Posted inଜାତୀୟ

ଯୁକ୍ରେନ୍‌ ଫେରନ୍ତାଙ୍କୁ ଏନ୍‌ଏମ୍‌ସିର କ୍ଲିନ୍‌ଚିଟ୍‌

ନୂଆଦିଲ୍ଲୀ,୭ା୯: ଯୁକ୍ରେନ୍‌ରେ ମେଡିକାଲ ଶିକ୍ଷା ଲାଭ କରୁଥିବା ଭାରତୀୟ ଛାତ୍ରୀଛାତ୍ରଙ୍କ ପାଇଁ ନ୍ୟାଶନାଲ ମେଡିକାଲ କମିଶନ(ଏନ୍‌ଏମ୍‌ସି) ପକ୍ଷରୁ ବଡ଼ ଆଶ୍ୱସ୍ତି ମିଳିଛି। ରୁଷିଆ-ଯୁକ୍ରେନ୍‌ ଯୁଦ୍ଧ ପାଇଁ ସେଠାରୁ ଅଧାରୁ ଫେରି ଆସିଥିବା ଛାତ୍ରୀଛାତ୍ରମାନେ ଏବେ ବିଶ୍ୱର ଯେକୌଣସି ସ୍ଥାନରେ ଶିକ୍ଷା ଗ୍ରହଣ ପାଇଁ ଆବେଦନ କରିପାରିବେ। ଏଥିପାଇଁ ଏନ୍‌ଏମ୍‌ସି ମଞ୍ଜୁରୀ ପ୍ରଦାନ କରିଛି। ପୂର୍ବରୁ ବିଦେଶରେ ଶିକ୍ଷାଲାଭ କରୁଥିବା ଛାତ୍ରୀଛାତ୍ରଙ୍କୁ ପାଠ୍ୟକ୍ରମ ଅଧାରୁ ଦେଶ ପରିବର୍ତ୍ତନ କରିବାକୁ ଅନୁମତି ନ ଥିଲା। ବିଶେଷ ସ୍ଥିତିକୁ ଅନୁଧ୍ୟାନ କରି ଏନ୍‌ଏମ୍‌ସି ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା କୁହାଯାଇଛି। ତେବେ କ୍ରାଇଟେରିଆ ଅଫ୍‌ ସ୍କ୍ରିନିଂ ଟେଷ୍ଟ ରେଗୁଲେଶନ-୨୦୦୨କୁ ଯେଉଁ ପିଲାମାନେ ପୂରଣ କରିପାରୁଥିବେ ସେହିମାନଙ୍କ କ୍ଷେତ୍ରରେ ହିଁ ଉପରୋକ୍ତ ନିର୍ଦ୍ଦେଶ ଲାଗୁ ହୋଇପାରିବ ବୋଲି ଏନ୍‌ଏମ୍‌ସି ସ୍ପଷ୍ଟ କରିଛି।
ପୂର୍ବରୁ ଯେଉଁ ବିଦେଶୀ ଶିକ୍ଷାନୁଷ୍ଠାନରେ ଛାତ୍ରୀଛାତ୍ରମାନେ ମେଡିକାଲ ଶିକ୍ଷା ଲାଭ କରୁଥିଲେ, ସେହିଠାରେ ସେମାନେ ସମ୍ପୂର୍ଣ୍ଣ ପାଠ୍ୟକ୍ରମ ଶେଷ କରିବା ସହ ପ୍ରଶିକ୍ଷଣ ଏବଂ ଇଣ୍ଟର୍ନଶିପ୍‌ ଏବଂ କ୍ଲର୍କଶିପ୍‌ କରିବାକୁ ଅନୁମତି ମିଳୁଥିଲା। ପାଠ୍ୟକ୍ରମ ମଝିରେ ସେମାନଙ୍କୁ ଅନ୍ୟ ସ୍ଥାନରେ ପ୍ରଶିକ୍ଷଣ କିମ୍ବା ଇଣ୍ଟର୍ନଶିପ୍‌ ନେବାକୁ ଅନୁମତି ନ ଥିଲା। ୟୁକ୍ରେନ୍‌ରେ ଯୁଦ୍ଧ ହେବା ପରେ ସେଠାରେ ଶିକ୍ଷା ଗ୍ରହଣ କରୁଥିବା ଭାରତୀୟ ଛାତ୍ରମାନେ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିବା ପରେ ନିଜର ଭବିଷ୍ୟତକୁ ନେଇ ଅନିଶ୍ଚିତତା ମଧ୍ୟରେ ଗତି କରୁଛନ୍ତି। ଏଭଳି ସ୍ଥିତିରେ ୟୁକ୍ରେନ ପକ୍ଷରୁ ଶିକ୍ଷାନୁଷ୍ଠାନ ପରିବର୍ତ୍ତନ କରିବା ପାଇଁ ଅନୁମତି ଦେବାସମ୍ପର୍କରେ ହୋଇଥିବା ପ୍ରସ୍ତାବକୁ ବୈଦେଶିକ ମନ୍ତ୍ରଣାଳୟ ସହ ଆଲୋଚନା କରି କମିଶନ ଏଭଳି ନିଷ୍ପତ୍ତି ନେଇଛି। ତେବେ ଏହି ନିଷ୍ପତ୍ତି ସାମୟିକ ଭାବେ କାର୍ଯ୍ୟ କରିବାକୁ ଥିବାବେଳେ ମେଡିକାଲ୍‌ ଡ୍ରିଗୀ ପ୍ରମାଣପତ୍ର ମୂଳ ଶିକ୍ଷାନୁଷ୍ଠାନଠାରୁ ମିଳିବ ବୋଲି ଏନ୍‌ଏମ୍‌ସି ସ୍ପଷ୍ଟ କରିଛି। ଇତିମଧ୍ୟରେ ୟୁକ୍ରେନରେ ଥିବା ବିଶ୍ୱବିଦ୍ୟାଳୟଗୁଡ଼ିକ ଖୋଲିଯାଇଥିଲେ ସୁଦ୍ଧା ସେଠାରେ ଲାଗି ରହିଥିବା ବିବାଦୀୟ ସ୍ଥିତି ଯୋଗୁ ପିଲାମାନେ ଯିବାକୁ ଚାହୁଁ ନ ଥିବା ଜଣାପଡ଼ିଛି। ଅଧିକାଂଶ ଛାତ୍ରୀଛାତ୍ର ଅନ୍‌ଲାଇନ୍‌ ମାଧ୍ୟମରେ ଶିକ୍ଷା ଲାଭ କରୁଛନ୍ତି। ତେବେ କେବଳ ଥିଓରି କ୍ଲାସ୍‌କୁ ଅନ୍‌ଲାଇନ୍‌ ମାଧ୍ୟମରେ କରିବାକୁ ଏନ୍‌ଏମ୍‌ସି ଅନୁମତି ଦେଇଥିଲା। ହେଲେ ଏବେ ଛାତ୍ରୀଛାତ୍ରମାନଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା ଲାଗୁ କରାଯାଇଥିବାରୁ ସେମାନଙ୍କ ମଧ୍ୟରେ ଊତ୍ସାହ ପରିଲ୍ଲଖିତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri