ମୁଖ୍ୟ ଶାସନ ସଚିବଙ୍କୁ ଏନ୍‌ଜିଟିଙ୍କ ନୋଟିସ

କଟକ,୫ା୧୧(କାର୍ତ୍ତିକ ସାହୁ): ଚଳିତ ବର୍ଷ ଦୀପାବଳି ସମୟରେ ମାତ୍ର ୨ଘଣ୍ଟା ସବୁଜ ବାଣ ଫୁଟାଇବା ଲାଗି ନିର୍ଦ୍ଦେଶ ରହିଥିଲା। ଦୁଇ ଦିନ ଧରି ବାଣ ଫୁଟାଯିବା ଫଳରେ ବାୟୁ ପ୍ରଦୂଷଣ ମାତ୍ରା ହଠାତ ବହୁଗୁଣିତ ହୋଇଥିଲା। କାହିଁକି ନିୟମ ଉଲ୍ଲଂଘନ କରି ବହୁ ମାତ୍ରାରେ ବାଣ ଫୁଟାଗଲା ସେ ସଂକ୍ରାନ୍ତରେ ୬ ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ ଜାତୀୟ ସବୁଜ ପ୍ରାଧିକରଣ (ଏନ୍‌ଜିଟି) ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପର୍ବପର୍ବାଣି ସମୟରେ ପୁରୀ ଶ୍ରୀମନ୍ଦିରରେ ବାଣ ନ ଫୁଟାଇବାକୁ ନେଇ ଏନ୍‌ଜିଟିରେ ରୁଜୁ ମାମଲାର ଶୁଣାଣିରେ ଏପରି ନିର୍ଦ୍ଦେଶ ହୋଇଛି। ଏଥିସହ ମାମଲାର ପରବର୍ତ୍ତୀ ଶୁଣାଣି ୨୦୨୫ ଜାନୁଆରୀ ୯ ତାରିଖକୁ ଧାର୍ଯ୍ୟ କରାଯାଇଛି।
ପ୍ରକାଶ ଯେ, ଗତବର୍ଷ ଚନ୍ଦନ ଯାତ୍ରା ସମୟରେ ପୁରୀରେ ବାଣ ଫୁଟାଯିବା ଦ୍ବାରା ୧୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୨ ଜଣ ଆହତ ହୋଇଥିଲେ। ଏହି ସମୟରେ ସବୁଜ ବାଣ ପରିବର୍ତ୍ତେ ଶବ୍ଦ ଓ ବାୟୁ ପ୍ରଦୂଷଣକାରୀ ବାଣ ଫୁଟାଯାଇଥିଲା। ପୁରୀ ବାୟୁ ପ୍ରଦୂଷଣ ଯୁକ୍ତ ସହର ମଧ୍ୟରେ ପରିଗଣିତ ହେଉଥିବାରୁ ଏଠାରେ ବାଣ ଫୁଟାଯିବା ଉପରେ କଟକଣା ରହିଛି। ମାତ୍ର ଅନେକ ସମୟରେ ନିୟମକୁ ପାଳନ କରାଯାଉନାହିଁ। ଫଳରେ ପର୍ବପର୍ବାଣି ସମୟରେ ବାଣ ନ ଫୁଟାଇବାକୁ ନିର୍ଦ୍ଦେଶ ଦେବା ନିମନ୍ତେ ଆବେଦନକାରୀ ସଞ୍ଜୟ କୁମାର ନାୟକ ଏନ୍‌ଜିଟିଙ୍କ ଦ୍ବାରସ୍ଥ ହୋଇଛନ୍ତି। ସେହିପରି ଭୁବନେଶ୍ବର, କଟକ, ଅନୁଗୋଳ, ତାଳଚେର,

ବାଲେଶ୍ବର, କଳିଙ୍ଗନଗର, ରାଉରକେଲା ଭଳି ୭ଟି ସହର ବାୟୁ ପ୍ରଦୂଷଣ ତାଲିକାରେ ରହିଛି। ଏହି ସହରଗୁଡ଼ିକରେ ବାଣଫୁଟା ଉପରେ ଏନ୍‌ଜିଟିଙ୍କ କଟକଣା ରହିଛି। ୨୦୨୩ରେ ଦୀପାବଳିରେ ବାଣ ଫୁଟାଯିବା ପରେ ଭୁବନେଶ୍ବରର ବାୟୁ ପ୍ରଦୂଷଣ ମାତ୍ର ୯୦୦ ପିପିଏମରୁ ଅଧିକ ବୃଦ୍ଧି ପାଇଥିଲା। ଚଳିତ ବର୍ଷ ମଧ୍ୟ ଏହାଠାରୁ ଯଥେଷ୍ଟ ଅଧିକ ଶବ୍ଦ ଓ ବାୟୁ ପ୍ରଦୂଷଣକାରୀ ବାଣ ଫୁଟାଯାଇଛି। ନ୍ୟାୟାଳୟ ଓ ପ୍ରଶାସନର କଟକଣା ପରେ ମଧ୍ୟ କାହିଁକି ଏଥିପ୍ରତି ଧ୍ୟାନ ଦିଆ ନ ଗଲା ସରକାରଙ୍କୁ ଜବାବ ତଲବ ଲାଗି ଆବେଦନକାରୀ ଏନ୍‌ଜିଟି ନିକଟରେ ପ୍ରାର୍ଥନା କରିଛନ୍ତି। ଏହି ମାମଲାରେ ମୁଖ୍ୟ ଶାସନ ସଚିବ, ପୋଲିସ ଡିଜି, ସଦସ୍ୟ ସଚିବ, ବିସ୍ଫୋରକ ସାମଗ୍ରୀ ଅତିରିକ୍ତ ମୁଖ୍ୟ ମୁଖ୍ୟ ନିୟନ୍ତ୍ରକ, ଶ୍ରୀମନ୍ଦିର ପ୍ରଶାସନକୁ ପକ୍ଷଭୁକ୍ତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅସୁରକ୍ଷିତ ଗାଡ଼ି ଚାଳକ: ସୁରକ୍ଷା ଦାବିରେ ଏସ୍‌ପିଙ୍କୁ ଫେରାଦ

ବରଗଡ଼,୧୮ା୩(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଦେଇ ଯାଇଥିବା ରାଜପଥ ସହିତ ବିଭିନ୍ନ ରାସ୍ତାଘାଟରେ ବିଭିନ୍ନ ସମୟରେ ଗାଡ଼ି ଚାଳକଙ୍କୁ ଅଟକାଇ ଆକ୍ରମଣ କରାଯାଉଥିବା ଅଭିଯୋଗ ହୋଇଛି। ଏଭଳି ଆକ୍ରମଣକୁ…

ମଧ୍ୟପ୍ରାଚ୍ୟ ଯୁଦ୍ଧ ଅର୍ଗଳିରୁ ବାହାରିଆସିଲା ‘ନନ୍ଦାଦେବୀ’: ଚର୍ଚ୍ଚାରେ ଓଡ଼ିଆ ପୁଅ କ୍ୟାପ୍‌ଟେନ ଧୀରଜ ଅଗ୍ରୱାଲ

ବଲାଙ୍ଗୀର,୧୮ା୩(ବୀରେନ୍ଦ୍ର କୁମାର ଝାଙ୍କର):ମଧ୍ୟପ୍ରାଚ୍ୟରେ ଏବେ ଯୁଦ୍ଧର ଘନଘଟା। ଇରାନ୍‌-ଇସ୍ରାଏଲ-ଆମେରିକାର ଘମାଘୋଟ ଲଢ଼େଇ ା ଠିକ୍‌ ଏତିକିବେଳେ ଅତ୍ୟନ୍ତ ସମ୍ବେଦନଶୀଳ ମଧ୍ୟପ୍ରାଚ୍ୟର ହର୍ମୁଜ୍‌ ପ୍ରଣାଳୀ (ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍‌)ରେ…

ଦିଗପହଣ୍ଡିରେ ସାମାଜିକ କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ: ସୁନା ଚେନ ଓ ଟଙ୍କା ଲୁଟିନେଲେ, ଗାଁରେ ଚାପା ଉତ୍ତେଜନା

ଦିଗପହଣ୍ଡି,୧୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବଟିକରପଡ଼ା ଗ୍ରାମରେ ଜଣେ ସାମାଜିକ କର୍ମୀଙ୍କୁ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି।…

କର୍ମୀଙ୍କ ବିଶ୍ୱାସରେ ବିଷ ଦେଲେ ବିଧାୟକ, କ୍ରସ ଭୋଟିଂକୁ ନିନ୍ଦା, ରମେଶଙ୍କ ସହ ୩ଜଣଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି

ଭଞ୍ଜନଗର,୧୭।୩ (ବାବୁଲା ପ୍ରଧାନ): ରାଜ୍ୟ ସଭା ନିର୍ବାଚନରେ କ୍ରସ ଭୋଟିଂକୁ ନେଇ ଓଡ଼ିଶା ରାଜନୀତିରେ ବଡ଼ ଧରଣର ଚର୍ଚ୍ଚା ଲାଗି ରହିଛି। କଂଗ୍ରେସ ଓ ବିଜେଡିର ୧୧…

କେରଳରେ ଦୁଇ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଛେଳିକୁ ବଞ୍ଚେଇବାକୁ ଯାଇ…

ପାତ୍ରପୁର, ୧୭।୦୩(ଉମା ଚରଣ ନେପାକ): ଜରଡା ଥାନା ଖାରିଆଗୁଡା ଫାଣ୍ଡି ଅନ୍ତର୍ଗତ ଖାରିଆଗୁଡା ଗ୍ରାମର ଦୁଇ ଜଣ ଦାଦନ ଶ୍ରମିକଙ୍କ କେରଳରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି…

ୱାରେଣ୍ଟିଙ୍କୁ ଗିରଫ ପରେ କୋର୍ଟ ଚାଲାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ମଙ୍ଗଳବାର ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗ୍ରାମର ଟୁନା ମହାନ୍ତିଙ୍କୁ ୱାରେଣ୍ଟ ବଳରେ ଗିରଫ କରି…

ଦିଗପହଣ୍ଡିରେ ସାମାଜିକ ସମୀକ୍ଷା ଜନ ଶୁଣାଣି; କାମ ନ କରି ୪୯ ହଜାର ଟଙ୍କା ଉଠାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପ୍ରଶାସନ ପକ୍ଷରୁ ମଙ୍ଗଳବାର ବ୍ଳକସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁର ସହକାରୀ ଉପ…

ଜିଓ କମ୍ପାନୀର ମରଣଯନ୍ତା: ଜଙ୍ଘ ହାଡ଼ ଭାଙ୍ଗି ଯୁବକ ଶଯ୍ୟାଶାୟୀ, ୪ ଗୋରୁ ମୃତ

ଥୁଆମୂଳ ରାମପୁର ୧୭।୦୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା କର୍ଲାପାଟ ଥାନା ଅନ୍ତର୍ଗତ ରଣପୁର ଗ୍ରାମରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଜିଓ କମ୍ପାନୀ ପକ୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri