ଟ୍ରାଫିକ୍‌ ସିଗ୍‌ନାଲରେ ଗାଡ଼ିରଖି ନୀତାଙ୍କୁ ପ୍ରପୋଜ୍‌ କରିଥିଲେ ମୁକେଶ ଅମ୍ବାନୀ: ଜାଣନ୍ତୁ ଏହି ରୋଚକ ପ୍ରେମକାହାଣୀ ବିଷୟରେ

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ର ଚେୟାରମ୍ୟାନ୍‌ ତଥା ପରିଚଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀଙ୍କ ସ୍ତ୍ରୀ ନୀତା ଅମ୍ବାନୀ ଇତିମଧ୍ୟରେ ୫୭ ବର୍ଷର ହୋଇସାରିଛନ୍ତି। ୧୯୬୪ ମସିହା ନଭେମ୍ବର ୧ରେ ମୁମ୍ବାଇରେ ଏକ ମଧ୍ୟବିତ ପରିବାରରେ ଜନ୍ମଗ୍ରହଣ କରିଥିଲେ ନୀତା। ଜୀବନଶୈଳୀକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ଅମ୍ବାନୀ ପରିବାର। ତେବେ ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀଙ୍କ ବିବାହ ଆରେଞ୍ଜ୍‌ରୁ ଲଭ୍‌ ହୋଇଥିଲା। ଏହି ପ୍ରେମ କାହାଣୀ ବହୁତ କୌତୁହଳମୟ ମଧ୍ୟ ଥିଲା।
ନୀତାଙ୍କର ପିଲାଦିନୁ ଶାସ୍ତ୍ରୀୟ ନୃତ୍ୟପ୍ରତି ସଉକ ଥିଲା। କିନ୍ତୁ ତାଙ୍କ ମା’ ଚାହୁଁଥିଲେ ସେ ଆକାଉଣ୍ଟାଣ୍ଟ ହୁଅନ୍ତୁ। ମାତ୍ର ନୃତ୍ୟପ୍ରତି ନୀତାଙ୍କ ସଉକ ଦେଖି ମା’ ତାଙ୍କୁ ୮ ବର୍ଷ ବୟସରେ ଭାରତ ନାଟ୍ୟମ ଶିଖାଇଥିଲେ। ସେ ଶିକ୍ଷକ ଏବଂ ଇଣ୍ଟରିୟର ଡିଜାଇନରରେ ଡିଗ୍ରୀ ମଧ୍ୟ ହାସଲ କରିଛନ୍ତି।


ନୀତା ନବରାତ୍ରି ଅବସରରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ଧୁରୁଭାଇ ଅମ୍ବାନୀ ଓ କୋକିଲାବେନ ମଧ୍ୟ ଆସିଥିଲେ। ତାଙ୍କୁ ନୀତାଙ୍କ ନୃତ୍ୟ ଭଲ ଲାଗିଥିଲା। ସେମାନେ କାର୍ଯ୍ୟକ୍ରମ ଆୟୋଜକଙ୍କୁ ନୀତାଙ୍କ ସମ୍ପର୍କରେ ପଚାରି ବୁଝିଥିଲେ। ଏହାପରେ ଧୀରୁଭାଇ ନୀତାଙ୍କ ଘରକୁ ଫୋନ୍‌ କରିଥିଲେ। ନୀତା ଏବଂ ତାଙ୍କ ବାପାଙ୍କୁ ଅଫିସକୁ ଡାକିଥିଲେ। ଏହି ସମୟରେ ଧୀରୁଭାଇ ନିତାଙ୍କୁ ଅନେକ ପ୍ରଶ୍ନ ପଚାରିଥିଲେ। ତୁମେ ମୁକେଶଙ୍କୁ ଦେଖା କରିବାକୁ ଚାହୁଁଛ କି ମଧ୍ୟ ପ୍ରଶ୍ନ କରିଥିଲେ। ଏହା ପରେ ନୀତା ତାଙ୍କ ଘରକୁ ଗଲେ। ଏହି ସମୟରେ ମୁକେଶ ନିଜେ ଘରର ଦ୍ୱାର ଖୋଲିଥିଲେ। ଉକ୍ତ ସମୟରେ ମୁକେଶ ଧଳା ଓ କଳା ରଙ୍ଗର ଶାର୍ଟ ଏବଂ ପ୍ୟାଣ୍ଟ ପିନ୍ଧିଥିଲେ। ସେ ବହୁତ ବହୁତ ସିମ୍ପଲ ଦେଖାଯାଉଥିଲେ। ନୀତାଙ୍କ ଆଡକୁ ହାତ ବଢ଼ାଇ ହାଏ, ମୁଁ ମୁକେଶ ବୋଲି କହିଥିଲେ। ତାଙ୍କୁ ଦେଖିବା ପରେ ନୀତା ଆଦୌ ହେଲେ ବିଶ୍ୱାସ କରିପାରି ନ ଥିଲେ। ଏତେ ଧନୀ ଘରର ପୁଅ ହୋଇ ଏମିତି ସିମ୍ପଲ ତାହା ସେ କଳ୍ପନା ମଧ୍ୟ କରି ନ ଥିଲେ। ମୁକେଶଙ୍କୁ ୬, ୭ ଥାର ଦେଖାକରିବା ପରେ ନୀତା ମୁକେଶଙ୍କ ସହ ସହଜ ମନେ କରିଥିଲେ।


ମୁକେଶ ନୀତାଙ୍କୁ ବିବାହ ପାଇଁ ପ୍ରପୋଜ କରିବା ଘଟଣା ମଧ୍ୟ କୌତୁହଳ ଥିଲା। ଏକଦା ମୁକେଶ ଏବଂ ନୀତା କାରରେ ମୁମ୍ବାଇ ପେଡର ରୋଡ୍‌ ଦେଇ ଯାଉଥିଲେ। ଏକ ଟ୍ରାଫିକ ସିଗନାଲରେ କାର ଅଟକିଥିଲା। ଏହି ସମୟରେ ମୁକେଶ ନୀତାକୁ ପଚାରିଥିଲେ, ମୋତେ ବାହା ହେବ କି? ଏତିକିବେଳେ ସବୁଜ ସିଗ୍‌ନାଲ ଆସିଥିଲା। ଲୋକେ ପଛରୁ ହର୍ନମାରି ତାଙ୍କୁ ଆଗକୁ ଯିବାକୁ କହିଥିଲେ। କିନ୍ତୁ ମୁକେଶ ଜିଦ୍‌ ଧରିଥିଲେ ଯେ, ଜବାବ୍‌ ନ ମିଳିବା ଯାଏ ସେ ଗାଡି ଚଲାଇବେ ନାହିଁ। ଏହାପରେ ନୀତା ବାହାହେବା ପାଇଁ ହଁ କରିଥିଲେ। ପରେ ମୁକେଶ ଗାଡି ଚଲାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ଭିତରେ ଭାରତ ଠାରୁ ମିସାଇଲ କିଣିଲା ଆମେରିକା, ବିଶ୍ୱରେ ଚହଳ…

ନୂଆଦିଲ୍ଲୀ,୫।୪: ୨୦୨୫-୨୬ ଆର୍ଥିକ ବର୍ଷରେ ଭାରତର ପ୍ରତିରକ୍ଷା ରପ୍ତାନି ସର୍ୱକାଳୀନ ସର୍ୱାଧିକ ସ୍ତରରେ ପହଞ୍ଚିଛି। ଏହା ବିଶ୍ୱ ଅସ୍ତ୍ରଶସ୍ତ୍ର ବଜାରରେ ଭାରତର ବର୍ଦ୍ଧିତ ଉପସ୍ଥିତିକୁ ସ୍ପଷ୍ଟ କରେ।…

ପ୍ରକୃତ ଉଦ୍ୟୋଗୀ କେବଳ ନିଜ ପାଇଁ ସମ୍ପତ୍ତି ସୃଷ୍ଟି କରନ୍ତି ନାହିଁ

ଭାଲଚନ୍ଦ୍ର ମହାନ୍ତି ଜଣେ ପ୍ରଥମ ପିଢିର ଓଡ଼ିଆ ଉଦ୍ୟୋଗୀ ଏବଂ ଓରିକ୍ଲିନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ। ୧୯୯୦ ମସିହାରେ କମ୍ପାନୀ ପ୍ରତିଷ୍ଠା ହେବା ପରଠାରୁ ସେ…

ଧନୀ ହେବାକୁ ଛାହୁଁଥିଲେ, ଛାଡ଼ନ୍ତୁ ଏହି ୫ ଅଭ୍ୟାସ: ନଚେତ୍‌ ପଡ଼ିବ ଅଭାବ

ମଧ୍ୟବିତ୍ତ ବର୍ଗର ଲୋକମାନେ ପ୍ରାୟତଃ ଭାବନ୍ତି, ବେଳେବେଳେ ହଠାତ୍‌ ସେମାନଙ୍କର ଆର୍ଥିକ ସଙ୍କଟ ଆସିଯାଉଛି; କିନ୍ତୁ ଏହା ବାସ୍ତବରେ ନୁହେଁ। ଏହା ଏକ ପରିସ୍ଥିତି ଯାହା ଧୀରେ…

ଏକାଗ୍ରତା ଆଣେ ସଫଳତା: ସୁରେଶଙ୍କ ସହ ସ୍ବତନ୍ତ୍ର ସାକ୍ଷାତ୍‌କାର

ହାଇଟେକ୍‌ ଗ୍ରୁପ୍‌ ଅଫ୍‌ ଇନ୍‌ଷ୍ଟିଚ୍ୟୁଶନର ମ୍ୟାନେଜିଂ ଟ୍ରଷ୍ଟି ତଥା ସିଇଓ ସୁରେଶ କୁମାର ପାଣିଗ୍ରାହୀ ଜଣେ ଉଦ୍ୟୋଗୀ ଏବଂ ଶିକ୍ଷାବିତ୍‌ ଭାବରେ ଅନୁଷ୍ଠାନ ଆରମ୍ଭରୁ ଏହାର ଭିତ୍ତିଭୂମିକୁ…

ସରକାରଙ୍କ ବଡ଼ ଘୋଷଣା! ବଦଳିବ ସୁନା କିଣିବା ନିୟମ, ଜାଣନ୍ତୁ ଗ୍ରାହକଙ୍କ ଉପରେ କ’ଣ ପ୍ରଭାବ ପଡ଼ିବ…

ନୂଆଦିଲ୍ଲୀ,୪।୪: ସରକାର ସୁନା କ୍ରୟ ସମ୍ବନ୍ଧୀୟ ନିୟମଗୁଡ଼ିକୁ ଆହୁରି କଠୋର କରିବାକୁ ଯାଉଛନ୍ତି। ଏହି ପଦକ୍ଷେପର ଅଂଶ ସ୍ବରୂପ, ହଲମାର୍କିଂର ଅପବ୍ୟବହାର ବିଷୟରେ ବଢ଼ୁଥିବା ଚିନ୍ତାକୁ ଦୂର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri