ଭୁବନେଶ୍ୱର ସମେତ ୨୬ ସ୍ଥାନରେ ଏନ୍‌ଆଇଏ ଚଢ଼ାଉ

ଭୁବନେଶ୍ୱର,୧୩।୨(ବ୍ୟୁରୋ): ମାଓବାଦୀ ଗୋଷ୍ଠୀ ଦ୍ୱାରା ଆତଙ୍କବାଦୀ ପାଣ୍ଠି ବ୍ୟବହାର ସମ୍ପର୍କିତ ଏକ ମାମଲାରେ ନ୍ୟାଶନାଲ ଇନଭେଷ୍ଟିଗେଶନ୍‌ ଏଜେନ୍ସି (ଏନ୍‌ଆଇଏ)ର ଟିମ୍‌ ଓଡ଼ିଶାର ଭୁବନେଶ୍ୱର ସମେତ ବିହାର, ଝାଡ଼ଖଣ୍ଡ ଏବଂ ଆନ୍ଧ୍ରପ୍ରଦେଶର ମୋଟ ୨୬ଟି ସ୍ଥାନରେ ଶନିବାର ଚଢ଼ାଉ କରିଛି। ଚଢ଼ାଉ ସମୟରେ ଏନ୍‌ଆଇଏ ଟିମ୍‌ ୩ଟି ଦେଶୀ ବନ୍ଧୁକ, ଗୋଟିଏ .୩୧୫ ବୋର ରାଇଫଲ, ୫୯ ଗୁଳି, ବହୁ ଡିଜିଟାଲ ଡିଭାଇସ୍‌, ମାଓବାଦୀ ପୁସ୍ତକ, ଆପରାଧିକ କାଗଜପତ୍ର ଏବଂ ୪ କେଜିର ନିଶାଦ୍ରବ୍ୟ ଜବତ କରିଛି। ଚଢ଼ାଉ ବେଳେ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ଏଡ଼ାଇବା ପାଇଁ ଏନ୍‌ଆଇଏ ଟିମ୍‌ ସ୍ଥାନୀୟ ପୋଲିସ ଏବଂ ସ୍ବତନ୍ତ୍ର ଟାସ୍କ ଫୋର୍ସ ଏବଂ ସିଆର୍‌ପିଏଫ୍‌ର ସହାୟତା ନେଇଥିଲା। ତେବେ ଭୁବନେଶ୍ୱରର କେଉଁ ସ୍ଥାନରେ ଚଢ଼ାଉ ହୋଇଥିଲା ଏବଂ ଏନ୍‌ଆଇଏ ଟିମ୍‌ରେ କେତେଜଣ ଥିଲେ, ସେନେଇ କମିଶନରେଟ ପୋଲିସ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ। କେନ୍ଦ୍ର ସରକାରଙ୍କ ସଂସ୍ଥା ଚଢ଼ାଉ କରିଥିବାରୁ ଉକ୍ତ ସଂସ୍ଥା ହିଁ ସବିଶେଷ ତଥ୍ୟ ଦେଇପାରିବେ ବୋଲି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି। ମିଳିଥିବା ସୂଚନା ଅନୁସାରେ ବିହାରର ମଗଧ ଅଞ୍ଚଳରେ ସକ୍ରିୟ ଥିବା ସିପିଆଇ ମାଓବାଦୀମାନେ ଏକ ବଡ଼ ନେଟଓ୍ବର୍କ ମାଧ୍ୟମରେ ଆତଙ୍କବାଦୀ ପାଣ୍ଠି ପରିଚାଳନା କରୁଥିବାନେଇ ଅଭିଯୋଗ ହୋଇଥିଲା। ଉକ୍ତ ଅଭିଯୋଗକୁ ଆଧାର କରି ଏକ ମାମଲା ରୁଜୁ କରାଯାଇ ଉକ୍ତ ମାଓବାଦୀ ଗୋଷ୍ଠୀ ସକ୍ରିୟ ଥିବା ୪ ରାଜ୍ୟରେ ଚଢ଼ାଉ କରାଯାଇଛି ବୋଲି ଏନ୍‌ଆଇଏର ଜଣେ ଅଧିକାରୀ କହିଛନ୍ତି। ମାଓବାଦୀମାନେ ସେମାନଙ୍କର ଘୃଣ୍ୟ ଉଦ୍ଦେଶ୍ୟକୁ କାର୍ଯ୍ୟକାରୀ କରିବା ପାଇଁ ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା କ୍ରୟ ନିମନ୍ତେ ପାଣ୍ଠି ସଂଗ୍ରହ କରିବାକୁ ସେମାନେ ନିରନ୍ତର ଚେଷ୍ଟା କରୁଛନ୍ତି। ଏପରି କି ଏହି ଅଞ୍ଚଳରେ ମାଓବାଦୀ କାର୍ଯ୍ୟକଳାପକୁ ପୁନର୍ଜୀବିତ ତଥା ମଜଭୁତ କରିବା ପାଇଁ ଅଭିଯୁକ୍ତମାନେ ବିଭିନ୍ନ ଜେଲ୍‌ରେ ଥିବା ମାଓବାଦୀ, ଓଭର ଗ୍ରାଉଣ୍ଡ ୱାର୍କର୍ସ (ଓଜିଡବ୍ଲ୍ୟୁଏସ୍‌) ଙ୍କ ସହ ଯୋଗାଯୋଗରେ ନୂତନ କ୍ୟାଡର ନିଯୁକ୍ତ କରୁଥିବା ଜଣାପଡ଼ିଛି। ତେଣୁ ଏହାକୁ ରୋକ୍‌ ଦେବାକୁ ମାଓବାଦୀ ଗତିବିଧି ଥିବା ୨୬ସ୍ଥାନରେ ଚଢ଼ାଉ କରାଯାଇଛି। ସେଥିମଧ୍ୟରେ ବିହାରର ଜାହାନବାଦ୍‌, ପାଟନା ରୁରାଲ, ଅରଓ୍ବାଲ,ନାଳନ୍ଦା, ଗୟା, ନାଓ୍ବଡା ଏବଂ ଔରଙ୍ଗାବାଦ୍‌ ଜିଲାର ୨୩ସ୍ଥାନ , ଝାଡ଼ଖଣ୍ଡର କୋଡେର୍ମା ଜିଲା, ଓଡ଼ିଶାର ଭୁବନେଶ୍ୱର ଏବଂ ଆନ୍ଧ୍ରର ନେଲୋରର ଗୋଟିଏ ଲେଖାଏ ସ୍ଥାନରେ ଚଢ଼ାଉ କରାଯାଇଥିବା ଏନ୍‌ଆଇଏ ଅଧିକାରୀଙ୍କ ଠାରୁ ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

କେମିତି ରହିବ ୨୦୨୬ରେ ଶନିଙ୍କ ଚାଲି? ଏସବୁ ରାଶି ରହିବେ ସତର୍କ, ଖରାପ ଟାଇମ୍‌ ଆରମ୍ଭ…

ହିନ୍ଦୁ ଧର୍ମ ଏବଂ ଜ୍ୟୋତିଷ ଶାସ୍ତ୍ରରେ, ଶନି ଦେବଙ୍କୁ କର୍ମର ଦାତା ଏବଂ ନ୍ୟାୟର ଦେବତା ଭାବରେ ବିବେଚନା କରାଯାଏ। ତାଙ୍କୁ ନଅଟି ଗ୍ରହ ମଧ୍ୟରେ...

ଗଞ୍ଜେଇ ଚୋରାଚାଲାଣ ପଡିଲା ମହଙ୍ଗା: ବନ୍ଧା ହେଲେ ୱେବ ଚ୍ୟାନେଲ ସାମ୍ବାଦିକ

ଖୋର୍ଦ୍ଧା,୩୦।୧୨(ପ୍ରଭାତ ପାଣିଗ୍ରାହୀ): ସାମ୍ବାଦିକ ଆଳରେ ଗଞ୍ଜେଇ ଚୋରାଚାଲାଣ ପଡିଲା ମହଙ୍ଗା। ଖୋର୍ଦ୍ଧା ଅବକାରୀ ବିଭାଗର ଜିଲା ମୋବାଇଲ ୟୁନିଟ ହାତରେ ଧରାପଡ଼ିଲେ ୱେବ ଚ୍ୟାନେଲ ସାମ୍ବାଦିକ...

ତହସିଲଦାରଙ୍କ ଘରୁ ମିଳିଲା ବିଡ଼ାବିଡ଼ା ଟଙ୍କା ସାଙ୍ଗକୁ ପୁଳାପୁଳା ସୁନା: ଭିଜିଲାନ୍ସର ବଡ଼ଧରଣର ରେଡ୍‌

ଭୁବନେଶ୍ୱର,୩୦।୧୨: କଟକ ବାରଙ୍ଗ ତହସିଲର ଅତିରିକ୍ତ ତହସିଲଦାର ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ହାବୁଡରେ ପଡ଼ିଛନ୍ତି। ତହସିଲଦାର ଜିତେନ୍ଦ୍ର କୁମାର ପଣ୍ଡାଙ୍କ ଘରେ ଭିଜିଲାନ୍ସ...

ପାହାଡ଼ ଉପରେ ପୂଜା ପାଉଛନ୍ତି ମା’ ବାଳକୁମାରୀ, ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଏହି ସ୍ଥାନ

ଗଞ୍ଜାମ ,୩୦।୧୨(ବିଦ୍ୟାଧର ସାହୁ ): ଗଞ୍ଜାମ ଜିଲା ବ୍ରହ୍ମପୁର ଠାରୁ ୨୫ କି.ମି. ଚିକିଟିରୁ ୮ କିଲୋମିଟର ଗଲାପରେ ଧାନ ଘର ଛକ ଏବଂ ସେଠାରୁ...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଦଳ ଘୋଷଣା କଲା ଇଂଲଣ୍ଡ, ଜାଣନ୍ତୁ କାହାକୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ,୩୦।୧୨: ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB) ଭାରତରେ ହେବାକୁ ଥିବା ୨୦୨୬ ଟି-୨୦ ବିଶ୍ୱକପ ପାଇଁ ଏହାର ଦଳ ଘୋଷଣା କରିଛି। ଆଶ୍ଚର୍ଯ୍ୟଜନକ...

ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ବଡ଼ ବୟାନ, ବଣଭୋଜି ନାରେ ପ୍ରଦୂଷଣ କଲେ ହେବ…

ଭୁବନେଶ୍ୱର,୩୦।୧୨: ବର୍ତ୍ତମାନ ସମୟରେ ପର୍ଯ୍ୟଟନ ଋତୁ ଚାଲୁଥିବା ବେଳେ ଅନେକ ସ୍ଥାନରେ ପର୍ଯ୍ୟଟକଙ୍କ ଗହଳି ଦେଖାଯାଉଛି । ବଣଭୋଜି କରି ମଜା ନେଉଛନ୍ତି ଲୋକେ ।...

ଖଣି ପାଇଁ ଜମି ଯିବାରୁ ଜୀବନ ହାରିଲେ ଯୁବକ, ୧୭ ଘଣ୍ଟାରୁ ଅଧିକ ସମୟ ମୃତଦେହକୁ ରଖି ବିକ୍ଷୋଭ କଲେ…

ଝାରସୁଗୁଡା, ୩୦।୧୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଉବୁଡା ଗ୍ରାମର ଜଣେ ୨୫ ବର୍ଷୀୟ ଯୁବକଙ୍କ ସୋମବାର ଆତ୍ମହତ୍ୟା ପରେ ସ୍ଥାନୀୟ ଅଞ୍ଚଳରେ...

ନୂଆବର୍ଷ ପାଇଁ ପୁରୀରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା

ପୁରୀ,୩୦।୧୨: ନୂଆବର୍ଷ ପାଳନ ପାଇଁ ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଦିଆଯାଇଛି। ଶ୍ରଦ୍ଧାଳୁଙ୍କ ସୁରକ୍ଷା ଏବଂ ଶୃଙ୍ଖଳିତ ଦର୍ଶନ ପାଇଁ ୭୦ ପ୍ଲାଟୁନ ପୋଲିସ ଫୋର୍ସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri