Posted inଜାତୀୟ

ମୋଦି ଆଉ ଥରେ ପ୍ରଧାନମନ୍ତ୍ରୀ ହେଲେ ଭାରତର ସମ୍ବିଧାନ,ମାନଚିତ୍ର ବଦଳିଯିବ କହିଲେ ନିର୍ମଳା ସୀତାରମଣଙ୍କ ସ୍ବାମୀ

ନୂଆଦିଲ୍ଲୀ,୧୦ା୪: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସ୍ବାମୀ ପରାକାଲା ପ୍ରଭାକର ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ଯଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଉ ଥରେ ପ୍ରଧାନମନ୍ତ୍ରୀ ହେବେ ତେବେ ଦେଶରେ କୌଣସି ନିର୍ବାଚନ ହେବ ନାହିଁ। ପ୍ରଭାକର ଏକ ସାକ୍ଷାତକାରରେ କହିଛନ୍ତି, ଯଦି ଏହା ଘଟେ ତେବେ ଆଉ ଏକ ନିର୍ବାଚନ ଆଶା କରନ୍ତୁ ନାହିଁ।

ଅର୍ଥନୀତିଜ୍ଞ ପ୍ରଭାକର ଆହୁରି ମଧ୍ୟ କହିଛନ୍ତି, ଯଦି ମୋଦି କ୍ଷମତାକୁ ଆସନ୍ତି ତେବେ ଦେଶର ସମ୍ବିଧାନ ଏବଂ ମାନଚିତ୍ର ସମ୍ପୂର୍ଣ୍ଣ ବଦଳିଯିବ। ସେ କହିଛନ୍ତି, ଆପଣ ଭାରତକୁ ଆଉ ଚିହ୍ନିପାରିବେ ନାହିଁ।

ସେ କହିଛନ୍ତି, ୨୦୨୪ ପରେ ଲାଲ୍‌କିଲାରୁ ଏଭଳି ଘୃଣ୍ୟ ମନ୍ତବ୍ୟ ଶୁଣାଯିବ। ସେ କହିଛନ୍ତି, ମୋଦି ନିଜେ ଲାଲ୍‌କିଲାରୁ ଘୃଣ୍ୟ ଭାଷଣ ଦେବେ ଏବଂ ଏହା ନିରବ କିମ୍ବା ଚତୁରତାର ସହ କରାଯିବ ନାହିଁ। ଘୃଣା ଭାଷଣ ଖୋଲାଖୋଲି ହେବ ବୋଲି ସେ କହିଛନ୍ତି।

ପ୍ରଭାକର ଏହା ମଧ୍ୟ ଚେତାବନୀ ଦେଇଛନ୍ତି ଯେ, ମଣିପୁର ଏବଂ ଲଦାଖରେ ଯାହା ଘଟୁଛି ତାହା ସମଗ୍ର ଦେଶରେ ଘଟିବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜଣେ ତୀବ୍ର ସମାଲୋଚକ। ମାର୍ଚ୍ଚରେ ପ୍ରଭାକର କହିଛନ୍ତି, ନିର୍ବାଚନୀ ବଣ୍ଡ ସ୍କାମ୍‌ କେବଳ ଭାରତର ସବୁଠୁ ବଡ଼ ସ୍କାମ ନୁହେଁ ବରଂ ଦୁନିଆର ସବୁଠୁ ବଡ଼ ସ୍କାମ। ନିର୍ବାଚନୀ  ବଣ୍ଡ  ଦୁର୍ନୀତି ସାର୍ବଜନୀନ ହେବା ପରେ ବର୍ତ୍ତମାନ ସଂଗ୍ରାମ ଦୁଇଟି ମିଳିତ ମଞ୍ଚ ମଧ୍ୟରେ ନୁହେଁ ବରଂ ଭାଜପା ଏବଂ ଭାରତ ଲୋକଙ୍କ ମଧ୍ୟରେ ଚାଲିଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗେରୁଆ ରଙ୍ଗର ଜର୍ସିକୁ ନେଇ ହକି ଇଣ୍ଡିଆର ସ୍ପଷ୍ଟୀକରଣ, କାହିଁକି ବଛାଗଲା ଏହି ରଙ୍ଗ କହିଲା କାରଣ

ନୂଆଦିଲ୍ଲୀ,୩୦।୭: ଭାରତୀୟ ହକି ଟିମ୍‌ ଉଭୟ ପୁରୁଷ ଓ ମହିଳା ଟିମର ଜର୍ସିର ରଙ୍ଗ ନୀଳରୁ ଗେରୁଆ କରିଛି । ଗେରୁଆ ଜର୍ସିରେ ୨୦୨୬ FIH ହକି…

ଲକ୍ଷ୍ମୀ ଯୋଜନା: ପ୍ରତିମାସରେ ମିଳିବ ୨୫୦୦ଟଙ୍କା, RD ରେ ଜମା କଲେ ସିଧା ୧ ଲକ୍ଷ! ଜାଣନ୍ତୁ ସମ୍ପୂର୍ଣ୍ଣ ହିସାବ…

ନୂଆଦିଲ୍ଲୀ,୩୦।୭: ସାଧାରଣତଃ ଆମକୁ ଟଙ୍କା ମିଳିଲେ ଆମେ ତାହା ଖର୍ଚ୍ଚ କରିଦେଇଥାଉ, କିନ୍ତୁ କିଛି ଟଙ୍କା ଯଦି ଆର.ଡି. (RD) ରେ ନିବେଶ କରାଯାଏ, ତେବେ ଅନେକ…

ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିଲେ ଜିଲାପାଳ

ତୁଣ୍ଡଲା,୩୦ା୭(ପିରୋଜ କୁମାର ଦାଶ): ଦୀର୍ଘଦିନରୁ ଲଘୁଚାପ ଜନିତ ଲଗାଣ ବର୍ଷାରେ କଳାହାଣ୍ଡି ଜିଲାର ବିଭିନ୍ନ ଅଞ୍ଚଳ ବନ୍ୟାରେ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି। କେସିଙ୍ଗା ବ୍ଲକର ବେଲଖଣ୍ଡି,…

ପାଇଖାନା ଟାଙ୍କିରେ ପଡ଼ି ଚାଲିଗଲା ଦୁଇ ଭଉଣୀଙ୍କ ଜୀବନ, କାନ୍ଦ ବୋବାଳିରେ ଫାଟି ପଡୁଛି ଗାଁ ଦାଣ୍ଡ

ଟେନସା,୩୦।୭(ସମୀର କୁମାର ପାଢୀ): ସୁନ୍ଦରଗଡ ଜିଲା କୋଇଡା ବ୍ଲକ୍ ଅନ୍ତର୍ଗତ କାଦୋଡିହା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଗୁରୁବାର ଦ୍ବିପହର ୨ଟା ସମୟରେ ପାଇଖାନା…

‘ବ୍ରାହ୍ମ ମୁହୂର୍ତ୍ତ’ରେ ‘ରାମାୟଣ’ର ଟ୍ରେଲର ରିଲିଜ: ଚର୍ଚ୍ଚା ସାଉଁଟିଲେ ରଣବୀର

ବଲିଉଡ ସୁପରଷ୍ଟାର ରଣବୀର କପୁରଙ୍କ ବହୁଚର୍ଚ୍ଚିତ ଫିଲ୍ମ ‘ରାମାୟଣ’ର ଟ୍ରେଲର ରିଲିଜ ହୋଇଛି। ନିର୍ମାତାମାନେ ଶୁଭ ‘ବ୍ରାହ୍ମ ମୁହୂର୍ତ୍ତ’ରେ ଟ୍ରେଲରକୁ ସାରା ବିଶ୍ୱରେ ଉନ୍ମୋଚନ କରିଛନ୍ତି। ଏହାକୁ…

ତେଲ-ଉତେଇ ନଦୀରେ ବନ୍ୟା:ଲୋକଙ୍କୁ ନଦୀକୁ ଯିବାକୁ ବାରଣ

କର୍ଲାମୁଣ୍ଡା,୩୦।୭(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅଞ୍ଚଳ ଦେଇ ପ୍ରବାହିତ ହେଉଥିବା ତେଲ ଓ ଉତେଇ ନଦୀରେ ବନ୍ୟା ଆସି ନିକଟସ୍ଥ ଅଞ୍ଚଳକୁ ମାଡି…

ମୋଦିଙ୍କ ଅଧ୍ୟକ୍ଷତାରେ ବସିଲା CCSର ବଡ଼ ବୈଠକ; ସାମିଲ ହେଲେ NSA ଡୋଭାଲ, କ’ଣ ରହିଛି ପ୍ଲାନ

ନୂଆଦିଲ୍ଲୀ,୩୦।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ସଂସଦ ଭବନ ପରିସରରେ ଥିବା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ CCSର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଛି । ଏହି ବୈଠକରେ ଜାତୀୟ…

‘CJPରେ ଯୋଗଦିଅ,୫୦ ହଜାର ମାସକୁ ପାଅ’! ସିନିୟର ମେମ୍ବର ହେବାକୁ…

ନୂଆଦିଲ୍ଲୀ,୩୦।୭: ‘କକ୍ରୋଚ୍ ଜନତା ପାର୍ଟି’ (CJP) ନାମରେ ସୋସିଆଲ ମିଡିଆରେ ଚାଲିଥିବା ଏକ କଥିତ ନକଲି ଅଭିଯାନ ସାମ୍ନାକୁ ଆସିଛି । ଯାହା ଗୁଇନ୍ଦା ସଂସ୍ଥାଗୁଡ଼ିକୁ ସତର୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri