Posted inଜାତୀୟ

ଅମ୍ବାନୀଙ୍କ ଘର ଆଗରୁ ମିଳିଥିବା ବିସ୍ଫୋରକ ଭର୍ତ୍ତି ଗାଡିର ତଦନ୍ତ ଆରମ୍ଭ କଲା ଏନ୍‌ଆଇଏ

ନୂଆଦିଲ୍ଲୀ,୮।୩: ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ବାସଭବନ ନିକଟରୁ ବିସ୍ଫୋରକ ଭର୍ତ୍ତି ଗାଡ଼ି ମିଳିବା ଘଟଣାର ତଦନ୍ତ କରିବ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନ୍‌ଆଇଏ)। ଘଟଣାର ତଦନ୍ତ ଏନ୍‌ଆଇଏ କରିବାକୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଥିଲା। ନିର୍ଦ୍ଦେଶ ଅନୁସାରେ ଏନ୍‌ଆଇଏ ସୋମବାର ତଦନ୍ତ ଆରମ୍ଭ କରିଛି। ଫେବୃୟାରୀ ୨୫ରେ ମୁକେଶଙ୍କ ବାସଭବନ ନିକଟରୁ ସନ୍ଦେହ ଜନକ ଭାବେ ଏକ ଗାଡ଼ି ମିଳିଥିଲା। ପୋଲିସ ଗାଡି ଭିତରୁ ୨୦ଟି ଜିଲେଟିନ ସହ ଅନ୍ୟାନ୍ୟ ବିସ୍ଫୋରକ ସାମଗ୍ରୀ ଜବତ କରିଥିଲା। ପୋଲିସ ତଦନ୍ତ ପରେ ଫେବୃୟାରୀ ୧୮ରେ ଅଇରୋଲି-ମୁଲୁନ୍ଦ ବ୍ରିଜ ନିକଟରୁ ଉକ୍ତ ଗାଡି ଚୋରି କରି ଅଣାଯାଇଥିବା ଜଣାପଡିଥିଲା। ପୋଲିସ ମାଳିକଙ୍କୁ ଠାବ କରିଥିଲା। ହେଲେ ପୋଲିସ ତାଙ୍କୁ ଧରିବା ପୂର୍ବରୁ ଗାଡି ମାଲିକଙ୍କ ମୃତଦେହ ମୁମ୍ବାଇର ଏକ ନାଳରୁ ଜବତ କରିଥିଲା। ଗାଡି ମାଳିକଙ୍କ ମୃତ୍ୟୁକୁ ନେଇ ବର୍ତ୍ତମାନ ସନ୍ଦେହ ସୃଷ୍ଟି ହୋଇଛି। ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନେଇ ଏନ୍‌ଆଇଏକୁ ଦିଆଯାଇଛି। ଅମ୍ବାନୀଙ୍କ ଘର ପାଖରୁ ବିସ୍ଫୋରକ ଗାଡି ମିଳିବା ଘଟଣାର ତଦନ୍ତ ଏନ୍‌ଆଇଏ ହାତକୁ ଯିବାପରେ ଘଟଣା ପଛରେ ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ସନ୍ଦେହ ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦଶମ ଶ୍ରେଣୀ ଛାତ୍ରୀଙ୍କୁ କରତରେ ଆକ୍ରମଣ: ଅଭିଯୁକ୍ତଙ୍କୁ ଗୁଳିକରି ଗିରଫ କଲା ପୋଲିସ

ଅନନ୍ତପୁର,୧ା୧୧: ଆନ୍ଧ୍ରପ୍ରଦେଶର ରାପଟାଡୁ ସରକାରୀ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀ ଗୋପିକାଙ୍କୁ କରତରେ ଆକ୍ରମଣ କରିଥିବା ଅଭିଯୁକ୍ତ ହେମନ୍ଥ ଖସି ପଳାଇବାକୁ ଉଦ୍ୟମ କଲାବେଳେ ପୋଲିସ…

ବୁଲେଟପ୍ରୁଫ୍ କାଚ ବାକ୍ସ ଭିତରୁ ପ୍ରଶଂସକଙ୍କୁ ଭେଟିଲେ ଅମିତାଭ, ଭାଇରାଲ୍ ଭିଡିଓକୁ ନେଇ ଚର୍ଚ୍ଚା

ମୁମ୍ବାଇ: ବଲିଉଡ୍‌ର ମହାନାୟକ ଅମିତାଭ ବଚ୍ଚନ ବିଗତ କିଛି ଦଶନ୍ଧି ଧରି ପ୍ରତ୍ୟେକ ରବିବାର ନିଜ ବାସଭବନ ‘ଜଲ୍‌ସା’ ବାହାରେ ଏକାଠି ହେଉଥିବା ହଜାର ହଜାର ପ୍ରଶଂସକଙ୍କୁ…

ଖାଇବାକୁ ନେଇ ସ୍ତ୍ରୀଙ୍କୁ ହତ୍ୟା

କେନ୍ଦୁଝର,୧ା୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ବାଂଶପାଳ ବ୍ଲକ୍‌ ନୟାକୋଟ ଥାନା କୁଶକଳା କାଳିଆଡ଼ିହି ସାହିରେ ଖାଇବାକୁ ନେଇ ସ୍ତ୍ରୀଙ୍କୁ ହତ୍ୟା ହୋଇଛି। ହତ୍ୟା ପରେ ମୃତଦେହକୁ…

ଆଜି ଭୀଷଣ ବାତ୍ୟାର ରୂପ ନେବ ‘ମୁରାସୁ: ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷିବ, ଏହି ୫ ଜିଲାକୁ ଅଧିକ…

ଭୁବନେଶ୍ୱର,୧ା୧୧(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ମୁରାସୁ’। ରବିବାର ସନ୍ଧ୍ୟା ସୁଦ୍ଧା ଏହା ତାମିଲନାଡୁର ଚେନ୍ନାଇଠାରୁ ୪୮୦ କି.ମି., ଆନ୍ଧ୍ରପ୍ରଦେଶର ନେଲୋରଠାରୁ ୫୫୦ କି.ମି.,…

ଅନ୍ତର୍ଜାତୀୟ ଭାରୋତ୍ତୋଳନରେ ଗୁଡ଼ାରି ପୁଅ ବୀରେନ୍ଦ୍ର ଶବର ଜିତିଲେ ୨ ସ୍ବର୍ଣ୍ଣ ପଦକ

ଗୁଡ଼ାରି,୧ା୧୧(ପ୍ରମୋଦ କୁମାର ପତି): ହରିଆଣାର ଫରିଦାବାଦରେ ଆୟୋଜିତ ଅନ୍ତର୍ଜାତୀୟ ଭାରୋତ୍ତୋଳନ ପ୍ରତିଯୋଗିତାରେ ଗୁଡ଼ାରି ପୁଅ ବୀରେନ୍ଦ୍ର ଶବର (୩୨) ଜିତିଛନ୍ତି ୨ ସ୍ବର୍ଣ୍ଣ ପଦକ। ୯୩ କାଟାଗୋରି…

ବନ୍ୟା କ୍ଷୟକ୍ଷତି ଅନୁଧ୍ୟାନ: ସରକାରଙ୍କ ବିଫଳତାକୁ ନେଇ ବର୍ଷିଲେ ବିଜେଡି ନେତା

ଦିଗପହଣ୍ଡି,୧।୧୧(ଅଶେଷ ନାଥ ମିଶ୍ର): ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମବାସୀ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଏଭଳିସ୍ଥିତିରେ…

ଅନ୍ତରିଗାଁ ପିଇଓଙ୍କୁ ନିଲମ୍ବନ କଲେ ଗଞ୍ଜାମ ଜିଲାପାଳ

ପୁରୁଷୋତ୍ତମପୁର,୧ା୧୧(ସବିତା ମିଶ୍ର): ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଋଷିକୂଲ୍ୟା ନଦୀର ପ୍ରଳୟଙ୍କରୀ ବନ୍ୟା ପୁରୁଷୋତ୍ତମପୁର ଅଞ୍ଚଳରେ ରଚିଛି। ଏହି ବିପର୍ଯ୍ୟୟ ସମୟରେ କାର୍ଯ୍ୟରେ ଅବହେଳାକୁ ନେଇ ପୁରୁଷୋତ୍ତମପୁର ବ୍ଲକ…

ବରଗଡ଼ରେ ଚାଞ୍ଚଲ୍ୟ, ଅଭାବରେ ପଡ଼ି ଶିଶୁକନ୍ୟାଙ୍କୁ ଅନ୍ୟ ହାତରେ ଟେକିଦେଲେ ଦମ୍ପତି

ବରଗଡ଼,୧।୧୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଅଭାବ ଅନଟନରେ ପଡ଼ି ଏକ ନବଜାତ ଶିଶୁକନ୍ୟାକୁ ଅନ୍ୟ ଦମ୍ପତିଙ୍କ ହାତରେ ଟେକି ଦେବା ଭଳି ଘଟଣା ଜିଲାରେ ଆଲୋଡ଼ନ ସୃଷ୍ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?