ଆରମ୍ଭ ହେଲା ‘ନିକ୍ରା’

ଢେଙ୍କାନାଳ ଅଫିସ, ୯।୪ ଜଳବାୟୁ ପରିବର୍ତ୍ତନର ସମ୍ମୁଖୀନ ହେବା, ଚାଷରେ ସମୟାନୁକୂଳ ବୈଷୟିକ ଜ୍ଞାନକୌଶଳର ପ୍ରୟୋଗ, ସମନ୍ବିତ କୃଷି ଭଳି ବହୁମୁଖୀ ଲକ୍ଷ୍ୟ ନେଇ ଢେଙ୍କାନାଳ ଜିଲା ଗଁଦିଆ ବ୍ଲକର ଅରାଚୁଆ ଗ୍ରାମରେ ଗୁରୁବାରଠାରୁ ଆରମ୍ଭ ହୋଇଛି ନ୍ୟାଶନାଲ ଇନୋଭେଶନ୍‌ସ ଇନ୍‌ କ୍ଲାଇମେଟ୍‌ ରିସିଲେଣ୍ଟ ଏଗ୍ରିକଲଚର (ନିକ୍ରା)। ଜିଲା କୃଷି ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୌଷ୍ୟଗ୍ରାମ ଅରାଚୁଆରେ ଏହି ବହୁମୁଖୀ ପ୍ରକଳ୍ପର ଶୁଭାରମ୍ଭ ହୋଇଛି।
କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ବୈଜ୍ଞାନିକ ଡ. ବିମଳେନ୍ଦୁ ମହାନ୍ତି ସ୍ବାଗତ ଭାଷଣ ପ୍ରଦାନ କରି ପ୍ରକଳ୍ପ ସମ୍ପର୍କରେ କହିଥିଲେ। ମୁଖ୍ୟ ଅତିଥି ଭାବେ ଅଟାରି କୋଲକାତାର ପ୍ରମୁଖ ବୈଜ୍ଞାନିକ ତଥା ପ୍ରକଳ୍ପର ସଞ୍ଚାଳକ ଡ. ଫିରୋଜ ହାସନ୍‌ ରହମନ୍‌ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ, କାର୍ଯ୍ୟପ୍ରଣାଳୀ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ଜିଲା କୃଷି ଅଧିକାରୀ ଅଂଶୁମାନ ପଟ୍ଟନାୟକ ମୃତ୍ତିକା ପରୀକ୍ଷା, ଜୈବିକ କୃଷି ଉପରେ ଗୁରୁତ୍ୱ ଦେବାକୁ ଚାଷୀଙ୍କୁ ପରାମର୍ଶ ଦେଇଥିଲେ।
ଜିଲା ବନଖଣ୍ଡ ଅଧିକାରୀ ଡ. ପ୍ରକାଶଚାନ୍ଦ ଗୋଗିନେନି, ଉଦ୍ୟାନ ଉପକୃଷି ନିର୍ଦ୍ଦେଶିକା ଗୀତାଶ୍ରୀ ପାଢ଼ୀ, ଉଦ୍ୟାନ କୃଷି ବିଭାଗ ପକ୍ଷରୁ ହେଉଥିବା ଛତୁଚାଷ, ମହୁଚାଷ, ପରିବା ଚାଷ ପାଇଁ ଚାଷୀଙ୍କୁ ପ୍ରାଥମିକତା ଦିଆଯିବ ବୋଲି କହିଥିଲେ। ଜିଲା ମତ୍ସ୍ୟ ଅଧିକାରୀ ପ୍ରଦୀପ୍ତ କୁମାର ଭୂୟଁା, ଜଳ ବିଭାଜିକା ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ୟୁ.କେ. ପରିଡ଼ା, ନାବାର୍ଡ ଡେପୁଟି ମ୍ୟାନେଜର ଜ୍ଞାନେନ୍ଦ୍ର ରାଉତ, ଗଁଦିଆ ବ୍ଲକ ପ୍ରାଣୀଧନ ଚିକିତ୍ସାଧିକାରୀ ଡ. କୃଷ୍ଣଚନ୍ଦ୍ର ମଲ୍ଲିକ, ଆଞ୍ଚଳିକ କୃଷି ଗବେଷଣାକେନ୍ଦ୍ର ବୈଜ୍ଞାନିକ ଡ. ସୁନୀଲ ସାମଲ ପ୍ରମୁଖ ସମନ୍ବିତ କୃଷି ଉପରେ ଗୁରୁତ୍ୱାରୋପ କରିଥିଲେ। ଗ୍ରାମର ୨୫୦ ମହିଳାପୁରୁଷ ଯୋଗଦେଇଥିଲେ। କୃଷି ବୈଜ୍ଞାନିକ ଦିବ୍ୟସୁନ୍ଦର କର, ପ୍ରାଣୀ ବିଜ୍ଞାନୀ ଶେଫାଳି ରାଉତ, ସଂଘମିତ୍ରା ସାହୁ, ନିହାର ରଞ୍ଜନ ବରାଳ, ବିରଜା ଜେନା, ଗ୍ରାମ ବନ ସୁରକ୍ଷା ସମିତି ସଭାପତି ଦାଶରଥି ସାହୁ, ଗୃହ ବିଜ୍ଞନୀ ସସ୍ମିତା ପ୍ରମୁଖ ପରିଚାଳନାରେ ସହାୟତା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହିରୋ ଏକ୍ସଟ୍ରିମ୍‌ ୧୬୦-ଆର୍‌ ବଜାର ପ୍ରବେଶ

ଢେଙ୍କାନାଳ ଅଫିସ,୧୧ା୮ ଢେଙ୍କାନାଳ ସହର କୁଞ୍ଜକାନ୍ତଠାରେ ଥିବା ସୋମ୍‌ ଅଟୋରେ ସୋମବାର ମଧ୍ୟାହ୍ନରେ ପ୍ରମୁଖ ଦୁଇଚକିଆ ଯାନ ନିର୍ମାଣକାରୀ କମ୍ପାନୀ ହିରୋ ମୋଟୋକର୍ପ ଲିମିଟେଡ୍‌ ପକ୍ଷରୁ...

ଚାରା ଲାଗାଇ ପାଳିଲେ ଜାତୀୟ ଦିବସ

ରାସୋଳ, ୧୫।୮(ଡି.ଏନ୍‌.ଏ.)-ଦେଶ ପାଳନ କରୁଛି ୭୩ତମ ସ୍ବାଧୀନତା ଦିବସ। ଦେଶପ୍ରେମରେ ଉଦ୍‌ବୁଦ୍ଧ ହୋଇଛନ୍ତି ସଭିଁଏ। ତ୍ରିରଙ୍ଗା ପତାକା ତଳେ ନେଇଛନ୍ତି ଦେଶ ପାଇଁ ବଳିଦାନ ଆଉ...

ବ୍ୟାଙ୍କ ମ୍ୟାନେଜର କହି ଟଙ୍କା ଲୁଟ୍‌

ବଅଁରପାଳ,୭।୯(ଡି.ଏନ.ଏ.) ବ୍ୟାଙ୍କ ମ୍ୟାନେଜର ପରିଚୟ ଦେଇ ଜଣେ ଯୁବକଙ୍କଠାରୁ ୧୦ ହଜାର ଲୁଟ୍‌ ହୋଇଛି। ଲୁଟ୍‌ ଶିକାର ହୋଇଛନ୍ତି ନାଲ୍‌କୋ ଥାନା କନ୍ୟାବେଡା ଗ୍ରାମର ସଞ୍ଜୟ...

ତାତିଲେ ମରୁଡ଼ି ବୀମା ଟଙ୍କାରୁ ବଞ୍ଚିତ ଚାଷୀ: ବ୍ୟାଙ୍କ ସମ୍ମୁଖରେ ଧାରଣାଦେବାକୁ ଚେତାବନୀ

ପରଜଙ୍ଗ, ୧୯।୭(ଡି.ଏନ.ଏ.)-ଢେଙ୍କାନାଳ ଜିଲା ପରଜଙ୍ଗସ୍ଥିତ ଅନୁଗୋଳ ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କ ଶାଖା ଆନୁକୂଲ୍ୟରେ ଋଣ ନେଇଥିବା ୨୦୮ ଚାଷୀ ମରୁଡ଼ି ବୀମା ଟଙ୍କା ପାଇବାରୁ...

ବିଦ୍ୟୁତ୍‌ ବିଭ୍ରାଟରୁ ସ୍ଥିତି ବିଷମ

ଢେଙ୍କାନାଳ ଅଫିସ, ୨୬।୪ ଖରାରେ ସିଝୁଛି ଗାଁଠାରୁ ସହର। ଆକାଶରୁ ହେଉଛି ଅଗ୍ନିବର୍ଷା। ପ୍ରଚଣ୍ଡ ତାତିରେ ଜଳିପୋଡ଼ିଯାଉଛି ଦେହମୁଣ୍ଡ। ସକାଳ ୮ଟାରୁ ଆରମ୍ଭ ହୋଇଯାଉଛି ଗ୍ରୀଷ୍ମପ୍ରବାହ।...

ଜ୍ୱାଇଁ ଟାଙ୍ଗିଆ ଚୋଟରେ ଶ୍ୱଶୁର ମୃତ

ପରଜଙ୍ଗ,୨୩।୭(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ମହାବିରୋଡ଼ ଫାଣ୍ଡି ପଙ୍ଗାତିରା ଗାଁରେ ଏକ ବୀଭତ୍ସ ହତ୍ୟାକାଣ୍ଡ ଦେଖିବାକୁ ମିଳିଛି। ଶୁକ୍ରବାର ବିଳମ୍ବିତ ରାତିରେ ଗାଁ ଦାଣ୍ଡରେ...

ଡେଷ୍ଟିନି ୧୨୫-ଏକ୍ସଟେକ୍‌ ବଜାର ପ୍ରବେଶ

ଢେଙ୍କାନାଳ/ ଅନୁଗୋଳ ଅଫିସ,୧୦।୫ ଢେଙ୍କାନାଳ କୁଞ୍ଜକାନ୍ତ ଅଞ୍ଚଳରେ ଥିବା ହିରୋ ମୋଟୋକର୍ପର ଅଧିକୃତ ବିକ୍ରେତା ସୋମ୍‌ ଅଟୋ ପକ୍ଷରୁ ସୋମବାର ଡେଷ୍ଟିନି ୧୨୫ ଏକ୍ସଟେକ୍‌ ସ୍କୁଟରର...

ପୋଖରୀରେ ବୁଡ଼ି ଶିଶୁକନ୍ୟା ମୃତ

ବଇଣ୍ଡା,୨୩।୮(ଡି.ଏନ.ଏ.)-ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଥାନା କାଶୀନାଥପୁର ଗ୍ରାମରେ ଗୁରୁବାର ପୋଖରୀରେ ବୁଡ଼ି ଅକୁର ମାଝିଙ୍କ ଅଢେଇ ବର୍ଷର ଶିଶୁକନ୍ୟା ଶିଲା ମାଝିଙ୍କ ମୃତ୍ୟୁ ହୋଇଛି। ପୋଲିସ...

Advertisement
Archives

Model This Week