ଡଟ୍‌ ଫେଷ୍ଟରେ ଜମିବ ‘ନାଇଟ୍‌ ବଜାର’

ଭୁବନେଶ୍ୱର, ୧୦।୧ (ବ୍ୟୁରୋ): ହକି ବିଶ୍ୱକପ୍‌ ପାଇଁ ଏବେଠୁ ରାଜଧାନୀରେ ଆରମ୍ଭ ହୋଇଯାଇଛି ଉତ୍ସବ। ପୁଣି ଆଗକୁ ରହିଛି ବଡ଼ ମହୋତ୍ସବ। ମନୋରଞ୍ଜନ ସହ ସ୍ବତନ୍ତ୍ର ଆତିଥେୟତା ପ୍ରଦାନ କରିବାକୁ ଜାନୁୟାରୀ ୧୫ରୁ ଆରମ୍ଭ ହେଉଛି ‘ଡଟ୍‌ ଫେଷ୍ଟ ଭୁବନେଶ୍ୱର’। ନାଚ, ଗୀତ ସାଙ୍ଗକୁ ମୁମ୍ବାଇର ତାରକାଙ୍କ ଗହଣରେ କୋଳାହଳମୟ ହୋଇପଡିବ ସାରା ରାଜଧାନୀ। ୧୫ରୁ ୨୯ ତାରିଖ ୧୫ଦିନ ଧରି ଡଟ୍‌ ଫେଷ୍ଟ ମାହୋଲରେ ଝୁମିବେ ଖେଳାଳି, ଅତିଥି ଓ ସହରବାସୀ। ତେବେ ଡଟ୍‌ ଫେଷ୍ଟର ଅଂଶବିଶେଷ ଭାବେ ଖୋଲିବ ନାଇଟ୍‌ ବଜାର ବା ଫ୍ଲି ମାକେର୍ଟ, ଯାହାକି ଅନ୍ୟତମ ଆକର୍ଷଣ ସାଜିବ। ପ୍ରଥମ ଥର ‘ନାଇଟ୍‌ ବଜାର’ ଡଟ୍‌ ଫେଷ୍ଟରେ ସ୍ଥାନ ପାଇଥିବାରୁ ଏହାକୁ ନେଇ ଲୋକଙ୍କ ମଧ୍ୟରେ ଏବେଠାରୁ ଉତ୍ସାହ ଦେଖାଦେଲାଣି। ଜାନୁୟାରୀ ୧୫ରୁ ୨୯ ତାରିଖ ପର୍ଯ୍ୟନ୍ତ ଏକାମ୍ର ହାଟରେ ଏହି ବଜାର ଚାଲିବ। ଏଥିପାଇଁ ନୂଆ ରୂପରେ ସଜେଇ ହେଉଛି ଏକାମ୍ର ହାଟ। ଓଡ଼ିଶା ସହ ୧୧ଟି ରାଜ୍ୟ ଏଥିରେ ସାମିଲ ହେବେ। ରାଜଧାନୀବାସୀଙ୍କୁ ଏହା ଏକ ନୂଆ ଅନୁଭୂତି ଆଣିଦେବା ସହ ଆଞ୍ଚଳିକ ଶିଳ୍ପୀ, କଳାକାର, ଷ୍ଟାର୍ଟଅପ୍‌, ପର୍ଫର୍ମର, ମେକର୍‌ ଓ କ୍ରିଏଟରଙ୍କ ପାଇଁ ଏକ ଉଲ୍ଲେଖନୀୟ ମଞ୍ଚ ପ୍ରଦାନ କରିବ। ପ୍ରତିଦିନ ଅପରାହ୍ନ ୫ଟାରୁ ଆରମ୍ଭ ହୋଇ ବିଳମ୍ବିତ ରାତି ପର୍ଯ୍ୟନ୍ତ ମାର୍କେଟ ଚାଲିବ। ଏଥିରେ ଦେଶୀ ବିଦେଶୀ ସମସ୍ତ ପ୍ରକାରର ପାରମ୍ପରିକ, ଅତ୍ୟାଧୁନିକ ତଥା ଗବେଷଣାତ୍ମକ ସାମଗ୍ରୀ ଉପଲବ୍ଧ ହେବ। ସେହିପରି ହସ୍ତତନ୍ତ ଏବଂ ହସ୍ତଶିଳ୍ପକୁ ପ୍ରୋତ୍ସାହିତ କରିବା ପାଇଁ ଉତ୍କଳିକା ପକ୍ଷରୁ ବିଭିନ୍ନ ପ୍ରକାର ଷ୍ଟଲ୍‌ ମାଧ୍ୟମରେ ସ୍ବତନ୍ତ୍ର ବସ୍ତ୍ର ପ୍ରଦର୍ଶନ ହେବ। କେବଳ ବଡ଼ ବ୍ରାଣ୍ଡ୍‌ ନୁହେଁ, ବରଂ ନିଜ ଉତ୍ପାଦ ପ୍ରଦର୍ଶନ ସହ ବିକ୍ରିବଟା ପାଇଁ ପ୍ଲାଟ୍‌ଫର୍ମ ଆବଶ୍ୟକ କରୁଥିବା ଓଡ଼ିଶାର ବିଭିନ୍ନ ଉଦ୍ୟୋଗୀଙ୍କୁ ଏଠାରେ ସୁଯୋଗ ଦିଆଯିବ। ନାଇଟ୍‌ ବଜାରରେ ଦର୍ଶକ ଓ ଗ୍ରାହକମାନେ ଜୁଏଲାରୀ, ହୋମ୍‌ ଡେକୋର୍‌, ପୋଷାକର ବିଭିନ୍ନ ଭେରାଇଟି ସହ ୧୨୦ରୁ ଊର୍ଦ୍ଧ୍ୱ ଘରୋଇ ଉତ୍ପାଦ କ୍ରୟ କରିପାରିବେ। ସେହିପରି ନାଇଟ୍‌ ବଜାରକୁ ଆସୁଥିବା ଲୋକଙ୍କୁ ମନୋରଞ୍ଜନ ଯୋଗାଇବ ସଙ୍ଗୀତ, ନୃତ୍ୟ ସହିତ ରକ୍‌ବ୍ୟାଣ୍ଡ, ମ୍ୟାଜିକ ଶୋ’। ଏକାମ୍ର ହାଟରେ ମୋଟ୍‌ ୩ଟି ଷ୍ଟେଜ୍‌ରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ଏଠାକୁ ଯିବା ପାଇଁ ଲୋକଙ୍କୁ କୌଣସି ଦେୟ ଦେବାକୁ ପଡିବ ନାହିଁ। ସହରବାସୀ ମାଗଣାରେ ଏହାର ମଜା ଉଠାଇ ପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟୁତ୍‌ ଉପଭୋକ୍ତାଙ୍କ ପାଇଁ ବଡ଼ ଖବର, ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

ଭୁବନେଶ୍ୱର,୨୫ା୧୨ (ରବିନାରାୟଣ ଜେନା): ବିଦ୍ୟୁତ୍‌ ଉପଭୋକ୍ତାଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବୁଧବାର ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ସହ...

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri