ଏନ୍‌ଏମ୍‌ଡିସିର ନୂଆ ଲୋଗୋ ଉନ୍ମୋଚିତ

ଭୁବନେଶ୍ୱର,୭।୮: ଦେଶର ପ୍ରମୁଖ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ତଥା ଲୁହାପଥର ଉପତ୍ାଦନକାରୀ କମ୍ପାନୀ ଏନ୍‌ଏମ୍‌ଡିସିର ନୂତନ ଲୋଗୋ ନିକଟରେ ଉନ୍ମୋଚିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ଓ ଇସ୍ପାତ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ଏମ୍‌ ସିନ୍ଧିଆ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉନ୍ମୋଚନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ର ଇସ୍ପାତ ସଚିବ ନଗେନ୍ଦ୍ର ନାଥ ସିହ୍ନା,ଏନ୍‌ଏମ୍‌ଡିସିର ସିଏମ୍‌ଡି (ଇନଚାର୍ଜ) ଅମିତାଭ ମୁଖାର୍ଜୀ ପ୍ରମୁଖ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ,କ୍ରମାଗତ ୨ୟ ବର୍ଷ ଲାଗି କମ୍ପାନୀ ରେକର୍ଡ ପରିମାଣ (୪୦ନିୟୁତ)ର ଉପତ୍ାଦନ ସାଙ୍ଗକୁ ନୂତନ ମାଇଲଖୁଣ୍ଟ ହାସଲ କରିବା ପରିପ୍ରେକ୍ଷୀରେ କମ୍ପାନୀର ନୂଆ ଲୋଗୋ ଉନ୍ମୋଚିତ ହୋଇଥିଲା। ବିଶେଷ କରି ଏହା ଏନ୍‌ଏମ୍‌ଡିସିର ଭବିଷ୍ୟତ ସମ୍ଭାବନା ଓ ଦୃଢ଼ତାକୁ ପ୍ରତିଫଳିତ କରୁଛି ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଏପରିକି ସ୍ମାର୍ଟ ଖଣି ଖନନ ପାଇଁ ଏକ ଦୃଢ଼ ଡିଜିଟାଲ୍‌ ରୋଡ୍‌ମ୍ୟାପ୍‌କୁ ନେଇ କମ୍ପାନୀ ଏନ୍‌ଏମ୍‌ଡିସି-୨.୦ ଆଡ଼କୁ ଅଗ୍ରସର ହୋଇଛି।

ଏ ସମ୍ପର୍କରେ ସିନ୍ଧିଆ କହିଛନ୍ତି, ଏହି ରୂପାନ୍ତରଣ ଯାତ୍ରାରେ ଭାରତର ସର୍ବବୃହତ ଲୁହାପଥର କମ୍ପାନୀ ଭାବେ ଏନ୍‌ଏମ୍‌ଡିସି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରି ବାର୍ଷିକ ୪୦ ନିୟୁତ ଟନ୍‌ ଉପତ୍ାଦନ ସହ ଭାରତର ଲୁହାପଥର ଉପତ୍ାଦନ ପ୍ରତି ପ୍ରାୟ ୧୬% ଯୋଗଦାନ ପ୍ରଦାନ କରୁଛି। ସେହିଭଳି କେନ୍ଦ୍ର ଇସ୍ପାତ ସଚିବ ନଗେନ୍ଦ୍ରନାଥ ସିହ୍ନା କହିଛନ୍ତି ,ଏହା କେବଳ ଶିଳ୍ପ ଅଭିଳାଷଠାରୁ ଆଗକୁ ବଢ଼ି ପ୍ରକୃତି ସହ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କ ଗଢ଼ିବାକୁ ଆଗେଇ ଆସିଛି। ସେହିପରି ଏନ୍‌ଏମ୍‌ଡିସିର ସିଏମ୍‌ଡି ଅମିତାଭ ମୁଖାର୍ଜୀ କହିଛନ୍ତି, ନୂଆ ଲୋଗୋ ଆମ ଐତିହ୍ୟ ପ୍ରତି ଶ୍ରଦ୍ଧାଞ୍ଜଳି ସ୍ବରୂପ ଆମେ ନୀଳ ରଙ୍ଗକୁ ରଖିଛୁ,ଯାହା ବିଗତ ଦଶନ୍ଧିଗୁଡ଼ିକରେ ଆମେ ହାସଲ କରିଥିବା ଦ୍ରୁତ ଓ ବିଶ୍ୱସନୀୟତାକୁ ଦର୍ଶାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦେଶର GDP’କୁ ଅତିକ୍ରମ କଲା ଭାରତୀୟ ପରିବାର ପାଖରେ ଥିବା ସୁନା ମୂଲ୍ୟ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ପରିବାରଗୁଡ଼ିକ ପାଇଁ ସୁନା କେବଳ ଏକ ଅଳଙ୍କାର ନୁହେଁ, ବରଂ ଏହା ଭାବପ୍ରବଣତା ଏବଂ ଆର୍ଥିକ ସୁରକ୍ଷାର ଏକ ପ୍ରତୀକ। ବିଶ୍ୱ ବଜାରରେ...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

ଗୋପାଳଙ୍କ ଉପରେ ଭରସା କଲେ ନବୀନ ଦେଲେ ଗୁରୁଦାୟିତ୍ୱ: ବିଜେଡିର ନିଶ୍ଚୟ ବିଜୟ କହିଲେ…

କେସିଙ୍ଗା,୩୦।୧୨(ତୁମେଶ୍ୱର ସାହୁ): ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସାରା ରାଜ୍ୟରେ ନୂତନ ବିଜେଡି ପଦାଧିକାରୀମାନଙ୍କ ନାମ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ  ଘୋଷଣା...

୨୦୨୬ରେ ହେବ ଭାରତ ପାକିସ୍ତାନ ଯୁଦ୍ଧ? ଆସୁଛି ଅସ୍ତ୍ର

ନୂଆଦିଲ୍ଲୀ,୩୦।୧୨: ଆମେରିକୀୟ ଥିଙ୍କ ଟ୍ୟାଙ୍କ କାଉନସିଲ ଅନ ଫରେନ ରିଲେସନ୍ସ (CFR) ଚେତାବନୀ ଦେଇଛି ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ 2026 ରେ ଯୁଦ୍ଧ...

କ୍ରିକେଟ୍‌ ଟୁର୍ନାମେଣ୍ଟ: ମନମୁଣ୍ଡା ଚାମ୍ପିୟନ

ବାଲିଗୁଡ଼ା,୩୦ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): ବାଲିଗୁଡ଼ା ବ୍ଲକ୍‌ ଲଣ୍ଡାଗାଁରେ ୫ ଦିନ ଧରି ଚାଲିଥିବା ୧୩ ତମ ବିରାଟେଶ୍ୱର କ୍ରିକେଟ୍‌ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି। କର୍ଣ୍ଣିବେଡ଼ା ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri