ଭାରତରେ ନାଇଟ୍ରସ୍‌ ଅକ୍ସାଇଡ୍‌ ନିର୍ଗମନ

ଗ୍ଲୋବାଲ କାର୍ବନ ପ୍ରୋଜେକ୍ଟ ସଂସ୍ଥା ନିକଟରେ ଅଧ୍ୟୟନ କରି ପ୍ରକାଶ କରିଛି ଯେ, ପୃଥିବୀରେ ବାୟୁମଣ୍ଡଳକୁ ନାଇଟ୍ରସ ଅକ୍ସାଇଡ୍‌ର ଉତ୍ସର୍ଜନରେ ଭାରତ ହେଉଛି ଦ୍ୱିତୀୟ। ଏହାପରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏହି ଗ୍ୟାସ୍‌ କ’ଣ ଓ ଏହାର ଗୁରୁତ୍ୱକୁ ଏଠାରେ ଆଲୋଚନା କରିବା।
ନାଇଟ୍ରସ୍‌ ଅକ୍ସାଇଡ୍‌ ହେଉଛି ଗୋଟିଏ ଗନ୍ଧହୀନ, ରଙ୍ଗହୀନ ଓ ଅଦହନୀୟ ଗ୍ୟାସ୍‌। ଏହା ଜଳରେ ଦ୍ରବୀଭୂତ। ଦନ୍ତ ଚିକିତ୍ସକମାନେ ରୋଗୀକୁ ନିଶ୍ଚେତ କରିବା ପାଇଁ ଏହାକୁ ବେଳେବେଳେ ବ୍ୟବହାର କରିଥାଆନ୍ତି। ଏହାକୁ ଆଘ୍ରାଣ କଲେ ଜଣେ ଅନିଚ୍ଛାକୃତ ଭାବେ ମଧ୍ୟ ଆନନ୍ଦରେ ବିଭୋର ହୋଇଯାଏ। ଏଣୁ ଏହା ‘ହସ ଗ୍ୟାସ୍‌’ ଭାବରେ ଜଣା। କିନ୍ତୁ ଏହି ଗ୍ୟାସ୍‌ ଅନ୍ୟଏକ କାରଣ ପାଇଁ ଚର୍ଚ୍ଚାକୁ ଆସିଛି ଏବଂ ପରିବେଶବିତ୍‌ମାନଙ୍କର ମୁଣ୍ଡବ୍ୟଥାର କାରଣ ହୋଇଛି। ଏହା ହେଉଛି ଗୋଟିଏ ସବୁଜଗୃହ ଗ୍ୟାସ୍‌। ଅନ୍ୟ ସବୁଜଗୃହ ଗ୍ୟାସ୍‌ ଯଥା-ଅଙ୍ଗାରକାମ୍ଳ ଓ ମିଥେନ୍‌ ଭଳି ଏହା ଜାଗତିକ ଉଷ୍ଣତା ବୃଦ୍ଧି ଓ ଜଳବାୟୁ ପରିବର୍ତ୍ତନର କାରଣ ହୋଇଛି। ଏହା ପୃଥିବୀର ବାୟୁମଣ୍ଡଳରେ ଟ୍ରାପୋସ୍ପିୟରରେ ସବୁଜଗୃହ ଗ୍ୟାସ୍‌ ଭାବରେ କାର୍ଯ୍ୟ କରୁଥିବା ବେଳେ ଷ୍ଟ୍ରାଟୋସ୍ପିୟରରେ ଏହା ଓଜନ ସ୍ତର କ୍ଷୟ କରିଥାଏ। ପୃଥିବୀରେ ମୋଟ ସବୁଜଗୃହର ଗ୍ୟାସ୍‌ ଉତ୍ସର୍ଜନରେ ୬% ହେଉଛି ନାଇଟ୍ରସ୍‌ ଅକ୍‌ସାଇଡ୍‌। ୧୦୦ ବର୍ଷ ମଧ୍ୟରେ ଏହା ଅଙ୍ଗାରକାମ୍ଳ ଅପେକ୍ଷା ହେଉଛି ୨୭୩ ଗୁଣ କ୍ଷତିକାରକ। ମାତ୍ର ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ଅନେକ ଶହ ବର୍ଷ ପର୍ଯ୍ୟନ୍ତ ରହିପାରୁଥିବା ବେଳେ ଏହା ୧୧୪ ବର୍ଷ ପର୍ଯ୍ୟନ୍ତ ରହିଥାଏ।
ସମଗ୍ର ପୃଥିବୀରେ ୪୦% ନାଇଟ୍ରସ୍‌ ଅକ୍ସାଇଡ୍‌ ଉତ୍ସର୍ଜନ ହେଉଛି ମନୁଷ୍ୟକୃତ ଏବଂ ଅବଶିଷ୍ଟ ହେଉଛି ପ୍ରାକୃତିକ। ଏହା କୃଷି, ପରିବହନ, ଶିଳ୍ପ ଓ ଅନ୍ୟ କେତେକ କାର୍ଯ୍ୟକଳାପର ବାୟୁମଣ୍ଡଳରୁ ନିର୍ଗତ ହୋଇଥାଏ। ମୃତ୍ତିକା ଚାଷ ହେଉଛି ଏହାର ଏକ ବଡ଼ ଉତ୍ସ। ଏହାବ୍ୟତୀତ ସାଂଶ୍ଳେଷିକ ଓ ଜୈବିକ ସାର ଦ୍ୱାରା ଏବଂ କୃଷିଜାତ ପଦାର୍ଥର ଅବଶେଷକୁ ଜାଳିବା ଦ୍ୱାରା ଏହା ନିର୍ଗତ ହୋଇଥାଏ। ଯାନବାହନରେ ପେଟ୍ରୋଲ ଓ ଡିଜେଲ ଦହନ ଯୋଗୁଁ ଏହା ବାୟୁମଣ୍ଡଳକୁ ଯାଇଥାଏ। କେତେକ ରାସାୟନିକ ପଦାର୍ଥ ଯଥା: ନାଇଟ୍ରିକ୍‌ ଅମ୍ଳ ଓ ଏଡପିକ୍‌ ଅମ୍ଳ ଉତ୍ପାଦନ ସମୟରେ ଏହା ଉତ୍ପନ୍ନ ହୋଇଥାଏ। ମାଟି ଓ ସମୁଦ୍ରରେ ବ୍ୟାକ୍ଟେରିଆ ଯୋଗୁ ଏହା ସୃଷ୍ଟି ହୋଇଥାଏ। ଯବକ୍ଷାରଜାନ ଚକ୍ର ସହିତ ସଂଶ୍ଳିଷ୍ଟ ଅନେକ ଉତ୍ସରୁ ପ୍ରାକୃତିକ ଭାବେ ଏହା ନିର୍ଗତ ହୋଇଥାଏ। ଯବକ୍ଷାରଜାନ ଚକ୍ର ହେଉଛି ବାୟୁମଣ୍ଡଳ, ଉଦ୍ଭିଦ, ପ୍ରାଣୀ ଏବଂ ଜଳ ଓ ମାଟିରେ ରହୁଥିବା ସୂକ୍ଷ୍ମ ଜୀବଗୁଡ଼ିକ ମଧ୍ୟରେ ଯବକ୍ଷାରଜାନର ପ୍ରାକୃତିକ ସଞ୍ଚଳନ।
ଗ୍ଲୋବାଲ କାର୍ବନ ପ୍ରୋଜେକ୍ଟ ପ୍ରକାଶ କରିଥିବା ତଥ୍ୟ ଅନୁଯାୟୀ ମନୁଷ୍ୟକୃତ ନାଇଟ୍ରସ୍‌ ଅକ୍‌ସାଇଡ ଉତ୍ସର୍ଜନ ଯୋଗୁ ଜାଗତିକ ଉଷ୍ଣତା ବୃଦ୍ଧି ୦.୧ ଡିଗ୍ରୀ ହେଉଛି। ୧୯୮୦ରୁ ୨୦୨୦ ମସିହା ମଧ୍ୟରେ ଏହାର ଉତ୍ସର୍ଜନ ୪୦% ବୃଦ୍ଧି ପାଇଛି। ଏହାର ଅଧିକ ଉତ୍ସର୍ଜନକାରୀ ଦେଶଗୁଡ଼ିକ ହେଉଛି ଚାଇନା (୧୬.୭%), ଭାରତ (୧୦.୯%), ଯୁକ୍ତରାଷ୍ଟ ଆମେରିକା (୫.୭%), ବ୍ରାଜିଲ (୫.୩%) ଏବଂ ରୁଷିଆ (୪.୬%)। ମାତ୍ର ଜଣଙ୍କ ପିଛା ଉତ୍ସର୍ଜନରେ ଭାରତ ପାଇଁ ଏହା ୦.୮ କିଗ୍ରା ଥିବା ବେଳେ ଚାଇନା ପାଇଁ ୧.୩, ଆମେରିକା ପାଇଁ ୧.୭, ବ୍ରାଜିଲ ପାଇଁ ୨.୫ ଏବଂ ରୁଷିଆ ପାଇଁ ୩.୩ କିଗ୍ରା ଅଛି। ରିପୋର୍ଟରେ ପୁନଶ୍ଚ ପ୍ରକାଶ ପାଇଛି ଯେ, ଗତ ଦଶନ୍ଧିରେ ନିର୍ଗତ ସମୁଦାୟ ନାଇଟ୍ରସ ଅକ୍ସାଇଡ୍‌ ୭୪% କୃଷି କ୍ଷେତ୍ରରୁ ଆସିଛି ଏବଂ ବିଶେଷଭାବେ ଯବକ୍ଷାରଜାନ ସାର ଓ ଜୈବିକ ସାରରୁ ଏହା ନିର୍ଗତ ହୋଇଛି। ୧୯୮୦ ମସିହାରେ ପୃଥିବୀରେ ୬୦ ନିୟୁତ ମେଟ୍ରିକ ଟନ୍‌ ଯବକ୍ଷାରଜାନ ବ୍ୟବହୃତ ହୋଇଥିବା ବେଳେ ୨୦୨୦ ମସିହାରେ ଏହା ୧୦୧ ନିୟୁତ ମେଟ୍ରିକ ଟନ୍‌ରେ ପହଞ୍ଚତ୍ଛି। ୨୦୨୨ ମସିହାରେ ବାୟୁମଣ୍ଡଳରେ ନାଇଟ୍ରସ୍‌ ଅକ୍‌ସାଇଡ୍‌ର ପରିମାଣ ୩୩୬ ପି.ସି.ବି. (ଏକ ପି.ସି.ବି. ହେଉଛି ବିଲିୟନ ବା ଏକ ଶହ କୋଟିର ଏକ ଭାଗ)ରେ ପହଞ୍ଚତ୍ଛି ଏବଂ ଏହା ହେଉଛି ଶିଳ୍ପ ସଭ୍ୟତା ଆରମ୍ଭ ସମୟର (୧୮୫୦ ମସିହା)ର ପରିମାଣଠାରୁ ୨୫ ପ୍ରତିଶତ ଅଧିକ।
ଭାରତରେ ସମୁଦାୟ ନାଇଟ୍ରସ୍‌ ଅକ୍ସାଇଡ୍‌ ନିର୍ଗତର ୮୫.୬% କୃଷିରୁ ଆସୁଛି। ଅନ୍ୟ ଦେଶରେ ଏହାର ଅନ୍ୟାନ୍ୟ ଉତ୍ସଗୁଡ଼ିକ ହେଉଛି ଶକ୍ତି ଉତ୍ପାଦନ (୭.୭%), ଔଦ୍ୟୋଗିକ ପ୍ରକ୍ରିୟା (୧.୧%), ଭୂମି ବ୍ୟବହାର (୦.୩%) ଏବଂ ଆବର୍ଜନା (୫.୨%)। ଭାରତ ସରକାର ନାଇଟ୍ରିକ ଅକ୍ସାଇଡ୍‌୍‌ ନିର୍ଗତକୁ ହ୍ରାସ କରିବା ପାଇଁ କେତେକ ପଦକ୍ଷେପ ନେଇଛନ୍ତି। ୟୁରିଆ ସାର ଏହି ଗ୍ୟାସ୍‌ ଉତ୍ସର୍ଜନର ମୁଖ୍ୟ ଉତ୍ସ ହୋଇଥିବାରୁ ସରକାର ଦେଶରେ ନିମ ଆବରଣ ଥିବା ୟୁରିଆର ପ୍ରଚଳନ କରିଛନ୍ତି। ଏହି ସାର ବ୍ୟବହାର କଲେ, ନାଇଟ୍ରସ ଅକ୍ସାଇଡ୍‌ ନିର୍ଗତ ପରିମାଣ ହ୍ରାସ ପାଇଥାଏ ଏବଂ ଯବକ୍ଷାରଜାନ ବ୍ୟବହାର ଦକ୍ଷତା ବୃଦ୍ଧି ପାଇଥାଏ। ପୁନଶ୍ଚ ଏହି ଗ୍ୟାସ୍‌ ନିର୍ଗତକୁ ହ୍ରାସ କରିବା ପାଇଁ ପ୍ରଯୁକ୍ତି ବିଦ୍ୟାର ସାହାଯ୍ୟ ନିଆଯାଉଛି। ମୃତ୍ତିକା ପରୀକ୍ଷା ଆଧାରରେ ଯବକ୍ଷାରଜାନ ସାରର ପ୍ରୟୋଗ କମ୍‌ ଚାପରେ କୃଷି, ଉତ୍ତମ ଶସ୍ୟ ଅବଶେଷ ପରିଚାଳନା, ଜୈବିକ ସାର ପ୍ରୟୋଗ ଏବଂ ଶସ୍ୟ ବଦଳ ଆଦିକୁ ପ୍ରୋତ୍ସାହନ କରାଯାଉଛି।
ଜାଗତିକ ଉଷ୍ମତା ବୃଦ୍ଧି ଏବଂ ଓଜୋନସ୍ତରର କ୍ଷୟରେ ପ୍ରମୁଖ ଭୂମିକା ନେଇଥିବା ସତ୍ତ୍ୱେ ନାଇଟ୍ରସ ଅକ୍ସାଇଡ୍‌୍‌ ଉତ୍ସର୍ଜନକୁ ହ୍ରାସ କରିବା ପାଇଁ କୌଣସି ଦେଶରେ ଆଖିଦୃଶିଆ ପଦକ୍ଷେପ ନିଆଯାଉନାହିଁ। ଏହାର ଏକମାତ୍ର କାରଣ ହେଉଛି ଯେ, ଏହା କୃଷି ଉତ୍ପାଦନ ସହିତ ସଂଶ୍ଳିଷ୍ଟ ଅଛି ଏବଂ କୌଣସି ଦେଶ ନିଜ ଖାଦ୍ୟ ଉତ୍ପାଦନ ସହିତ ସାଲିସ କରିବାକୁ ଚାହାନ୍ତି ନାହିଁ। କିନ୍ତୁ ଜଳବାୟୁ ପରିବର୍ତ୍ତନ ଭଳି ବଡ଼ ବିପତ୍ତିରୁ ରକ୍ଷା ପାଇବା ପାଇଁ ଆମକୁ କିଛି ପଦକ୍ଷେପ ନେବାକୁ ପଡ଼ିବ। ଯବକ୍ଷାରଜାନ ଆଧାରିତ ସାରର ବିକଳ୍ପ ବାହାର କରିବାକୁ ପଡ଼ିବ।

ଇଂ. ମାୟାଧର ସ୍ବାଇଁ
– ୭୦, ଲକ୍ଷ୍ମୀବିହାର,
ଫେଜ୍‌-୧, ଭୁବନେଶ୍ୱର
ମୋ : ୯୪୩୮୬୯୩୭୨୪


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?