ମୁହାଁମୁହିଁ ହୋଇପାରନ୍ତି ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ

ଭୁବନେଶ୍ୱର,୨୪ା୨(ବ୍ୟୁରୋ): ୩ବର୍ଷ ଧରି ମୂରବି ଶୂନ୍ୟ ଥିବା ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ନୂଆ ନେତା ପାଇବାକୁ ଯାଉଛି। ଏଥିପାଇଁ ଖୁବ୍‌ଶୀଘ୍ର ପୌର ନିର୍ବାଚନର ତାରିଖ ଘୋଷଣା ହେବାକୁ ଥିବାବେଳେ ଏହାକୁ ନେଇ ରାଜଧାନୀ ରାଜନୀତି ବେଶ୍‌ ସରଗରମ ହେବାରେ ଲାଗିଛି। ୱାର୍ଡ଼ ସମସ୍ୟାକୁ ନେଇ ଛକଛକରେ, ଚା’ ଖଟିରେ ସବୁଠି ଚର୍ଚ୍ଚା ଜୋର୍‌ ଧରିଛି। ଇତିମଧ୍ୟରେ ଲୋକଙ୍କ ପାଖରେ ପହଞ୍ଚତ୍ ଆଶାୟୀମାନେ ନାନା ପ୍ରତିଶ୍ରୁତି ଦେଇ ନିଜର ସ୍ଥିତି ସୁଦୃଢ଼ କରିବାକୁ ଚେଷ୍ଟା କରୁଥିବାବେଳେ ଠିକ୍‌ ତଥା ଭରସାଯୋଗ୍ୟ ନେତା ବାଛିବାକୁ ଓ୍ବାର୍ଡବାସୀ ଚାହିଁ ବସିଛନ୍ତି।

ପୌର ନିର୍ବାଚନକୁ ନେଇ ବିଏମ୍‌ସି ଓ୍ବାର୍ଡ ନଂ.୬୩ର ବାସିନ୍ଦା ଓ ନେତାଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଏହି ଓ୍ବାର୍ଡର କର୍ପୋରେଟର ପଦ ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିବାରୁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରାର୍ଥୀ ଦେବାକୁ ପ୍ରସ୍ତୁତି ଚାଲିଛି। ଆଶାୟୀ ପ୍ରାର୍ଥୀମାନେ ମଧ୍ୟ ଟିକେଟ ଲବି ସହ ଓ୍ବାର୍ଡର ୧୨୫୭୬ ଭୋଟରଙ୍କୁ ଆକୃଷ୍ଟ କରିବାକୁ ରଣକୌଶଳ ଆରମ୍ଭ କରିଛନ୍ତି। ଏପରିସ୍ଥଳେ ୨୦୧୪ରୁ ୧୯ ପର୍ଯ୍ୟନ୍ତ କର୍ପୋରେଟର ଥିବା ଭାଜପାର ରଘୁନାଥ ମହାନ୍ତି ସ୍ତ୍ରୀ ଲକ୍ଷ୍ମୀପ୍ରିୟାଙ୍କ ପାଇଁ ଟିକେଟ ହାତେଇବାକୁ ଅଣ୍ଟା ଭିଡିଛନ୍ତି। ଅପରପକ୍ଷେ ରୁନୁ ଜେନା ପୁଣି ବିଜେଡିରୁ ଟିକେଟ ପାଇବାକୁ ଆଶାୟୀ ଅଛନ୍ତି। ୨୦୦୮ରେ ଉଭୟେ ଲକ୍ଷ୍ମୀପ୍ରିୟା ଓ ରୁନୁ ପରସ୍ପର ବିପକ୍ଷରେ ନିର୍ବାଚନ ଲଢିଥିଲେ। ରୁନୁ ବିଜୟୀ ହୋଇଥିବାବେଳେ ଚଳିତବର୍ଷ ପୁଣି ଉଭୟ ପରସ୍ପର ବିରୋଧରେ ଏଜେଣ୍ଡା ପ୍ରସ୍ତୁତ କରିବାରେ ଲାଗିଛନ୍ତି। ତେଣୁ ଇତିହାସର ପୁନରାବୃତ୍ତି ହେବ ନା ଲକ୍ଷ୍ମୀପ୍ରିୟା ବିଜୟୀ ହୋଇ ପୁରୁଣା ପରାଜୟର ପ୍ରତିଶୋଧ ନେବାରେ ସଫଳ ହେବେ ତାହା ଏବେ ଆଲୋଚନାର ବିଷୟବସ୍ତୁ ପାଲଟିଛି। ଅପରପକ୍ଷେ ଓ୍ବାର୍ଡ ନଂ ୬୫ର ପୂର୍ବତନ କର୍ପୋରେଟର ଜ୍ୟୋତ୍ସ୍ନାମୟୀ ଜେନାଙ୍କ ଘର ଜାଗମରା ଗ୍ରାମରେ ହୋଇଥିବାରୁ ସେ ମଧ୍ୟ ଏଠାରୁ ନିର୍ବାଚନ ଲଢିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ତେଣୁ କେବଳ ଦଳୀୟ ଟିକେଟ୍‌କୁ ଅପେକ୍ଷା କରି ବସିଛନ୍ତି ପ୍ରାର୍ଥୀ।
ପୂର୍ବତନ କର୍ପୋରେଟର ରଘୁନାଥ କହିଛନ୍ତି, ମୋ ସମୟରେ ରାସ୍ତା ନିର୍ମାଣ, ପାନୀୟ ଜଳ, ଆଲୋକୀକରଣଠାରୁ ଆରମ୍ଭ କରି ଶ୍ମଶାନ ପୁନରୁଦ୍ଧାର, ପୋଖରୀ ପୁନରୁଦ୍ଧାର ତଥା ନୂତନ କରି ବରବାରୀ ପୋଖରୀ ଖନନ କରାଯାଇଛି। ତପୋବନବସ୍ତିର ହିତାଧିକାରୀଙ୍କୁ ରାଶନ କାର୍ଡ଼ ପ୍ରଦାନ କରାଯାଇଛି। ସମସ୍ତ ଉନ୍ନୟନମୂଳକ କାର୍ଯ୍ୟ ସୁଚାରୁରୂପେ ହୋଇଛି। ତେଣୁ ସ୍ତ୍ରୀ ଲକ୍ଷ୍ମୀପ୍ରିୟାଙ୍କୁ ଟିକେଟ ମିଳିଲେ ସେ ନିଶ୍ଚିତ ବିଜୟ ଲାଭ କରି ଉନ୍ନତିମୂଳକ କାର୍ଯ୍ୟକୁ ଆଗେଇ ନେବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ, ୨ଦିନ ପରେ…

ଭୁବନେଶ୍ୱର,୨୬।୯: ଆଣ୍ଡାମାନ ସାଗରରୁ ସୃଷ୍ଟି ହୋଇଥିବା ଲଘୁଚାପ ପରବର୍ତ୍ତୀ ସମୟରେ ଗଭୀର ଅବପାତର ରୂପ ନେଇ ଓଡ଼ିଶାରେ ବ୍ୟାପକ କ୍ଷୟକ୍ଷତି ଘଟାଇଲା। ଏବେ ସେହି ଆଣ୍ଡାମାନ ସାଗର…

କାଲି ବନ୍ୟାଞ୍ଚଳ ବୁଲିବେ ମୁଖ୍ୟମନ୍ତ୍ରୀ: ଆକାଶମାର୍ଗରୁ ସ୍ଥିତି ପରଖିବେ ମୋହନ ମାଝୀ

ଭୁବନେଶ୍ୱର,୨୬।୯: ରାଜ୍ୟରେ ଗଭୀର ଅବପାତ ଯୋଗୁ ସୃଷ୍ଟ ଲଗାଣ ବର୍ଷା ଓ ବନ୍ୟା ପରିସ୍ଥିତିର ସମୀକ୍ଷା କରିବା ପାଇଁ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବନ୍ୟା…

ଗାଜଲବାଡି ଘାଟି ସିଲ୍‌କୁ ୩ ଦିନ: ଦାରିଙ୍ଗବାଡିରେ ମିଳୁନି ପନିପରିବା, ବୃଦ୍ଧି ପାଇଲା ଅତ୍ୟାବଶ୍ୟକ ସାମଗ୍ରୀର ଦର

ଦାରିଙ୍ଗବାଡି,୨୬।୯(ଅରୁଣ ସାହୁ): ଲଗାଣ ବର୍ଷା ଓ ଭୂସ୍ଖଳନ ଭୟ ଯୋଗୁ ସିଲ୍ ହୋଇଥିବା ଗାଜଲବାଡି ଘାଟି ରାସ୍ତା ଇତିମଧ୍ୟରେ ୩ ଦିନ ବିତିଯାଇଥିଲେ ବି ଖୋଲିପାରିନାହିଁ। ଗୁରୁବାର…

କୋରାପୁଟରେ ବର୍ଷା ବିତ୍ପାତ: ୪୫ ଗାଁ ଜଳମଗ୍ନ

କୋରାପୁଟ,୨୬ା୯(ଅମିତାଭ ବେହେରା): ଅର୍ଣ୍ଣବ ବାତ୍ୟା ପ୍ରଭାବରେ କୋରାପୁଟ ଜିଲାରେ ଲଗାଣ ବର୍ଷା ଯୋଗୁ ଜିଲାର ନଦୀ, ନାଳ ଓ ଜଳାଶୟର ଜଳସ୍ତର ବଢ଼ିବା ସହ ବିଭିନ୍ନ ତଳିଆ…

ମା’ ହେଲେ ଦଶମ ଶ୍ରେଣୀ ଛାତ୍ରୀ: ଜିଲା ମୁଖ୍ୟ ଚିକିତ୍ସାଳୟରେ କନ୍ୟା ସନ୍ତାନ ଜନ୍ମ, ଥାନାରେ ଏତଲା

ପାଟଣା,୨୬।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅଞ୍ଚଳରେ ଜଣେ ଦଶମ ଶ୍ରେଣୀର ନାବାଳିକା ଛାତ୍ରୀ ମାଆ ହୋଇଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ…

ନୁଆମାହରା ଘାଇ ପୁଣି ଭାଙ୍ଗିଲା, ୧୦ ଗ୍ରାମବାସୀ ଜଳବନ୍ଦୀ

ସିଂହପୁର,୨୬।୯: ଅନଙ୍ଗ ଉଦୟ ବେଉରିଆ ଖରସ୍ରୋତା ନଦୀରେ ପୁଣି ବନ୍ୟା ଆସିବାରୁ ବିଂଝାରପୁର ବ୍ଲକ ଅନ୍ତର୍ଗତ ଜରି ପଞ୍ଚାୟତ ନାଉବାଙ୍କ ଗ୍ରାମ ନିକଟ ନୁଆମାହାରଠାରେ ପୁଣି ଘାଇ…

ପୂର୍ବାଞ୍ଚଳ ଜୁନିଅର ଆଥଲେଟିକ୍ସ ଚାମ୍ପିୟନଶିପ୍‌ : କଳାହାଣ୍ଡି ଝିଅ ରେଶମା ବେହେରା ଜିତିଲେ ସ୍ୱର୍ଣ୍ଣ ପଦକ

ଭବାନୀପାଟଣା, ୨୬।୯ (ଉତ୍ତମ କୁମାର ଦାଶ): ବିହାରର ପାଟନାଠାରେ ଗତ ୩ ଦିନ ଧରି ପୂର୍ବାଞ୍ଚଳ ଜୁନିଅର ଆଥଲେଟିକ୍ସ ଚାମ୍ପିୟନଶିପ୍‌ ଆୟୋଜିତ ହୋଇଥିଲା। ଏଥିରେ କଳାହାଣ୍ଡିର ଝିଅ…

ତାମ୍ପରା ହ୍ରଦର ଜଳସ୍ତର : ଆଉ ୪ ଫୁଟ ପାଣି ବଢ଼ିଲା, ଜଳନିଷ୍କାସନ ନ ହେଲେ ବଢ଼ିବ ସମସ୍ୟା

ଛତ୍ରପୁର, ୨୬।୯ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଛତ୍ରପୁର ପୌରପରିଷଦ ଉପକଣ୍ଠ ତାମ୍ପରା ହ୍ରଦ କୂଳରେ ଅବସ୍ଥିତ ବ୍ୟାଙ୍କ କଲୋନୀ ଅଞ୍ଚଳରେ ଜମି ରହିଥିବା ଜଳସ୍ତର ଶନିବାର ସକାଳୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?