୯ରେ ଖୋଲିବ ନେକ୍ସସ୍‌ ସିଲେକ୍ଟ ଟ୍ରଷ୍ଟର ଆଇପିଓ

ନୂଆଦିଲ୍ଲୀ,୫।୫:ନେକ୍ସସ୍‌ ସିଲେକ୍ଟ ଟ୍ରଷ୍ଟର ଇନିସିଆଲ୍‌ ପବ୍ଲିକ୍‌ ଅଫର (ଆଇପିଓ) ୨୦୨୩ ମେ ୯ ରେ ଖୋଲିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଏପରିକି ଏହା ଜରିଆରେ କମ୍ପାନୀ ପ୍ରାୟ ୩୨୦୦ କୋଟି ଟଙ୍କାର ପୁଞ୍ଜି ହାସଲ କରିବାକୁ ଲକ୍ଷ୍ୟ ରଖିଛି। ଏହି ପବ୍ଲିକ୍‌ ଅଫର ଜରିଆରେ କମ୍ପାନୀ ୧୪୦୦ କୋଟି ଟଙ୍କାର ନୂଆ ଶେୟାର ଜାରି କରିବ ଏବଂ ୧୮୦୦ କୋଟି ଟଙ୍କାର ଅଫର ଫର୍‌ ସେଲ୍‌ରେ ଅଂଶଧନକାରୀଙ୍କ ଶେୟାର ଉପଲବ୍ଧ କରାଇବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ସେହିଭଳି ଉକ୍ତ ଅଫରର ଶେୟାର ପିଛା ଦାମ୍‌ ୯୫ ଟଙ୍କାରୁ ୧୦୦ ଟଙ୍କା ମଧ୍ୟରେ ରହିଛି। ଏହି ଅଫର ୨୦୨୩ ମେ ୧୧ରେ ବନ୍ଦ ହେବ। ଏହାର ଆଙ୍କର ନିବେଶକମାନେ ୨୦୨୩ ମେ ୮ ସୁଦ୍ଧା ସମସ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ କରିବେ। କାରଣ ଅଫରର ଗୋଟିଏ ଦିନ ପୂର୍ବରୁ ନିବେଶକମାନେ ବିଡ୍‌ ଦାଖଲ କରିପାରିବେ।
ଉଲ୍ଲେଖଯୋଗ୍ୟ, ୱିନ୍‌ଫୋର୍ଡ ଇନ୍‌ଭେଷ୍ଟମେଣ୍ଟ ଲିମିଟେଡ୍‌ ହେଉଛି ନେକ୍ସସ୍‌ ସିଲେକ୍ଟ ଟ୍ରଷ୍ଟ୍‌ର ପ୍ରାୟୋଜକ ଏବଂ ନେକ୍ସସ୍‌ ସିଲେକ୍ଟ ମଲ୍‌ ମ୍ୟାନେଜମେଣ୍ଟ ପ୍ରାଇଭେଟ୍‌ ଲିମିଟେଡ୍‌ ହେଉଛି ଏହାର ମ୍ୟାନେଜର। ଆକ୍ସିସ୍‌ ଟ୍ରଷ୍ଟି ସର୍ଭିସେସ୍‌ ଲିମିଟେଡ୍‌ ହେଉଛି ନେକ୍ସସ୍‌ ସିଲେକ୍ଟ ଟ୍ରଷ୍ଟ୍‌ର ଟ୍ରଷ୍ଟି। ଏ ସମ୍ପର୍କରେ ବ୍ଲାକ୍‌ଷ୍ଟୋନ୍‌ ଏସିଆ ପାସିଫିକ୍‌ର ଅଧ୍ୟକ୍ଷ ଓ ରିଅଲ ଇଷ୍ଟେଟ୍‌ ଏସିଆର ମୁଖ୍ୟ କ୍ରିସ୍‌ ହେଡି କହିଛନ୍ତି, ଭାରତର ପ୍ରଥମ ରିଟେଲ କୈନ୍ଦ୍ରିକ ଆର୍‌ଇଆଇଟି ନେକ୍ସସ୍‌ ସିଲେକ୍ଟ ଟ୍ରଷ୍ଟ୍‌ର ଶୁଭାରମ୍ଭ କରି ଆମେ ବେଶ୍‌ ଉତ୍ସାହିତ। ଭାରତ ପ୍ରତି ଏହା ବ୍ଲାକ୍‌ଷ୍ଟୋନର ପ୍ରତିବଦ୍ଧତାକୁ ଦୋହରାଉଛି, ଯେଉଁଠାରେ ଏହା ୧୫ ବର୍ଷରୁ ଅଧିକ ସମୟ ଧରି ରହିଛି ଏବଂ ପ୍ରଥମ ଦୁଇଟି ଆର୍‌ଇଆଇଟି ଉନ୍ମୋଚନରେ ଅଂଶଗ୍ରହଣ କରିଛି। ସେହିଭଳି ନେକ୍ସସ୍‌ ସିଲେକ୍ଟ ମଲ୍‌ ମ୍ୟାନେଜମେଣ୍ଟ ପ୍ରାଇଭେଟ୍‌ ଲିମିଟେଡ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଦଲିପ୍‌ ସେହଗଲ୍‌ କହିଛନ୍ତି, ନେକ୍ସସ୍‌ ସିଲେକ୍ଟ ଟ୍ରଷ୍ଟ୍‌ ହେଉଛି, ଭାରତର ସର୍ବବୃହତ୍‌ ମଲ୍‌ ପ୍ଲାଟ୍‌ଫର୍ମ ଏବଂ ଭାରତର ସ୍ବତନ୍ତ୍ର ଉପଯୋଗିତାରୁ ଏହା ଲାଭବାନ୍‌ ହେବା ଲାଗି ବହୁତ ଭଲ ସ୍ଥିତିରେ ରହିଛି। ଭାରତର ରିଟେଲ ଯାତ୍ରାର ଆଗରେ ରହିଥିବାରୁ ଆମେ ଉତ୍ସାହିତ।
ସୂଚନାଯୋଗ୍ୟ, ଏହି ଅଫରର ବୁକ୍‌ ରନିଂ ଲିଡ୍‌ ମ୍ୟାନେଜର ଯଥା ବିଓଏଫ୍‌ଏ ସିକ୍ୟୁରିଟିଜ୍‌ ଇଣ୍ଡିଆ ଲିମିଟେଡ୍‌, ଆକ୍ସିସ୍‌ କ୍ୟାପିଟାଲ୍‌ ଲିମିଟେଡ୍‌, ସିଟି ଗ୍ରୁପ୍‌ ଗ୍ଲୋବାଲ୍‌ ମାର୍କେଟ୍‌ସ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌, ଏଚ୍‌ଏସ୍‌ବିସିସି ସିକ୍ୟୁରିଟିଜ୍‌ ଆଣ୍ଡ୍‌ କ୍ୟାପିଟାଲ ମାର୍କେଟସ୍‌ (ଇଣ୍ଡିଆ) ପ୍ରାଇଭେଟ୍‌ ଲିମିଟେଡ୍‌, ଆଇଆଇଏଫ୍‌ଏଲ୍‌ ସିକ୍ୟୁରିଟିଜ୍‌ ଲିମିଟେଡ୍‌, ଜେଏମ୍‌ ଫାଇନାନ୍ସିଆଲ୍‌ ଲିମିଟେଡ୍‌, ଜେପି ମୋର୍ଗାନ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌, କୋଟାକ୍‌ ମହିନ୍ଦ୍ରା କ୍ୟାପିଟାଲ୍‌ କମ୍ପାନୀ ଲିମିଟେଡ୍‌, ମୋର୍ଗାନ ଷ୍ଟାନ୍‌ଲି ଇଣ୍ଡିଆ କମ୍ପାନୀ ପ୍ରାଇଭେଟ୍‌ ଲିମିଟେଡ୍‌ ଓ ଏସ୍‌ବିଆଇ କ୍ୟାପିଟାଲ ମାର୍କେଟ୍‌ସ ଲିମିଟେଡ୍‌ ଆଦି ସାମିଲ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମା’ ଦଣ୍ଡକାଳୀଙ୍କ ଯାତ୍ରା: ମହୁରୀ, ଢୋଲ ଶବ୍ଦରେ ପ୍ରକମ୍ପିତ ହେଲା ସହର

ଗଞ୍ଜାମ,୧୧।୪(ବିଦ୍ୟାଧର ସାହୁ ) : ଆଉ ଚାରି ଦିନ ପରେ ମା’ ଦଣ୍ଡ କାଳୀଙ୍କ ଯାତ୍ରା ସମାପନ ହେବ । ଆସନ୍ତା ମେରୁ ଯାତ୍ରା ପରେ ନିଜ…

ମୁହଁରେ ତୁଣ୍ଡି ବାନ୍ଧି ଦେଇଛନ୍ତି ୩ ଦଳ: ସିଜିମାଳି ଘଟଣାରେ ସମସ୍ତେ ନୀରବ

ଭୁବନେଶ୍ୱର,୧୧।୪(ସୁନିତ୍‌ ମିଶ୍ର): ରାୟଗଡ଼ା ଜିଲା କାଶୀପୁର ବ୍ଲକ୍‌ର ସିଜିମାଳି ବକ୍ସାଇଟ୍‌ ଖଣିକୁ ୨୦୨୩ ଫେବୃଆରୀ ୨୧ରେ ବେଦାନ୍ତ ଲିଜ୍‌ ନେଇଥିଲା। ସେବେଠାରୁ ଏହାକୁ ସ୍ଥାନୀୟ ଆଦିବାସୀ ଲୋକମାନେ…

ଛେଲବାହାଲ ଗ୍ରାମବାସୀଙ୍କ ଆନ୍ଦୋଳନ ଚେତାବନୀ: ବାଲିଘାଟ ଲିଜ୍‌ ଋଦ୍ଦ ଦାବି

ଲୋଇସିଂହା,୧୧।୪(ସୁଶାନ୍ତ ବାରିକ):ପାନୀୟ ଜଳ ଯୋଗାଣ ବ୍ୟାହତ ଯୋଗୁ ବଲାଙ୍ଗୀର ଜିଲା ଲୋଇସିଂହା ତହସିଲ ଅଧୀନ ଛେଲବାହାଲ ବାଲିଘାଟ ଲିଜ୍‌କୁ ରଦ୍ଦ କରିବାକୁ ଛେଲବାହାଲ ଗ୍ରାମବାସୀ ସ୍ଥାନୀୟ ବିଧାୟକ…

ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟାକଲେ ସ୍ତ୍ରୀ, ଏମିତି ରଚିଥିଲେ ଷଡ଼ଯନ୍ତ୍ର

ଭୋପାଳ,୧୧ା୪: ରୋମାଞ୍ଚକର କ୍ରାଇମ୍‌ ଥ୍ରିଲର ଭଳି ଲାଗୁଥିବା ଏକ ସତ୍ୟ ଘଟଣା ମଧ୍ୟପ୍ରଦେଶର ଧର୍‌ ଅଞ୍ଚଳରେ ସାମନାକୁ ଆସିଛି, ଯାହା ପଛରେ ପ୍ରତାରଣା, ଅପମାନ ଓ ସୁଚିନ୍ତିତ…

ଝିଅର ମୃତଦେହ ସହିତ ପ୍ରାୟ ପାଞ୍ଚ ମାସ ଧରି ରହୁଥିଲେ ବାପା: ହଠାତ୍‌ ଦିନେ ଘଟିଲା…

ଲକ୍ଷ୍ନୌ,୧୧।୪: ଉତ୍ତର ପ୍ରଦେଶର ମିରଟ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଏବଂ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ସଦର ପୋଲିସ ଷ୍ଟେଶନ ଅଞ୍ଚଳର ଜଣେ ବାପା ତାଙ୍କ…

‘ଇରାନ କେବଳ ଆଲୋଚନା ପାଇଁ ବଞ୍ଚିଛି’, ପାକିସ୍ତାନରେ ଶାନ୍ତି ଆଲୋଚନା ପୂର୍ବରୁ ଟ୍ରମ୍ପଙ୍କ ଧମକ

ଓ୍ବାଶିଂଟନ୍‌,୧୧।୪: ପାକିସ୍ତାନରେ ଶାନ୍ତି ଆଲୋଚନା ପୂର୍ବରୁ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଇରାନକୁ ଧମକ ଦେଇଛନ୍ତି। ଟ୍ରମ୍ପ କହିଛନ୍ତି , ଇରାନ କେବଳ ଆଲୋଚନା ପାଇଁ…

ବିସ୍ଫୋରକ ବ୍ୟାଟିଂ ପଛର ରାଜ୍‌ ଖୋଲିଲେ ବୈଭବ ସୂର୍ଯ୍ୟବଂଶୀ: କହୁ କହୁ କହିଦେଲେ…

ନୂଆଦିଲ୍ଲୀ,୧୧।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ୭୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ମାତ୍ର ୨୬ ବଲ ଖେଳି ସେ ୭ଟି ଛକା…

ବିମାନର ପ୍ରତ୍ୟେକ ସିଟ୍‌ରେ ଲାଗିଛି ପିଲାଙ୍କ ଫଟୋ ସହ ବ୍ୟାଗ-ଜୋତା, କାହିଁକି ଏମିତି କରି ପାକିସ୍ତାନରେ ପହଞ୍ଚିଲା ଇରାନ, ସବୁ ଦେଖିକି…

ନୂଆଦିଲ୍ଲୀ,୧୧।୪: ଇରାନ-ଆମେରିକା ଶାନ୍ତି ଆଲୋଚନା ପାଇଁ ଇସଲାମାବାଦ ପ୍ରସ୍ତୁତ। ଇରାନ ପ୍ରତିନିଧି ଦଳ ପାକିସ୍ତାନରେ ପହଞ୍ଚିଛନ୍ତି। ଆଜି ଶନିବାର ଦିନ ଇରାନ ଏବଂ ଆମେରିକା ଆଲୋଚନା ଟେବୁଲରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri