ଆରମ୍ଭ ହେଲା ‘ନିକ୍ରା’

ଢେଙ୍କାନାଳ ଅଫିସ, ୯।୪ ଜଳବାୟୁ ପରିବର୍ତ୍ତନର ସମ୍ମୁଖୀନ ହେବା, ଚାଷରେ ସମୟାନୁକୂଳ ବୈଷୟିକ ଜ୍ଞାନକୌଶଳର ପ୍ରୟୋଗ, ସମନ୍ବିତ କୃଷି ଭଳି ବହୁମୁଖୀ ଲକ୍ଷ୍ୟ ନେଇ ଢେଙ୍କାନାଳ ଜିଲା ଗଁଦିଆ ବ୍ଲକର ଅରାଚୁଆ ଗ୍ରାମରେ ଗୁରୁବାରଠାରୁ ଆରମ୍ଭ ହୋଇଛି ନ୍ୟାଶନାଲ ଇନୋଭେଶନ୍‌ସ ଇନ୍‌ କ୍ଲାଇମେଟ୍‌ ରିସିଲେଣ୍ଟ ଏଗ୍ରିକଲଚର (ନିକ୍ରା)। ଜିଲା କୃଷି ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୌଷ୍ୟଗ୍ରାମ ଅରାଚୁଆରେ ଏହି ବହୁମୁଖୀ ପ୍ରକଳ୍ପର ଶୁଭାରମ୍ଭ ହୋଇଛି।
କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ବୈଜ୍ଞାନିକ ଡ. ବିମଳେନ୍ଦୁ ମହାନ୍ତି ସ୍ବାଗତ ଭାଷଣ ପ୍ରଦାନ କରି ପ୍ରକଳ୍ପ ସମ୍ପର୍କରେ କହିଥିଲେ। ମୁଖ୍ୟ ଅତିଥି ଭାବେ ଅଟାରି କୋଲକାତାର ପ୍ରମୁଖ ବୈଜ୍ଞାନିକ ତଥା ପ୍ରକଳ୍ପର ସଞ୍ଚାଳକ ଡ. ଫିରୋଜ ହାସନ୍‌ ରହମନ୍‌ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ, କାର୍ଯ୍ୟପ୍ରଣାଳୀ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ଜିଲା କୃଷି ଅଧିକାରୀ ଅଂଶୁମାନ ପଟ୍ଟନାୟକ ମୃତ୍ତିକା ପରୀକ୍ଷା, ଜୈବିକ କୃଷି ଉପରେ ଗୁରୁତ୍ୱ ଦେବାକୁ ଚାଷୀଙ୍କୁ ପରାମର୍ଶ ଦେଇଥିଲେ।
ଜିଲା ବନଖଣ୍ଡ ଅଧିକାରୀ ଡ. ପ୍ରକାଶଚାନ୍ଦ ଗୋଗିନେନି, ଉଦ୍ୟାନ ଉପକୃଷି ନିର୍ଦ୍ଦେଶିକା ଗୀତାଶ୍ରୀ ପାଢ଼ୀ, ଉଦ୍ୟାନ କୃଷି ବିଭାଗ ପକ୍ଷରୁ ହେଉଥିବା ଛତୁଚାଷ, ମହୁଚାଷ, ପରିବା ଚାଷ ପାଇଁ ଚାଷୀଙ୍କୁ ପ୍ରାଥମିକତା ଦିଆଯିବ ବୋଲି କହିଥିଲେ। ଜିଲା ମତ୍ସ୍ୟ ଅଧିକାରୀ ପ୍ରଦୀପ୍ତ କୁମାର ଭୂୟଁା, ଜଳ ବିଭାଜିକା ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ୟୁ.କେ. ପରିଡ଼ା, ନାବାର୍ଡ ଡେପୁଟି ମ୍ୟାନେଜର ଜ୍ଞାନେନ୍ଦ୍ର ରାଉତ, ଗଁଦିଆ ବ୍ଲକ ପ୍ରାଣୀଧନ ଚିକିତ୍ସାଧିକାରୀ ଡ. କୃଷ୍ଣଚନ୍ଦ୍ର ମଲ୍ଲିକ, ଆଞ୍ଚଳିକ କୃଷି ଗବେଷଣାକେନ୍ଦ୍ର ବୈଜ୍ଞାନିକ ଡ. ସୁନୀଲ ସାମଲ ପ୍ରମୁଖ ସମନ୍ବିତ କୃଷି ଉପରେ ଗୁରୁତ୍ୱାରୋପ କରିଥିଲେ। ଗ୍ରାମର ୨୫୦ ମହିଳାପୁରୁଷ ଯୋଗଦେଇଥିଲେ। କୃଷି ବୈଜ୍ଞାନିକ ଦିବ୍ୟସୁନ୍ଦର କର, ପ୍ରାଣୀ ବିଜ୍ଞାନୀ ଶେଫାଳି ରାଉତ, ସଂଘମିତ୍ରା ସାହୁ, ନିହାର ରଞ୍ଜନ ବରାଳ, ବିରଜା ଜେନା, ଗ୍ରାମ ବନ ସୁରକ୍ଷା ସମିତି ସଭାପତି ଦାଶରଥି ସାହୁ, ଗୃହ ବିଜ୍ଞନୀ ସସ୍ମିତା ପ୍ରମୁଖ ପରିଚାଳନାରେ ସହାୟତା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜୀବିତ ରୋଗୀଙ୍କୁ ମୃତ ଘୋଷଣା କଲେ ଡାକ୍ତର; ଆଉ ତା’ପରେ…

କାମାକ୍ଷାନଗର, ୧୧।୭ (ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ଜୀବିତ ରୋଗୀଙ୍କୁ ଚିକିତ୍ସା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri