Posted inଜାତୀୟ

ଗିରଫ ହେଲେ ଜୈଶ-ଏ-ମହମ୍ମଦର ଆତଙ୍କବାଦୀ, ଭାରତରେ ବଡ ଆକ୍ରମଣର ଥିଲା ଯୋଜନା

ନୂଆଦିଲ୍ଲୀ,୨୧।୫: ସୁରକ୍ଷା ଏଜେନ୍ସି ଏକ ବଡ ଧରଣର ଆତଙ୍କବାଦୀ ଯୋଜନାକୁ ପଣ୍ଡ କରି ଦେଇଛନ୍ତି। ରବିବାର ଏନଆଇଏ ଜୈଶ-ଏ-ମହମ୍ମଦର ଜଣେ ଆତଙ୍କବାଦୀଙ୍କୁ ଗିରଫ କରିଥିବା ସୂଚନା ମିଳିଛି। ଗିରଫ ହୋଇଥିବା ଆତଙ୍କବାଦୀଙ୍କ ନାମ ମହମ୍ମଦ ଉବୈଦ ମଲିକ। ସେ କୁପଓ୍ବାଡାର ବାସିନ୍ଦା। ଉବୈଦ ପାକିସ୍ତାନରେ ଥିବା ଜୈଶ କମାଣ୍ଡରଙ୍କ ସହ ଲଗାତାର ସମ୍ପର୍କରେ ରହୁଥିଲେ।

ଆତଙ୍କବାଦୀ ଉବୈଦ ଜାମ୍ମୁ କାଶ୍ମୀରରେ ଏକ ବଡ଼ ଆତଙ୍କବାଦୀ ଷଡଯନ୍ତ୍ର କରିବାକୁ ଚେଷ୍ଟା କରୁଥିଲେ। ଗିରଫ ଆତଙ୍କବାଦୀ ପାକିସ୍ତାନରେ ବସିଥିବା ସେନାଧ୍ୟକ୍ଷଙ୍କୁ ସେନା ଏବଂ ସୁରକ୍ଷା ବାହିନୀର ଗତିବିଧି ସମ୍ବନ୍ଧୀୟ ସୂଚନା ପଠାଉଥିଲେ।

ଏନଆଇଏ ଅନୁସନ୍ଧାନରୁ ଜଣାପଡିଛି ଯେ ଅଭିଯୁକ୍ତ ଆତଙ୍କବାଦୀ ଗୁପ୍ତ ସୂଚନା, ବିଶେଷକରି ସେନା ଏବଂ ସୁରକ୍ଷା ବାହିନୀର ଗତିବିଧି ବିଷୟରେ ପାକିସ୍ତାନରେ ବସିଥିବା ଜୈଶ କମାଣ୍ଡରଙ୍କୁ ପଠାଉଛନ୍ତି। ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରିବାରେ ତାଙ୍କର ସମ୍ପୃକ୍ତି ସମ୍ପର୍କରେ ଏନଆଇଏ ଅଭିଯୁକ୍ତଙ୍କ ନିକଟରୁ ଅନେକ ଅପରାଧୀ ଦଲିଲ ଉଦ୍ଧାର କରିଛି।

ଏଜେନ୍ସି ୨୧ଜୁନ ୨୦୨୨ରେ ଜାମ୍ମୁ କାଶ୍ମୀରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ ଏକ ମାମଲା ନିଜ ଆଡୁ ରୁଜୁ କରିଥିଲା। ଡ୍ରୋନ ମାଧ୍ୟମରେ ବୋମା ବିସ୍ଫୋରଣ ପାଇଁ ସାମଗ୍ରୀ ପଠାଯାଇଥିଲା ବୋଲି ଏନଆଇଏ ପକ୍ଷରୁ ସୂଚନା ମିଳିଥିଲା। ସେବେଠାରୁ ଗୁପ୍ତଚର ଏଜେନ୍ସିମାନେ ସତର୍କ ମୋଡରେ ଥିଲେ। ରବିବାର ଏହି ପ୍ରସଙ୍ଗରେ ଏନଆଇଏ ବଡ ସଫଳତା ହାସଲ କରିଛି ।

ଏନଆଇଏ ଅନୁସନ୍ଧାନ ଅନୁଯାୟୀ ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ କରିବା ପାଇଁ ଡ୍ରୋନ ଦ୍ୱାରା ଆଇଇଡି ଏବଂ ବିସ୍ଫୋରକ ସାମଗ୍ରୀ ପଠାଯାଉଥିଲା। ସ୍ଥାନୀୟ ସ୍ତରରେ ବିସ୍ଫୋରକ ସାମଗ୍ରୀ ମଧ୍ୟ ସଂଗ୍ରହ କରାଯାଉଛି । ଏହା ସାମ୍ନାକୁ ଆସିଛି ଯେ ଏହି ଆକ୍ରମଣରେ ମୁଖ୍ୟତଃ ସଂଖ୍ୟାଲଘୁ ଏବଂ ସୁରକ୍ଷା ବାହିନୀ କର୍ମଚାରୀଙ୍କୁ ଟାର୍ଗେଟ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

ସୁନା ପାଇଁ ବୃଦ୍ଧାଙ୍କୁ ପୋଡ଼ି ମାରିଦେଲେ! ଦୁଇ ଗୋଡ଼କୁ ଛାଡ଼ି ସବୁ ପାଉଁଶ, ପୋଲିସ ପହଞ୍ଚି…

ଅମ୍ବାଦୋଳା,୨୦।୧୨(ରବୀନ୍ଦ୍ର ପଣ୍ଡା):ରାୟଗଡା ଜିଲା ମୁନିଗୁଡା ବ୍ଲକ ଅମ୍ବାଦଳା ଥାନା ଅନ୍ତର୍ଗତ କୁମୁଡ଼ାବାଲି ଗାଁରେ ଜଣେ ବୃଦ୍ଧାଙ୍କ ଦଗ୍ଧ ମୃତଦେହ ଉଦ୍ଧାର ହୋଇଛି I  ମୃତ ବୃଦ୍ଧା...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଷ୍ଟାଣ୍ଡବାଏ କିମ୍ବା ରିଜର୍ଭ ଖେଳାଳିଙ୍କୁ କାହିଁକି ଚୟନ କରାଯାଇ ନ ଥିଲା? କାରଣ କହିଲେ ବିସିସିଆଇ ସଚିବ

ନୂଆଦିଲ୍ଲୀ,୨୦।୧୨: BCCI 2026 ଟି-20 ବିଶ୍ୱକପ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରିଛି। ଶୁବମନ ଗିଲ ଏବଂ ରିଷଭ ପନ୍ତଙ୍କ ସମେତ ଅନେକ...

ଦୁଇ ପୁଅଙ୍କ ପାଇଁ ଏତିକି ଟଙ୍କାର ସମ୍ପତ୍ତି ରଖିଛନ୍ତି ଭାରତୀ ସିଂ, ସ୍ବାମୀଙ୍କ ହର୍ଷଙ୍କ ପାଖରେ ଅଛି…

ମୁମ୍ବାଇ,୨୦ା୧୨: କମେଡି କୁଇନ୍‌ ଭାରତୀ ସିଂଙ୍କ ଘରେ ପୁଣି ଥରେ ହସ ଫୁଟିଛି। ଏହି କମେଡି କୁଇନ୍‌ ଜଣେ ଛୋଟ ରାଜକୁମାରଙ୍କ ମା’ ହୋଇଛନ୍ତି। ଭାରତୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri