ସମସ୍ୟା ଘେରରେ ନିମାପଡ଼ା ଏନ୍‌ଏସି

ନିମାପଡ଼ା,୨୪ା୨(ଡି.ଏନ୍‌.ଏ.): ପୁରୀ ଜିଲା ନିମାପଡ଼ା ଏନ୍‌ଏସି ୧୯୭୩ ମସିହାରେ ୧୧ଟି ଓ୍ବାର୍ଡକୁ ନେଇ ଗଠିତ ହୋଇଛି। ଏହି ଏନ୍‌ଏସି ପ୍ରାୟ ୨୦ ହଜାର ଜନସଂଖ୍ୟା ବିଶିଷ୍ଟ, ୧୪.୦୭ ବର୍ଗ କି.ମି. ଆୟତ୍ତନ ଓ ପରିସୀମା। ପୁରୀ, ଭୁବନେଶ୍ୱର, କୋଣାର୍କ ଆଦି ସ୍ବର୍ଣ୍ଣ ତ୍ରିଭୁଜର କେନ୍ଦ୍ର ମଧ୍ୟସ୍ଥଳରେ ଅବସ୍ଥିତ ଏହି ଏନ୍‌ଏସି ଦୀର୍ଘ ୪୯ବର୍ଷର ବହୁ ପୁରାତନ ହୋଇଥିଲେ ମଧ୍ୟ ଅଦ୍ୟାବଧି ଆଶାନୁରୂପକ ବିକାଶ ହୋଇପାରି ନାହିଁ। ଡ୍ରେନେଜ ବ୍ୟବସ୍ଥାଠାରୁ ଆରମ୍ଭ କରି ପାନୀୟ ଜଳ, ବିଦ୍ୟୁତ୍‌, ରାସ୍ତା ଆଦି କାର୍ଯ୍ୟ କିଛି ଜାଗାରେ ଅଧାପନ୍ତରିଆ ହୋଇପଡ଼ି ରହିଥିବାରୁ ଲୋକେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ମୁଖ୍ୟତଃ ୧୧ଟି ଓ୍ବାର୍ଡରେ ଅଦ୍ୟାବଧି ଡ୍ରେନେଜ ବ୍ୟବସ୍ଥା ତ୍ୱରାନ୍ବିତ ହୋଇପାରି ନ ଥିବାରୁ ବର୍ଷାଦିନେ ଏନ୍‌ଏସିବାସୀ ହଇରାଣ ହେଉଛନ୍ତି। ବର୍ଷାଦିନେ ବର୍ଷାଜଳ ନିଷ୍କାସନ ହୋଇ ନ ପାରି ବହୁ ସମସ୍ୟା ସୃଷ୍ଟି ହେଉଛି। ୯ନଂ. ଓ୍ବାର୍ଡର ଅଣ୍ଡିଆ ସାହି, ଦକ୍ଷିଣ ଭୋଇ ସାହି, ଶିବଶକ୍ତି କଲୋନୀ, ନିଉ କଲୋନୀ, ଶ୍ରୀରାମନଗର, ମହିଳା କଲେଜ ରାସ୍ତା, ୪ନଂ. ଓ୍ବାର୍ଡର ନାୟକ ସାହି, ପୂର୍ଣ୍ଣେଶ୍ୱରୀ ସାହି ସମେତ ବହୁ ଓ୍ବାର୍ଡରେ ବର୍ଷାଜଳ ନିଷ୍କାସନ ହୋଇ ନ ପାରି ଗଁା, ସାହି ରାସ୍ତାରେ ସୁଅ ଛୁଟିଛି। ବର୍ଷାଦିନେ ବହୁ ଓ୍ବାର୍ଡବାସୀ ପାଣିଘେରରେ ଜଳବନ୍ଦୀ ହୋଇ ରହୁଛନ୍ତି।

ସେହିଭଳି ଏନ୍‌ଏସି ପକ୍ଷରୁ ଶିଶୁଙ୍କ ମନୋରଞ୍ଜନ ପାଇଁ ୧୪ଲକ୍ଷ ଟଙ୍କା ବ୍ୟୟରେ ୪ନଂ. ଓ୍ବାର୍ଡର ଟାଉନ ହଲ ନିକଟରେ ନିର୍ମିତ ହୋଇଥିବା ଶିଶୁ ଉଦ୍ୟାନଟି ଫନୀ ବାତ୍ୟା ପରଠାରୁ ଅଦରକାରୀ ହୋଇ ପଡ଼ିରହିଛି। ୨ ବର୍ଷ ହେବ ପାର୍କରେ ତାଲା ପଡ଼ିଥିବାରୁ ଶିଶୁମାନେ ଖେଳକୁଦ କରିପାରୁ ନାହାନ୍ତି। ଏନ୍‌ଏସିର ୧ନଂ., ୮ନଂ., ୯ନଂ., ୧୦ନଂ., ୧୧ନଂ. ଓ୍ବାର୍ଡ ସମେତ ପେଟାଘାଇ ରାସ୍ତା, ନୂଆରକରି, ବାଘସାହି ରାସ୍ତା, ମେଳକ ସମେତ ବହୁ ଗ୍ରାମର ମୁଖ୍ୟ ରାସ୍ତାର ଲାଗିଥିବା ବିଦ୍ୟୁତ୍‌ଖୁଣ୍ଟଗୁଡ଼ିକ ପ୍ରାୟତଃ ଅଚଳ ହୋଇପଡ଼ିଥିବାରୁ ରାସ୍ତାଘାଟ ଅନ୍ଧାରରେ ରହୁଛି। ଫଳରେ ରାତିରେ ଯାତାୟାତ ପାଇଁ ନାହିଁ ନ ଥିବା ଅସୁବିଧା ହେଉଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଦୋଳବେଦି ଛକ, ଜୟଗୁରୁ ଆଶ୍ରମ ଛକ, ଜୟଶ୍ରୀ ଛକ ଆଦି ଅଞ୍ଚଳର ମୁଖ୍ୟ ରାସ୍ତାକଡ଼ରେ ଦୈନିକ ପନିପରିବା ବିକୁଥିବା ଉଠାଦୋକାନୀଙ୍କ ଥଇଥାନ ଓ ସ୍ଥାୟୀ ପ୍ରତିକାର ବ୍ୟବସ୍ଥା ଏନ୍‌ଏସି ପକ୍ଷରୁ କରାଯାଉ ନ ଥିବାରୁ ସେମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେହିପରି ସାପ୍ତାହିକ ହାଟରେ ବ୍ୟବସାୟୀ ଓ ଚାଷୀମାନଙ୍କ ପାଇଁ ଆବଶ୍ୟକ ପିଣ୍ଡିର ବ୍ୟବସ୍ଥା ନ ଥିବା ଓ ପାନୀୟ ଜଳ ଏବଂ ଜଳ ନିଷ୍କାସନର ସୁବ୍ୟବସ୍ଥା ନ ଥିବାରୁ ବ୍ୟବସାୟୀ ଓ ଚାଷୀ ବହୁ ହଟହଟା ହେଉଛନ୍ତି। ଏନ୍‌ଏସି ପକ୍ଷରୁ ଏନ୍‌ଏସି ଅଫିସଠାରୁ ମାତ୍ର ୫ଶହ ମିଟର ବ୍ୟବଧାନରେ ବ୍ଲକ ଛକରେ ନିର୍ମିତ ହୋଇଥିବା ଏକ ପାନୀୟ ଜଳ ଯୋଗାଣ କେନ୍ଦ୍ର ଦୀର୍ଘମାସ ଧରି କାର୍ଯ୍ୟକ୍ଷମ ହୋଇ ନ ପାରି ଅବହେଳିତ ଅବସ୍ଥାରେ ପଡ଼ିରହିଛି। ହେଲେ ଏ ଦିଗରେ ଏନ୍‌ଏସି କର୍ତ୍ତୃପକ୍ଷଙ୍କ ଦୃଷ୍ଟି ପଡୁନାହିଁ। ଏନ୍‌ଏସି ଅଞ୍ଚଳରେ ଦୀର୍ଘ ବର୍ଷ ଧରି ବାହାର ଅଞ୍ଚଳର ହଜାରରୁ ଊର୍ଦ୍ଧ୍ୱ ଲୋକ ବାସ କରୁଥିବା ବେଳେ ସେମାନଙ୍କ ପାଇଁ ଏନ୍‌ଏସି ପକ୍ଷରୁ ଅଦ୍ୟାବଧି ଶବଦାହ କେନ୍ଦ୍ରଟି ପ୍ରତିଷ୍ଠା ହୋଇପାରି ନ ଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି। ପୌର ନିର୍ବାଚନ ପାଖେଇ ଆସୁଥିବା ବେଳେ ଏହି ଅତ୍ୟାବଶ୍ୟକ ମୌଳିକ ସମସ୍ୟାର ତୁରନ୍ତ ପ୍ରତିକାର କରାଯିବା ଦିଗରେ ପଦକ୍ଷେପ ନିଆଯିବାକୁ ନାରୀନେତ୍ରୀ ସରିତା ମହାପାତ୍ରଙ୍କ ସମେତ ଶତାଧିକ ଏନ୍‌ଏସିବାସୀ ରାଜ୍ୟ ନଗର ଉନ୍ନୟନ ମନ୍ତ୍ରୀ, ସଚିବ, ଗଣଶିକ୍ଷା ମନ୍ତ୍ରୀ, ପୁରୀ ଜିଲାପାଳ, ଉପଜିଲାପାଳ ପ୍ରମୁଖଙ୍କ ନିକଟରେ ଦାବି କରିଛନ୍ତି। ଏ ସମ୍ପର୍କରେ ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସତ୍ୟପ୍ରକାଶ ମିଶ୍ର କହିଛନ୍ତି, ଶିଶୁ ଉଦ୍ୟାନଟିର ପୁନରୁଦ୍ଧାର କାର୍ଯ୍ୟ ଚାଲିଛି। ଖୁବ୍‌ଶୀଘ୍ର ଏହି ଶିଶୁ ଉଦ୍ୟାନ ଖୋଲାଯିବା ସହ ନୂତନ ପାନୀୟ ଜଳଯୋଗାଣ କେନ୍ଦ୍ରଟି କାର୍ଯ୍ୟକ୍ଷମ ହେବ। ପର୍ଯ୍ୟାୟକ୍ରମେ ବିଭିନ୍ନ ମୌଳିକ ସମସ୍ୟାର ପ୍ରତିକାର ପାଇଁ ପଦକ୍ଷେପ ନିଆଯିବ ବୋଲି କାର୍ଯ୍ୟନିର୍ବାହୀ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

ଜାତୀୟ ସମ୍ମିଳନୀରେ ଯୋଗ ଦେବେ ଆଇନଜୀବୀ ହରପ୍ରସାଦ

ଦିଗପହଣ୍ଡି,୧୫ା୨(ଅଶେଷ ନାଥ ମିଶ୍ର): ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତି (ଇସକଫ)ର ଜାତୀୟ ସମ୍ମିଳନୀରେ ଯୋଗଦେବାକୁ ଆଇନଜୀବୀ ହରପ୍ରସାଦ ରଥ ତାମିଲନାଡୁ ଗସ୍ତ କରିବେ ବୋଲି…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri