କିମିଆଁ କଲେ ନିଆ

ବମ୍ବେ: ଟେଲିଭିଜନ ଷ୍ଟାର ନିଆ ଶର୍ମା ଜଣେ ଲୋକପ୍ରିୟ ଅଭିନେତ୍ରୀ ହେବା ସହ ଦମ୍‌ଦାର ନୃତ୍ୟଶିଳ୍ପୀ ମଧ୍ୟ । ଏବେ ସେ କୌଣସି ଧାରାବାହିକରେ ନଜର ଆସୁ ନ ଥିଲେ ହେଁ ପ୍ରଶଂସକଙ୍କ ମନୋରଞ୍ଜନ କରିବାକୁ ଭୁଲୁ ନାହାନ୍ତି । ସୋସିଆଲ ମିଡିଆରେ ନିଆ ନିଜର ଫଟୋ ଓ ଅନେକ ଭିଡିଓ ପୋଷ୍ଟ କରଆସୁଛନ୍ତି । ସେଭଳି ଏକ ଭିଡିଓ ଏବେ ଚର୍ଚ୍ଚାରେ ।

ନିକଟରେ ନିଆ ତାଙ୍କ ଇନଷ୍ଟାଗ୍ରାମରେ ନୃତ୍ୟ କରୁଥିବାର ଏକ ଭିଡିଓ ପୋଷ୍ଟ କରିଥିଲେ। ଏଥିରେ ତାଙ୍କର ଚମକାଇବା ଭଳି ନୃତ୍ୟଶୈଳୀକୁ ଦେଖି ଅନେକ ଚକିତ ହୋଇଛନ୍ତି । ଜଣେ ପୋଖତ ନୃତ୍ୟଶିଳ୍ପୀ ଭାବେ ନିଆ ‘ଡ୍ୟାନ୍ସ ଦିଓ୍ବାନେ’ ସେମିଫାଇନାଲିଷ୍ଟ ଶ୍ୱେତା ଶାରଦାଙ୍କ ସହ ନାଚୁଛନ୍ତି । ପ୍ରଶଂସକଙ୍କୁ ନିଆଙ୍କ ଏହି ଡ୍ୟାନ୍ସ ଭିଡିଓ ବେଶ ପସନ୍ଦ ଆସୁଛି।

ସେଲିବ୍ରିଟିଙ୍କଠାରୁ ଆରମ୍ଭ କରି ସହକର୍ମୀ ଏବଂ ପ୍ରଶଂସକ ସମସ୍ତେ ପ୍ରତିକ୍ରିୟା ଦେଉଛନ୍ତି। ରୋନିତ ରୟ ଲେଖିଛନ୍ତି, ‘ମୁଁ ଜାଣି ନ ଥିଲି ତୁମେ ଏତେ ଭଲ ନୃତ୍ୟ କର। ବହୁତ ସୁନ୍ଦର । ଶ୍ୱେତାଙ୍କ ସହ ନାଚିବା ବହୁତ କଷ୍ଟକର। ହେଲେ ତୁମେ ଭଲଭାବେ କରିପାରିଛ।’ ସେହିଭଳି ଜଣେ ପ୍ରଶଂସକ ଲେଖିଛନ୍ତି, ‘ଏ ଝିଅ ଆମକୁ ପାଗଳ କରିଦେବ। ବହୁତ ସୁନ୍ଦର ନିଆ। ’

 

View this post on Instagram

 

A post shared by Shwetasharda (@shwetasharda24)


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

କୁଶପଲ୍ଲା ଜଙ୍ଗଲରୁ ହାତୀର ଗଳିତ ଶବ ଜବତ, ହାତୀକୁ ମାରି ଦାନ୍ତ ନେଇଗଲେ ଶିକାରି

ଖୋର୍ଦ୍ଧା,୧୫।୨(ପ୍ରଭାତ ପାଣିଗ୍ରାହୀ): ଖେର୍ଦ୍ଧା ବନଖଣ୍ଡ ଟାଙ୍ଗୀ ରେଜଂରେ କିଛି ଦିନ ହେଲା ଜଙ୍ଗଲୀ ହାତୀ ଓ ମଣିଷ ଲଢେଇ ଚାଲିଛି। କେତେବେଳେ ମଣିଷ ତ ଆଉ କେତବେଳେ…

ହ୍ୟାଣ୍ଡଶେକ୍‌ ପ୍ରସଙ୍ଗକୁ ଏଡ଼ାଇଲେ ଉଭୟ ଅଧିନାୟକ

କଲମ୍ୱୋ,୧୫ା୨(ପି.ଟି.): ଆମେ ହାତ ମିଳାଇବୁ କି ନାହିଁ, ତାହା ମ୍ୟାଚ୍‌ ପୂର୍ୱରୁ ଜଣାପଡ଼ିବ। କ୍ରିକେଟ ଉଚିତ ଭାବନା ସହ ଖେଳାଯିବା ଦରକାର। ହେଲେ ମୋ ବ୍ୟକ୍ତିଗତ ମତାମତ…

ମା’ ହେଲେ ନାବାଳିକା; ୮ ମାସ ହେଲା ମିଳୁଥିଲା ସରକାରୀ ସୁବିଧା, ଟିକା

ନୀଳଗିରି,୧୫ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ବରହମପୁର ଥାନା ଅଞ୍ଚଳର ଜଣେ ୧୬ ବର୍ଷୀୟା ନାବାଳିକା ଏକ କନ୍ୟା ସନ୍ତାନକୁ ଜନ୍ମଦେଇଛନ୍ତି। ଆଶାକର୍ମୀ ଦୀର୍ଘଦିନ…

ଚୋର ସନ୍ଦେହ: ଯୁବକଙ୍କୁ ପିଟି ହତ୍ୟା

ଭଞ୍ଜନଗର,୧୫ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାର୍ଦ୍ଦୁଳ ଗ୍ରାମରେ ଶୁକ୍ରବାର ବିଳମ୍ୱିତ ରାତିରେ ଏକ ଅମାନବୀୟ ଘଟଣା ଘଟିଛି। ଚୋର ସନ୍ଦେହରେ ଗ୍ରାମର କେତେଜଣ ଲୋକ ଜଣେ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ପ୍ରେମିକାଙ୍କ ସ୍ୱାମୀଙ୍କୁ ଏସ୍‌ଆଇଆର୍‌ ପାଇଁ ଡାକି ହତ୍ୟା

କୋଲକାତା,୧୫ା୨: ପଶ୍ଚିମବଙ୍ଗରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ଚାଲିଥିବାବେଳେ ଦିନକୁ ଦିନ ଅନେକ ଘଟଣା ସାମ୍ନାକୁ ଆସିବାରେ ଲାଗିଛି। ଏହି କ୍ରମେ ଜଣେ ବୁଥ୍‌ସ୍ତରୀୟ…

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri