କାର୍ଯ୍ୟ ନୁହେଁ କେବଳ କଥା

୨୦୨୫ ଆଇସିସି ଚାମ୍ପିୟନ୍ସ ଟ୍ରଫିରେ ଭାରତୀୟ ଟିମ୍‌ ଚାମ୍ପିୟନ ହୋଇ କ୍ରିକେଟପ୍ରେମୀ ଓ ଦେଶବାସୀଙ୍କ ଆଶା ପୂରଣ କରିଛି। ଏବେ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)କୁ ନେଇ ସେମାନଙ୍କ ଉତ୍କଣ୍ଠା ବଢ଼ିଯାଇଛି। ୨୦୦୮ରେ ଆରମ୍ଭ ହୋଇଥିବା ଆଇପିଏଲ୍‌ର ୧୮ତମ ସଂସ୍କରଣ ୨୨ ମାର୍ଚ୍ଚରେ କଲିକତାରେ ଆରମ୍ଭ ହେବାକୁ ଯାଉଛି। ଏହା ପୂର୍ବରୁ ମାର୍ଚ୍ଚ ୧୦ ତାରିଖରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଆଇପିଏଲ୍‌କୁ ଏକ ଚିଠି ଜାରିକରି ଖେଳ ହେଉଥିବା ଷ୍ଟାଡିୟମ ପରିସର ଓ ଜାତୀୟ ଟେଲିଭିଜନ ପ୍ରସାରଣ ବେଳେ ସମସ୍ତ ପ୍ରକାର ମାଦକଦ୍ରବ୍ୟର ବିଜ୍ଞାପନକୁ ବାରଣ କରିଛି। ଆଇପିଏଲ୍‌ ଚେୟାରମ୍ୟାନ୍‌ ଅରୁଣ ଧୁମଲଙ୍କୁ ଦିଆଯାଇଥିବା ଚିଠିରେ ସ୍ବାସ୍ଥ୍ୟସେବାର ମହାନିର୍ଦ୍ଦେଶକ ଅତୁଲ ଗୋଏଲ ଉଲ୍ଲେଖ କରିଛନ୍ତି ଯେ, ଭାରତରେ ତମାଖୁ ଓ ମଦ ସେବନ ଅଣ ସଂକ୍ରମିତ ରୋଗ ଯଥା ହୃଦ୍‌ରୋଗ, କର୍କଟ, ଫୁସ୍‌ଫୁସ୍‌ ରୋଗ, ଡାଇବେଟିସ୍‌ ଓ ଉଚ୍ଚ ରକ୍ତଚାପର ମୁଖ୍ୟ କାରଣ ହୋଇଛି ଏବଂ ବର୍ଷକୁ ଭାରତରେ ହେଉଥିବା ମୋଟ ମୃତ୍ୟୁ ମଧ୍ୟରୁ ୭୦ ପ୍ରତିଶତରୁ ଊର୍ଦ୍ଧ୍ୱ ଏହିସବୁ ରୋଗ ଯୋଗୁ ହେଉଛି। ତମାଖୁ ସେବନଜନିତ ମୃତ୍ୟୁରେ ବିଶ୍ୱରେ ଭାରତର ସ୍ଥାନ ଦ୍ୱିତୀୟ ଓ ଏହା ଯୋଗୁ ବର୍ଷକୁ ପାଖାପାଖି ୧୪ ଲକ୍ଷ ଲୋକ ମୃତ୍ୟୁମୁଖରେ ପଡ଼ୁଛନ୍ତି। ଗୋଏଲ କହିଛନ୍ତି, ଯୁବପିଢ଼ିଙ୍କ ପାଇଁ କ୍ରିକେଟ ଖେଳାଳିମାନେ ରୋଲ୍‌ ମଡେଲ। ଏଣୁ ଖେଳାଳିମାନେ ଏକ ସୁସ୍ଥ ଓ ସକ୍ରିୟ ଜୀବନଶୈଳୀ ପାଇଁ ଯୁବପିଢ଼ିକୁ ଉତ୍ସାହିତ କରିପାରିବେ। ସାର୍ବଜନୀନ ସ୍ବାସ୍ଥ୍ୟ ଓ ଏ ସମ୍ପର୍କିତ ସରକାରଙ୍କ କାର୍ଯ୍ୟକ୍ରମକୁ ସହଯୋଗ କରିବାରେ ଦେଶର ସବୁ ବଡ଼ କ୍ରୀଡ଼ା ପ୍ଲାଟ୍‌ଫର୍ମ ଭାବେ ଆଇପିଏଲ୍‌ର ଏକ ସାମାଜିକ ଓ ନୈତିକ ଦାୟିତ୍ୱ ରହିଛି ବୋଲି ଗୋଏଲ ଦର୍ଶାଇଛନ୍ତି। ଗୋଏଲଙ୍କ ପତ୍ର ନିଶ୍ଚିତ ଭାବରେ ଉଚ୍ଚକୋଟୀର। ତାଙ୍କର ମହତ ଚିନ୍ତାଧାରା ପଛରେ ସରକାରଙ୍କର ଅନ୍ୟ ଅଙ୍ଗଗୁଡ଼ିକର କେତେ ଆନ୍ତରିକ ସମର୍ଥନ ରହିଛି ସେ ସମ୍ପର୍କରେ ଦେଶବାସୀ ବହୁ ବର୍ଷ ଧରି ଦେଖିଆସୁଛନ୍ତି। ନଦୀକୁ ଶୁଖାଇବାକୁ ହେଲେ ଝରଣାକୁ ବନ୍ଦ କରିବାକୁ ହୋଇଥାଏ। ଗୋଏଲ ମାଦକଦ୍ରବ୍ୟ ବିଜ୍ଞାପନ ବନ୍ଦ କରିବାକୁ ଲେଖିଥିବା ପତ୍ର ଅନ୍ୟ ଏକ ବିଷୟକୁ ମନେପକାଏ। ବିଭିନ୍ନ ସମୟରେ ପ୍ରାୟ ଭାରତର ସବୁ ରାଜ୍ୟ ସରକାର ଏବଂ ଅନେକ ଥର କେନ୍ଦ୍ର ସରକାର ପ୍ଲାଷ୍ଟିକ୍‌ ବ୍ୟାଗ୍‌ ବ୍ୟବହାର ବନ୍ଦ କରିବାକୁ ଘେଷଣା କରିଆସୁଛନ୍ତି। ଅନ୍ୟପଟେ ସବୁ ରାଜ୍ୟକୁ ବିଭିନ୍ନ ମନ୍ତ୍ରୀ ଯାଇ ବିଭିନ୍ନ ସ୍ଥାନରେ ପ୍ଲାଷ୍ଟିକ୍‌ ବ୍ୟାଗ୍‌ ନିର୍ମାଣକାରୀ ଶିଳ୍ପକୁ ଉଦ୍‌ଘାଟନ କରୁଛନ୍ତି। ଅର୍ଥାତ୍‌ ସେଭଳି ବ୍ୟବସାୟକୁ ଜମି, ଋଣ, ବିଦ୍ୟୁତ୍‌ ଓ ଜଳ ଯୋଗାଣ ସରକାରୀ ବ୍ୟବସ୍ଥାରେ ଯୋଗାଇ ଦିଆଯାଉଛି। ତେଣୁ ପ୍ଲାଷ୍ଟିକ୍‌ ବ୍ୟାଗ୍‌ ବ୍ୟବହାର ବନ୍ଦହୋଇପାରୁ ନାହିଁ କିମ୍ବା ପ୍ରଦୂଷଣ ହ୍ରାସ ପାଉନାହିଁ। କାର୍ଯ୍ୟ ନୁହେଁ କେବଳ କଥା। ତେବେ ଗୁଟ୍‌ଖା ହେଉ କିମ୍ବା ଅନ୍ୟ ସବୁ ମାଦକଦ୍ରବ୍ୟ ବିଜ୍ଞାପନ ଆଇପିଏଲ୍‌ ସମୟରେ ରୋକାଗଲେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ। ଏହାର ମୂଳ ସମସ୍ୟା ଯେଉଁଠି ରହିଛି ତାହା ଉପରେ ଗୁରୁତ୍ୱ ଦେବାର ସମୟ ଏବେ ଉପନୀତ। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ଅନୁଯାୟୀ ଭାରତରେ ୨୫ କୋଟିରୁ ଊର୍ଦ୍ଧ୍ୱ ଲୋକ ତମାଖୁ ସେବନ କରନ୍ତି, ଯାହା ବିଶ୍ୱର ସବୁଠୁ ଅଧିକ। ଏମାନଙ୍କ ମଧ୍ୟରୁ କେବଳ ୧୦-୧୪ ବର୍ଷ ବୟସ ମଧ୍ୟରେ ୨ କୋଟି ପିଲା ତମାଖୁ କବଳିତ ବୋଲି ଭାରତ ସରକାରଙ୍କ ନ୍ୟାଶନାଲ ସାମ୍ପଲ ସର୍ଭେ ଅର୍ଗାନାଇଜେଶନ ରିପୋର୍ଟରୁ ଜଣାପଡ଼ିଛି। ଏହାସହ କଲେଜ ଛାତ୍ରମାନଙ୍କ ମଧ୍ୟରେ ଏବେ ଇ-ସିଗାରେଟ୍‌ ଓ ଅନ୍ୟ ମାଦକଦ୍ରବ୍ୟ ସେବନ ବୃଦ୍ଧି ପାଇଚାଲିଛି। ସ୍କୁଲ, କଲେଜ, ଦେବାଳୟ କିମ୍ବା ଅନ୍ୟ ସାର୍ବଜନୀନ ସ୍ଥାନରେ ମଦ, ଗୁଟ୍‌ଖା କିମ୍ବା ସିଗାରେଟ୍‌ର ବଡ଼ ବଡ଼ ଲୁକ୍କାୟିତ ବିଜ୍ଞାପନ ଦେଖିବାକୁ ମିଳୁଛି। ଯଥା ବିଭିନ୍ନ ମଦ ବାହାରେ ସୋଡ଼ା ବୋତଲ ଦର୍ଶାଯିବାର କୌତୂହଳ ବିଜ୍ଞାପନ ସମସ୍ତେ ବୁଝିଲା ଭଳି ଦେଖିବାକୁ ମିଳୁଛି।
ଯଦି ଓଡ଼ିଶା କଥା ଦେଖିବା ତେବେ ତମାଖୁ ସେବନ ଏକ ଚିନ୍ତାଜନକ ସ୍ଥିତିରେ ପହଞ୍ଚଥିବା ସରକାରୀ ତଥ୍ୟରୁ ଜଣାପଡ଼େ। ଏକ ଦଶନ୍ଧି ମଧ୍ୟରେ ରାଜ୍ୟରେ ତମାଖୁ ବିକ୍ରି ହାର ୧୦ ଗୁଣ ବୃଦ୍ଧିପାଇଛି। ଏଣୁ କେବଳ ଓଡ଼ିଶା ନୁହେଁ, ଜାତୀୟ ସ୍ତରରେ ମଧ୍ୟ ତମାଖୁ ବ୍ୟବହାର ବୃଦ୍ଧି ପାଇବାରେ ଲାଗିଛି। ନିକଟ ଭବିଷ୍ୟତରେ ଏହାର ନିୟନ୍ତ୍ରଣ ସମ୍ଭବ ହେବା ଜଣାପଡ଼ୁନାହିଁ। କାରଣ ଗୋଟିଏ ପଟେ ସ୍ବାସ୍ଥ୍ୟରକ୍ଷା ଚିନ୍ତା କରାଯାଉଥିବା ସମୟରେ ଅନ୍ୟପଟେ ତମାଖୁଜାତ ସାମଗ୍ରୀ କିମ୍ବା ମଦରୁ ବିପୁଳ ରାଜସ୍ବ ମିଳୁଛି। ରାଜସ୍ବ ପାଇବାର ନିଶା ଯୋଗୁ ମାଦକଦ୍ରବ୍ୟ ନିୟନ୍ତ୍ରଣ ସମ୍ଭବ ହୋଇପାରୁନାହିଁ। ଏହା ବ୍ୟତୀତ ବିଦେଶରୁ ସମୁଦ୍ରପଥ ଦେଇ ଗୁଜରାଟର କେତୋଟି ବଛା ଘରୋଇ ବନ୍ଦରକୁ ଅନେକ ଦାମିକା ମାଦକଦ୍ରବ୍ୟ ଆସୁଛି। ଆଖିଦୃଶିଆ ଭାବେ ଅଳ୍ପ କିଛି ପରିମାଣ ଧରାପକାଇ ଜନସାଧାରଣଙ୍କୁ ବାଉଳା କରାଯାଉଛି। କିନ୍ତୁ ଭାରତର ଅନେକ ବୃହତ୍‌ ବ୍ୟବସାୟୀ ଏବଂ ତଥାକଥିତ ଶିଳ୍ପପତି ମାଦକଦ୍ରବ୍ୟ ବ୍ୟବସାୟରୁ ବିପୁଳ ଅର୍ଥ ଉପାର୍ଜନ କରି ରାଜନୀତିରେ ଖର୍ଚ୍ଚ କରୁଥିବାରୁ ସେମାନଙ୍କ ଉପରେ କୌଣସି ଅଙ୍କୁଶ ଲଗାଯାଇ ପାରୁନାହିଁ। ଆଇପିଏଲ୍‌ରେ ତମାଖୁ ଓ ଅନ୍ୟ ମାଦକଦ୍ରବ୍ୟ ବିଜ୍ଞାପନ ବନ୍ଦ କରିବାର ନିର୍ଦ୍ଦେଶ ଦେବା କେବଳ ଆଖିଦୃଶିଆ ପଦକ୍ଷେପ ଭଳି ମନେହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

ସୁନା ପାଇଁ ବୃଦ୍ଧାଙ୍କୁ ପୋଡ଼ି ମାରିଦେଲେ! ଦୁଇ ଗୋଡ଼କୁ ଛାଡ଼ି ସବୁ ପାଉଁଶ, ପୋଲିସ ପହଞ୍ଚି…

ଅମ୍ବାଦୋଳା,୨୦।୧୨(ରବୀନ୍ଦ୍ର ପଣ୍ଡା):ରାୟଗଡା ଜିଲା ମୁନିଗୁଡା ବ୍ଲକ ଅମ୍ବାଦଳା ଥାନା ଅନ୍ତର୍ଗତ କୁମୁଡ଼ାବାଲି ଗାଁରେ ଜଣେ ବୃଦ୍ଧାଙ୍କ ଦଗ୍ଧ ମୃତଦେହ ଉଦ୍ଧାର ହୋଇଛି I  ମୃତ ବୃଦ୍ଧା...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଷ୍ଟାଣ୍ଡବାଏ କିମ୍ବା ରିଜର୍ଭ ଖେଳାଳିଙ୍କୁ କାହିଁକି ଚୟନ କରାଯାଇ ନ ଥିଲା? କାରଣ କହିଲେ ବିସିସିଆଇ ସଚିବ

ନୂଆଦିଲ୍ଲୀ,୨୦।୧୨: BCCI 2026 ଟି-20 ବିଶ୍ୱକପ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରିଛି। ଶୁବମନ ଗିଲ ଏବଂ ରିଷଭ ପନ୍ତଙ୍କ ସମେତ ଅନେକ...

ଦୁଇ ପୁଅଙ୍କ ପାଇଁ ଏତିକି ଟଙ୍କାର ସମ୍ପତ୍ତି ରଖିଛନ୍ତି ଭାରତୀ ସିଂ, ସ୍ବାମୀଙ୍କ ହର୍ଷଙ୍କ ପାଖରେ ଅଛି…

ମୁମ୍ବାଇ,୨୦ା୧୨: କମେଡି କୁଇନ୍‌ ଭାରତୀ ସିଂଙ୍କ ଘରେ ପୁଣି ଥରେ ହସ ଫୁଟିଛି। ଏହି କମେଡି କୁଇନ୍‌ ଜଣେ ଛୋଟ ରାଜକୁମାରଙ୍କ ମା’ ହୋଇଛନ୍ତି। ଭାରତୀ...

୭୫୩ ଦିନ ପରେ ସରିଲା ବନବାସ, ଟିମ୍‌ ଇଣ୍ଡିଆ ପାଇଁ କେମିତି ଚୟନ ହେଲେ ଇଶାନ କିଶନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୦।୧୨: ୨୦୨୬ ଆଇସିସି ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ୱିକେଟକିପର-ବ୍ୟାଟ୍ସମ୍ୟାନ ଇଶାନ କିଶାନ ଦୁଇ ବର୍ଷ ପରେ ଦଳକୁ ଫେରିଛନ୍ତି। ଇଶାନ...

ଶୋଇଥିବା ଅବସ୍ଥାରେ ବୃଦ୍ଧଙ୍କୁ ହତ୍ୟା କରି ରେଳଧାରଣା କଡ଼ରେ ଫିଙ୍ଗିଥିଲେ ୨ ଅଭିଯୁକ୍ତ: ୧୪ ବର୍ଷ ପରେ ଆସିଲା ବଡ଼ ରାୟ…

ଖୋର୍ଦ୍ଧା,୨୦ା୧୨(ପ୍ରଭାତ ପାଣିଗ୍ରାହୀ): ଟାଙ୍ଗୀ ଥାନା ଅନ୍ତର୍ଗତ ହଳଦିଆପାଟଣା ଗ୍ରାମର ବୃନ୍ଦାବନ ରାଉତ ହତ୍ୟାକାଣ୍ଡ ମାମଲାର ରାୟ ଦୀର୍ଘ ୧୪ ବର୍ଷ ପରେ ପ୍ରକାଶ ପାଇଛି। ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri