ନିରଞ୍ଜନ ସେଠୀ ସୂଚନା ଓ ଲୋକ ସମ୍ପର୍କ ବିଭାଗର ନୂଆ ନିର୍ଦ୍ଦେଶକ

ଭୁବନେଶ୍ୱର,୧।୬(ବ୍ୟୁରୋ): ସୂଚନା ଓ ଲୋକ ସମ୍ପର୍କ ବିଭାଗର ନିର୍ଦ୍ଦେଶକ କୃପାସିନ୍ଧୁ ମିଶ୍ର ମଙ୍ଗଳବାର ଅବସର ଗ୍ରହଣ କରିଛନ୍ତି। ଏହାପରେ ତାଙ୍କ ସ୍ଥାନରେ ଏବେ ନୀରଞ୍ଜନ ସେଠୀ ନୂଆ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ତୁଲାଇବେ। ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି। ସୂଚନାଯୋଗ୍ୟ, କୃପାସିନ୍ଧୁ ଦୀର୍ଘ ସାଢ଼େ ୧ବର୍ଷରୁ ଊର୍ଦ୍ଧ୍ୱ ହେବ ସେ ଏହି ବିଭାଗର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ତୁଲାଉଥିବା ବେଳେ ଆଜି ଅବସର ନେଇଛନ୍ତି। ଏହି ଅବସରରେ ଲୋକ ସମ୍ପର୍କ ଭବନଠାରେ ବିଭାଗ ପକ୍ଷରୁ ତାଙ୍କୁ ବିଦାୟୀକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା। କୃପାସିନ୍ଧୁଙ୍କୁ ନିରଞ୍ଜନ ସେଠୀ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। ତେବେ କାର୍ଯ୍ୟକାଳ ସମୟରେ କୋଭିଡ ସୁପରିଚାଳନାରେ କୃପାସିନ୍ଧୁଙ୍କ ଉଲ୍ଲେଖନୀୟ ଅବଦାନ ରହିଛି। ଏହାପୂର୍ବରୁ ସେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ କାର୍ଯ୍ୟ କରିସାରିଛନ୍ତି।