ଭାରତରେ ନାଇଟ୍ରସ୍‌ ଅକ୍ସାଇଡ୍‌ ନିର୍ଗମନ

ଗ୍ଲୋବାଲ କାର୍ବନ ପ୍ରୋଜେକ୍ଟ ସଂସ୍ଥା ନିକଟରେ ଅଧ୍ୟୟନ କରି ପ୍ରକାଶ କରିଛି ଯେ, ପୃଥିବୀରେ ବାୟୁମଣ୍ଡଳକୁ ନାଇଟ୍ରସ ଅକ୍ସାଇଡ୍‌ର ଉତ୍ସର୍ଜନରେ ଭାରତ ହେଉଛି ଦ୍ୱିତୀୟ। ଏହାପରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏହି ଗ୍ୟାସ୍‌ କ’ଣ ଓ ଏହାର ଗୁରୁତ୍ୱକୁ ଏଠାରେ ଆଲୋଚନା କରିବା।
ନାଇଟ୍ରସ୍‌ ଅକ୍ସାଇଡ୍‌ ହେଉଛି ଗୋଟିଏ ଗନ୍ଧହୀନ, ରଙ୍ଗହୀନ ଓ ଅଦହନୀୟ ଗ୍ୟାସ୍‌। ଏହା ଜଳରେ ଦ୍ରବୀଭୂତ। ଦନ୍ତ ଚିକିତ୍ସକମାନେ ରୋଗୀକୁ ନିଶ୍ଚେତ କରିବା ପାଇଁ ଏହାକୁ ବେଳେବେଳେ ବ୍ୟବହାର କରିଥାଆନ୍ତି। ଏହାକୁ ଆଘ୍ରାଣ କଲେ ଜଣେ ଅନିଚ୍ଛାକୃତ ଭାବେ ମଧ୍ୟ ଆନନ୍ଦରେ ବିଭୋର ହୋଇଯାଏ। ଏଣୁ ଏହା ‘ହସ ଗ୍ୟାସ୍‌’ ଭାବରେ ଜଣା। କିନ୍ତୁ ଏହି ଗ୍ୟାସ୍‌ ଅନ୍ୟଏକ କାରଣ ପାଇଁ ଚର୍ଚ୍ଚାକୁ ଆସିଛି ଏବଂ ପରିବେଶବିତ୍‌ମାନଙ୍କର ମୁଣ୍ଡବ୍ୟଥାର କାରଣ ହୋଇଛି। ଏହା ହେଉଛି ଗୋଟିଏ ସବୁଜଗୃହ ଗ୍ୟାସ୍‌। ଅନ୍ୟ ସବୁଜଗୃହ ଗ୍ୟାସ୍‌ ଯଥା-ଅଙ୍ଗାରକାମ୍ଳ ଓ ମିଥେନ୍‌ ଭଳି ଏହା ଜାଗତିକ ଉଷ୍ଣତା ବୃଦ୍ଧି ଓ ଜଳବାୟୁ ପରିବର୍ତ୍ତନର କାରଣ ହୋଇଛି। ଏହା ପୃଥିବୀର ବାୟୁମଣ୍ଡଳରେ ଟ୍ରାପୋସ୍ପିୟରରେ ସବୁଜଗୃହ ଗ୍ୟାସ୍‌ ଭାବରେ କାର୍ଯ୍ୟ କରୁଥିବା ବେଳେ ଷ୍ଟ୍ରାଟୋସ୍ପିୟରରେ ଏହା ଓଜନ ସ୍ତର କ୍ଷୟ କରିଥାଏ। ପୃଥିବୀରେ ମୋଟ ସବୁଜଗୃହର ଗ୍ୟାସ୍‌ ଉତ୍ସର୍ଜନରେ ୬% ହେଉଛି ନାଇଟ୍ରସ୍‌ ଅକ୍‌ସାଇଡ୍‌। ୧୦୦ ବର୍ଷ ମଧ୍ୟରେ ଏହା ଅଙ୍ଗାରକାମ୍ଳ ଅପେକ୍ଷା ହେଉଛି ୨୭୩ ଗୁଣ କ୍ଷତିକାରକ। ମାତ୍ର ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ଅନେକ ଶହ ବର୍ଷ ପର୍ଯ୍ୟନ୍ତ ରହିପାରୁଥିବା ବେଳେ ଏହା ୧୧୪ ବର୍ଷ ପର୍ଯ୍ୟନ୍ତ ରହିଥାଏ।
ସମଗ୍ର ପୃଥିବୀରେ ୪୦% ନାଇଟ୍ରସ୍‌ ଅକ୍ସାଇଡ୍‌ ଉତ୍ସର୍ଜନ ହେଉଛି ମନୁଷ୍ୟକୃତ ଏବଂ ଅବଶିଷ୍ଟ ହେଉଛି ପ୍ରାକୃତିକ। ଏହା କୃଷି, ପରିବହନ, ଶିଳ୍ପ ଓ ଅନ୍ୟ କେତେକ କାର୍ଯ୍ୟକଳାପର ବାୟୁମଣ୍ଡଳରୁ ନିର୍ଗତ ହୋଇଥାଏ। ମୃତ୍ତିକା ଚାଷ ହେଉଛି ଏହାର ଏକ ବଡ଼ ଉତ୍ସ। ଏହାବ୍ୟତୀତ ସାଂଶ୍ଳେଷିକ ଓ ଜୈବିକ ସାର ଦ୍ୱାରା ଏବଂ କୃଷିଜାତ ପଦାର୍ଥର ଅବଶେଷକୁ ଜାଳିବା ଦ୍ୱାରା ଏହା ନିର୍ଗତ ହୋଇଥାଏ। ଯାନବାହନରେ ପେଟ୍ରୋଲ ଓ ଡିଜେଲ ଦହନ ଯୋଗୁଁ ଏହା ବାୟୁମଣ୍ଡଳକୁ ଯାଇଥାଏ। କେତେକ ରାସାୟନିକ ପଦାର୍ଥ ଯଥା: ନାଇଟ୍ରିକ୍‌ ଅମ୍ଳ ଓ ଏଡପିକ୍‌ ଅମ୍ଳ ଉତ୍ପାଦନ ସମୟରେ ଏହା ଉତ୍ପନ୍ନ ହୋଇଥାଏ। ମାଟି ଓ ସମୁଦ୍ରରେ ବ୍ୟାକ୍ଟେରିଆ ଯୋଗୁ ଏହା ସୃଷ୍ଟି ହୋଇଥାଏ। ଯବକ୍ଷାରଜାନ ଚକ୍ର ସହିତ ସଂଶ୍ଳିଷ୍ଟ ଅନେକ ଉତ୍ସରୁ ପ୍ରାକୃତିକ ଭାବେ ଏହା ନିର୍ଗତ ହୋଇଥାଏ। ଯବକ୍ଷାରଜାନ ଚକ୍ର ହେଉଛି ବାୟୁମଣ୍ଡଳ, ଉଦ୍ଭିଦ, ପ୍ରାଣୀ ଏବଂ ଜଳ ଓ ମାଟିରେ ରହୁଥିବା ସୂକ୍ଷ୍ମ ଜୀବଗୁଡ଼ିକ ମଧ୍ୟରେ ଯବକ୍ଷାରଜାନର ପ୍ରାକୃତିକ ସଞ୍ଚଳନ।
ଗ୍ଲୋବାଲ କାର୍ବନ ପ୍ରୋଜେକ୍ଟ ପ୍ରକାଶ କରିଥିବା ତଥ୍ୟ ଅନୁଯାୟୀ ମନୁଷ୍ୟକୃତ ନାଇଟ୍ରସ୍‌ ଅକ୍‌ସାଇଡ ଉତ୍ସର୍ଜନ ଯୋଗୁ ଜାଗତିକ ଉଷ୍ଣତା ବୃଦ୍ଧି ୦.୧ ଡିଗ୍ରୀ ହେଉଛି। ୧୯୮୦ରୁ ୨୦୨୦ ମସିହା ମଧ୍ୟରେ ଏହାର ଉତ୍ସର୍ଜନ ୪୦% ବୃଦ୍ଧି ପାଇଛି। ଏହାର ଅଧିକ ଉତ୍ସର୍ଜନକାରୀ ଦେଶଗୁଡ଼ିକ ହେଉଛି ଚାଇନା (୧୬.୭%), ଭାରତ (୧୦.୯%), ଯୁକ୍ତରାଷ୍ଟ ଆମେରିକା (୫.୭%), ବ୍ରାଜିଲ (୫.୩%) ଏବଂ ରୁଷିଆ (୪.୬%)। ମାତ୍ର ଜଣଙ୍କ ପିଛା ଉତ୍ସର୍ଜନରେ ଭାରତ ପାଇଁ ଏହା ୦.୮ କିଗ୍ରା ଥିବା ବେଳେ ଚାଇନା ପାଇଁ ୧.୩, ଆମେରିକା ପାଇଁ ୧.୭, ବ୍ରାଜିଲ ପାଇଁ ୨.୫ ଏବଂ ରୁଷିଆ ପାଇଁ ୩.୩ କିଗ୍ରା ଅଛି। ରିପୋର୍ଟରେ ପୁନଶ୍ଚ ପ୍ରକାଶ ପାଇଛି ଯେ, ଗତ ଦଶନ୍ଧିରେ ନିର୍ଗତ ସମୁଦାୟ ନାଇଟ୍ରସ ଅକ୍ସାଇଡ୍‌ ୭୪% କୃଷି କ୍ଷେତ୍ରରୁ ଆସିଛି ଏବଂ ବିଶେଷଭାବେ ଯବକ୍ଷାରଜାନ ସାର ଓ ଜୈବିକ ସାରରୁ ଏହା ନିର୍ଗତ ହୋଇଛି। ୧୯୮୦ ମସିହାରେ ପୃଥିବୀରେ ୬୦ ନିୟୁତ ମେଟ୍ରିକ ଟନ୍‌ ଯବକ୍ଷାରଜାନ ବ୍ୟବହୃତ ହୋଇଥିବା ବେଳେ ୨୦୨୦ ମସିହାରେ ଏହା ୧୦୧ ନିୟୁତ ମେଟ୍ରିକ ଟନ୍‌ରେ ପହଞ୍ଚତ୍ଛି। ୨୦୨୨ ମସିହାରେ ବାୟୁମଣ୍ଡଳରେ ନାଇଟ୍ରସ୍‌ ଅକ୍‌ସାଇଡ୍‌ର ପରିମାଣ ୩୩୬ ପି.ସି.ବି. (ଏକ ପି.ସି.ବି. ହେଉଛି ବିଲିୟନ ବା ଏକ ଶହ କୋଟିର ଏକ ଭାଗ)ରେ ପହଞ୍ଚତ୍ଛି ଏବଂ ଏହା ହେଉଛି ଶିଳ୍ପ ସଭ୍ୟତା ଆରମ୍ଭ ସମୟର (୧୮୫୦ ମସିହା)ର ପରିମାଣଠାରୁ ୨୫ ପ୍ରତିଶତ ଅଧିକ।
ଭାରତରେ ସମୁଦାୟ ନାଇଟ୍ରସ୍‌ ଅକ୍ସାଇଡ୍‌ ନିର୍ଗତର ୮୫.୬% କୃଷିରୁ ଆସୁଛି। ଅନ୍ୟ ଦେଶରେ ଏହାର ଅନ୍ୟାନ୍ୟ ଉତ୍ସଗୁଡ଼ିକ ହେଉଛି ଶକ୍ତି ଉତ୍ପାଦନ (୭.୭%), ଔଦ୍ୟୋଗିକ ପ୍ରକ୍ରିୟା (୧.୧%), ଭୂମି ବ୍ୟବହାର (୦.୩%) ଏବଂ ଆବର୍ଜନା (୫.୨%)। ଭାରତ ସରକାର ନାଇଟ୍ରିକ ଅକ୍ସାଇଡ୍‌୍‌ ନିର୍ଗତକୁ ହ୍ରାସ କରିବା ପାଇଁ କେତେକ ପଦକ୍ଷେପ ନେଇଛନ୍ତି। ୟୁରିଆ ସାର ଏହି ଗ୍ୟାସ୍‌ ଉତ୍ସର୍ଜନର ମୁଖ୍ୟ ଉତ୍ସ ହୋଇଥିବାରୁ ସରକାର ଦେଶରେ ନିମ ଆବରଣ ଥିବା ୟୁରିଆର ପ୍ରଚଳନ କରିଛନ୍ତି। ଏହି ସାର ବ୍ୟବହାର କଲେ, ନାଇଟ୍ରସ ଅକ୍ସାଇଡ୍‌ ନିର୍ଗତ ପରିମାଣ ହ୍ରାସ ପାଇଥାଏ ଏବଂ ଯବକ୍ଷାରଜାନ ବ୍ୟବହାର ଦକ୍ଷତା ବୃଦ୍ଧି ପାଇଥାଏ। ପୁନଶ୍ଚ ଏହି ଗ୍ୟାସ୍‌ ନିର୍ଗତକୁ ହ୍ରାସ କରିବା ପାଇଁ ପ୍ରଯୁକ୍ତି ବିଦ୍ୟାର ସାହାଯ୍ୟ ନିଆଯାଉଛି। ମୃତ୍ତିକା ପରୀକ୍ଷା ଆଧାରରେ ଯବକ୍ଷାରଜାନ ସାରର ପ୍ରୟୋଗ କମ୍‌ ଚାପରେ କୃଷି, ଉତ୍ତମ ଶସ୍ୟ ଅବଶେଷ ପରିଚାଳନା, ଜୈବିକ ସାର ପ୍ରୟୋଗ ଏବଂ ଶସ୍ୟ ବଦଳ ଆଦିକୁ ପ୍ରୋତ୍ସାହନ କରାଯାଉଛି।
ଜାଗତିକ ଉଷ୍ମତା ବୃଦ୍ଧି ଏବଂ ଓଜୋନସ୍ତରର କ୍ଷୟରେ ପ୍ରମୁଖ ଭୂମିକା ନେଇଥିବା ସତ୍ତ୍ୱେ ନାଇଟ୍ରସ ଅକ୍ସାଇଡ୍‌୍‌ ଉତ୍ସର୍ଜନକୁ ହ୍ରାସ କରିବା ପାଇଁ କୌଣସି ଦେଶରେ ଆଖିଦୃଶିଆ ପଦକ୍ଷେପ ନିଆଯାଉନାହିଁ। ଏହାର ଏକମାତ୍ର କାରଣ ହେଉଛି ଯେ, ଏହା କୃଷି ଉତ୍ପାଦନ ସହିତ ସଂଶ୍ଳିଷ୍ଟ ଅଛି ଏବଂ କୌଣସି ଦେଶ ନିଜ ଖାଦ୍ୟ ଉତ୍ପାଦନ ସହିତ ସାଲିସ କରିବାକୁ ଚାହାନ୍ତି ନାହିଁ। କିନ୍ତୁ ଜଳବାୟୁ ପରିବର୍ତ୍ତନ ଭଳି ବଡ଼ ବିପତ୍ତିରୁ ରକ୍ଷା ପାଇବା ପାଇଁ ଆମକୁ କିଛି ପଦକ୍ଷେପ ନେବାକୁ ପଡ଼ିବ। ଯବକ୍ଷାରଜାନ ଆଧାରିତ ସାରର ବିକଳ୍ପ ବାହାର କରିବାକୁ ପଡ଼ିବ।

ଇଂ. ମାୟାଧର ସ୍ବାଇଁ
– ୭୦, ଲକ୍ଷ୍ମୀବିହାର,
ଫେଜ୍‌-୧, ଭୁବନେଶ୍ୱର
ମୋ : ୯୪୩୮୬୯୩୭୨୪


Enter your email to get our daily news in your inbox.

All Right Reserved By Dharitri.Com

ଜୁଆ ଖେଳୁଥିବା ସମୟରେ ବାଲାଜୀ ରାଇସ ମିଲରେ ପୋଲିସର ଚଢ଼ାଉ

ରିଷିଡା, ୨।୭,(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କଳାମୁଣ୍ତା ବ୍ଲକ ଅନ୍ତର୍ଗତ ଗଜବାହଲ ପଞ୍ଚାୟତ ସ୍ଥିତ ବାଲାଜୀ ରାଇସ ମିଲ ଭିତରେ ଗୁରୁବାର କୌଣସି ସୂତ୍ରରୁ ଖବର ପାଇ…

ଘରେ ପାଠ ପଢିବାକୁ କହିବାରୁ ରାଜି ନ ହୋଇ ଚରମ ପଦକ୍ଷେପ ନେଲେ ନାବାଳିକା

ଦାରିଙ୍ଗବାଡି, ୨।୭, (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଘଟିଯାଇଛି ବଡ଼ ଅଘଟଣ ଜଣେ ଯୁକ୍ତ ୨ ପଢୁଥିବା ଛାତ୍ରୀ ପାଠ ପଢିବାକୁ…

ଜାତୀୟ ରାଜପଥର ଫୁଟ୍‌ପାଥରୁ ଲୁହା ରେଲିଂ କାଟି ନେଇଗଲେ ଦୁର୍ବୃତ୍ତ, ଠିକାସଂସ୍ଥାର ପ୍ରକଳ୍ପ ଅଧିକାରୀ କହିଲେ…

ଦାରିଙ୍ଗବାଡ଼ି,୨ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଦେଇ ଯାଇଥିବା ଗୋପାଳପୁରଠାରୁ ରାଇପୁର ରାସ୍ତାର ସିମନବାଡ଼ି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ନିକଟରେ ରାଜପଥର ଫୁଟ୍‌ପାଥରେ ଲାଗିଥିବା ଲୁହା ରେଲିଂଗୁଡିକୁ…

ଜାପାନ ପ୍ରଧାନମନ୍ତ୍ରୀ ସାନାଏ ତାକାଇଚିଙ୍କୁ ‘ସାନ ଭଉଣୀ’ ବୋଲି କାହିଁକି କହିଲେ ପ୍ରଧାନମନ୍ତ୍ରୀ ମୋଦି? ଜାଣନ୍ତୁ ସମ୍ପୂର୍ଣ୍ଣ କାହାଣୀ

ନୂଆଦିଲ୍ଲୀ,୨।୭: ଭାରତ ଏବଂ ଜାପାନ ମଧ୍ୟରେ ସମ୍ପର୍କକୁ ଗୁରୁବାର ଏକ ଗଭୀର ବ୍ୟକ୍ତିଗତ ଏବଂ ଭାବପ୍ରବଣ ମୁହୂର୍ତ୍ତ ଭାବରେ ଚିହ୍ନିତ କରିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇଥର…

ଅଙ୍ଗନଓ୍ବାଡ଼ି ପାଚିକାଙ୍କୁ ରୋଷେଇ କରିବାକୁ ବିରୋଧ, ଅଭିଯୋଗ ଆଣି କହିଲେ ମୋ’ ହାତରୁ…

ଝାରବନ୍ଧ,୨ା୭(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ଥାନା ଅନର୍ଗତ ଦଓ୍ବୋନପାଲି ଗ୍ରାମରେ ଜାତିବାଦକୁ ନେଇ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଅଭିଯୋଗ ଅନୁଯାୟୀ, ଦଓ୍ବୋନପାଲି ଗ୍ରାମରେ…

ଶରଦ ପାୱାରଙ୍କ NCP-SPର କଂଗ୍ରେସ ସହିତ ମିଶ୍ରଣକୁ ନେଇ ଆସିଲା ବଡ଼ ଅପଡେଟ, ଦଳୀୟ ନେତା କହିଲେ…

ନୂଆଦିଲ୍ଲୀ,୨।୭: ମହାରଷ୍ଟ୍ର କଂଗ୍ରେସ ନେତା ନାନା ପାଟୋଲେ କହିଛନ୍ତି ଯେ ଶରଦ ପାୱାରଙ୍କ ଦଳର କଂଗ୍ରେସ ସହିତ ମିଶ୍ରଣ ସମ୍ପର୍କରେ କୌଣସି ଆଲୋଚନା ହେଉନାହିଁ। ସେ ଏହି…

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହିତ ଜଡିତ ସମସ୍ତ ଟ୍ରେଡ ଡିଲ୍‌ କେବଳ ଗୁଜବ; ମୁମ୍ବାଇ ଇଣ୍ଡିଆନ୍ସରୁ ଆସୁଥିବା ଖବର ଆପଣଙ୍କ ହୋସ୍‌ ଉଡାଇ ଦେବ

ନୂଆଦିଲ୍ଲୀ,୨।୭: ୨୦୨୪ ପରି, ହାର୍ଦ୍ଦିକ ପାଣ୍ଡ୍ୟା ପୁଣି ଥରେ ଆଲୋଚନାର ବିଷୟ ପାଲଟିଛନ୍ତି। ତିନି ବର୍ଷ ପୂର୍ବେ ମୁମ୍ବାଇ ଇଣ୍ଡିଆନ୍ସ ଏକ ଟ୍ରେଡ ଡିଲ୍‌ ମାଧ୍ୟମରେ ହାର୍ଦ୍ଦିକଙ୍କୁ…

ପ୍ରଦୂଷିତ ହେଉଛି ସହର, ସବୁଠି ଗଛ ଲଗାଇବାକୁ ଆହ୍ବାନ ଦେଲେ…

ଭଞ୍ଜନଗର,୨ା୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡସ୍ତରୀୟ ବନ ମହୋତ୍ସବ ସପ୍ତାହ ଗାଲେରୀ ରେଞ୍ଜ ସାମରଡ଼ା ବନ ସୁରକ୍ଷା ସମିତି ଅଞ୍ଚଳରେ ପାଳିତ ହୋଇଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri