ଡିଜିପିଙ୍କୁ ଏନ୍‌ଏଚ୍‌ଆର୍‌ସିଙ୍କ ଜବାବ ତଲବ

ଯାଜପୁର ଅଫିସ,୨୦।୮: ଯାଜପୁର ଜିଲା ବିଞ୍ଝାରପୁର ଥାନା ମଧୁସୂଦନପୁର ପଞ୍ଚାୟତ ରଥସାହି ଗ୍ରାମର ୨ ବର୍ଷ ବୟସ୍କା ଶିଶୁକନ୍ୟା ପିହୁ ଓରଫ ଲକ୍ଷ୍ମୀନାରାୟଣ ନାୟକ ନିଖୋଜ ଘଟଣାରେ ଜାତୀୟ ମାନବାଧିକାର କମିଶନ (ଏନ୍‌ଏଚ୍‌ଆର୍‌ସି) ଓଡ଼ିଶା ଡିଜିପିଙ୍କୁ ଜବାବ ତଲବ କରିଛନ୍ତି। ୧୮ା୮ା୨୦୨୧ରେ ଏନ୍‌ଏଚ୍‌ଆର୍‌ସି ମାମଲାର ଶୁଣାଣି କରିଥିଲେ। ମାମଲାକୁ ଅତି ଜରୁରୀ ମନେକରି ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ଏନ୍‌ଏଚ୍‌ଆରସି ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟଥା ଶିଶୁ ସୁରକ୍ଷା ଅଧିକାର ଆଇନ-୧୯୯୩ ଧାରା ୧୩ ଅନୁସାରେ ସମ୍ପୃକ୍ତ ଅଧିକାରୀଙ୍କୁ ବ୍ୟକ୍ତିଗତ ଭାବେ ଉପସ୍ଥିତ ରହି ରିପୋର୍ଟ ଦାଖଲ କରିବାକୁ ବାଧ୍ୟ କରାଯିବ ବୋଲି ନିର୍ଦ୍ଦେଶରେ କଡ଼ା ଚେତାବନୀ ଦିଆଯାଇଛି।
ପିହୁଙ୍କୁ ଠାବ କରିବାରେ ଯାଜପୁର ଜିଲା ପୋଲିସ ବିଫଳ ହେବାରୁ ତାଙ୍କ ମା’ ମୋନାଲିସା ନାୟକ ୧୧ା୬ା୨୦୨୧ରେ ଏନଏଚ୍‌ଆର୍‌ସିରେ ଦ୍ୱାରସ୍ଥ ହୋଇଥିଲେ। ଏହିକ୍ରମରେ ଏନଏଚ୍‌ଆର୍‌ସିରେ ୧୨୮୬/୧୮/୨୪/୨୦୨୧ ନମ୍ବରରେ ଏକ ମାମଲା ରୁଜୁ ହୋଇଥିଲା। ମୋନାଲିସାଙ୍କ ଅଭିଯୋଗ ଅନୁସାରେ ୯ା୮ା୨୦୨୦ରୁ ପିହୁଙ୍କୁ ଅପହରଣ କରାଯାଇଥିଲା। ଏନେଇ ଅଭିଯୋଗ ହେବା ପରେ ବିଞ୍ଝାରପୁର ଥାନାରେ ୨୨୮/୨୦୨୦ ନମ୍ବରରେ ଏକ ମାମଲା ରୁଜୁ ହୋଇଥିଲା। କିନ୍ତୁ ପୋଲିସ ଉପଯୁକ୍ତ ଭାବେ ତଦନ୍ତ ନ କରି ହାତବାନ୍ଧି ବସିଛି। ଏପରିକି ତାଙ୍କ ଅଭିଯୋଗରେ ରାଜ୍ୟରେ ପ୍ରାୟ ୩୫୦୦ ଶିଶୁ ନିଖୋଜ ହୋଇଥିବାବେଳେ ରାଜ୍ୟ ପୋଲିସ ସେମାନଙ୍କୁ ଉଦ୍ଧାର କରିବାକୁ କୌଣସି ପଦକ୍ଷେପ ନେଉନାହିଁ। ତେଣୁ ମୋନାଲିସା କମିଶନଙ୍କ ସହଯୋଗ ଲୋଡ଼ିଥିଲେ।
ସୂଚନାଯୋଗ୍ୟ, ଇତିମଧ୍ୟରେ ପିହୁ ନିଖୋଜ ହେବା ଘଟଣାକୁ ୧ ବର୍ଷ ୧୦ ଦିନ ଅତିକ୍ରାନ୍ତ ହୋଇ ସାରିଛି। ପିହୁଙ୍କୁ ଉଦ୍ଧାର କରିବାକୁ ତତ୍କାଳୀନ ଏସ୍‌ପି ଚରଣ ସିଂ ମୀନାଙ୍କ ନିର୍ଦ୍ଦେଶରେ ବରିଷ୍ଠ ପୋଲିସ ଅଧିକାରୀମାନଙ୍କୁ ନେଇ ୫ଟି ସ୍ବତନ୍ତ୍ର ଦଳ ଗଠନ କରାଯାଇଥିଲା। ପୋଲିସ ଟିମ୍‌ ସେତେବେଳେ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା। ହେଲେ କୌଣସି ସୁଫଳ ମିଳି ନ ଥିଲା। ଏସ୍‌ପି ମୀନାଙ୍କ ବଦଳି ପରେ ଏସ୍‌ପି ରାହୁଲ ପି.ଆର.ଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ରଥସାହି ଗ୍ରାମର ୨ଟି ପୋଖରୀ ଶୁଖାଇ ପିହୁଙ୍କୁ ଖୋଜିଥିଲା। ଏହାସହ ପିହୁଙ୍କ ନିଖୋଜ ସମ୍ପର୍କରେ ସୂଚନା ଦେଲେ ୨୦ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରିବାକୁ ପୋଲିସ ଘୋଷଣା କରିଥିଲା। ଅନ୍ୟପକ୍ଷରେ ପିହୁଙ୍କ ମା’ ମୋନାଲିସା ବିଞ୍ଝାରପୁର ଥାନା ଠାରୁ ଆରମ୍ଭ କରି ଏସ୍‌ପି, ଜିଲାପାଳ, ଜିଲା ଶିଶୁ ସୁରକ୍ଷା କମିଟି, ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ପ୍ରମୁଖଙ୍କୁ ଭେଟି ଆକୁଳ ନିବେଦନ କରି ଆସୁଛନ୍ତି। ହେଲେ ପିହୁଙ୍କୁ ନ ପାଇ ସେ ଭାଙ୍ଗି ପଡ଼ିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଧୁ ମିଳନ ନାମରେ ବଳ କଷିଲେ ଯୁବ ଗୋଷ୍ଠୀ: ସାମିଲ ହେଲେ ଶହ ଶହ…

ଗଞ୍ଜାମ,୩।୪(ବିଦ୍ୟାଧର ସାହୁ ): ୧୬ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ମା’ ଏଲେମା ମନ୍ଦିର ପ୍ରାଙ୍ଗଣରେ ଗଞ୍ଜାମ ସହରର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଶୁକ୍ରବାର…

ଉତ୍ସବମୁଖର ଦାରିଙ୍ଗବାଡି: ଉତ୍ସାହ ସହ ପାଳନହେଲା ଗୁଡ ଫ୍ରାଇଡେ, ଯୀଶୁଖ୍ରୀଷ୍ଟଙ୍କ ଯାତନାର ଦୃଶ୍ୟ…

ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଗୁଡ୍‌ ଫ୍ରାଇଡେ ପାଇଁ କନ୍ଧମାଳ ଜିଲା  ଉତ୍ସବ ମୁଖର ହୋଇଥିବା ବେଳେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଏହି ପର୍ବ ବଡ଼ ଧୁମଧାମରେ…

ମାମୁଁ ଘରକୁ ଆସି ଗତକାଲିଠୁ ଥିଲେ ନିଖୋଜ: ଆଜି କେନାଲରୁ ମିଳିଲା ମୃତଦେହ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ପଟ୍ଟାମୁଣ୍ଡାଇ ୩।୪(କଳ୍ପତରୁ ନାୟକ) କେନ୍ଦ୍ରାପଡା ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ପୂର୍ବାହ୍ନରୁ ନିଖୋଜ ଥିବା ଜଣେ ୭ ବର୍ଷୀୟ ନାବାଳିକା ସ୍କୁଲ…

ଇସ୍ରାଏଲକୁ ‘ପଙ୍ଗୁ’ କରିଦେଲା ଇରାନ: IDF ‘ଗୁପ୍ତଚର’ଙ୍କୁ ତାଲିମ ଦେଇଥିବା କାରଖାନାକୁ ଉଡ଼ାଇ ଦେଲା

ତେହରାନ,୩।୪: ଇରାନ ପୁଣିଥରେ ଇସ୍ରାଏଲର ଏକ ଉଚ୍ଚ-ପ୍ରଯୁକ୍ତି ପ୍ରତିରକ୍ଷା କେନ୍ଦ୍ର ଉପରେ ଏକ ସଠିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏଥର, ଟାର୍ଗେଟ ଥିଲା ପେଟାହ ଟିକଭା…

ଆମେରିକାକୁ ଇରାନର ଖୋଲା ଧମକ, କହିଲା ‘ଆମେ ଆମେରିକାକୁ ପ୍ରସ୍ତର ଯୁଗଠାରୁ ବି ପୂର୍ବ ଯୁଗକୁ ଫେରାଇ ଦେବୁ’

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ଆହୁରି ବିପଦପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଛି। ଏହି ମୁକାବିଲା ଆଉ କେବଳ ଦୁଇଟି ରାଷ୍ଟ୍ର…

ରାଜ୍ୟ ସଭାର ଉପନେତା ପଦରୁ ହଟାଯିବା ପରେ କମିଯିବ କି ରାଘବ ଚଢାଙ୍କ ଦରମା? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୩।୪: ରାଜ୍ୟ ସଭାରେ ଉପନେତା ପଦରୁ ରାଘବ ଚଢାଙ୍କୁ ହଟାଇବା ପରେ ରାଜନୈତିକ ବିତର୍କ ଆରମ୍ଭ ହୋଇଛି। ଅଶୋକ ମିତ୍ତଲ ଏବେ ଏହି ଭୂମିକା ଗ୍ରହଣ କରିବେ।…

ସ୍ତ୍ରୀଙ୍କ ସହ ଯାଇଥିଲେ ଶ୍ୱଶୁର ଘର: ଘରେ ବୁଲିଲା କଳାକନା

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଜଗନ୍ନାଥ ମନ୍ଦିର ସାହିରେ ରହୁଥିବା ରାଜମିସ୍ତ୍ରୀ ପିଣ୍ଟୁ ସାହୁଙ୍କ ଘର ତାଲା ଭାଙ୍ଗି ଦୁର୍ୱୃତ୍ତମାନେ କଳାକନା…

ଶପଥ ନେଲେ ନବନିର୍ବାଚିତ ବାର ଆସୋସିଏଶନ କର୍ମକର୍ତ୍ତା, ଜାଣନ୍ତୁ ସେମାନେ କିଏ…

ଭଞ୍ଜନଗର,୩।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନର ନବ ନିର୍ବାଚିତ କର୍ମକର୍ତ୍ତାମାନେ ଶୁକ୍ରବାର ଶପଥ ନେଇଛନ୍ତି। ନିର୍ବାଚନ ଅଧିକାରୀ ଲଡ଼ୁ କିଶୋର ଅଳତିଆ ନବନିର୍ବାଚିତ କର୍ମକର୍ତ୍ତାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri