ଶିଶୁଙ୍କ ପୋଷଣ ଲାଗି ଚାଲିଥିବା ମାଣ୍ଡିଆ ଲଡୁ କାର୍ଯ୍ୟକ୍ରମକୁ ନୀତି ଆୟୋଗଙ୍କ ପ୍ରଶଂସା

ସୁନ୍ଦରଗଡ଼, ୪।୯(ଡି.ଏନ୍‌.ଏ.)-ସୁନ୍ଦରଗଡ଼ ଜିଲାରେ ସାନ ପିଲାଙ୍କ ପୋଷଣ ପାଇଁ ସରକାରଙ୍କ ପକ୍ଷରୁ ଚାଲିଥିବା ମାଣ୍ଡିଆ ଲଡୁ କାର୍ଯ୍ୟକ୍ରମକୁ ନୀତି ଆୟୋଗ ପ୍ରଶଂସା କରିଛନ୍ତି। ପିଲାଙ୍କ ପୋଷଣ ସହ ଏହା ସ୍ଥାନୀୟ ଚାଷୀ ଏବଂ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କ ଜୀବିକାକୁ ସୁନିଶ୍ଚିତ କରୁଥିବା ବିଷୟ ଆୟୋଗ ଏହାର ଏକ ସର୍ବଭାରତୀୟ ରିପୋର୍ଟରେ ଦର୍ଶାଇଛନ୍ତି।
କେନ୍ଦ୍ର ସରକାରଙ୍କ ନୀତି ଆୟୋଗଙ୍କ ପକ୍ଷରୁ ନିକଟରେ ପ୍ରକାଶିତ ‘ଟେକ ହୋମ ରାଶନ -ଗୁଡ ପ୍ରାକ୍ଟିସେସ ଆକ୍ରସ ଦ ଷ୍ଟେଟସ/ୟୁନିୟନ ଟେରିଟୋରିଜ’ ଶୀର୍ଷକ ରିପୋର୍ଟ ପ୍ରକାଶ ପାଇଛି। ଏଥିରେ କୋଭିଡ୍‌ ସମୟରେ ସୁନ୍ଦରଗଡ଼ ଜିଲାରେ ଅଙ୍ଗନଓ୍ବାଡ଼ି ମାଧ୍ୟମରେ ପିଲାଙ୍କ ଘରେ ଘରେ ‘ମାଣ୍ଡିଆ ଲଡୁ ମିକ୍ସ’ ଦିଆଯିବା ବିଷୟ ଉଲ୍ଲେଖ କରାଯାଇଛି।
ଏହି ରିପୋର୍ଟକୁ ସ୍ବାଗତ କରି ସୁନ୍ଦରଗଡ଼ ଜିଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି କହିଛନ୍ତି, ‘ପିଲାମାନଙ୍କ ଶାରୀରିକ ଓ ମାନସିକ ବିକାଶ କ୍ଷେତ୍ରରେ ପୋଷଣ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ। ତେଣୁ ଜିଲାରେ ଅଙ୍ଗନଓ୍ବାଡ଼ି ମାଧ୍ୟମରେ ପିଲାଙ୍କୁ ନିୟମିତ ମାଣ୍ଡିଆ ଲଡ଼ୁ ଦିଆଯାଇ ସେମାନଙ୍କ ସ୍ବାସ୍ଥ୍ୟର ମୂଳଦୁଆକୁ ସଶକ୍ତ କରିବା ଲାଗି ଏହି କାର୍ଯ୍ୟକ୍ରମ ଚାଲିଛି। ଜିଲାରେ ମାଣ୍ଡିଆ ଉତ୍ପାଦନ ବଢ଼ାଇ ଚାଷୀମାନଙ୍କୁ ପରିଶ୍ରମର ଉଚିତ ମୂଲ୍ୟ ପ୍ରଦାନ ସହିତ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାଙ୍କ ଜୀବିକା ବିକାଶ ଉପରେ ପ୍ରଶାସନ ଗୁରୁତ୍ୱ ଦେଉଛି। ସୁନ୍ଦରଗଡ଼ ଜିଲାରେ ଅଙ୍ଗନଓ୍ବାଡ଼ି ଶିଶୁଙ୍କ ଅତିରିକ୍ତ ପୋଷଣ ଲାଗି ମାଣ୍ଡିଆ ଲଡୁ ପ୍ରଦାନ କରାଯାଉଛି। ଜିଲାରେ ମିଶନ ଶକ୍ତିର ମହିଳାମାନେ ଏହି ମାଣ୍ଡିଆ ଲଡୁ ମିକ୍ସ ତିଆରି କରୁଛନ୍ତି। ତେଣୁ ଏହି କାର୍ଯ୍ୟକ୍ରମ ଜିଲାରେ ପିଲାଙ୍କ ପୋଷଣ ସହ ଚାଷୀମାନଙ୍କର ଆୟ ବଢ଼ାଇବା ଏବଂ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କ ଜୀବିକା ପାଇଁ ଏକ ନୂଆ ବାଟ ଖୋଲିଦେଇଛି। ବର୍ତ୍ତମାନ ୩୯ଟି ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ମାଣ୍ଡିଆ ଲଡ଼ୁ ମିକ୍ସ ପ୍ରସ୍ତୁତି ଦାୟିତ୍ୱ ଦିଆଯାଇଛି। ଏହି ମାଣ୍ଡିଆ ଲଡ଼ୁ କାର୍ଯ୍ୟକ୍ରମରୁ ୩,୮୦୯ ଅଙ୍ଗନଓ୍ବାଡ଼ି କେନ୍ଦ୍ର ମାଧ୍ୟମରେ ୬୩ ହଜାର ଶିଶୁ ଉପକୃତ ହେଉଛନ୍ତି।
ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ଅଧୀନରେ ୧୯ଟି ଜିଲାର ୧୪୩ଟି ବ୍ଲକରେ ମାଣ୍ଡିଆ ସହିତ ବିଭିନ୍ନ ପୁଷ୍ଟିଶସ୍ୟ ଚାଷ କରାଯାଉଛି। ଏହା ମଧ୍ୟରେ ସୁନ୍ଦରଗଡ଼ ଜିଲାର ୧୨ଟି ବ୍ଲକ ରହିଛି। ତା’ଭିତରୁ ୮ଟି ବ୍ଲକରେ ପୁଷ୍ଟିଶସ୍ୟକୁ ପ୍ରୋତ୍ସାହନ ଦେବା ଲାଗି ଜିଲା ଖଣିଜ ପ୍ରତିଷ୍ଠାନ ପାଣ୍ଠିରୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି।୨୦୧୮-୧୯ରେ ସୁନ୍ଦରଗଡ଼ ଜିଲା ଓଡ଼ିଶା ପୁଷ୍ଟିଶସ୍ୟ ମିଶନ କାର୍ଯ୍ୟକ୍ରମରେ ଯୋଡ଼ି ହୋଇଥିଲା। ସେହି ବର୍ଷ ୪ଟି ବ୍ଲକରେ ଏହି କାର୍ଯ୍ୟକ୍ରମ ଲାଗୁ କରାଯାଇଥିଲା। ୨୦୨୨-୨୩ରେ ତାହା ୧୨ବ୍ଲକରେ ପହଞ୍ଚି ପାରିଛି। ଚଳିତବର୍ଷ ୧୬ ହଜାରରୁ ଅଧିକ ଚାଷୀ ୬ହଜାର ହେକ୍ଟର ଜମିରେ ମାଣ୍ଡିଆ ଓ ବିଭିନ୍ନ ପୁଷ୍ଟିଶସ୍ୟ ଚାଷ କରୁଛନ୍ତି। ଏଥିପାଇଁ ଚାଷୀଙ୍କୁ ବିହନ, ସାର, ଆଧୁନିକ କୃଷି ଯନ୍ତ୍ରପାତି ଓ ବୈଷୟିକ ସହାୟତା ଯୋଗାଇ ଦିଆଯାଉଛି। ସେହିପରି ସେମାନଙ୍କଠାରୁ ଉଚିତ ମୂଲ୍ୟରେ ପୁଷ୍ଟିଶସ୍ୟ କିଣିବାକୁ ସରକାର ମଣ୍ଡି ବ୍ୟବସ୍ଥା କରୁଛନ୍ତି। ଫଳରେ ମାଣ୍ଡିଆ ଚାଷକରି ଜିଲାର ଚାଷୀମାନେ ଆର୍ଥିକ ସ୍ତରରେ ଅଧିକ ଲାଭବାନ ହୋଇପାରୁଛନ୍ତି। ପୁଷ୍ଟିଶସ୍ୟରୁ ପ୍ରସ୍ତୁତ ଖାଦ୍ୟର ପ୍ରସାର ପାଇଁ ରାଜ୍ୟ ସରକାର ବିଭିନ୍ନ କାର୍ଯ୍ୟକ୍ରମ କରୁଛନ୍ତି। ଏଥିପାଇଁ ସୁନ୍ଦରଗଡ଼ ଜିଲାର ବିଭିନ୍ନ ସ୍ଥାନରେ ପୁଷ୍ଟିଶସ୍ୟ ଖାଦ୍ୟ ମେଳାର ଆୟୋଜନ କରାଯାଉଛି। ସେହିପରି ଓଡ଼ିଶା ପୁଷ୍ଟିଶସ୍ୟ ମିଶନ ଓ ମିଶନ ଶକ୍ତି ସହଭାଗିତାରେ ଜିଲାରେ ୨୧ଟି ମିଲେଟ ଶକ୍ତି ଟିଫିନ ସେଣ୍ଟର ଏବଂ ରାଉରକେଲାଠାରେ ଗୋଟିଏ ମିଲେଟ ଶକ୍ତି କାଫେ ଖୋଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଧାରଣା: ପ୍ରଶାସନର ଏଭଳି ପ୍ରତିଶ୍ରୁତି ପରେ ହଟିଲା…

ଦେବଗଡ଼, ୩୦।୩ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଅଙ୍ଗନୱାଡି କର୍ମୀ ବ୍ଲକ ସମ୍ମୁଖରେ ଦେଉଥିବା ଧାରଣାସ୍ଥଳରେ ସୋମବାର…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ହଠାତ୍‌ ଭାରସାମ୍ୟ ହରାଇ ଷ୍ଟ୍ରିଟଲାଇଟ ଖୁଣ୍ଟକୁ ଧକ୍କା ଦେଲା କାର୍‌: ଘଟଣାସ୍ଥଳରେ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ସୋମବାର ଅପରାହ୍ନରେ ଦେବଗଡ ପୌରାଞ୍ଚଳ ମୋହିନୀପୁର ଛକ ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।…

ଅପସାରିତ ପୌରାଧ୍ୟକ୍ଷାଙ୍କୁ ପୁନଃ ଅବସ୍ଥାପିତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ତୁରନ୍ତ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ୨୦୨୫ ଜାନୁଆରୀ ୨୮ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଗାଦିଚ୍ୟୁତ ହୋଇଥିବା ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଈଙ୍କୁ ଏହି…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ଅନ୍ତର୍ଜାତୀୟ ବଡ଼ି ଲିଫ୍ଟ ପ୍ରତିଯୋଗିତାରେ ଦିଗପହଣ୍ଡିର ଶଙ୍କର ପୁରସ୍କୃତ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଅନ୍ତର୍ଜାତୀୟ ବଡି ଲିଫ୍ଟ ପ୍ରତିଯୋଗିତାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri