ନୀତି ବିଳମ୍ବ, ଭକ୍ତ ହଇରାଣ

ପୁରୀ ଅଫିସ, ୫ା୧୧: କାର୍ତ୍ତିକ ମାସ ଶୁକ୍ଳପକ୍ଷ ଏକାଦଶୀ ତିଥିରେ ଶୁକ୍ରବାରଠାରୁ ପବିତ୍ର ପଞ୍ଚକ ଆରମ୍ଭ ହୋଇଛି। ପଞ୍ଚକର ପ୍ରଥମ ଦିନରେ ମହାପ୍ରଭୁଙ୍କ ଲକ୍ଷ୍ମୀନାରାୟଣ ବେଶ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ପ୍ରବଳ ଗହଳି ଦେଖିବାକୁ ମିଳିଛି। ତେବେ ନୀତିକାନ୍ତିରେ ବିଳମ୍ବ ଘଟିବାରୁ ଦର୍ଶନ ନେଇ ଭକ୍ତଙ୍କୁ ହଇରାଣ ହେବାକୁ ପଡ଼ିଛି। ଶ୍ରୀମନ୍ଦିର ସିଂହଦ୍ୱାରଠାରୁ ମରିଚିକୋଟ ଛକ ପର୍ଯ୍ୟନ୍ତ ବ୍ୟାରିକେଡ୍‌ ମଧ୍ୟରେ ଭକ୍ତମାନେ ଘଣ୍ଟା ଘଣ୍ଟା ଧରି ଲମ୍ବା ଧାଡ଼ିରେ ଠିଆ ହୋଇଥିବାବେଳେପାନୀୟଜଳ ପାଇଁ ଅନେକେ ଡହଳବିକଳ ହେବା ସହ ପ୍ରବଳ ଭିଡ଼ ଯୋଗୁ ଅଣନିଃଶ୍ୱାସୀ ଅନୁଭବ କରିଥିଲେ। ଏଥିଯୋଗୁ ଭକ୍ତମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ନୀତି ନିର୍ଘଣ୍ଟ ଅନୁଯାୟୀ, ଗୁରୁବାର ରାତି ୩ଟାରୁ ଦ୍ୱାରଫିଟା ହେବା ଲାଗି ନିଷ୍ବତ୍ତି ନିଆଯାଇଥିଲା। ତେବେ ଶୁକ୍ରବାର ଭୋର ୫ଟା ୨୫ରେ ଦ୍ୱାରଫିଟା ନୀତି ହୋଇଥିଲା। ମଙ୍ଗଳ ଆଳତି ୪ଟାରେ ହେବାର ଥିଲେ ମଧ୍ୟ ୬ଟା ୫ ମିନିଟ୍‌ରେ ହୋଇଥିଲା। ସେହିପରି ଲକ୍ଷ୍ମୀନାରାୟଣ ବେଶ ଭୋର ୫ଟା ୧୦ରୁ ଆରମ୍ଭ ହୋଇ ସକାଳ ୮ଟାରେ ସରିବାକୁ ଥିବାବେଳେ ତାହା୧୦ଟା ୩୦ରେ ସମ୍ପନ୍ନ କରାଯାଇଥିଲା। ଗୋପାଳ ବଲ୍ଲଭ ୧୧ଟା ୩୦ ଓ ସକାଳ ଧୂପ ଅପରାହ୍ନ ୧ଟା ୧୦ରେ ସରିଥିଲା। ୧ଟା ୫୦ରେ ଭୋଗମଣ୍ଡପ ଉଠିଥିଲା। ଅପରାହ୍ନ ୨ଟା ୩୦ରେ ବାଳଧୂପ ହୋଇଥିଲା। ନୀତିକାନ୍ତିରେ ୨ଘଣ୍ଟା ବିଳମ୍ବ ଯୋଗୁ ଭୋଗ ବିଳମ୍ବରେ ଉଠିଥିଲା। ଫଳରେ ଭକ୍ତ ମହାପ୍ରସାଦ ପାଇବାରେ ବିଳମ୍ବ ଘଟିଥିଲା। ସେହିପରି ଦାରୁଦିଅଙ୍କ ଦର୍ଶନ ଲାଗି ଭକ୍ତମାନଙ୍କୁ ବ୍ୟାରିକେଡ୍‌ ମଧ୍ୟରେ ଦୀର୍ଘ ସମୟ ଧରି ଠିଆ ହୋଇ ରହିବାକୁ ପଡ଼ିଥିଲା। ପ୍ରବଳ ଭିଡ଼ରେ ଅନେକେ ଅଣନିଃଶ୍ୱାସୀ ଅନୁଭବ କରିଥିଲେ। ଏପରିକି ଅନେକ ଭକ୍ତଙ୍କୁ ପିଇବା ପାଣି ପାଇଁ ହଇରାଣ ହେବାକୁ ପଡ଼ିଥିଲା। ପଞ୍ଚକ ୫ଦିନରେ ମହାପ୍ରଭୁ ପ୍ରତିଦିନ ବିଭିନ୍ନ ବେଶରେ ଦର୍ଶନ ଦେବେ। ଶୁକ୍ରବାର ପଞ୍ଚକର ପ୍ରଥମ ଦିନରେ ମହାପ୍ରଭୁଙ୍କର ଲକ୍ଷ୍ମୀନାରାୟଣ ବେଶ ହୋଇଥିଲା। ଏହି ଦୁର୍ଲଭ ବେଶ ଦର୍ଶନ ଲାଗି ବଡ଼ଦାଣ୍ଡରେ ରାଜ୍ୟ ଓ ରାଜ୍ୟ ବାହାରୁ ପ୍ରାୟ ୫୦ ହଜାର ଭକ୍ତଙ୍କ ସମାଗମ ହୋଇଥିଲା। ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ଏଥିଲାଗି ସେମାନେ ପ୍ରଶାସନର ଦୂରଦୃଷ୍ଟି ଅଭାବକୁ ଦାୟୀ କରିଥିଲେ। ସେହିପରି ଟ୍ରାଫିକ ସମସ୍ୟା ଉପୁଜିବାରୁ ଲୋକେ ଯାତାୟତରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ସିଂହଦ୍ୱାର ଥାନା କର୍ମଚାରୀ ଶ୍ରଦ୍ଧାଳଙ୍କୁ ପିଇବା ପାଣି ବଣ୍ଟନ କରିବା ସହ ଟ୍ରାଫିକ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲେ। ପଞ୍ଚୁକ ପୂୂର୍ବରୁ ଭକ୍ତମାନେ ସିଂହଦ୍ୱାର ଏବଂ ପଶ୍ଚିମ ଦ୍ୱାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରୁଥିଲେ। ମାତ୍ର ପ୍ରଶାସନ ପକ୍ଷରୁ ଗତ ୪ରୁ ୮ତାରିଖ ପର୍ଯ୍ୟନ୍ତ ଭକ୍ତଙ୍କୁ ପଶ୍ଚିମ ଦ୍ୱାରଦେଇ ପ୍ରବେଶ ଉପରେ କଟକଣା ଲାଗୁ କରାଯାଇଛି। ଭକ୍ତମାନେ ଗୋଟିଏ ଦ୍ୱାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରୁଛନ୍ତି। ତେଣୁ ଏଭଳି ଭିଡ଼ ପରିସ୍ଥିତି ଉପୁଜୁଛି ବୋଲି କେତେଜଣ ଭକ୍ତ କ୍ଷୋଭର ସହ କହିଛନ୍ତି। ଆଗକୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ଏଭଳି ଗହଳି ହେବ। ତେଣୁ ଏବେଠାରୁୁ ବ୍ୟବସ୍ଥା ଠିକ୍‌ ଭାବେ ନିୟନ୍ତ୍ରଣ କରିବା ଦରକାର। ଅନ୍ୟପକ୍ଷରେ ଏ ନେଇ ଏସ୍‌ପି କନଓ୍ବର ବିଶାଲ ସିଂ କହିଛନ୍ତି, ଭକ୍ତଙ୍କ ସୁବିଧାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଭକ୍ତଙ୍କୁ ପର୍ଯ୍ୟାୟ କ୍ରମେ ମନ୍ଦିରକୁ ଛଡ଼ାଯାଉଛି। ଏହି ସମୟରେ ପ୍ରାୟବୟସ୍କ ଭକ୍ତଙ୍କ ଅଧିକ ସମାଗମ ହୋଇଥାଏ। ତେଣୁ ସେମାନଙ୍କ ସୁବିଧା ଉପରେ ପ୍ରଶାସନ ଗୁରୁତ୍ୱ ଦେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ପ୍ରଶାସନିକ ଅଣଦେଖା ପ୍ରତିବାଦରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚିକିଟିର ଜନପ୍ରତିନିଧି, ୨ ବର୍ଷ ହେଲା ଉଦ୍ଦେଶ୍ୟମୂଳକ ଭାବେ…

ଛତ୍ରପୁର,୯।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଏବଂ ଏନ୍‌ଏସି (NAC) ପ୍ରଶାସନ ପକ୍ଷରୁ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ କ୍ରମାଗତ ଭାବେ ଅଣଦେଖା କରାଯାଉଥିବା ନେଇ ସ୍ୱର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ପାଟିତୁଣ୍ଡ ଭିତରେ ପଶି କରିଥିଲେ ହତ୍ୟା: ଅଭିଯୁକ୍ତ ଉପେନ୍ଦ୍ରଙ୍କୁ ଆଜୀବନ ଜେଲ୍

ଛତ୍ରପୁର,୯।୪(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଳକୃଷ୍ଣପୁର ଗ୍ରାମର ୨୦୧୩ ମସିହାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି ।…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଖବରଦାତାଙ୍କ ପତ୍ନୀଙ୍କ ଅକାଳ ବିୟୋଗ: ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୯।୪(ବିଦ୍ୟାଧର ସାହୁ), ୯/୪: ଗଞ୍ଜାମ ବ୍ଲକ ଅଞ୍ଚଳର ବରିଷ୍ଠ ଖବରଦାତା ରାମଚନ୍ଦ୍ର ବେହେରାଙ୍କ ଧର୍ମପତ୍ନୀ ସୁନିତା ବେହେରାଙ୍କର (୪୫) ଅକାଳ ବିୟୋଗ ଘଟିଛି। ଏହି ଖବର ପ୍ରସାରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri