ପିଏଚ୍‌ସିରେ ନିରାମୟ ଯୋଜନା ପ୍ରହସନ

କୋରେଇ,୪।୪(ଡି.ଏନ.ଏ.): ରାଜ୍ୟ ସରକାର ବର୍ତ୍ତମାନ ସ୍ବାସ୍ଥ୍ୟ ଭିତ୍ତିଭୂମିର ବିକାଶ ପାଇଁ ଅନେକ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ସରକାରୀ ଚିକିତ୍ସାଳୟକୁ ଆସୁଥିବା ରୋଗୀମାନେ କିପରି ନିଃଶୁଳ୍କ ସେବା ପାଇବେ ସେନେଇ ରାଜ୍ୟରେ ଗତ ୬ବର୍ଷ ହେବ ନିରାମୟ ଯୋଜନା କାର୍ଯ୍ୟକାରୀ ହେଉଛି। ହେଲେ କେତେଜଣ ଦୁର୍ନୀତିଖୋର ଅଧିକାରୀଙ୍କ ପାଇଁ ନିରାମୟ ଯୋଜନାର ସଫଳ ରୂପାୟନ ହେଉନାହିଁ। ସରକାରଙ୍କ ମାଗଣା ଔଷଧ ବିତରଣ ଉପରୁ ଲୋକଙ୍କ ଭରସା ରହୁନାହିଁ । ଏହାର ଉଦାହରଣ ଯାଜପୁର ଜିଲା କୋରେଇ ବ୍ଲକରେ ଦେଖିବାକୁ ମିଳିଛି ।
ରୋଗୀମାନଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇ ଦେବାପାଇଁ କୋରେଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସମେତ ବୈତରଣୀ, ଦୁଲାଖାପାଟଣା, ପାଣିକୋଇଲି, ମସୁଦପୁର, ଶଙ୍ଖଚିଲା, ପୂର୍ବକୋଟ ପରି ୬ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ରହିଛି । ସବୁଠାରୁ ବଡ଼ କଥା ରୋଗୀମାନଙ୍କ ପାଇଁ ନିରାମୟ ଯୋଜନାରେ ଆସୁଥିବା ମାଗଣା ଔଷଧକୁ ଲୋକଙ୍କୁ ଦେବା ବଦଳରେ ଡାକ୍ତରମାନେ ବାହାର ଦୋକାନରୁ କୋତେଟି ନିର୍ଦ୍ଧିଷ୍ଟ କମ୍ପାନୀର ଔଷଧ ଲେଖୁଥିବା ସାଧାରଣରେ ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ଏବେ ବୈତରଣୀ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରୁ ଆସିଛି । ଦାୟିତ୍ୱରେ ଥିବା ଜଣେ ଡାକ୍ତର ଟୋରାଇନ୍ସ ଲାଇଫ୍‌ ସାଇନ୍ସ ନାମକ ଏକ କମ୍ପାନୀକୁ ଅହେତୁକ ଅନୁକମ୍ପା ଦେଖାଇ ପ୍ରତି ପ୍ରେସକ୍ରିପ୍‌ସନରେ ସେହି କମ୍ପାନୀର ଔଷଧ ଲେଖୁଥିବା ଅଭିଯୋଗ ହେଉଛି। ସାମାନ୍ୟ ଥଣ୍ଡା ଜ୍ୱରରେ ପୀଡ଼ିତ ହୋଇଥିବା ରୋଗୀମାନଙ୍କୁ ଅନାବଶ୍ୟକ ଭାବେ ରକ୍ତ, ମଳମୂତ୍ର ପରୀକ୍ଷା ପାଇଁ ଡାକ୍ତର ଏକ ପାଥୋଲୋଜି ସେଣ୍ଟରକୁ ପଠାଉଥିବା ଅଧିକାଂଶ ରୋଗୀ କହିଛନ୍ତି ।
ସୂଚନାଯୋଗ୍ୟ, ବୈତରଣୀ ରୋଡରେ ଚାଲୁଥିବା ବହୁ ପାଥୋଲ୍ୟାବ୍‌ ମାଲିକଙ୍କ ନିକଟରେ ଡିପ୍ଲୋମା ଇନ୍‌ ମେଡିକାଲ ଲାବ୍ରୋଟୋରୀ ଟେକ୍ନୋଲୋଜି ସାର୍ଟିଫିକେଟ ନାହିଁ। ଏହାପରେ ବି ସେହି ପାଥୋଲ୍ୟାବ୍‌ ମାଲିକମାନେ ଜିଲା ମୁଖ୍ୟ ସ୍ବାସ୍ଥ୍ୟକେନ୍ଦ୍ରରେ କୌଣସି ପଞ୍ଜିକରଣ ନ କରି ଅନଭିଜ୍ଞ ଲୋକଙ୍କ ଦ୍ୱାରା ବିନା ପରୀକ୍ଷାରେ ରିପୋର୍ଟ ପ୍ରସ୍ତୁତ କରୁଛନ୍ତି। ଏପରିକି କୋରେଇ ଅଞ୍ଚଳରେ ଚାଲୁଥିବା ଅଧିକାଂଶ ଔଷଧ ଦୋକାନ ମଧ୍ୟ ବେଆଇନ ଭାବେ ଚାଲିଛି । ସରକାରୀ ନିୟମ ଅନୁଯାୟୀ ମେଡ଼ିସିନ ଷ୍ଟୋର୍‌ ଖୋଲିବା ପାଇଁ ଜଣେ ଫାର୍ମାସିଷ୍ଟଙ୍କ ନାମରେ ଲାଇସେନ୍ସ ରହିବା ସହ ଦୋକାନରେ ଔଷଧ ବିକ୍ରି ସମୟରେ ଖୋଦ୍‌ ଫାର୍ମାସିଷ୍ଟ ଉପସ୍ଥିତ ରହିବା ଅର୍ନିବାର୍ଯ୍ୟ । କିନ୍ତୁ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳୁଛି । ତେବେ ଏପରି ଅଭିଯୋଗକୁ ଡାକ୍ତର ରୀତାମଞ୍ଜରୀ ସ୍ବାଇଁ ଖଣ୍ଡନ କରିଛନ୍ତି । ରୋଗୀମାନେ କହିବା ମୁତାବକ ସେ ପ୍ରେସକ୍ରିପଶନରେ ବେସରକାରୀ ଔଷଧ ଲେଖୁଥିବା କହିଛନ୍ତି। ଏ ସଂକ୍ରାନ୍ତରେ ଜିଲା ସ୍ବାସ୍ଥ୍ୟ ଅଧିକାରୀ ଶିବାଶିଷ ମହାରଣାଙ୍କୁ ପଚାରିବାରେ ଆୟୁଷ ଡାକ୍ତରଙ୍କ ବଦଳି ନେଇ ସେ ଜିଲାପାଳଙ୍କ ସହ ଆଲୋଚନା କରିବେ । ଏଥିସହିତ ବେଆଇନ ପାଥୋଲ୍ୟାବ୍‌ ଉପରେ ଚଢ଼ାଉ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri