ଜିଲାପାଳଙ୍କ ସତ୍ୟପାଠ ଉପରେ ଏନ୍‌ଜିଟି ଅସନ୍ତୁଷ୍ଟ

ଯାଜପୁର ଅଫିସ,୯ା୧: ଯାଜପୁର ଜିଲା ଅନ୍ତର୍ଗତ ଚଣ୍ଡିଖୋଲ-ଡୁବୁରୀ ୫୩ ନମ୍ବର ଜାତୀୟ ରାଜପଥ(ଏନ୍‌ଏଚ୍‌) ସମ୍ପ୍ରସାରଣ କାର୍ଯ୍ୟ ପାଇଁ ବିପୁଳ ଲଘୁ ଖଣିଜ ଦ୍ରବ୍ୟ ଲୁଟ ହୋଇଛି। ଏଥିରେ ନିୟୋଜିତ ଠିକାସଂସ୍ଥା ଗମନ ଇନ୍‌ଫ୍ରାଷ୍ଟ୍ରକ୍ଚର ପ୍ରୋଜେକ୍ଟ ଲିଃ(ଜିଆଇପିଏଲ), ଏନ୍‌ଏଚ୍‌ଏଆଇ ଢେଙ୍କାନାଳ ଓ ଗମନ ଇଞ୍ଜିନିୟର୍ସ ସଂସ୍ଥା ଓଡ଼ିଶା ମାଇନର ମିନେରାଲ୍ସ କନ୍‌ସେସନ (ଓଏମ୍‌ଏମ୍‌ସିଆର୍‌)ରୁଲ୍ସ-୨୦୧୬ ଏବଂ ପରିବେଶ ସୁରକ୍ଷା ଆଇନ-୧୯୮୬ର ଖୋଲାଖୋଲି ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି। ଏହିମର୍ମରେ ପ୍ରତାପ ଚନ୍ଦ୍ର ମହାନ୍ତି ନାମକ ଜଣେ ବ୍ୟକ୍ତିଙ୍କ ଆବେଦନ ଉପରେ ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନ୍‌ଜିଟି)ରେ ୧୪୨/୨୦୨୨/ଇଜେଡରେ ଏକ ମାମଲା ରୁଜୁ ହୋଇଛି। ଏହି ମାମଲାରେ ଗତ ୫ ତାରିଖ ଶୁଣାଣିରେ ଏନ୍‌ଜିଟି ଜଷ୍ଟିସ ବି. ଅମିତ ସ୍ଥାଲେକର ଓ ସଦସ୍ୟ ଏ.ସେନ୍ଥିଲ ଭେଲ୍‌ ଯାଜପୁର ଜିଲାପାଳଙ୍କ ପଦକ୍ଷେପ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଜିଲାପାଳଙ୍କ ଦ୍ୱାରା ଦାଖଲ ହୋଇଥିବା ସତ୍ୟପାଠ ଉପରେ ଏନ୍‌ଜିଟି ପ୍ରଶ୍ନ କରିବା ସହ ସମ୍ପୂର୍ଣ୍ଣ ନିଷ୍କ୍ରିୟତା ଏବଂ କର୍ତ୍ତବ୍ୟରେ ଅବହେଳା ପ୍ରଦର୍ଶନ ଦର୍ଶାଉଛି ବୋଲି ଶୁଣାଣିରେ ଉଲ୍ଲେଖ କରାଯାଇଛି।
ବିନା ପରିବେଶ ମଞ୍ଜୁରୀରେ ଲଘୁ ଖଣିଜ ଲୁଟ୍‌ ହେବା ସହ ରାଜ୍ୟ ସରକାର ବିପୁଳ ରାଜସ୍ବ ହରାଇଛନ୍ତି। ତେଣୁ ଜିଲାପାଳ ଘଟଣାର ଅନୁଧ୍ୟାନ କରିବା ଉଚିତ୍‌ ଏବଂ ବେଆଇନ ଭାବେ ଲଘୁ ଖଣି ଦ୍ରବ୍ୟ ଉତ୍ତୋଳନ ହୋଇଥିଲେ ତାହାକୁ ତୁରନ୍ତ ବନ୍ଦ କରିବା ପାଇଁ ପଦକ୍ଷେପ ଗ୍ରହଣ କରିବାର ଥିଲା, ଯାହାକି ଜିଲାପାଳଙ୍କ ସତ୍ୟପାଠରେ ପ୍ରକାଶ କରାଯାଇ ନାହିଁ ବୋଲି ଏନ୍‌ଜିଟି ଦର୍ଶାଇଛନ୍ତି। ଏହିକ୍ରମରେ ପ୍ରଶାସନ ପକ୍ଷରୁ ନିଯୁକ୍ତି ଓକିଲ ତଥା ଷ୍ଟାଣ୍ଡିଂ କାଉନ୍‌ସେଲ୍‌ ସମାପିକା ମିଶ୍ର ଅତିରିକ୍ତ କାଉଣ୍ଟର ଆଫିଡେଫିଟ୍‌ ଦାଖଲ କରିବାକୁ ଏନ୍‌ଜିଟିକୁ ଆହୁରି ୨ ସପ୍ତାହ ସମୟ ମାଗଛନ୍ତି। ପରବର୍ତ୍ତୀ ଶୁଣାଣି ୧୪ା୨ା୨୦୨୩ରେ ଧାର୍ଯ୍ୟ ହୋଇଛି।
ଅଧିକାର ଆଇନ (ଆର୍‌ଟିଆଇ) ବଳରେ ମିଳିଥିବା ତଥ୍ୟ ଅନୁସାରେ ୫୩ ନମ୍ବର ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ନିମନ୍ତେ ଠିକାସଂସ୍ଥାକୁ ଦର୍ପଣ ତହସିଲଦାରଙ୍କ ପକ୍ଷରୁ ଲଘୁ ଖଣିଜ ଦ୍ରବ୍ୟ ଉତ୍ତୋଳନ ପାଇଁ କୌଣସି ଅନୁମତି ଦିଆଯାଇନାହିଁ। ୩ା୯ା୨୦୨୨ରେ ସିଆର୍‌ ରିପୋର୍ଟ ଅନୁସାରେ ମଧ୍ୟ ସମ୍ପୃକ୍ତ ଠିକାସଂସ୍ଥାକୁ ମୋରମ୍‌, ପଥର ଓ ବାଲି ଉତ୍ତୋଳନ ପାଇଁ ପରିବେଶଗତ ଅନୁମତି ମିଳିନାହିଁ। ତେଣୁ ୪୦ କିମି ଦୂରତା ବିଶିଷ୍ଟ ଏହି ଏନ୍‌ଏଚ୍‌ ସମ୍ପ୍ରସାରଣ କାର୍ଯ୍ୟରେ ବୈଧ୍ୟ ଟ୍ରାନଜିଟ ପାସ୍‌ ବିନା ସମସ୍ତ ଲଘୁ ଖଣିଜ ଦ୍ରବ୍ୟ ପରିବହନ ହୋଇଥିବା ଅଭିଯୋଗ ହୋଇଛି। ସେହିପରି ଦାନଗଦି ତହସିଲଦାର ଆରଟିଆଇରେ ଦେଇଥିବା ତଥ୍ୟ ଅନୁସାରେ ସମ୍ପୃକ୍ତ ଠିକାସଂସ୍ଥାକୁ କୌଣସି ଲଘୁ ଖଣିଜ ଦ୍ରବ୍ୟ ଖାଦାନ ଦିଆଯାଇନାହିଁ। ଏହିକ୍ରମରେ ଧର୍ମଶାଳା ତହସିଲ ଅଧୀନ ରାହାଡ଼ପୁର, ବରଡ଼ା, ଲୁଣିବର, ଡଙ୍କାରୀ, ଅଞ୍ଜିରା, ବାଜବାଟି ଆଦି ପାହାଡ଼ରୁ ମଞ୍ଜୁର ପରିମାଣରୁ ବହୁ ଗୁଣ କଳାପଥର ଲୁଟ କରି ଏହି ଏନ୍‌ଏଚ୍‌ କାର୍ଯ୍ୟରେ ବିନିଯୋଗ ହୋଇଛି। ଏନ୍‌ଏଚ୍‌ଏଆଇ କର୍ତ୍ତୃପକ୍ଷ ବ୍ୟବହାର ହୋଇଥିବା ଲଘୁ ଖଣିଜ ଦ୍ରବ୍ୟ ସଂକ୍ରାନ୍ତରେ ଟ୍ରାନଜିଟ ପାସ, ରାଜସ୍ବ ଦେୟର ମନି ରିସିପ୍ଟ ଆଦି ତଥ୍ୟ ଦେବାରେ ବିଫଳ ହୋଇଛନ୍ତି ବୋଲି ଏନ୍‌ଜିଟି ମାମଲାରେ ଅଭିଯୋଗପତ୍ରରେ ଦର୍ଶାଯାଇଛି। ଏହାବାଦ୍‌ ହାଇୱା, ଟ୍ରକ, ଟ୍ରାକ୍ଟର ଯୋଗେ ଏହି ସମ୍ପ୍ରସାରଣ କାର୍ଯ୍ୟରେ ଓଭରଲୋଡିଂ ଗାଡ଼ି ଚଳାଚଳ କରୁଛି। ଦିନକୁ ୨ ହଜାରରୁ ଊର୍ଦ୍ଧ୍ୱ ବୋଲଡର, ଗେଟି, ଚିପ୍ସ, ବାଲି, ମୋରମ ଓଭରଲୋଡିଂ ଗାଡ଼ି ଚଳାଚଳ କରୁଥିଲେ ହେଁ ରାଜସ୍ବ ଆଦାୟ ଅଶାନୁରୂପ ହୋଇ ପାରିନାହିଁ ା ବରଂ ମାସକୁ ୫୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଲାଞ୍ଚ ଆଦାୟ କରାଯାଇଛି ା ଫଳରେ ବର୍ଷକୁ ସରକାର ୧୫ କୋଟିରୁ ଊର୍ଦ୍ଧ୍ୱ ଟଙ୍କା କେବଳ ଓଭରଲୋଡିଂ ବାବଦକୁ ହରାଇଛନ୍ତି। ଏହି ବେଆଇନ କାର୍ଯ୍ୟରେ ସମୁଦାୟ ପ୍ରାୟ ୧୦୦ କୋଟି ଟଙ୍କାର ଲଘୁ ଖଣିଜ ଦ୍ରବ୍ୟ ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ତେଣୁ ଏହି ମାମଲାକୁ ଏନଜିଟି ଅତି ଗୁରୁତ୍ୱର ସହ ଗ୍ରହଣ କରି ଯାଜପୁର ଜିଲାପାଳଙ୍କୁ ଉପଯୁକ୍ତ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଛତ୍ରପୁରରେ ୯୧ତମ ପୋଲିିସ ପ୍ରତିଷ୍ଠା ଦିବସ ପାଳିତ: ଗଞ୍ଜାମ ପୋଲିସର ସଫଳତାକୁ ଏସ୍‌ପିଙ୍କ ପ୍ରଶଂସା, ପୁରସ୍କୃତ ହେଲେ…

ଛତ୍ରପୁର,୧।୪(ଦିଲ୍ଲୀପ ସାମଲ): ଛତ୍ରପୁର ପୋଲିସ ପଡ଼ିଆଠାରେ ବୁଧବାର ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲା ଏସ୍‌ପି  ଶୁଭେନ୍ଦୁ କୁମାର ପାତ୍ର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri