କିମ୍ସ ଡାକ୍ତରଙ୍କୁ ବଡ଼ ସଫଳତା: ୧୦ ମାସ ଶିଶୁର ଖାଦ୍ୟ ନଳୀରୁ ବାହାରିଲା ପିନ୍‌

ଭୁବନେଶ୍ୱର, ୨୧ା୮:ରାଉରକେଲାର ଜଣେ ୧୦ ମାସର ଶିଶୁ ଭୁଲ୍‌ବଶତଃ ଏକ ଧାତବ ପିନ୍‌ ଗିଳିଦେବା ପରେ ତାହା ଖାଦ୍ୟନଳୀରେ ଅଟକିଯାଇଥିଲା। ଭୁବନେଶ୍ୱରସ୍ଥିତ କିମ୍ସ ହସ୍ପିଟାଲରେ ଡାକ୍ତରମାନେ ଆଡ୍‌ଭାନ୍ସ ଏଣ୍ଡୋସ୍କୋପି ପଦ୍ଧତିରେ ପିନ୍‌ଟିକୁ ସଫଳତାର ସହ ବାହାର କରିିଛନ୍ତି। ଲଗାତର ବାନ୍ତିହେବା ପରେ ଅଗଷ୍ଟ ୧୮ରେ ଶିଶୁଟିକୁ କିମ୍ସକୁ ଅଣାଯାଇଥିଲା। ପରୀକ୍ଷାନିରୀକ୍ଷା ଓ ଇମେଜିଂ ଏକ୍ସ-ରେରୁ ପିନ୍‌ଟି ଗଳା ନିକଟସ୍ଥ ଖାଦ୍ୟନଳୀର ଉପରିଭାଗରେ ଫସିରହିଥିବା ଜଣାପଡ଼ିଥିଲା। ପିନ୍‌ଟି ମୁନିଆ ହୋଇଥିବାରୁ ଶିଶୁର ଖାଦ୍ୟନଳୀରୁ ବାହାକରିବା କିମ୍ସ ଡାକ୍ତରଙ୍କ ପକ୍ଷେ ଏହା ଅତ୍ୟନ୍ତ ଚ୍ୟାଲେଞ୍ଜିଂ ଥିଲା ବୋଲି କିମ୍ସ ପକ୍ଷରୁ କୁହାଯାଇଛି। ଇଏନ୍‌ଟି, ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ଏବଂ ଆନେସ୍ଥେସିଓଲୋଜି ବିଭାଗର ବିଶେଷଜ୍ଞଙ୍କୁ ନେଇ ଗଠିତ ଏକ ଟିମ୍‌ ମିଳିତ ଭାବେ ଚିକିତ୍ସା କରିଥିଲେ। ଏକ ଆଡ୍‌ଭାନ୍ସଡ୍‌ ଏଣ୍ଡୋସ୍କୋପିକ୍‌ ପଦ୍ଧତି ମାଧ୍ୟମରେ ଡାକ୍ତରମାନେ ସାବଧାନତାର ସହ ପିନ୍‌ଟିକୁ ପ୍ରଥମେ ପେଟ ଭିତରକୁ ଠେଲିଦେଇଥିଲେ ଏବଂ ପରେ ଖାଦ୍ୟନଳୀ ଦେଇ ଦିଆଯାଇଥିବା ଫ୍ଲେକ୍ସିବଲ୍‌ ଏଣ୍ଡୋସ୍କୋପ୍‌ ସାହାଯ୍ୟରେ ପାଟି ବାଟେ ବାହାର କରାଯାଇଥିଲା। ଅସ୍ତ୍ରୋପଚାର ପରେ ଶିଶୁଟିକୁ ଗୋଟିଏ ଦିନ ପାଇଁ ନିବିଡ଼ ସେବା କେନ୍ଦ୍ର (ପିକୁ)ରେ ରଖି ନଜର ରଖାଯାଇଥିଲା। ଡା. କବିକାନ୍ତ ସାମନ୍ତରାୟ, ଡା. ମାନସ ରଞ୍ଜନ ରାଉତ, ଡା. ଟି. ରାଜମୋହନ ରାଓ, ଡା. ଦିବ୍ୟଲୋଚନ ପ୍ରହରାଜ ଏବଂ ଡା. ସ୍ନେହାଙ୍କ ସହ ସହାୟକ ମେଡିକାଲ ଓ ନର୍ସିଂ ଟିମ୍‌ ମିଳିତ ଉଦ୍ୟମରେ ଏହି ଚିକିତ୍ସା ସଫଳ ହୋଇଥିଲା ା ଡାକ୍ତରମାନେ କହିଛନ୍ତି, ବିଶେଷ କରି ଗିଳିଦେଇଥିବା ବସ୍ତୁଟି ମୁନିଆ ହୋଇଥିଲେ ଏଭଳି କ୍ଷେତ୍ରରେ ଠିକ୍‌ ସମୟରେ ରୋଗ ନିରୂପଣ ଏବଂ ଚିକିତ୍ସା ଅତ୍ୟନ୍ତ ଆବଶ୍ୟକ ା ସତର୍କ ଯୋଜନା, ଆଡ୍‌ଭାନ୍ସ୍ସଡ୍‌ ଏଣ୍ଡୋସ୍କୋପିକ୍‌ ପ୍ରଯୁକ୍ତିବିଦ୍ୟା ଏବଂ ବିଭିନ୍ନ ବିଭାଗର ବିଶେଷଜ୍ଞଙ୍କ ମଧ୍ୟରେ ଉତ୍ତମ ସମନ୍ବୟ ଯୋଗୁ ଏହି ଜଟିଳ ଚିକିତ୍ସା ସଫଳ ହୋଇପାରିଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଆସୁଛି ଆଉ ଏକ ଲଘୁଚାପ: ଆଜିଠୁ ସପ୍ତାହେ ଯାଏ ବର୍ଷା

ଭୁବନେଶ୍ୱର, ୨୧ା୮:ରାଜ୍ୟରେ ଏବେ ବର୍ଷା ଓ ବନ୍ୟା ଦୁର୍ଦ୍ଦଶା ଜାରି ରହିଥିବା ବେଳେ ଆସୁଛି ଆଉ ଏକ ଲଘୁଚାପ। ତିନିଦିନ ହେବ ଶୁଖିଲା ପାଗ ସହ ଖରା…

୧୬.୨ କୋଟିରେ ବିକ୍ରି ହେଲା ମହାତ୍ମା ଗାନ୍ଧୀଙ୍କ ହାତଲେଖା ପାଣ୍ଡୁଲିପି

ନୂଆଦିଲ୍ଲୀ,୨୧।୮(ପି.ଟି.): ସାଫ୍ରୋନ୍‌ଆର୍ଟ ନିଲାମୀ ପ୍ରତିଷ୍ଠାନ ପକ୍ଷରୁ ଆୟୋଜିତ ଏକ ନିଲାମୀରେ ମହାତ୍ମା ଗାନ୍ଧୀଙ୍କ ଦ୍ୱାରା ଲିଖିତ ୬୮୮ଟି ଆତ୍ମଚିନ୍ତନ ଓ ବିଚାର ସମ୍ପର୍କିତ ପାଣ୍ଡୁଲିପି ୧୬ କୋଟି…

ହୋମୱାର୍କ ପାଇଁ ଚାପୁଡ଼ା ମାରିଲେ କ୍ଲାସ୍ ଟିଚର: ଅଚେତ ହୋଇ ଟଳି ପଡ଼ିଲା ୬ ବର୍ଷର ଶିଶୁ, ଡାକ୍ତରଖାନାରେ ମୃତ୍ୟୁ

ବିଶାଖାପାଟଣା, ୨୦।୮: ଆନ୍ଧ୍ରପ୍ରଦେଶର ବିଶାଖାପାଟଣାସ୍ଥିତ ଏକ ଘରୋଇ ସ୍କୁଲରେ ଜଣେ ୬ ବର୍ଷର କୋମଳମତି ଶିଶୁର ସନ୍ଦେହଜନକ ମୃତ୍ୟୁ ଘଟିଛି। ହୋମୱାର୍କ ପୂରା କରି ନ ଥିବା…

ସୁଡ଼ଙ୍ଗ ଭିତରେ ୨ ଟ୍ରକ୍‌ ମୁହାଁମୁହିଁ ଧକ୍କା: ୪ମୃତ, ୭ ଆହତ

ଚଣ୍ଡିଗଡ଼, ୨୦।୮: କିରାତପୁର-ମନାଲି ଜାତୀୟ ରାଜପଥ ଦାଓ୍ବାଡ଼ା ସୁଡ଼ଙ୍ଗ ଭିତରେ ଦୁଇଟି ଟ୍ରକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ୪ଜଣଙ୍କ ମୃତ୍ୟୁ ହୋଇଛି ଏବଂ…

ଶୁକ୍ରବାରଠୁ ସପ୍ତାହେ ଯାଏ ବର୍ଷା, ୟେଲୋ ଓ୍ବାର୍ନିଂ ଜାରି

ଭୁବନେଶ୍ୱର, ୨୦ା୮(ବନ୍ଦନା ସେଠୀ) – ରାଜ୍ୟରେ ଏବେ ବର୍ଷା ଓ ବନ୍ୟା ଦୁର୍ଦ୍ଦଶା ଜାରି ରହିଥିବା ବେଳେ ଆସୁଛି ଆଉ ଏକ ଲଘୁଚାପ। ତିନିଦିନ ହେବ ଶୁଖିଲା…

ଇନଷ୍ଟାଗ୍ରାମରୁ ପ୍ରେମ ସମ୍ପର୍କ ଯୋଡ଼ି ଅପହରଣ କରି ନେଇଥିଲେ, ଭୁବନେଶ୍ୱରରୁ ନାବାଳିକାଙ୍କୁ ଉଦ୍ଧାର, ଅଭିଯୁକ୍ତଙ୍କୁ ଗିରଫ କରି…

ଦିଗପହଣ୍ଡି,୨୦।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ଏକ ଗାଁରୁ ଜଣେ ୧୫ ବର୍ଷୀୟା ନାବାଳିକାଙ୍କୁ ଅପହରଣ କରାଯାଇଥିବା ନେଇ କେ.ନୂଆଗାଁ ଥାନାରେ ଅଭିଯୋଗ…

ସିମ୍‌ କାର୍ଡକୁ ନେଇ ନୂଆ ନିୟମ! ଆଉ ୪ଦିନ ପରେ ଏମାନଙ୍କର କଟିଯିବ କନେକ୍ସନ…

ନୂଆଦିଲ୍ଲୀ,୨୦ା୮: ଭାରତରେ ଜଣେ ବ୍ୟକ୍ତିଙ୍କ ନାମରେ ଥିବା ମୋବାଇଲ୍ କନେକ୍ସନ୍‌ର ସୀମାକୁ ସରକାର କଡ଼ାକଡ଼ି ଭାବେ ଲାଗୁ କରିବାକୁ ଯାଉଛନ୍ତି। ଅଗଷ୍ଟ ୨୪ ରୁ ଟେଲିକମ୍ ଅପରେଟରମାନଙ୍କୁ…

ବଙ୍ଗୋପସାଗରରେ ହେଲାଣି ହଲଚଲ; ଓଡ଼ିଶାରେ ଆସିବ ବଡ଼ ଭୂମିକମ୍ପ! ଥରିବ ଏସବୁ ଜିଲା…

ଭୁବନେଶ୍ୱର, ୨୦।୮: ସମ୍ପ୍ରତି ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଓଡ଼ିଶାରେ ନିକଟ ଭବିଷ୍ୟତରେ ଭୂକମ୍ପ ଆସିବାର ସମ୍ଭାବନା ନେଇ ଭୂବିଜ୍ଞାନୀ ଏବଂ ବିଶେଷଜ୍ଞମାନେ ସତର୍କତା ଜାରି କରିଛନ୍ତି। ପୃଥିବୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri