୨୦ନଂ. ଜୋନ୍‌ରେ ତ୍ରିମୁଖୀ ଲଢ଼େଇ

ବାହାନଗା, ୧୮।୨ (ଡି.ଏନ.ଏ.) ବାଲେଶ୍ୱର ଜିଲା ବାହାନଗା ବ୍ଲକରେ ଆସନ୍ତା ୨୨ ତାରିଖରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ। ଏହି ବ୍ଲକ ଅଧୀନ ୨୦ନଂ. ଜିଲା ପରିଷଦ ଜୋନରେ ତ୍ରିମୁଖୀ ଲଢେଇ ହେବାର ସମ୍ଭାବନା ରହିଛି।
ଜୋନ୍‌ ୬ ପଞ୍ଚାୟତ ବରିପଦା, ଅରାରୁହାବାଡ, ବିଷ୍ଣୁପୁର, ଅଭଣା, ସାହାସପୁରା ଓ ଖରାସାହାପୁର ପଞ୍ଚାୟତକୁ ନେଇ ଗଠିତ ହୋଇଛି ା ଏହି ଜୋନରେ ବିଜେଡିର ସଙ୍ଗଠନ ଭଲ ସ୍ଥିତିରେ ଥିଲେ ମଧ୍ୟ ପଞ୍ଚାୟତ ନିର୍ବାଚନରେ ବିଦ୍ରୋହୀ ସରପଞ୍ଚ ପ୍ରାର୍ଥୀମାନଙ୍କ ପାଇଁ ଦଳ ଅଡୁଆରେ ପଡ଼ିଛି। ବିଜେଡିର ଏଭଳି ଅଡୁଆ ସ୍ଥିତିକୁ ଦେଖି ଭାଜପା ଓ କଂଗ୍ରେସ ଗୋଳିଆ ପାଣିରୁ ମାଛ ଧରିବା ଲକ୍ଷ୍ୟରେ ଅଛନ୍ତି ା ଗତ ୨୦୧୭ ନିର୍ବାଚନରେ ଏହି ଜୋନକୁ ବିଜେଡି ଅକ୍ତିଆର କରି ନିଜ ସପକ୍ଷରେ ରଖିବାରେ ସଫଳ ହୋଇଥିଲା ା
ବିଜେଡିର ପ୍ରଣତି ମହାଳିକ ୯ହଜାର ୪୨ ଖଣ୍ଡ ଭୋଟ ପାଇଥିବା ବେଳେ କଂଗ୍ରେସରୁ କ୍ଷିତେଶ୍ୱରୀ ମହାଳିକ ୭ହଜାର ୫ଶହ ୭୫ଖଣ୍ଡ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ଥିଲେ। ତେବେ ଭାଜପାରୁ ଶୁଭଲକ୍ଷ୍ମୀ ତରେଇ ୫ହଜାର ୨ଶହ ୮୩ ଖଣ୍ଡ ଭୋଟପାଇ ତୃତୀୟ ସ୍ଥାନରେ ଥିଲେ। ତେବେ ଜୋନ୍‌ର ବରିପଦା, ବିଷ୍ଣୁପୁର, ଖରାସାହାପୁର ପଞ୍ଚାୟତରେ କଂଗ୍ରେସ ଦଳର ପ୍ରମୁଖ ନେତା ଓ କର୍ମୀମାନେ ବିଜେଡିରେ ସାମିଲ ହେବା ପରେ ଦଳ ସେଠାରେ ସୁଦୃଢ ହୋଇପାରିଥିଲେ ମଧ୍ୟ ପଞ୍ଚାୟତ ନିର୍ବାଚନରେ ବିଜେଡିରେ ଅସନ୍ତୁଷ୍ଟ ହୋଇ ସ୍ବାଧୀନରେ ସରପଞ୍ଚ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରୁଥିବାରୁ ଏସବୁ ପଞ୍ଚାୟତରେ ଦଳ ଦୁର୍ବଳ ହୋଇପଡିଥିବା ଦେଖାଯାଉଛି। ତେବେ ବିଜେଡି ବିଧାୟକଙ୍କ ଜନହିତକର କାର୍ଯ୍ୟକୁ ଦେଖି ଜନସାଧାରଣ ବିଜେଡିକୁ ଭୋଟ ଦେବେ ବୋଲି ଅନୁମାନ କରାଯାଉଥିଲେ ମଧ୍ୟ ତାହା କେତେଦୂର ସଫଳ ହେବ ତାହା ୨୭ତାରିଖରେ ସ୍ପଷ୍ଟ ହେବ। ସେହିପରି କଂଗ୍ରେସ ନିଜର ଦ୍ୱିତୀୟ ସ୍ଥାନ ବଜାୟ ରଖିବ ନା ତୃତୀୟ ସ୍ଥାନକୁ ଖସିବ ତାହା ମଧ୍ୟ ଜଣାପଡିବ। କଂଗ୍ରେସ ମଧ୍ୟ ବିଜେଡିର ଏହି ଗୋଳିଆ ପାଣିରୁ ନିଜର ସ୍ଥିତି ବଜାଇ ରଖିବାକୁ ଉଦ୍ୟମ କରୁଛି। ଚଳିତ ନିର୍ବାଚନରେ ବିଜେଡି ପ୍ରାର୍ଥୀ ଶିଶିର କୁମାର ଅଗସ୍ତି ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବେଳେ ଭାଜପାରୁ ଅମର କୁମାର ନାୟକ ଓ କଂଗ୍ରେସରୁ ସାଧୁଚରଣ ପରିଡା ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ୩ଜଣଙ୍କ ମଧ୍ୟରୁ ଶିଶିର ଅଗସ୍ତି ଆରୁହାବାଡ ପଞ୍ଚାୟତର ୨ଥର ସରପଞ୍ଚ ଭାବେ କାମ କରି ସୁନାମ ଅର୍ଜନ କରିଛନ୍ତି ା ସେ ପ୍ରତିରକ୍ଷା ବିଭାଗର ସୈନିକ ଭାବେ ଚାକିରି କରି ଅବସର ନେବା ପରେ ଜନସେବା ପାଇଁ ଆଗେଇ ଆସିଛନ୍ତି ା ସେହିପରି ସାଧୁଚରଣ ପରିଡା ୨୦୧୭ ନିର୍ବାଚନରେ ବିଷ୍ଣୁପୁର ପଞ୍ଚାୟତର କଂଗ୍ରେସ ସମର୍ଥିତ ସମିତିସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ। ରାଜନୀତିରେ ନୂଆମୁହଁ ଅମର କୁମାର ନାୟକ ଭାଜପାରୁ ଜିଲା ପରିଷଦ ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇ ବିଜେଡିର ଅସନ୍ତୁଷ୍ଟ ଭୋଟ ହାତେଇ ନିର୍ବାଚନ ବୈତରଣୀ ପାର୍‌ ହେବା ପାଇଁ ଆଶାବାଦୀ ଅଛନ୍ତି। ତେବେ ଉଭୟ ପ୍ରାର୍ଥୀ ଅଞ୍ଚଳର ବିକାଶକୁ ଗୁରୁତ୍ୱ ଦେଉଥିବା ବେଳେ ଲୋକଙ୍କ ସମସ୍ୟାକୁ କିଏ କେତେ ଗୁରୁତ୍ୱ ଦେଇ କାର୍ଯ୍ୟ କରିପାରିବ ତାହା ଭୋଟର ପରଖୁଛନ୍ତି। ଏହି ଜୋନର ମୋଟ ଭୋଟର ସଂଖ୍ୟା ୩୧ହଜାର ୭ଶହ ୭୦। ଏଥିରେ ମହିଳା ଭୋଟର ୧୫ ହଜାର ୫ ଶହ ୮୨ଜଣ ଥିବା ବେଳେ ପୁରୁଷ ଭୋଟର ୧୬ ହଜାର ୧ଶହ ୮୩ଜଣ।


Enter your email to get our daily news in your inbox.

All Right Reserved By Dharitri.Com

ବିପଦ ସଂକେତ ଟପିଲା କାଂଶବାଂଶ: ନଦୀ ଉପକୂଳବର୍ତ୍ତୀ ଅଞ୍ଚଳ ଜଳମଗ୍ନ

ସିମୁଳିଆ,୨୬।୯(ସନ୍ତୋଷ ନାୟକ): ବାଲେଶ୍ୱର ଜିଲା ସିମୁଳିଆ-ଖଇରା ଏବଂ ସୋର ବ୍ଲକ ମଧ୍ୟରେ ପ୍ରବାହିତ କାଂଶବାଂଶ ନଦୀର ଜଳ ପତ୍ତନ ଶନିବାର ହଠାତ୍‌ ବଢ଼ିବାରେ ଲାଗିଛି। ଫଳରେ ଚତୁର୍ଥ…

ସୁବର୍ଣ୍ଣରେଖାରେ ୪ର୍ଥ ବନ୍ୟା: ୪ ବ୍ଲକ୍‌ରେ ଲକ୍ଷାଧିକ ଲୋକ ଜଳବନ୍ଦୀ

ଭୋଗରାଇ,୨୬ା୯(ପ୍ରଦୀପ ଦାସ): ଝାଡ଼ଖଣ୍ଡ ମାଳାଞ୍ଚଳରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ଗାଲୁଡ଼ିହି ଜଳାଧାରରୁ ୧ ୩ଟି ଗେଟ୍‌ ଖୋଲାଯାଇ ଉଦ୍‌ବୃତ୍ତ ବର୍ଷାଜଳ ସୁବର୍ଣ୍ଣରେଖାକୁ ନିଷ୍କାସନ ହେବାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?