ସହଭାଗିତା ଜରିଆରେ ସଚେତନତା

ଭୁବନେଶ୍ୱର,୭।୮: ଦେଶର ପ୍ରମୁଖ ଫାର୍ମାସ୍ୟୁଟିକାଲ୍‌ କମ୍ପାନୀ ‘ଗ୍ଲେନମାର୍କ ଫାର୍ମାସ୍ୟୁଟିକାଲ୍ସ ଲିମିଟେଡ୍‌’ ଏବଂ ଅନ୍ତଃରାଷ୍ଟ୍ରୀୟ ହେଲଥ ପ୍ଲାଟଫର୍ମ ଓମରନ ହେଲ୍‌ଥ କେୟାର ଇଣ୍ଡିଆ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ହୋଇଛି। ବିଶେଷ କରି ୧୮ବର୍ଷରୁ ଅଧିକ ଯୁବଗୋଷ୍ଠୀଙ୍କ ନିକଟରେ ପହଞ୍ଚତ୍ବା ସହିତ ସେମାନଙ୍କର ରକ୍ତଚାପ ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରିବା ପାଇଁ ଉଭୟ କମ୍ପାନୀ ମଧ୍ୟରେ ସହଭାଗିତା ହୋଇଛି ବୋଲି କୁହାଯାଇଛି।

ଏ ସମ୍ପର୍କରେ ଗ୍ଲେନମାର୍କ ଫାର୍ମାସ୍ୟୁଟିକାଲ୍ସ ଲିମିଟେଡର କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ ତଥା ହେଡ୍‌ ଅଫ୍‌ ଇଣ୍ଡିଆ ଫର୍ମୁଲେସନ୍ସ ଆଲୋକ ମଲିକ କହିଛନ୍ତି, ଉଚ୍ଚ ରକ୍ତଚାପ ଚିକିତ୍ସା ଉପରେ ସକରାତ୍ମକ ପ୍ରଭାବ ପକାଇବା ପାଇଁ ଆମେ ଓମରନ ହେଲଥ କେୟାର ଇଣ୍ଡିଆ ସହ ସହଭାଗିତା କରିଛୁ। ଏପରିକି ଉଚ୍ଚ ରକ୍ତଚାପ ଏବଂ ପ୍ରାରମ୍ଭିକ ରକ୍ତଚାପ ସ୍କ୍ରିନିଂ ବିଷୟରେ ବ୍ୟାପକ ସଚେତନତା ସୃଷ୍ଟି କରିବା ପାଇଁ ଆମେ ପ୍ରତିବଦ୍ଧ ରହିଛି। ବିଶେଷ କରି ଉଚ୍ଚ ରକ୍ତଚାପ ଜନିତ ରୋଗରେ ପୀଡିତଙ୍କ ସଂଖ୍ୟା ପ୍ରାୟ ୧୦ରୁ ୩୦%(୪୦ ବର୍ଷ ବୟସ ଯୁବଗୋଷ୍ଠୀ)କୁ ବୃଦ୍ଧି ଘଟିଛି। ଦେଶରେ ମିଳିତ ଭାବେ ଆମେ ଅଳ୍ପ ବୟସରୁ ସେମାନଙ୍କ ସ୍ବାସ୍ଥ୍ୟକୁ ସକ୍ରିୟ ଭାବେ ସୁରକ୍ଷିତ ରଖିବା ପାଇଁ ବ୍ୟକ୍ତିବିଶେଷଙ୍କୁ ସଶକ୍ତ କରିବାକୁ ଲକ୍ଷ୍ୟ ରଖିଛୁ।

ସେହିଭଳି ଓମରନ ହେଲଥ କେୟାର ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ଟେଟୁସୁୟା ୟାମଡା କହିଛନ୍ତି, ଟେକ ଚାର୍ଜ ୧୮ ଅଭିଯାନ ପାଇଁ ଆମେ ଗ୍ଲେନମାର୍କ ଫାର୍ମାସ୍ୟୁଟିକାଲ୍ସ ସହ ସହଭାଗିତା କରିଛୁ, ଏପରିକି ଆମର ଘରୋଇ ରକ୍ତଚାପ ନିରୀକ୍ଷଣ ସହ ଜିରୋକୁ ଯିବା ପାଇଁ ଆମର ଦୃଷ୍ଟିକୋଣ ସମ୍ପୂର୍ଣ୍ଣ ଭାବେ ଉଚ୍ଚ ରକ୍ତଚାପ ଜନିତ ରୋଗ ଯଥା ଷ୍ଟ୍ରୋକ୍‌ ଏବଂ ହୃଦଘାତ ଭଳି ରୋଗକୁ ଯଥେଷ୍ଟ କମ କରିବା ପଇଁ ପ୍ରସ୍ତୁତ ଅଛୁ। ଉଲ୍ଲେଖଯୋଗ୍ୟ, ୨୦୨୩ରେ ଇଣ୍ଡିଆନ୍‌ କାଉନସିଲ୍‌ ଅଫ୍‌ ମେଡିକାଲ୍‌ ରିସର୍ଚ୍ଚ (ଆଇସିଏମ୍‌ଆର) ଦ୍ୱାରା କରାଯାଇଥିବା ଏକ ବିଭାଗୀୟ ଅଧ୍ୟୟନ ଅନୁଯାୟୀ ଉଚ୍ଚ ରକ୍ତଚାପର ମାତ୍ରା ବୃଦ୍ଧି ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?