ଅସହାୟଙ୍କ ଦେବଦୂତ ନିକୁ

କେନ୍ଦୁଝର,୩ା୨(ଡି.ଏନ.ଏ.) କେନ୍ଦୁଝରର ପ୍ରତିଷ୍ଠିତ ବ୍ୟବସାୟିକ ଅନୁଷ୍ଠାନ କନକ ଜୁଏଲେରିର ନିର୍ଦ୍ଦେଶକ ଜିତେନ୍ଦ୍ର ସାହୁଙ୍କ ସ୍ତ୍ରୀ ସାମାଜିକ କର୍ମୀ ନିକୁ ସାହୁ ଗରିବ ଅସହାୟମାନଙ୍କ ପାଇଁ ଦେବଦୂତ ସାଜିଛନ୍ତି। ପ୍ରବଳ ଶୀତରେ ବସ୍ତ୍ର ଅଭାବରୁ କଷ୍ଟ ଭୋଗୁଥିବା ଅସହାୟମାନଙ୍କୁ କମ୍ବଳ ବାଣ୍ଟି ସେ ତାଙ୍କ ମହାନତାର ପରିଚୟ ଦେଇଛନ୍ତି। ଶୁଖିଲା ଖାଦ୍ୟ, କମ୍ବଳ, ଶାଢ଼ି ପ୍ରଭୃତି ବାଣ୍ଟି ଅସହାୟଙ୍କ ମୁହଁରେ ହସ ଫୁଟାଇ ପାରୁଥିବାରୁ ସେ ଖୁସି ବ୍ୟକ୍ତ କରିଛନ୍ତି। କେନ୍ଦୁଝର ପୌରପରିଷଦ ଅନ୍ତର୍ଗତ ସୁଲେଇଖମାର, ପୋଡ଼ା ଉଆସ, ଲକ୍ଷ୍ମୀପାଦ, ନଳାଘାଟସାହି, ଭୂମିଜସାହି, ଢିପାସାହି, ଦଳଖୋଳା ପୋଖୀର ହୁଡ଼ାସାହି ତଥା ପୁରୁଣାବଜାର ହାଟ ପଡ଼ିଆ ଅଞ୍ଚଳରେ ଅତି ଦୟନୀୟ ଭାବରେ ଜୀବନ ବିତାଉଥିବା ଅସହାୟ ଗରିବଙ୍କୁ ବିଗତ କିଛିଦିନ ହେଲା ସେ ସହାୟତା ଦେଇ ଆସୁଛନ୍ତି। ଆଗାମୀ ଦିନରେ ଏହାକୁ ଆହୁରି ବ୍ୟାପକ କରାଯିବ ବୋଲି ସମାଜିକ କର୍ମୀ ସାହୁ କହିଛନ୍ତି।