ଦିଲ୍ଲୀରୁ ଧରାହେଲେ ନାଇଜେରୀୟ

ବାଲେଶ୍ୱର ଅଫିସ, ୧୨ା୮:ସାଇବର ଠକ ଏବେ ଆପଣାଇଛନ୍ତି ଅଭିନବ ଉପାୟ। ବିଦେଶିନୀଙ୍କ ଲୋଭ ଦେଖାଇ ଠକି ନେଉଛନ୍ତି ଲକ୍ଷ ଲକ୍ଷ ଟଙ୍କା। ନିକଟରେ ହନିଟ୍ରାପର ଶିକାର ହୋଇ ବାଲେଶ୍ୱର ଅଞ୍ଚଳର ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ହରାଇଛନ୍ତି ୩୦ ଲକ୍ଷ ଟଙ୍କା। ଏଭଳି ଅଭିଯୋଗ ଆସିବା ପରେ ବାଲେଶ୍ୱର ସାଇବର ଥାନା ପୋଲିସ ଜଣେ ନାଇଜେରିଆ ଯୁବକଙ୍କୁ ଦିଲ୍ଲୀରୁ ଗିରଫ କରିଛି। ତାଙ୍କ ନାମ ସାମସନ ଏମିକେ ଏଲିକା। ସେ ଦିଲ୍ଲୀର କିସାନଗଡ଼ ଅଞ୍ଚଳରେ ଭଡ଼ା ଘରେ ରହୁଥିଲେ। ତାଙ୍କଠାରୁ ଦୁଇଟି
ମୋବାଇଲ, ଗୋଟିଏ ଲାପଟପ, ଅବଧି ସରିଥିବା ପାସ୍‌ପୋର୍ଟ ଆଦି ଜବତ କରାଯାଇଛି। ତାଙ୍କ ପାଖରେ ଆଉ ଗୋଟିଏ ନୂଆ ପାସପୋର୍ଟ ଅଛି। ତାହା ମଧ୍ୟ ନକଲି ବୋଲି ଜଣାପଡ଼ିଛି। ଏହାସହ ଉକ୍ତ ବ୍ୟକ୍ତିଙ୍କ ୩ଟି ଆକାଉଣ୍ଟରେ ଥିବା ୬ ଲକ୍ଷ ଟଙ୍କାକୁ ଅଚଳ କରାଯାଇଛି। ତାଙ୍କୁ ସେଠାକାର ସ୍ଥାନୀୟ କୋର୍ଟରେ ହାଜର କରାଯିବା ପରେ ୩ ଦିନିଆ ଟ୍ରାନଜିଟ୍‌ ରିମାଣ୍ଡରେ ବାଲେଶ୍ୱର ଅଣାଯାଇଛି। ତଦନ୍ତରେ ସବିଶେଷ ତଥ୍ୟ ମିଳିବା ପରେ ବାଲେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟରେ ହାଜର କରାଯିବ। କାହା ଇଶାରାରେ ସେ ଲୋକଙ୍କୁ ଫୋନ କରୁଥିଲେ ଏବଂ ଠକୁଥିଲେ ଏନେଇ ଜଣାପଡ଼ିନାହଁି। ଏହି ଘଟଣାରେ ତାଙ୍କ ସହ କିଛି ଭାରତୀୟ ମଧ୍ୟ ସାମିଲ ଥିବା ପୋଲିସ ସନ୍ଦେହ କରିଛି। ଅନ୍ୟମାନଙ୍କୁ ଗିରଫ କରିବା ପାଇଁ ପୋଲିସ ଅଧିକ ତଦନ୍ତ ଜାରି ରହିଥିବା ଗୁରୁବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଆଇଆଇସି ମୀନା ବିନ୍ଧାଣି ସୂଚନା ଦେଇଛନ୍ତି।
ଅଭିଯୋଗକାରୀ ବାଲେଶ୍ୱର ସହର ବାଲିଆ ଅଞ୍ଚଳର ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ, ସୋସିଆଲ ମିଡିଆରେ ସୁନ୍ଦରୀ ଯୁବତୀଙ୍କ ଫଟୋ ଦେଖି ବନ୍ଧୁତା ସ୍ଥାପନ କରିଥିଲେ। ପ୍ରଥମେ ଫେସବୁକ ଜରିଆରେ ବନ୍ଧୁତା ସ୍ଥାପନ ହୋଇଥିବା ବେଳେ ସାଇବର ଠକ ତାଙ୍କୁ ହ୍ବାଟ୍ସଆପ ନମ୍ବର ମାଗିଥିଲେ। ନମ୍ବର ପାଇବା ପରେ ସୁନ୍ଦରୀ ଯୁବତୀଙ୍କ ଫଟୋ ଲଗାଇ ଚାଟିଂ ଆରମ୍ଭ କରିଥିଲେ। ଏମିତିକି ଲଣ୍ଡନରୁ ବନ୍ଧୁଙ୍କ ପାଇଁ ଦାମୀ ଜିନିଷ ଗୋଲ୍ଡ ବିସ୍କୁଟ, ରୋଲେକ୍ସ ଘଣ୍ଟା, ଆଇଫୋନ ଆଦି ପଠାଇବାର ପ୍ରତିଶ୍ରୁତି ଦେଉଥିଲେ। କିଛିଦିନ ମଧ୍ୟରେ ଠକାମାନେ ଦିଲ୍ଲୀ ଏୟାରପୋର୍ଟର ମହିଳା କଷ୍ଟମ ଅଫିସର ପରିଚୟ ଦେଇ ଅଭିଯୋଗକାରୀଙ୍କୁ ଫୋନ କରିବା ସହ କଷ୍ଟମ ଚାର୍ଜ ଦେବା ପାଇଁ କହିଥିଲେ। ବାଲେଶ୍ୱରର ବ୍ୟକ୍ତି ଜଣକ ତାଙ୍କ କଥାରେ ରାଜି ହୋଇ ବିଭିନ୍ନ ସମୟରେ ବିଭିନ୍ନ ଆକାଉଣ୍ଟକୁ ସମୁଦାୟ ୩୦ଲକ୍ଷ ଟଙ୍କା ଦେବା ପରେ ନିଜେ ଠକାମିର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ। ଏହାପରେ ସେ ସାଇବର ଥାନାରେ ଗତ ଏପ୍ରିଲ ୧୩ ତାରିଖରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ସାଇବର ଥାନା ପୋଲିସ ତଦନ୍ତ ଆରମ୍ଭ କରିଥିଲା। ତଦନ୍ତରେ ଏକ ଭାରତୀୟ ନମ୍ବର ମିଳିବା ପରେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିଲା ସାଇବର ପୋଲିସ।
ସୂଚନା ଯେ, ଉକ୍ତ ନାଇଜେରିଆ ଯୁବକଜଣଙ୍କ ନିଜକୁ ସୁନ୍ଦରୀ ଯୁବତୀ ପରିଚୟ ଦେଇ ଦୈନିକ ପ୍ରାୟ ୧୦୦ ଲୋକଙ୍କୁ ନିଜ ଜାଲରେ ଫସାଉଥିବା ପୋଲିସ ଜାଣିବାକୁ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ମହାଶିବରାତ୍ରୀରେ ଉପାସରେ କପିଳାସ ଠାକୁର, ଧାରଣାରେ ସେବାୟତ

ଢେଙ୍କାନାଳ,୧୫।୨(ରତନ ନାୟାର): ରାଜ୍ୟ ତଥା ଢେଙ୍କାନାଳ ଜିଲାର ପ୍ରସିଦ୍ଧ ଶୈବପୀଠ କପିଳାସର ଠାକୁର ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉ ମହାଦେବ ମହାଶିବରାତ୍ରୀ ପାଳନବେଳେ ଉପବାସରେ ରହିଛନ୍ତି l…

କୁଶପଲ୍ଲା ଜଙ୍ଗଲରୁ ହାତୀର ଗଳିତ ଶବ ଜବତ, ହାତୀକୁ ମାରି ଦାନ୍ତ ନେଇଗଲେ ଶିକାରି

ଖୋର୍ଦ୍ଧା,୧୫।୨(ପ୍ରଭାତ ପାଣିଗ୍ରାହୀ): ଖେର୍ଦ୍ଧା ବନଖଣ୍ଡ ଟାଙ୍ଗୀ ରେଜଂରେ କିଛି ଦିନ ହେଲା ଜଙ୍ଗଲୀ ହାତୀ ଓ ମଣିଷ ଲଢେଇ ଚାଲିଛି। କେତେବେଳେ ମଣିଷ ତ ଆଉ କେତବେଳେ…

ହ୍ୟାଣ୍ଡଶେକ୍‌ ପ୍ରସଙ୍ଗକୁ ଏଡ଼ାଇଲେ ଉଭୟ ଅଧିନାୟକ

କଲମ୍ୱୋ,୧୫ା୨(ପି.ଟି.): ଆମେ ହାତ ମିଳାଇବୁ କି ନାହିଁ, ତାହା ମ୍ୟାଚ୍‌ ପୂର୍ୱରୁ ଜଣାପଡ଼ିବ। କ୍ରିକେଟ ଉଚିତ ଭାବନା ସହ ଖେଳାଯିବା ଦରକାର। ହେଲେ ମୋ ବ୍ୟକ୍ତିଗତ ମତାମତ…

ମା’ ହେଲେ ନାବାଳିକା; ୮ ମାସ ହେଲା ମିଳୁଥିଲା ସରକାରୀ ସୁବିଧା, ଟିକା

ନୀଳଗିରି,୧୫ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ବରହମପୁର ଥାନା ଅଞ୍ଚଳର ଜଣେ ୧୬ ବର୍ଷୀୟା ନାବାଳିକା ଏକ କନ୍ୟା ସନ୍ତାନକୁ ଜନ୍ମଦେଇଛନ୍ତି। ଆଶାକର୍ମୀ ଦୀର୍ଘଦିନ…

ଚୋର ସନ୍ଦେହ: ଯୁବକଙ୍କୁ ପିଟି ହତ୍ୟା

ଭଞ୍ଜନଗର,୧୫ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାର୍ଦ୍ଦୁଳ ଗ୍ରାମରେ ଶୁକ୍ରବାର ବିଳମ୍ୱିତ ରାତିରେ ଏକ ଅମାନବୀୟ ଘଟଣା ଘଟିଛି। ଚୋର ସନ୍ଦେହରେ ଗ୍ରାମର କେତେଜଣ ଲୋକ ଜଣେ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ଭାରତ-ପାକିସ୍ତାନ ମୁକାବିଲା ଆଜି

କଲମ୍ୱୋ, ୧୫।୨: ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ସବୁଠାରୁ ଚର୍ଚ୍ଚିତ ଭାରତ-ପାକିସ୍ତାନ ମୁକାବିଲା ରବିବାର ପ୍ରେମଦାସା ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଟୁର୍ନାମେଣ୍ଟରୁ ବାଂଲାଦେଶକୁ ବାଦ୍‌ ଦିଆଯିବାକୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri