୧ହଜାର କି.ମି ଦୂରରୁ ଶତ୍ରୁକୁ ଲକ୍ଷ୍ୟଭେଦ କରିପାରିବ ନିର୍ଭୟ

ବାଲେଶ୍ବର ଅଫିସ,୭।୧୦: ଡିଆର୍‌ଡିଓ ଦ୍ୱାରା ପରିଚାଳିତ ବାଲେଶ୍ବର ଜିଲା ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ୩ ନମ୍ବର ଲଞ୍ଚ ପ୍ୟାଡ଼ରୁ ଗୁରୁବାର କ୍ରୁଜ ମିସାଇଲ ନିର୍ଭୟର ସଫଳ ପରୀକ୍ଷା କରାଯାଇଛି।

ନିର୍ଭୟ ମିସାଇଲକୁ ୭୫୦ରୁ ୧ହଜାର କି.ମି ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିବା ନେଇ ପରୀକ୍ଷା କରାଯାଇଛି। ପୂର୍ବରୁ ଏହି କ୍ଷେପଣାସ୍ତ୍ରରେ ରକେଟ୍‌ ଇଞ୍ଜିନ ବ୍ୟବହାର କରାଯାଇଥିବା ବେଳେ ଗୁରୁବାର ପରୀକ୍ଷାରେ ଏଥିରେ ଇଣ୍ଡିଜିନିୟସ ସର୍ଟ ଟୋର୍ବୋଫ୍ୟାନ ବା ମାନିକ ଇଞ୍ଜିନ ବ୍ୟବହାର କରାଯାଇଛି। ଏହା ଫଳରେ ମିସାଇଲର ଓଜନ ହାଲୁକା ହେବା ସହିତ ଏହାର ଲକ୍ଷ୍ୟଭେଦ କ୍ଷମତା ବୃଦ୍ଧି ହୋଇଥିବା ଡିଆର୍‌ଡିଓ ପକ୍ଷରୁ କୁହାଯାଇଛି। ଏହା ଭୂପୃଷ୍ଠର ୫୦ମିଟରରୁ ୪ କି.ମି ଉଚ୍ଚତାରେ ଏୟାରକ୍ରାଫ୍ଟ ଭଳି ଶତ୍ରୁ ପକ୍ଷ ଶିବିର ଚତୁଃପାର୍ଶ୍ୱରେ ଉଡ଼ାଣ କରି କଣ୍ଟ୍ରୋଲ ରୁମ୍‌କୁ ଫଟୋ ଓ ଭିଡିଓ ପଠାଇବାର କ୍ଷମତା ରଖିଛି। ନିର୍ଭୟକୁ ଅଷ୍ଟମ ଥର ପାଇଁ ଗତ ଜୁନ ପରୀକ୍ଷା କରାଯାଇଥିଲା।