ପାସ୍‌ ହାରରେ ନୟାଗଡ଼ ଜିଲା ରାଜ୍ୟରେ ପ୍ରଥମ

ନୟାଗଡ଼ ଅଫିସ,୧।୬: ବୁଧବାର ପ୍ରକାଶ ପାଇଛି ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାଫଳ । ରାଜ୍ୟରେ ବିଜ୍ଞାନରେ ପାସ ହାର ୮୪.୯୩ ଥିବାବେଳେ ବାଣିଜ୍ୟରେ ପାସ ହାର ୮୧.୧୨ ପ୍ରତିଶତ ରହିଛି । ତେବେ ବାଣିଜ୍ୟ ଓ ବିଜ୍ଞାନରେ ପାସ୍‌ ହାରରେ ନୟାଗଡ଼ ଜିଲା ରାଜ୍ୟରେ ଆଗୁଆ ରହି ଗର୍ବ ଓ ଗୌରବ ଆଣିଛି । ନୟାଗଡ଼ ଜିଲାରେ ବିଜ୍ଞାନରେ ପାସ ହାର ୯୬.୪୧ ପ୍ରତିଶତ ଥିବାବେଳେ ବାଣିଜ୍ୟରେ ପାସ୍‌ହାର ୯୩.୦୯ ପ୍ରତିଶତ ରହିଛି । ନୟାଗଡ଼ ୟୁନିଟେକ ମହାବିଦ୍ୟାଳୟର ଛାତ୍ରୀ ଜୟସିୟା ଆମ୍ବରୀ ୬୦୦ ନମ୍ବରରୁ ୫୬୮ ନମ୍ବର ରଖି ଜିଲାରେ ବାଣିଜ୍ୟ ଟପ୍ପର ହୋଇଛନ୍ତି । ସେହିପରି ନୟାଗଡ଼ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (ନୟାଗଡ଼ ଜୁନିୟର କଲେଜ) ର ଯୁକ୍ତ ୨ ବିଜ୍ଞାନର ଓମ୍‌ ଆଶୁତୋଷ ମିଶ୍ର ଓ ପ୍ରଜ୍ଞାନ ମହାନ୍ତି ୫୬୪ ନମ୍ବର ରଖି ବିଜ୍ଞାନରେ ଯୁଗ୍ମ ଭାବେ ଟପ୍ପର ହୋଇଛନ୍ତି । ବିଜ୍ଞାନ ଜିଲା ଟପ୍ପର ଓମ୍‌ ଆଶୁତୋଷ ମିଶ୍ରଙ୍କର ଘର ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଳକ କଣ୍ଟାବାଡ ମକୁନ୍ଦପୁର ଗଁାରେ । ବାପାଙ୍କର ନଁା ପ୍ରଭାତ କୁମାର ପଣ୍ଡା ଓ ମାଙ୍କର ନଁା ସୂର୍ଯ୍ୟମଣୀ ମିଶ୍ର । ସେ ନୟାଗଡ଼ ସ୍ବୟଂ ଶାସିତ ମହାବିଦ୍ୟାଳୟର ପଢ଼ୁଥିଲେ ା ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ୫୪୩ ନମ୍ବର ରଖିଥିଲେ । ସେହିଭଳି ଅନୁରୂପ ବିଜ୍ଞାନ ଟପ୍ପର ପ୍ରଜ୍ଞାନ ମହାନ୍ତିଙ୍କ ଘର ନୟାଗଡ ବ୍ଲକ ଲେଙ୍କୁଡିପଡା ଗଁାରେ । ବାପାଙ୍କର ନଁା ପ୍ରତାପ ଚନ୍ଦ୍ର ମହାନ୍ତି। ସେ ନୟାଗଡ ସ୍ବୟଂ ଶାସିତ ମହାବିଦ୍ୟାଳୟର ଛାତ୍ର । ପ୍ରକାଶଯୋଗ୍ୟ, ନୟାଗଡ଼ ଜିଲାରେ ୧୬୪ ଜଣ ବାଣିଜ୍ୟରେ ପରୀକ୍ଷା ଦେଇଥିବାବେଳେ ୧୬୪ଜଣ ପାସ୍‌ କରିଛନ୍ତି । ଏଥିରୁ ୧୧୯ ଜଣ ପ୍ରଥମ ଶ୍ରେଣୀରେ, ୨୦ ଜଣ ୨ୟ କ୍ଲାସରେ ଓ ୧୫ଜଣ ତୃତୀୟ ଶ୍ରେଣୀରେ ପାସ କରିଛନ୍ତି। ସେହିଭଳି ବିଜ୍ଞାନରେ ୨୬୬୨ଜଣ ଛାତ୍ରୀଛାତ୍ର ଜିଲାରେ ଫର୍ମଫିଲପ କରିଥିବାବେଳେ ୨୬୫୧ ପରୀକ୍ଷା ଦେଇଥିଲେ । ୨୫୫୬ ଜଣ ପାସ କରିଛନ୍ତି । ପାସ ଛାତ୍ରୀଛାତ୍ରଙ୍କ ମଧ୍ୟର ୧୬୨୩ ପ୍ରଥମ ଶ୍ରେଣୀରେ, ୭୨୪ଜଣ ୨ୟ ଶ୍ରେଣୀରେ, ୨୦୭ଜଣ ତୃତୀୟ ଶ୍ରେଣୀରେ ପାସ କରିଛନ୍ତି । ୨ଜଣ କମ୍ପାଟମେଣ୍ଟାଲ ମାଧ୍ୟମରେ ପାସ୍‌ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri