ଅନ୍‌ଲାଇନ ଖେଳ ନିଶା: ମା’ ବାପାଙ୍କ ଆକାଉଣ୍ଟରୁ ୯୬ ହଜାର ଟଙ୍କା କାଟି ଜୀବନ ହାରିଲେ ଛାତ୍ର

ଯୋଡ଼ା,୩।୧୦(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ଥାନା ଅନ୍ତର୍ଗତ କମାରଯୋଡ଼ା ଗୌଡ଼ବସ୍ତିଠାରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ର ଅନ୍‌ଲାଇନ ଖେଳ ପାଇଁ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି ।
ସୂଚନାଯୋଗ୍ୟ, କମାରଯୋଡ଼ାରେ ରହୁଥିବା ବିନୋଦ ଆପଟ୍ଟଙ୍କ ୧୪ ବର୍ଷର ପୁଅ ଅମିତାଂଶୁ ଯୋଡ଼ା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଅଷ୍ଟମ ଶ୍ରେଣୀ ଛାତ୍ର। କରୋନା ଯୋଗୁ ଅନ୍‌ଲାଇନ୍‌ରେ ପାଠ ପଢା ହେବାରୁ ଅମିତାଂଶୁଙ୍କୁ ବାପା ଏକ ମୋବାଇଲ କିଣିଦେଇଥିଲେ। ଅନଲାଇନରେ ପାଠ ପଢିବା ସହିତ ଅମିତାଂଶୁ ମୋବାଇଲରେ ଗେମ ଖେଳୁଥିଲେ। କିଛିଦିନ ପୂର୍ବେ ବିନୋଦଙ୍କ ଆକାଉଣ୍ଟରୁ ୩୫ ହଜାର ଓ ତାଙ୍କ ସ୍ତ୍ରୀଙ୍କ ଆକାଉଣ୍ଟରୁ ୬୧ ହଜାର ଟଙ୍କା ଗାଏବ ହେବା ପରେ ସେ ଏ ନେଇ ବ୍ୟାଙ୍କରେ ପଚରାଉଚରା କରିଥିଲେ। ତେବେ ଉକ୍ତ ଟଙ୍କା ଏକ ଅନଲାଇନ ଗେମିଂ ସଂସ୍ଥାର ଆକାଉଣ୍ଟକୁ ଯାଇଥିବା ଜାଣି ପୁଅ ଅମିତାଂଶୁକୁ ତାଗିଦ କରିଥିଲେ। ତେବେ ଶନିବାର ସକାଳେ ଅମିତାଂଶ ଶୌଚାଳୟକୁ ଯାଇ ଏକ ଶାଢିରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ। ପରିବାର ଲୋକେ ଡ଼ାକ୍ତରଖାନାକୁ ନେଇଥିଲେ ହେଁ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ସୂଚନା ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦେଦରରେ ବ୍ଲକସ୍ତରୀୟ ଜାତୀୟ ପୋଷଣ ମାସ କାର୍ଯ୍ୟକ୍ରମ

ଜୁନାଗଡ, ୧।୧୦(ଡି.ଏନ.ଏ.) କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ଦେଦର ଗ୍ରାମରେ ସୋମବାର ବ୍ଲକସ୍ତରୀୟ ଜାତୀୟ ପୋଷଣ ମାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କେୟାର ଇଣ୍ଡିଆର ତରିନା ପ୍ରକଳ୍ପ...

ରେଳବଜେଟରେ ଯାଜପୁର ନିରାଶ

ଯାଜପୁର ଅଫିସ,୬ା୨: ରେଳବଜେଟ ୨୦୨୦-୨୧ ଓଡ଼ିଶା ଏବଂ ବିଶେଷକରି ଯାଜପୁର ଜିଲା ପାଇଁ ନିରାଶଜନକ ହୋଇଛି। ଯାଜପୁର-କେନ୍ଦୁଝରରୋଡ ରେଳଷ୍ଟେଶନରୁ ଧାମରା(ଭାୟା-ବିରଜାକ୍ଷେତ୍ର ଓ ଆରଡି)କୁ ସିଧାସଳଖ ଟ୍ରେନ...

ନିଯୁକ୍ତି ପାଇଁ ରାସ୍ତାରେ ଆଣ୍ଠେଇ କାନ ଧରିଲେ

ଭୁବନେଶ୍ୱର,୭।୮(ବ୍ୟୁରୋ): ଓଡ଼ିଶା ସେକେଣ୍ଡାରୀ ସ୍କୁଲ ଟିଚର ଏଲିଜିବିଲିଟି ଟେଷ୍ଟ(ଓଏସ୍‌ଏସ୍‌ଟିଇଟି) ପରୀକ୍ଷାରେ ପାସ୍‌ କରିଥିବା ପ୍ରଶିକ୍ଷିତ ଯୁବତୀ ଯୁବକ ଏବେ ନିର୍ଣ୍ଣାୟକ ଆନ୍ଦୋଳନ ଚଳାଇଛନ୍ତି। ଉଚ୍ଚ ବିଦ୍ୟାଳୟରେ...

ସହଜ ହେବ ଜଗା ଦର୍ଶନ: ହଟିବ ଆଉ ଏକ ବାଧା

ଭୁବନେଶ୍ୱର,୨୪।୧(ବ୍ୟୁରୋ): ମହାପ୍ରଭୁଙ୍କ ଦର୍ଶନରୁ ଆଉ ଏକ ବାଧାକୁ ହଟାଯିବ। ସେଠାରେ ଲଗାଯାଇଥିବା ବ୍ୟାରିକେଡକୁ ସୋମବାରଠାରୁ ହଟାଯିବା ନେଇ ପୁରୀ ଏସ୍‌ପି କନଓ୍ବର ବିଶାଲ ସିଂହ ରବିବାର...

ଏମ୍‌ସିଏଲ୍‌ କୋଇଲା ଖଣିରେ ବିସ୍ଫୋରଣ

ଝାରସୁଗୁଡ଼ା ଅଫିସ,୨୩ା୩: ମହାନଦୀ କୋଲ୍‌ଫିଲ୍ଡ ଲିମିଟେଡ୍‌(ଏମ୍‌ସିଏଲ୍‌) ଲଖନପୁର କ୍ଷେତ୍ରାଧିନ ବେଲପାହାଡ଼ ଖୋଲାମୁହଁ କୋଇଲା ଖଣି ୧ନଂ କ୍ୱାରୀରେ ବିସ୍ଫୋରଣ ହେବା ଫଳରେ ଖଣି ପାର୍ଶ୍ୱ ଯୋରାବଗା...

ଅବକାରୀ, ବନ ବିଭାଗର ମିଳିତ ଚଢ଼ାଉ: ୧୫ଶହରୁ ଊର୍ଦ୍ଧ୍ୱ ଗଞ୍ଜେଇ ଗଛ ନଷ୍ଟ

ଛେଣ୍ଡିପଦା,୩୦।୧୧: ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ଚାଙ୍ଗୁଡିଆ ପଞ୍ଚାୟତର କଙ୍କୁରପାଳ ଗ୍ରାମରେ ଶନିବାର ଚଢ଼ାଉ କରାଯାଇ ବିପୁଳ ପରିମାଣର ଗଞ୍ଜେଇ ଗଛ ନଷ୍ଟ କରାଯାଇଛି। ଅବକାରୀ...

କପିଳାସ ଆଣିବାକୁ ମସୁଧା

ଢେଙ୍କାନାଳ ଅଫିସ,୨୮ା୧ କିଛି ଦିନ ତଳେ ତାଳଚେରରେ ଉପଦ୍ରବ କରୁଥିବା ନରହନ୍ତା ଦନ୍ତାକୁ କପିଳାସ କପିଳାସ ଚିଡିଆଖାନା ପରିସରରେ ଥିବା ଏଲିଫ୍ୟାଣ୍ଟ ରେସକ୍ୟୁ ସେଣ୍ଟରକୁ ଅଣାଯାଇଥିବାବେଳେ...

ଦୁର୍ନୀତି ରୋକିବାରେ ଜିରୋ ଟଲରେନ୍ସକୁ ଗୁରୁତ୍ୱ

କଟକ ଅଫିସ, ୬।୮: ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍‌) ୨୦୧୮ ବ୍ୟାଚ୍‌ର ଗ୍ରେଡ୍‌-ଏ ଅଫିସରଙ୍କ ନିମନ୍ତେ ୨ଦିନିଆ ତାଲିମ କାର୍ଯ୍ୟକ୍ରମ ଭୁବନେଶ୍ୱରସ୍ଥିତ ରାଜ୍ୟ ଭିଜିଲାନ୍ସ ଏକାଡେମୀରେ...

Advertisement
Archives

Model This Week