ଶୀତରେ ସତର୍କ ନ ରହିଲେ ବଢ଼ିବ ସଂକ୍ରମଣ

ଭୁବନେଶ୍ୱର, ୨୯। ୧୦ (ବ୍ୟୁରୋ): ଓଡ଼ିଶାରେ ଏପର୍ଯ୍ୟନ୍ତ କରୋନାର ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ହୋଇନାହିଁ। ଶୀତ ଦିନରେ ଏହି ପର୍ଯ୍ୟାୟ ସଂକ୍ରମଣ ହେବାର ଅନୁମାନ କରାଯାଉଛି। ତେଣୁ ଶୀତ ଦିନ ପାଇଁ ସତର୍କତା ଜରୁରୀ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ ଡା. ନିରୋଜ ମିଶ୍ର କହିଛନ୍ତି। ଗଞ୍ଜାମରେ ଦ୍ୱିତୀୟ ପର୍ଯ୍ୟାୟ ଆସିବାର ଅଧିକ ସମ୍ଭାବନା ରହିଛି। କାରଣ ସେଠାରେ ପ୍ରଥମେ ସଂକ୍ରମଣ ପିକ୍‌ ସ୍ତରରେ ପହଞ୍ଚତ୍ବା ପରେ ହ୍ରାସ ପାଇଥିଲା। ଯଦି ଆଗକୁ ସେଠାରେ ସଂକ୍ରମଣ ବଢ଼େ, ତାହାକୁ ଦ୍ୱିତୀୟ ପର୍ଯ୍ୟାୟ କହିପାରିବା। ସେହିପରି ଭୁବନେଶ୍ୱରରେ ପୁଣି ସଂକ୍ରମଣ ବଢ଼ିଲେ, ତାହାକୁ ମଧ୍ୟ ଦ୍ୱିତୀୟ ପର୍ଯ୍ୟାୟ ବୋଲି କହିପାରିବା। ଓଡ଼ିଶାକୁ ପୁଣି ସଂକ୍ରମଣ ଲେଉଟିଲେ ବହୁ ଅସୁବିଧା ହେବ। ସଂକ୍ରମଣ ସଂଖ୍ୟା ବଢ଼ିଲେ ସ୍ବାସ୍ଥ୍ୟସେବା ଓ ଭିତ୍ତିଭୂମି ଉପରେ ପ୍ରଭାବ ପକାଇବ। ସେଥିପାଇଁ ଆମକୁ ଯତ୍ନବାନ ହେବାକୁ ପଡ଼ିବ। କରୋନାର ସମସ୍ତ ନିର୍ଦ୍ଦେଶାବଳୀକୁ ପାଳନ କରିବାକୁ ପଡ଼ିବ। ଆମେ ସତର୍କ ରହିଲେ କରୋନାର ଦ୍ୱିତୀୟ ସଂକ୍ରମଣକୁ ଏଡ଼ାଇ ଦେଇ ପାରିବା ବୋଲି ଡା. ମିଶ୍ର କହିଛନ୍ତି।
ରାଜ୍ୟରେ ଶେଷ ୨୪ ଘଣ୍ଟାରେ ଆଉ ୧,୫୪୦ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ୮୮୬ଜଣଙ୍କୁ କ୍ୱାରାଣ୍ଟାଇନ ସେଣ୍ଟରରୁ ଚିହ୍ନଟ କରାଯାଇଥିବାବେଳେ ୬୫୪ଜଣ ସ୍ଥାନୀୟ ଆକ୍ରାନ୍ତ ବୋଲି ଜଣାପଡ଼ିଛି। ଏମାନଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୨୦୮ଜଣ ଥିବାବେଳେ ସୁନ୍ଦରଗଡ଼ରୁ ୧୧୧ ଓ ଅନୁଗୋଳ ୧୦୦ଜଣ ରହିଛନ୍ତି। ବାକିସବୁ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ଶହେ ତଳକୁ ରହିଛି। ବୌଦ୍ଧ ଜିଲାରେ ସର୍ବନିମ୍ନ ୩ଜଣ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨,୮୫,୪୮୨କୁ ବୃଦ୍ଧି ପାଇଛି। ଇତିମଧ୍ୟରେ ମୋଟ ୪୪,୨୨,୧୬୪ ନମୁନା ପରୀକ୍ଷା ହୋଇଥିବାବେଳେ ୬.୪୬% କରୋନା ପଜିଟିଭ୍‌ ବାହାରିଥିତ୍ବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଇଛି।
ସେହିପରି ପୁଣି ୧୨ ଆକ୍ରାନ୍ତଙ୍କର କରୋନାରେ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା (ଭୁବନେଶ୍ୱର), ନୂଆପଡ଼ା ଓ ଝାରସୁଗୁଡ଼ାରୁ ୨ଜଣ ଲେଖାଏ ଥିବାବେଳେ ନବରଙ୍ଗପୁର, ପୁରୀ, ସୁନ୍ଦରଗଡ଼, ଗାମ, କଟକ, ସମ୍ବଲପୁରରୁ ଜଣେ ଲେଖାଏ ପ୍ରାଣ ହରାଇଛନ୍ତି। ଫଳରେ ଏବେ ମୋଟ କରୋନାଜନିତ ମୃତ୍ୟୁ ସଂଖ୍ୟା ୧,୨୮୪କୁ ବୃଦ୍ଧି ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

ଥୁଆମୂଳ ରାମପୁର ଦୁର୍ଘଟଣା: ପ୍ରଶାସନର ପ୍ରତିଶ୍ରୁତି ପରେ ଓହରିଲା ରାସ୍ତାରୋକ: ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର

ଥୁଆମୂଳରାମପୁର,୭ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳରାମପୁର ଥାନା ଅଞ୍ଚଳରେ ସୋମବାର ଘଟିଥିବା ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି ପାଇଛି। ଜିଲା ମୁଖ୍ୟ…

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri