ଡଟ୍‌ ଫେଷ୍ଟରେ ଜମିବ ‘ନାଇଟ୍‌ ବଜାର’

ଭୁବନେଶ୍ୱର, ୧୦।୧ (ବ୍ୟୁରୋ): ହକି ବିଶ୍ୱକପ୍‌ ପାଇଁ ଏବେଠୁ ରାଜଧାନୀରେ ଆରମ୍ଭ ହୋଇଯାଇଛି ଉତ୍ସବ। ପୁଣି ଆଗକୁ ରହିଛି ବଡ଼ ମହୋତ୍ସବ। ମନୋରଞ୍ଜନ ସହ ସ୍ବତନ୍ତ୍ର ଆତିଥେୟତା ପ୍ରଦାନ କରିବାକୁ ଜାନୁୟାରୀ ୧୫ରୁ ଆରମ୍ଭ ହେଉଛି ‘ଡଟ୍‌ ଫେଷ୍ଟ ଭୁବନେଶ୍ୱର’। ନାଚ, ଗୀତ ସାଙ୍ଗକୁ ମୁମ୍ବାଇର ତାରକାଙ୍କ ଗହଣରେ କୋଳାହଳମୟ ହୋଇପଡିବ ସାରା ରାଜଧାନୀ। ୧୫ରୁ ୨୯ ତାରିଖ ୧୫ଦିନ ଧରି ଡଟ୍‌ ଫେଷ୍ଟ ମାହୋଲରେ ଝୁମିବେ ଖେଳାଳି, ଅତିଥି ଓ ସହରବାସୀ। ତେବେ ଡଟ୍‌ ଫେଷ୍ଟର ଅଂଶବିଶେଷ ଭାବେ ଖୋଲିବ ନାଇଟ୍‌ ବଜାର ବା ଫ୍ଲି ମାକେର୍ଟ, ଯାହାକି ଅନ୍ୟତମ ଆକର୍ଷଣ ସାଜିବ। ପ୍ରଥମ ଥର ‘ନାଇଟ୍‌ ବଜାର’ ଡଟ୍‌ ଫେଷ୍ଟରେ ସ୍ଥାନ ପାଇଥିବାରୁ ଏହାକୁ ନେଇ ଲୋକଙ୍କ ମଧ୍ୟରେ ଏବେଠାରୁ ଉତ୍ସାହ ଦେଖାଦେଲାଣି। ଜାନୁୟାରୀ ୧୫ରୁ ୨୯ ତାରିଖ ପର୍ଯ୍ୟନ୍ତ ଏକାମ୍ର ହାଟରେ ଏହି ବଜାର ଚାଲିବ। ଏଥିପାଇଁ ନୂଆ ରୂପରେ ସଜେଇ ହେଉଛି ଏକାମ୍ର ହାଟ। ଓଡ଼ିଶା ସହ ୧୧ଟି ରାଜ୍ୟ ଏଥିରେ ସାମିଲ ହେବେ। ରାଜଧାନୀବାସୀଙ୍କୁ ଏହା ଏକ ନୂଆ ଅନୁଭୂତି ଆଣିଦେବା ସହ ଆଞ୍ଚଳିକ ଶିଳ୍ପୀ, କଳାକାର, ଷ୍ଟାର୍ଟଅପ୍‌, ପର୍ଫର୍ମର, ମେକର୍‌ ଓ କ୍ରିଏଟରଙ୍କ ପାଇଁ ଏକ ଉଲ୍ଲେଖନୀୟ ମଞ୍ଚ ପ୍ରଦାନ କରିବ। ପ୍ରତିଦିନ ଅପରାହ୍ନ ୫ଟାରୁ ଆରମ୍ଭ ହୋଇ ବିଳମ୍ବିତ ରାତି ପର୍ଯ୍ୟନ୍ତ ମାର୍କେଟ ଚାଲିବ। ଏଥିରେ ଦେଶୀ ବିଦେଶୀ ସମସ୍ତ ପ୍ରକାରର ପାରମ୍ପରିକ, ଅତ୍ୟାଧୁନିକ ତଥା ଗବେଷଣାତ୍ମକ ସାମଗ୍ରୀ ଉପଲବ୍ଧ ହେବ। ସେହିପରି ହସ୍ତତନ୍ତ ଏବଂ ହସ୍ତଶିଳ୍ପକୁ ପ୍ରୋତ୍ସାହିତ କରିବା ପାଇଁ ଉତ୍କଳିକା ପକ୍ଷରୁ ବିଭିନ୍ନ ପ୍ରକାର ଷ୍ଟଲ୍‌ ମାଧ୍ୟମରେ ସ୍ବତନ୍ତ୍ର ବସ୍ତ୍ର ପ୍ରଦର୍ଶନ ହେବ। କେବଳ ବଡ଼ ବ୍ରାଣ୍ଡ୍‌ ନୁହେଁ, ବରଂ ନିଜ ଉତ୍ପାଦ ପ୍ରଦର୍ଶନ ସହ ବିକ୍ରିବଟା ପାଇଁ ପ୍ଲାଟ୍‌ଫର୍ମ ଆବଶ୍ୟକ କରୁଥିବା ଓଡ଼ିଶାର ବିଭିନ୍ନ ଉଦ୍ୟୋଗୀଙ୍କୁ ଏଠାରେ ସୁଯୋଗ ଦିଆଯିବ। ନାଇଟ୍‌ ବଜାରରେ ଦର୍ଶକ ଓ ଗ୍ରାହକମାନେ ଜୁଏଲାରୀ, ହୋମ୍‌ ଡେକୋର୍‌, ପୋଷାକର ବିଭିନ୍ନ ଭେରାଇଟି ସହ ୧୨୦ରୁ ଊର୍ଦ୍ଧ୍ୱ ଘରୋଇ ଉତ୍ପାଦ କ୍ରୟ କରିପାରିବେ। ସେହିପରି ନାଇଟ୍‌ ବଜାରକୁ ଆସୁଥିବା ଲୋକଙ୍କୁ ମନୋରଞ୍ଜନ ଯୋଗାଇବ ସଙ୍ଗୀତ, ନୃତ୍ୟ ସହିତ ରକ୍‌ବ୍ୟାଣ୍ଡ, ମ୍ୟାଜିକ ଶୋ’। ଏକାମ୍ର ହାଟରେ ମୋଟ୍‌ ୩ଟି ଷ୍ଟେଜ୍‌ରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ଏଠାକୁ ଯିବା ପାଇଁ ଲୋକଙ୍କୁ କୌଣସି ଦେୟ ଦେବାକୁ ପଡିବ ନାହିଁ। ସହରବାସୀ ମାଗଣାରେ ଏହାର ମଜା ଉଠାଇ ପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri