ବକ୍ସ ଅଫିସ୍‌ରେ ‘ଲାଇଗର’ ସୁପର୍‌ ଫ୍ଲପ୍‌: ନିର୍ମାତାଙ୍କୁ ଟଙ୍କା ଫେରାଇବେ ବିଜୟ

ମୁମ୍ବାଇ: ବକ୍ସ ଅଫିସ୍‌ରେ ‘ଲାଇଗର’ ଫିଲ୍ମ ଫ୍ଲପ୍‌ ହେବା ପରେ ଏହାର ନିର୍ମାତା ଏବଂ କଳାକାରମାନେ ନିରାଶ ହୋଇଛନ୍ତି। ଫିଲ୍ମରେ ମୁଖ୍ୟ ଭୂମିକାରେ ଥିବା ସାଉଥ୍‌ ଅଭିନେତା ବିଜୟ ଦେବରକୋଣ୍ଡା କ୍ଷତିପୂରଣ ପାଇଁ ଫିଲ୍ମ ନିର୍ମାତାଙ୍କୁ ୬ କୋଟି ଟଙ୍କା ଫେରାଇବାକୁ ନିଷ୍ପତ୍ତି ନେଇଛନ୍ତି। ଅଗଷ୍ଟ ୨୫ରେ ‘ଲାଇଗର’ ରିଲିଜ ହେବା ପରେ ଏହା ଭଲ ବ୍ୟବସାୟ କରିବ ବୋଲି ବିଜୟ ଦୃଢ଼ୋକ୍ତି ବାଢ଼ିଥିଲେ। ଏପରିକି ‘ବଏକଟ୍‌ ବଲିଉଡ୍‌’ ଟ୍ରେଣ୍ଡ୍‌କୁ ମଧ୍ୟ ସେ ଚ୍ୟାଲେଞ୍ଜ ଦେଇଥିଲେ। ଫିଲ୍ମରେ ୧୦୦ କୋଟିରୁ ଅଧିକ ଟଙ୍କା ଲାଗିଥିଲା ବୋଲି ଜଣାପଡ଼ିଥିବାବେଳେ ମୁକ୍ତିଲାଭ ପରେ ଏହାର ଅଧା ଅର୍ଥ ବି ଆୟ କରିପାରିନାହିଁ।
ନିର୍ଦ୍ଦେଶକ ଜଗନ୍ନାଥ ପୁରୀ ମଧ୍ୟ ଡିଷ୍ଟ୍ରିବ୍ୟୁଟରଙ୍କୁ କ୍ଷତିପୂରଣ ଦେବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ‘ଲାଇଗର’ ଜରିଆରେ ବିଜୟ ଦେବରକୋଣ୍ଡା ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ଏଥିରେ ତାଙ୍କ ବିପକ୍ଷରେ ଅନନ୍ୟା ପାଣ୍ଡେ ରହିଛନ୍ତି। ବିଜୟଙ୍କୁ ପରବର୍ତ୍ତୀ ରୋମାଣ୍ଟିକ୍‌ କମେଡି ଫିଲ୍ମ ‘କୁଶୀ’ରେ ଦେଖିବାକୁ ମିଳିବ। ଏଥିରେ ତାଙ୍କ ବିପକ୍ଷରେ ସାମନ୍ଥା ଅଭିନୟ କରିଛନ୍ତି। ଶିବ ନିର୍ବାଣଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ର ଡିସେମ୍ବର ୨୩ରେ ମୁକ୍ତିଲାଭ କରିବାକୁ ଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସାମ୍ନାକୁ ଆସିଲା ‘ସତ୍ୟମେବ ଜୟତେ ୨’ର ରିଲିଜ ଡେଟ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତା ଜନ ଆବ୍ରାହମ ଏବଂ ଅଭିନେତ୍ରୀ ଦିବ୍ୟା ଖୋସଲା କୁମାରଙ୍କ ଅଭିନୀତ ଫିଲ୍ମ’ସତ୍ୟମେବ ଜୟତେ ୨’ର ରିଲିଜ ଡେଟ୍‌ ସାମ୍ନାକୁ ଆସିଛି। ନଭେମ୍ବର...

ସାମାଜିକ, ରାଜନୈତିକ ପ୍ରସଙ୍ଗରେ ବଲିଉଡ୍‌ ଯତ୍ନଶୀଳ ହେଉ: ସ୍ବରା ଭାସ୍କର

ମୁମ୍ବାଇ, ୧୩ା୧୦: ଫିଲ୍ମରେ କୌଣସି ସାମାଜିକ, ରାଜନୈତିକ ପ୍ରସଙ୍ଗ ସ୍ଥାନୀତ କଲାବେଳେ ବଲିଉଡ୍‌ ଯତ୍ନଶୀଳ ହେବା ଉଚିତ ବୋଲି ଅଭିନେତ୍ରୀ ସ୍ବରା ଭାସ୍କର ପ୍ରକାଶ କରିଛନ୍ତି।...

ପ୍ରଥମ ସ୍ତ୍ରୀଙ୍କୁ ଚିହ୍ନିବାକୁ ବି ମନା କରିନେଇଥିଲେ ଏହି ପ୍ରସିଦ୍ଧ ଗାୟକ, ଲୁଚିଛପି କରିଥିଲେ ଦ୍ୱିତୀୟ ବିବାହ

ଗାୟକ ଉଦିତ ନାରାୟଣ ୯୦ ଦଶକରୁ ଶହ ଶହ ସୁପରହିଟ ଗୀତ ଗାଇ ବଲିଉଡରେ ନିଜର ସ୍ବରର ଯାଦୁ ଦେଖାଇ ଚାଲିଛନ୍ତି॥ ହିନ୍ଦୀ ବ୍ୟତୀତ ସେ...

ସଲ୍‌ମାନଙ୍କ ଶୋ’ରେ ଧମାଲ କରିବେ ରେଖା

ମୁମ୍ବାଇ: ବିଗ୍‌ ବସ ଓଟିଟିର ୫ ସପ୍ତାହର ଯାତ୍ରା ବାକି ଅଛି। ଏହା ଶେଷ ହେବା ପରେ ସଲମାନଙ୍କ ଶୋ’ ବିଗ୍‌ ବସ୍‌ -୧୫ ଆରମ୍ଭ...

୩-୪ ପିଲା ଜନ୍ମ କରିବାକୁ ଚାହାନ୍ତି ଏହି ଅଭିନେତ୍ରୀ, ମାତ୍ର ବିବାହ ପ୍ରଶ୍ନ କରିବାରୁ…

ମୁମ୍ବାଇ: ଅଭିନେତ୍ରୀ ଭୂମି ପେଡେନକର ଫିଲ୍ମ ଇଣ୍ଡଷ୍ଟ୍ରିରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଭୂମି ୬ ବର୍ଷର କ୍ୟାରିୟର ମଧ୍ୟରେ ଭିନ୍ନ ଭିନ୍ନ ଚରିତ୍ରରେ...

ଆଉ ନାହାନ୍ତି ଅଭିନେତା ପୁନିତ ରାଜକୁମାର

ବେଙ୍ଗାଲୁରୁ,୨୯।୧୦: ପ୍ରସିଦ୍ଧ କନ୍ନଡ ଅଭିନେତା ପୁନିତ ରାଜକୁମାରଙ୍କ ହୃଦଘାତରେ ପରଲୋକ ଘଟିଛି। ତାଙ୍କୁ ମାତ୍ର ୪୬ ବର୍ଷ ହୋଇଥିଲା। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ପରେ...

ସଲମାନଙ୍କ ଗଳା ଚିପିଲେ କ୍ୟାଟ୍ରିନା, କାରଣ ଜାଣିଲେ…

ମୁମ୍ବାଇ: ଦବଙ୍ଗ ଖାନ୍‌ ସଲମାନ ଏବଂ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ଙ୍କ ଯୋଡ଼ିକୁ ପରଦାରେ ଲୋକେ ବହୁତ ପସନ୍ଦ କରନ୍ତି। ଏହି ଯୋଡ଼ି ଅନେକ ଫିଲ୍ମରେ ଅଭିନୟ...

‘ସ୍ବାମୀଙ୍କୁ ବହୁତ ସୁଯୋଗ ଦେଇଛି, ଏବେ ଚାହୁଁଛି ଛାଡପତ୍ର’

ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନଙ୍କ ଭାଇ ରାଜୀବ ସେନ ତାଙ୍କ ବିବାହ ପରଠାରୁ ଚର୍ଚ୍ଚାରେ ରହିଆସୁଛନ୍ତି। ରାଜୀବ ୨୦୧୯ରେ ଅଭିନେତ୍ରୀ ଚାରୁ ଆସୋପାଙ୍କୁ ବିବାହ କରିଥିଲେ।...

Advertisement
Archives

Model This Week