେ ମୁହଁରେ ମାସ୍କ, ସାନିଟାଇଜର ବ୍ୟବହାର, ଆଲକହଲ ଓ ଇମ୍ୟୁନୋପ୍ରେସାଣ୍ଟ ଡ୍ରଗ୍ସ ଠାରୁ ଦୂରେଇ ରହିବାକୁ ପଡ଼ିବ ବୋଲି ଗୋଲିକୋଭା ଟାସ ନ୍ୟୁଜ ଏଜେନ୍ସିକୁ ଦେଇଥିବା ଏକ ସାକ୍ଷାତ୍‌କାରରେ କହିଛନ୍ତି।

ରୁଷିଆର ଗ୍ରାହକ ସୁରକ୍ଷା ନିରୀକ୍ଷକ ରୋସପୋଟ୍ରେବଜାଡଜର ମୁଖ୍ୟ ଆନ୍ନା ପୋପାଭା ମଧ୍ୟ ଆଲକହଲ ଠାରୁ ଦୂରେଇ ରହିବାକୁ ପରାମର୍ଶ ଦଇଛନ୍ତି। ଆମକୁ ସୁସ୍ଥ ରହିବାକୁ ହେଲେ ଶକ୍ତ ଇମ୍ୟୁନ ଦରକାର। ଏଣୁ ଆଲକହଲ ସେବନ କରନ୍ତୁ ନାହିଁ ବୋଲି ପୋପୋଭା କହିଛନ୍ତି।

ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ)ର ରିପୋର୍ଟ ଅନୁଯାୟୀ, ରୁଷିଆରେ ମଦ୍ୟପାନ କରୁଥିବା ନାଗରିକଙ୍କ ସଂଖ୍ୟା ବିଶ୍ୱରେ ଚତୁର୍ଥ ସର୍ବାଧିକ। ପ୍ରତ୍ୟେକ ବର୍ଷ ରୁଷିୟମାନେ ୧୫.୧ ଲିଟର ଆଲକହଲ ସେବନ କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇଦ୍‌ରେ ଖୋଲିବନି ମସଜିଦ୍‌: ସରକାରୀ କଟକଣାରେ ହସ୍ତକ୍ଷେପ କରିବାକୁ ମନା କଲେ ଆହ୍ଲାବାଦ୍‌ ହାଇକୋର୍ଟ

ଲକ୍ଷ୍ନୌ,୨୦।୫: ଦେଶରେ କରୋନା ସଂକ୍ରମଣ ଥମିବାର ନାଁ ଧରୁନି। ଏପରିସ୍ଥଳେ ସାମାଜିକ ଦୂରତା ବଜାୟ ରଖିତ୍ବା ପାଇଁ ସରକାରଙ୍କ ପକ୍ଷରୁ ଦେଶବ୍ୟାପୀ ଲକ୍‌ଡାଉନ୍‌ ଜାରି ହୋଇଛି।...

ମୋଦିଙ୍କୁ ସର୍ପ ଦଂଶନରେ ମାରିବାକୁ ଧମକ ଦେଲେ ପାକିସ୍ତାନୀ ପପ୍‌ ଗାୟିକା

ଇସ୍‌ଲାମାବାଦ,୪।୯: ଏବେ ସୋସିଆଲ ମିଡିଆରେ ଜଣେ ପାକିସ୍ତାନୀ ପପ୍‌ ଗାୟିକାଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି। ଆଉ ଏହାକୁ ଦେଖି ଲୋକେ ହସି ହସି ବେଦମ୍‌...

ପାକ୍‌ ଦେଇ ଆଫଗାନିସ୍ତାନକୁ ଗହମ ଯୋଗାଇ ପାରିବ ଭାରତ

ଇସଲାମାବାଦ,୧୩ା୧୧: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କହିଛନ୍ତି, ସେ ଆଫଗାନିସ୍ତାନର ଆବେଦନ ଉପରେ ବିଚାର କରିବାକୁ ପ୍ରସ୍ତୁତ। ଯେଉଁଥିରେ ପାକିସ୍ତାନ ଦେଇ ଭାରତୀୟ ଗହମ ଆମଦାନୀ...

ପୁଣି ବଢ଼ିଲା ଦୈନିକ ସଂକ୍ରମଣ-ମୃତ୍ୟୁ ସଂଖ୍ୟା…

ନୂଆଦିଲ୍ଲୀ, ୯।୪ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁୁଛି। ଦୈନିକ...

ଓମିକ୍ରନକୁ ହାଲୁକା ଭାବେ ଗ୍ରହଣ କରିବା ହେବ ଭୁଲ, ସଂକ୍ରମିତଙ୍କ ନିକଟରେ ଦେଖାଦେଲାଣି ଓମିକ୍ରନ୍ ସହ ଡେଲ୍ଟା ଭାରିଏଣ୍ଟ

ନୂଆଦିଲ୍ଲୀ,୧୦ ।୧: କରୋନା ଭାଇରସର ଡେଲ୍ଟା ଭାରିଏଣ୍ଟର ଗତିବିଧି ଉପରେ ଦିଲ୍ଲୀ ଡାକ୍ତରମାନେ ଅଧ୍ୟୟନ କରି କିଛି ନୂଆ ତଥ୍ୟ ହାସଲ କରିଛନ୍ତି । ଦିଲ୍ଲୀ...

କରୋନା ସଂକ୍ରମଣ: ବାଦୁଡ଼ିଠାରୁ ବଜ୍ରକାପ୍ତା; ଏବେ ମନୁଷ୍ୟ ସମାଜରେ ମହାମାରୀ !

ଲଣ୍ଡନ,୨୫।୩: କରୋନା ସଂକ୍ରମଣ କିଭଳି ମନୁଷ୍ୟଠାରେ ହେଲା ସେ ନେଇ ଏବେ ସାରା ପୃଥିବୀରେ ଚର୍ଚ୍ଚା ଜାରି ରହିଛି। ବୈଜ୍ଞାନିକମାନେ ଅନୁମାନ କରୁଛନ୍ତି ଯେ, ଚାଇନାରେ...

ଫର୍ଚ୍ୟୁନ୍ସ୍‌ ତାଲିକାରେ ପ୍ରଥମ ସ୍ଥାନରେ ଜେସିଣ୍ଡା, ପୁନାଓ୍ବାଲା ଶ୍ରେଷ୍ଠ ୧୦ ମଧ୍ୟରେ…

ଓ୍ବାଶିଂଟନ,୧୬।୫: ଆମେରିକାର ବହୁ ରାଷ୍ଟ୍ରୀୟ ବ୍ୟବସାୟିକ ପତ୍ରିକା ଫର୍ଚ୍ୟୁନ୍ସ୍‌ ପକ୍ଷରୁ ପୃଥିବୀର ଶ୍ରେଷ୍ଠ ୫୦ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକା ପ୍ରକାଶ ପାଇଛି। ଏହାର ପ୍ରଥମସ୍ଥାନରେ ନ୍ୟୁଜିଲାଣ୍ଡର...

ସିଏମ୍‌ସି ପକ୍ଷରୁ ହୋମ ଡେଲିଭରି ସେବା

କଟକ ଅଫିସ,୨୬ା୩: ସମ୍ପ୍ରତି ଲକ୍‌ଡାଉନ୍‌ ସମୟରେ କଟକ ମହାନଗର ନିଗମ (ସିଏମ୍‌ସି) ପକ୍ଷରୁ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ହୋମ ଡେଲିଭରି ସେବା ଯୋଗାଇଦେବାକୁ ବୁଧବାର ପଦକ୍ଷେପ...

Advertisement
Archives

Model This Week