କାମରେ ଆସୁନି ରାତ୍ର ଆଶ୍ରୟସ୍ଥଳ: ଶୀତ କାକରରେ ନିରାଶ୍ରୟ

କେନ୍ଦୁଝର, ୨୮ା୧୨(ସ୍ବ.ପ୍ର.)- କେନ୍ଦୁଝର ସହରରେ ବାସହୀନ ଓ ଅସହାୟ ଲୋକଙ୍କ ପାଇଁ ରାତ୍ରି ଆଶ୍ରୟସ୍ଥଳୀ ଅଛି ହେଲେ ଦୂରତା ଦୃଷ୍ଟିରୁ ସେଠାକୁ ଯିବାକୁ ଲୋକେ ପସନ୍ଦ ନାହାନ୍ତି। ଫଳରେ ଏହି ଆଶ୍ରୟସ୍ଥଳୀ କାମରେ ଲାଗି ପାରୁନି। ସେଠାକୁ ଯାତାୟାତ ପାଇଁ କୌଣସି ବ୍ୟବସ୍ଥା ନ ଥିବାରୁ ଏବେ ମଧ୍ୟ ଜିଲାପାଳଙ୍କ କାର୍ଯ୍ୟାଳୟ ଆଖପାଖ ରାସ୍ତା କଡ଼ରେ ବହୁ ନିରାଶ୍ରୟ ଏବଂ ସହରରେ କାମଧନ୍ଦା କରୁଥିବା ଲୋକ ପ୍ରବଳ ଥଣ୍ଡାରେ ମଧ୍ୟ ଆଶ୍ରୟ ନେବାକୁ ବାଧ୍ୟ ହେଉଛନ୍ତି ା ଏପରିକି ଛୋଟ ପିଲାମାନେ ରାସ୍ତାକଡ଼ ଓ ଦୋକାନ ବାରଣ୍ଡାରେ ଶୋଉଥିବା ଦେଖିବାକୁ ମିଳୁଛି।
ମୁଖ୍ୟ ସହରଠାରୁ ୬ କି.ମି ଦୂର ତଥା କେନ୍ଦୁଝର ପୌରାଞ୍ଚଳର ପୁରୁଣା ସହର ଭୂମିଜ ସାହିରେ ୨୦୧୯ରୁ ରାଜ୍ୟ ସହରାଞ୍ଚଳ ବିକାଶ ସଂସ୍ଥା ସହାୟତାରେ ଚାଲିଆସୁଛି ଉକ୍ତ ଆଶ୍ରୟସ୍ଥଳୀ। ଏଠାରେ ୫୦ ଜଣ ଲୋକଙ୍କୁ ଆଶ୍ରୟ ଦେବା ପାଇଁ ବ୍ୟବସ୍ଥା ରହିଛି। ସେମାନଙ୍କୁ ରହିବା, ଶୋଇବା ସହିତ କମ୍ବଳ ଆଦି ଅନ୍ୟାନ୍ୟ ସୁବିଧା ଯୋଗାଇ ଦିଆଯାଉଛି। ତେବେ ଏହାର ସୁରକ୍ଷା ପାଇଁ ଆଗ ଓ ପଛ ପାଚେରୀ ନ ଥିବାରୁ ବାହାର ଲୋକ, ଜୀବଜନ୍ତୁ ତଥା ପଶୁମାନଙ୍କ ଅବାଧ ପ୍ରବେଶ ଯୋଗୁ ଏହି ଆଶ୍ରୟସ୍ଥଳୀ ଅସୁରକ୍ଷିତ ଅବସ୍ଥାରେ ରହିଛି ା ଏହାର ସୁରକ୍ଷା ପାଇଁ ୫ ଜଣ କର୍ମଚାରୀ ନିୟୋଜିତ ଅଛନ୍ତି ା କିନ୍ତୁ ବ୍ୟକ୍ତି ପିଛା କମ ଅର୍ଥ ମଞ୍ଜୁର ହେଉଥିବାରୁ ପରିଚାଳନା କିପରି ହେଉଥିବ ବେଶ ଅନୁମାନ କରିହେବ। ସେଥିରୁ ୫ଜଣଙ୍କ ପାଇଁ ଦୈନିକ ୪୦ ଟଙ୍କା ଏବଂ ଅବଶିଷ୍ଟମାନଙ୍କ ପାଇଁ ଦୈନିକ ୧୦ ଟଙ୍କା ହିସାବରେ ଖର୍ଚ୍ଚ ବ୍ୟବସ୍ଥା ରହିଥିବା ଦାୟିତ୍ୱରେ ଥିବା ଜଣେ କର୍ମଚାରୀ କହିଛନ୍ତି। ଲୋକଙ୍କୁ ସଚେତନ କରାଯାଇ ଆଶ୍ରୟସ୍ଥଳକୁ ଯିବାକୁ କୁହାଯାଉଛି। ସେହିପରି ବସ୍‌ରେ ଲୋକମାନେ ଯାଇ ପାରିବେ ବୋଲି ଆଶ୍ରୟସ୍ଥଳର ପରିଚାଳକ ଦୀପକ ଜେନା କହିଛନ୍ତି ା
ତେବେ ଜିଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ସରକାରୀ ବସ୍‌ଷ୍ଟାଣ୍ଡ ଥିବାବେଳେ କଟକ ବସ୍‌ଷ୍ଟପ ତଥା ଦୂରରେ ତେଲକୋଇ, ବଡ଼ବିଲ ତଥା ବାରିପଦା ବସ୍‌ଷ୍ଟପ ରହିଥିବାରୁ ଏହାର ମଧ୍ୟସ୍ଥଳରେ ଆଶ୍ରୟସ୍ଥଳୀ ପ୍ରତିଷ୍ଠା ହେଲେ ଅଧିକ ଲୋକ ଉପକୃତ ହୋଇ ପାରନ୍ତେ ବୋଲି ସାମାଜିକ କର୍ମୀ ପ୍ରଦୀପ ମହାନ୍ତି କହିଛନ୍ତି। ସୂଚନାଯୋଗ୍ୟ ଯେ, ଆଶ୍ରୟସ୍ଥଳୀ ସ୍ଥାପନ ପାଇଁ କୃଷକ ବଜାର ସ୍ଥାନରେ ପୂର୍ବରୁ ନିଷ୍ପତ୍ତି ହୋଇଥିଲା ା କିନ୍ତୁ କାହିଁକି ଏଠାରେ ନ କରି ୬ କି.ମି. ଦୂରରେ କରାଗଲା ତାହାକୁ ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହେଉଛି। କେନ୍ଦୁଝର ପୌରାଞ୍ଚଳରେ ସ୍ଥାୟୀ ଆଶ୍ରୟୀସ୍ଥଳ ଥିବା ବେଳେ ବଡ଼ବିଲ, ଚମ୍ପୁଆ, ଯୋଡ଼ା, ଆନନ୍ଦପୁର ପୌରାଞ୍ଚଳରେ ମଧ୍ୟ ସ୍ଥାୟୀ ଆଶ୍ରୟସ୍ଥଳୀ ସ୍ଥାପନା ପାଇଁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

‘ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ମହାମନିଷୀଙ୍କ ଅବଦାନ ଅବିସ୍ମରଣୀୟ’

କେନ୍ଦୁଝର,୧ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ପବିତ୍ର ଓଡ଼ିଶା ଦିବସରେ ଜିଲା ବିଜୁ ଜନତା ଦଳ ପକ୍ଷରୁ କେନ୍ଦୁଝର ଜିଲା ସଦରମହକୁମାଠାରେ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ସହ ଜିଲାପାଳଙ୍କ…

ପ୍ରସ୍ତାବିତ ମେଗା ଷ୍ଟିଲପ୍ଲାଣ୍ଟ ପାଇଁ ଗ୍ରାମସଭା: ଏକର ପିଛା ଏତିକି କୋଟି ଦାବି

ପାଟଣା, ୧।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ଅଞ୍ଚଳ ରେ ପ୍ରସ୍ତାବିତ ମେଗା ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ବୁଧବାର ଚେମଣା ପଞ୍ଚାୟତ ଅଙ୍ଗି…

ନଦୀରେ ଭାସିଯାଇ ଯୁବକଙ୍କ ମୃତ୍ୟୁ: ଅଞ୍ଚଳରେ ଶୋକର ଛାୟା

ବଞ୍ଚୋ, ୩୧।୩: (ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅନ୍ତର୍ଗତ ବଞ୍ଚୋ ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି। ଗ୍ରାମର ଚିନ୍ମୟ ସେଠୀ…

ଧାର ଟଙ୍କା ନଦେବାରୁ ତାତିଗଲେ ଭିଣୋଇ, ଶୋଇଥିବା ବେଳେ ପେଟ୍ରୋଲ ଢାଳି ଜାଳିଦେଲେ….

ପାଟଣା,୩୧।୩(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା କିଆପଡା ଗାଁରେ ଅଭାବନୀୟ ଘଟଣା । ଧାର ଟଙ୍କାକୁ କେନ୍ଦ୍ର କରି ଏପରି ହିଂସାତ୍ମକ ଘଟଣା ଏବେ…

ବିଜେଡିକୁ ଶକ୍ତ ଧକ୍କା: ଭାଜପାରେ ମିଶିଲେ ବିଜେଡି ଉପାଧ୍ୟକ୍ଷଙ୍କ ସହ ୮ କାଉନସିଲର

କେନ୍ଦୁଝର,୩୦।୩ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରଗଡ଼ ପୌର ଉପାଧ୍ୟକ୍ଷ ବରୋଦା ପ୍ରସନ୍ନ ଦାସଙ୍କ ସମେତ ଆଠ ଜଣ କାଉନସିଲର ସୋମବାର ବିଧିବଦ୍ଧ ଭାବେ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ମୋହନ…

ଗ୍ୟାସ୍‌ ପାଇଁ ପୁଣି ରାସ୍ତାକୁ ଓହ୍ଲାଇଲେ ଉପଭୋକ୍ତା, କଳାବଜାର ଆଶଙ୍କା କରି…

କେନ୍ଦୁଝର,୩୦ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ରୋଷେଇ ଗ୍ୟାସ ବିତରଣ ସମସ୍ୟା ପ୍ରତିବାଦରେ ସୋମବାର ଗ୍ୟାସ୍‌ ଆଣିବାକୁ ଯାଇଥିବା ଉପଭାକ୍ତା ସିଲିଣ୍ଡର ଧରି ପ୍ରତିବାଦ କରିବା ସହ କେନ୍ଦୁଝର-ଶଙ୍କରପୁର-ବେଲଦା ରାସ୍ତା…

ବିପଦ ସୃଷ୍ଟି କରୁଛି ବେଆଇନ ହୋର୍ଡିଂ

କେନ୍ଦୁଝର,୨୯।୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହରରେ ଅସୁରକ୍ଷିତ ଏବଂ ବେଆଇନ ହୋର୍ଡିଂ ବିପଦ ସୃଷ୍ଟି କରୁଛି। କାଳବୈଶାଖୀ ଯୋଗୁ ସହରର ଗାନ୍ଧୀ ଛକ ନିକଟ ଅନିତା ଲୁଗା…

କେନ୍ଦୁଝର ବିଜେଡିକୁ ଶକ୍ତ ଝଟକା, ୯ କାଉନସିଲରଙ୍କ ସାମୂହିକ ଇସ୍ତଫା

କେନ୍ଦୁଝର,୨୯।୩(ନରେଶ ଚନ୍ଦ୍ର ପଟ୍ଟନାୟକ): ଆଜି କେନ୍ଦୁଝରଗଡ ପୌର ଉପାଧ୍ୟକ୍ଷ ବରଦା ପ୍ରସନ୍ନଙ୍କଙ୍କ ସହ ୯ ଜଣ ବିଜେଡି କାଉନସିଲର ସମୂହ ଇସ୍ତଫା ଘଟଣା ଚର୍ଚ୍ଚାର ବିଷୟ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri