ଭୁବନେଶ୍ୱର ସମେତ ୨୬ ସ୍ଥାନରେ ଏନ୍‌ଆଇଏ ଚଢ଼ାଉ

ଭୁବନେଶ୍ୱର,୧୩।୨(ବ୍ୟୁରୋ): ମାଓବାଦୀ ଗୋଷ୍ଠୀ ଦ୍ୱାରା ଆତଙ୍କବାଦୀ ପାଣ୍ଠି ବ୍ୟବହାର ସମ୍ପର୍କିତ ଏକ ମାମଲାରେ ନ୍ୟାଶନାଲ ଇନଭେଷ୍ଟିଗେଶନ୍‌ ଏଜେନ୍ସି (ଏନ୍‌ଆଇଏ)ର ଟିମ୍‌ ଓଡ଼ିଶାର ଭୁବନେଶ୍ୱର ସମେତ ବିହାର, ଝାଡ଼ଖଣ୍ଡ ଏବଂ ଆନ୍ଧ୍ରପ୍ରଦେଶର ମୋଟ ୨୬ଟି ସ୍ଥାନରେ ଶନିବାର ଚଢ଼ାଉ କରିଛି। ଚଢ଼ାଉ ସମୟରେ ଏନ୍‌ଆଇଏ ଟିମ୍‌ ୩ଟି ଦେଶୀ ବନ୍ଧୁକ, ଗୋଟିଏ .୩୧୫ ବୋର ରାଇଫଲ, ୫୯ ଗୁଳି, ବହୁ ଡିଜିଟାଲ ଡିଭାଇସ୍‌, ମାଓବାଦୀ ପୁସ୍ତକ, ଆପରାଧିକ କାଗଜପତ୍ର ଏବଂ ୪ କେଜିର ନିଶାଦ୍ରବ୍ୟ ଜବତ କରିଛି। ଚଢ଼ାଉ ବେଳେ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ଏଡ଼ାଇବା ପାଇଁ ଏନ୍‌ଆଇଏ ଟିମ୍‌ ସ୍ଥାନୀୟ ପୋଲିସ ଏବଂ ସ୍ବତନ୍ତ୍ର ଟାସ୍କ ଫୋର୍ସ ଏବଂ ସିଆର୍‌ପିଏଫ୍‌ର ସହାୟତା ନେଇଥିଲା। ତେବେ ଭୁବନେଶ୍ୱରର କେଉଁ ସ୍ଥାନରେ ଚଢ଼ାଉ ହୋଇଥିଲା ଏବଂ ଏନ୍‌ଆଇଏ ଟିମ୍‌ରେ କେତେଜଣ ଥିଲେ, ସେନେଇ କମିଶନରେଟ ପୋଲିସ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ। କେନ୍ଦ୍ର ସରକାରଙ୍କ ସଂସ୍ଥା ଚଢ଼ାଉ କରିଥିବାରୁ ଉକ୍ତ ସଂସ୍ଥା ହିଁ ସବିଶେଷ ତଥ୍ୟ ଦେଇପାରିବେ ବୋଲି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି। ମିଳିଥିବା ସୂଚନା ଅନୁସାରେ ବିହାରର ମଗଧ ଅଞ୍ଚଳରେ ସକ୍ରିୟ ଥିବା ସିପିଆଇ ମାଓବାଦୀମାନେ ଏକ ବଡ଼ ନେଟଓ୍ବର୍କ ମାଧ୍ୟମରେ ଆତଙ୍କବାଦୀ ପାଣ୍ଠି ପରିଚାଳନା କରୁଥିବାନେଇ ଅଭିଯୋଗ ହୋଇଥିଲା। ଉକ୍ତ ଅଭିଯୋଗକୁ ଆଧାର କରି ଏକ ମାମଲା ରୁଜୁ କରାଯାଇ ଉକ୍ତ ମାଓବାଦୀ ଗୋଷ୍ଠୀ ସକ୍ରିୟ ଥିବା ୪ ରାଜ୍ୟରେ ଚଢ଼ାଉ କରାଯାଇଛି ବୋଲି ଏନ୍‌ଆଇଏର ଜଣେ ଅଧିକାରୀ କହିଛନ୍ତି। ମାଓବାଦୀମାନେ ସେମାନଙ୍କର ଘୃଣ୍ୟ ଉଦ୍ଦେଶ୍ୟକୁ କାର୍ଯ୍ୟକାରୀ କରିବା ପାଇଁ ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା କ୍ରୟ ନିମନ୍ତେ ପାଣ୍ଠି ସଂଗ୍ରହ କରିବାକୁ ସେମାନେ ନିରନ୍ତର ଚେଷ୍ଟା କରୁଛନ୍ତି। ଏପରି କି ଏହି ଅଞ୍ଚଳରେ ମାଓବାଦୀ କାର୍ଯ୍ୟକଳାପକୁ ପୁନର୍ଜୀବିତ ତଥା ମଜଭୁତ କରିବା ପାଇଁ ଅଭିଯୁକ୍ତମାନେ ବିଭିନ୍ନ ଜେଲ୍‌ରେ ଥିବା ମାଓବାଦୀ, ଓଭର ଗ୍ରାଉଣ୍ଡ ୱାର୍କର୍ସ (ଓଜିଡବ୍ଲ୍ୟୁଏସ୍‌) ଙ୍କ ସହ ଯୋଗାଯୋଗରେ ନୂତନ କ୍ୟାଡର ନିଯୁକ୍ତ କରୁଥିବା ଜଣାପଡ଼ିଛି। ତେଣୁ ଏହାକୁ ରୋକ୍‌ ଦେବାକୁ ମାଓବାଦୀ ଗତିବିଧି ଥିବା ୨୬ସ୍ଥାନରେ ଚଢ଼ାଉ କରାଯାଇଛି। ସେଥିମଧ୍ୟରେ ବିହାରର ଜାହାନବାଦ୍‌, ପାଟନା ରୁରାଲ, ଅରଓ୍ବାଲ,ନାଳନ୍ଦା, ଗୟା, ନାଓ୍ବଡା ଏବଂ ଔରଙ୍ଗାବାଦ୍‌ ଜିଲାର ୨୩ସ୍ଥାନ , ଝାଡ଼ଖଣ୍ଡର କୋଡେର୍ମା ଜିଲା, ଓଡ଼ିଶାର ଭୁବନେଶ୍ୱର ଏବଂ ଆନ୍ଧ୍ରର ନେଲୋରର ଗୋଟିଏ ଲେଖାଏ ସ୍ଥାନରେ ଚଢ଼ାଉ କରାଯାଇଥିବା ଏନ୍‌ଆଇଏ ଅଧିକାରୀଙ୍କ ଠାରୁ ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri