ସର୍ବକାଳୀନ ରେକର୍ଡ ସ୍ତରରେ ନିଫ୍ଟି

ନୂଆଦିଲ୍ଲୀ,୨୧।୭ (ଅଭୟ ଦାଶ):ଗତ କିଛି ଦିନ ହେବ ଭାରତୀୟ ଶେୟାର ମାର୍କେଟର କାରବାର ପୂର୍ବାପେକ୍ଷା ଭଲ ରହିଛି। ଏପରିକି କ୍ରମାଗତ ଭାବେ ବଜାରର କାରବାର ବୃଦ୍ଧି ପାଉଥିବାବେଳେ ଉଭୟ ନିବେଶକ ଓ ପଞ୍ଜୀକୃତ କମ୍ପାନୀଗୁଡିକ ବେଶ ଲାଭବାନ ହେଉଛନ୍ତି। ବିଶେଷ କରି ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ (ଏନଏସଇ) ର ନିଫ୍ଟି-୫୦ ସର୍ବକାଳୀନ ରେକର୍ଡ ସ୍ତରରେ ପହଞ୍ଚତ୍ଛି। ଉଲ୍ଲେଖଯୋଗ୍ୟ, ଗତ କିଛି ଦିନ ମଧ୍ୟରେ ନିଫ୍ଟି-୫୦ର କାରବାର ଓ ଉତ୍ତମ ପ୍ରଦର୍ଶନ ଯୋଗୁ ଏନଏସଇ ନିଫ୍ଟ-୫୦ର ହାର ୨୦,୦୦୦ ଅଙ୍କ ନିକଟବର୍ତ୍ତୀ ହୋଇପାରିଛି। ଅପରପକ୍ଷରେ ବ୍ୟାଙ୍କ ନିଫ୍ଟ ମଧ୍ୟ ଅଲ ଟାଇମ ହାଇ ୪୬,୨୫୬.୨୦ ଅଙ୍କରେ ପହଞ୍ଚତ୍ଛି। ସେହିଭଳି କ୍ରମାଗତ ୬ଷ୍ଠ ଦିନ ଲାଗି ପୁଞ୍ଜି ବଜାରର କାରବାରରେ ମଧ୍ୟ ବୃଦ୍ଧି ଘଟିଛି। ଏପରିକି ଚଳିତ ସପ୍ତାହର ୪ର୍ଥ ଦିନର ବଜାର କାରବାର ଉଚ୍ଚ ରହିଛି। ଫଳରେ ଗୁରୁବାର ଷ୍ଟକ ମାର୍କେଟର କାରବାର ଶେଷ ସୁଦ୍ଧା ବମ୍ବେ ଷ୍ଟକ ଏକ୍ସଚେଞ୍ଜ (ବିଏସଇ) ସେନସେକ୍ସ ୪୭୪ ( ୪୭୪.୪୬) ପଏଣ୍ଟ ବଢି ୬୭,୫୭୨(୬୭,୫୭୧.୯୦) ଅଙ୍କରେ ପହଞ୍ଚତ୍ବା ସହ ୬୮,୦୦୦ଅଙ୍କର ନିକଟବର୍ତ୍ତୀ ହୋଇଛି। ସେହିଭଳି ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ (ଏନଏସଇ)ର ନିଫ୍ଟି-୫୦ରେ ମଧ୍ୟ ୧୪୬ (୧୪୬.୦୦) ପଏଣ୍ଟ ବୃଦ୍ଧି ଘଟି ୧୯,୯୭୯ (୧୯,୯୭୯.୧୫) ଅଙ୍କରେ ପହଞ୍ଚତ୍ଛି। ଅପରପକ୍ଷରେ ଗୁରୁବାର ବିଏସଇ ମିଡକ୍ୟାପ ଏବଂ ସ୍ମଲ କ୍ୟାପରେ ମଧ୍ୟ କାରବାର ଭଲ ରହିଥିଲା। ଫଳରେ ଉଭୟ କ୍ୟାପର କାରବାର ଯଥାକ୍ରମେ ୨୯,୬୭୧.୬୦ ଏବଂ ୩୪,୧୯୩.୭୪ ଅଙ୍କରେ କାରବାର ବନ୍ଦ ହୋଇଥିଲା। ଉଲ୍ଲେଖଯୋଗ୍ୟ, ବିଏସଇ ସେନସେକ୍ସରେ ଆଇଟିସି (୨.୭୮%), କୋଟାକ ମହିନ୍ଦ୍ରା ବ୍ୟାଙ୍କ (୨.୬୮%) ଆଇସିଆଇସିଆଇ ବ୍ୟାଙ୍କ (୨.୨୪%), ମାରୁତି ସୁଜୁକି (୧.୭୫%) ଏବଂ ଏୟାରଟେଲ (୧.୭୨%) ଅଂଶଧନ ବୃଦ୍ଧି କରିଥିବାବେଳେ ନିଫ୍ଟି-୫୦ରେ ଆଇଟିସି (୨.୬୪%), କୋଟାକ ମହିନ୍ଦ୍ରା ବ୍ୟାଙ୍କ (୨.୬୨%), ଆଇସିଆଇସିଆଇ ବ୍ୟାଙ୍କ (୨.୧୯%), ଡକ୍ଟର ରେଡ୍ଡ୍‌ୀ ଲାବସ (୧.୯୭%) ଏବଂ ଗ୍ରାସିମ ଇଣ୍ଡଷ୍ଟି (୧.୯୭%) ଅଂଶଧନ ବୃଦ୍ଧି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ସୃଜନଶୀଳତାକୁ ପ୍ରାଧାନ୍ୟ

ଖୋର୍ଦ୍ଧାସ୍ଥିତ ଆର୍ଯ୍ୟବର୍ତ୍ତ ଆନ୍‌ସିଏଣ୍ଟ ଏକାଡେମୀ (ଏଏଏ)ର ପ୍ରିନ୍ସିପାଲ ଭାବେ ଡ. ଦୀପ୍ତିମୟୀ ମହାନ୍ତି କାର୍ଯ୍ୟରତ ଥିବାବେଳେ ତାଙ୍କର ଶିକ୍ଷାକ୍ଷେତ୍ରରେ ୩୦ ବର୍ଷର ଅଭିଜ୍ଞତା ରହିଛି। ଅବିରତ ଉତ୍ସାହ…

ଫେକ୍‌ ଆକାଉଣ୍ଟ ଥିଲେ ସାବଧାନ! ଏହି କାମ ନ କଲେ ଆଉ ଚାଲିବନି ଫେସବୁକ-ଇନଷ୍ଟାଗ୍ରାମ!

ନୂଆଦିଲ୍ଲୀ,୨୬।୩: ସୋସିଆଲ ମିଡିଆ ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ ପାଲଟିଛି, କିନ୍ତୁ ଏହା ସହିତ ଜଡିତ ସମସ୍ୟାଗୁଡ଼ିକ ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ନକଲି…

ଯୁଦ୍ଧ ଭିତରେ ଭାରତକୁ ବଡ଼ ଝଟ୍‌କା, ବଢିଗଲା ପେଟ୍ରୋଲ ଦର; ଜାଣନ୍ତୁ ଆଜିର ରେଟ୍‌…

ନୂଆଦିଲ୍ଲୀ,୨୬।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିବାବେଳେ, ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଦେଶର ଏକ ପ୍ରମୁଖ ଘରୋଇ ଇନ୍ଧନ ଖୁଚୁରା ବ୍ୟବସାୟୀ ନାୟାରା ଏନର୍ଜି ଗୁରୁବାର ପେଟ୍ରୋଲ…

୩ଦିନ ବ୍ୟାଙ୍କ ବନ୍ଦ; ଆଉ ମିଳିବନି ପେଟ୍ରୋଲ? ଦେଶରେ ଚହଳ!

ନୂଆଦିଲ୍ଲୀ,୨୬।୩: ଶୁକ୍ରବାର, ଶନିବାର ଓ ରବିବାର ବ୍ୟାଙ୍କ ଛୁଟି। ଶୁକ୍ରବାର ରାମନବମୀ ଛୁଟି, ଶନିବାର ଲାଷ୍ଟ ସଟର ଡେ, ରବିବାର ପଡୁଛି ସାପ୍ତାହିକ ଛୁଟି। ଯୁଦ୍ଧ ମୁକାବିଲା…

ହୋଟେଲ, ରେଷ୍ଟୁରାଣ୍ଟରେ ‘ଏଲ୍‌ପିଜି ଚାର୍ଜ’ ନେବା ବେଆଇନ

ଭୁବନେଶ୍ୱର,୨୬ା୩(ଅନୁରାଧା ମହାରଣା):କେନ୍ଦ୍ରୀୟ ଗ୍ରାହକ ସୁରକ୍ଷା ପ୍ରାଧିକରଣ (ସିସିପିଏ), ହୋଟେଲ ଏବଂ ରେଷ୍ଟୁରାଣ୍ଟଗୁଡିକ ଦ୍ୱାରା ଗ୍ରାହକଙ୍କ ବିଲ୍‌ରେ ଏଲ୍‌ପିଜି ଚାର୍ଜ, ଗ୍ୟାସ୍‌ ସର୍‌ଚାର୍ଜ ଏବଂ ଇନ୍ଧନ ମୂଲ୍ୟ ଭରଣା…

ସୁନା ବଜାରରେ ନିଆଁ: ହଠାତ ଏତିକି ବଢ଼ିଗଲା ସୁନା ଦର, ରୂପା ବି… ଏକ୍ସପର୍ଟ ଚକିତ!

ନୂଆଦିଲ୍ଲୀ, ୨୫।୩: ଅନ୍ତର୍ଜାତୀୟ ବଜାରରେ ସୁନା ଓ ରୂପା ଦରରେ ବୃଦ୍ଧି ଯୋଗୁ ଘରୋଇ ବଜାରରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଦିଲ୍ଲୀ ସର୍ରଫା ବଜାରରେ ବୁଧବାର…

ଜୀବନ ବଞ୍ଚାନ୍ତୁ, ପୁରସ୍କାର ପାଆନ୍ତୁ: ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କୁ ସାହାଯ୍ୟ କଲେ ସରକାର ଦେବେ ୨୫,୦୦୦ ଟଙ୍କା!

ନୂଆଦିଲ୍ଲୀ,୨୫।୩: ସାଧାରଣତଃ ସଡ଼କ ଦୁର୍ଘଟଣା ସମୟରେ ପୋଲିସ କିମ୍ବା ଆଇନଗତ ଝାମେଲାରେ ପଡ଼ିବା ଭୟରେ ଲୋକମାନେ ଆହତଙ୍କୁ ସାହାଯ୍ୟ କରିବାକୁ ପଛଘୁଞ୍ଚା ଦିଅନ୍ତି। କିନ୍ତୁ ଏବେ ସରକାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri