ନିଉଟନ୍‌ଙ୍କ କଣିକା ଓ ଆଲୋକର ରୂପ

ସକାଳ ପାହିଲେ ସୁନେଲି କିରଣ ବିଛେଇ ହୋଇପଡ଼େ। ସୁନା କାନଫୁଲ ରଙ୍ଗର ଏଇ ଆଲୋକ ଗଛ, ପଶୁପକ୍ଷୀ, ପାହାଡ଼ର ଛାଇ ସୃଷ୍ଟିକରେ। ସେ ସୁନା ରଙ୍ଗର ହେଉ କି ରୁପା ରଙ୍ଗର ଆଲୋକ, ଯେତେବେଳେ ସାଧାରଣ ମାଧ୍ୟମ ଦେଇ ଗତିକରେ, ଆମେ ତା’ ରାସ୍ତାରେ ବସ୍ତୁଟିଏ ରଖିଲେ ଏଇ ବସ୍ତୁର ତୀକ୍ଷ୍ଣ ଛାଇ ଆଲୋକ ଗତି କରୁଥିବା ଦିଗରେ ଭୂଇଁ ଉପରେ ପଡ଼ିଥାଏ। ଏହାକୁ ଆଲୋକର ସରଳରୈଖିକ ଗତିର କାରଣ ବୋଲି କହିହେବ, ଯେଉଁ ଆଲୋକକୁ କଣିକା ରଶ୍ମି(ଷ୍ଟ୍ରିମ୍‌ ଅଫ୍‌ କର୍ପସ୍କୁଲ)ମାନଙ୍କ ଚଳଚଞ୍ଚଳ ସ୍ବରୂପ ବୋଲି ଧରିନେଇ ସାର୍‌ ଆଇଜାକ୍‌ ନିଉଟନ୍‌ ପ୍ରତିଫଳନ(ରିଫ୍ଲେକ୍ସନ) ପ୍ରକ୍ରିୟାକୁ ବୁଝାଇ ପାରିଲେ, ହେଲେ ପ୍ରତିସରଣ(ରିଫ୍ରାକ୍ସନ)କୁ ବୁଝାଇବା ପାଇଁ ବାୟୁମଣ୍ଡଳ ଓ ଜଳଭଣ୍ଡାର ଏହିପରି ଦୁଇଟି ମାଧ୍ୟମ ମଧ୍ୟରେ ଥିବା ପତଳା ସୀମାରେଖାଠାରେ ଏକ ବିକର୍ଷଣ ବଳ ଆଲୋକରଶ୍ମି ଉପରେ ପଡ଼ୁଛି ବୋଲି ଧରିନେବାକୁ ହେଲା। ଏଇ ବଳର ଉପସ୍ଥିତି ପାଇଁ ଆଲୋକକୁ ଘନମାଧ୍ୟମ(ଯେପରି ଜଳଭଣ୍ଡାର)ରେ ଲଘୁମାଧ୍ୟମ(ଯେପରି ବାୟୁମଣ୍ଡଳ)ଠାରୁ ଅଧିକ ବେଗରେ ଗତି କରିବାକୁ ହେବ। ଜେ.ଏମ୍‌. ସ୍କାଏବର୍ଲଙ୍କ ଭାଷାରେ, ବାୟୁମଣ୍ଡଳରେ ଉଦ୍‌ଜାନ, ଯବକ୍ଷାରଜାନ, ଅମ୍ଳଜାନ ପ୍ରଭୃତି ଅଣୁଗୁଡ଼ିକ ପରସ୍ପରଠାରୁ ଅପେକ୍ଷାକୃତ ଅଧିକ ଦୂରତାରେ ଥିବାବେଳେ, ଜଳଭଣ୍ଡାରସ୍ଥିତ ଜଳ ଅଣୁଗୁଡ଼ିକ ପାଖାପାଖି ଥା’ନ୍ତି। ସୁତରାଂ ଜଳଭଣ୍ଡାରରେ ଆଲୋକର ପ୍ରକୃତ ପଥ ଓ ବାୟୁମଣ୍ଡଳରେ ସେଇ ଆଲୋକର ପ୍ରକୃତ ପଥର ଅନୁପାତ, ଜଳରେ ଆଲୋକର ପରିବେଗ ଓ ବାୟୁରେ ଆଲୋକର ପରିବେଗଠାରୁ ଯଥେଷ୍ଟ ଅଧିକ ସମୟ ହୋଇଥାଏ। ଫଳତଃ ଆଲୋକର ରଶ୍ମି ଜଳପଥରେ ଗତି ବେଳେ ଅଧିକ ହୋଇଥାଏ। ଫଳତଃ ଆଲୋକ ରଶ୍ମିକୁ ଜଳପଥରେ ଗତିକଲାବେଳେ ଅଧିକ ସମୟ ଲାଗିଥାଏ। ଫରାସୀ ଗବେଷକ ଜିନ୍‌ ବର୍ଣ୍ଣାଡ୍‌ ଲିଅନ୍‌ ଫକଲ୍ଟ, ସାର୍‌ ଆଇଜାକ୍‌ ନିଉଟନ୍‌ଙ୍କ ଦେହାନ୍ତର ଶହେବର୍ଷ ପରେ ୧୮୫୦ ସାଲ୍‌ରେ ‘ଘୂର୍ଣ୍ଣାୟମାନ ଦର୍ପଣ ପରୀକ୍ଷଣ’ରୁ ପାଇଲେ ଯେ ବାସ୍ତବରେ ଆଲୋକ ବାୟୁଠାରୁ ଜଳରେ ଅପେକ୍ଷାକୃତ କମ୍‌ ବେଗରେ ଗତିକରେ!
ହେଲେ ନିଉଟନ୍‌ଙ୍କୁ ଯେତେବେଳେ ପ୍ରାୟ ୧୯ ବର୍ଷ ବୟସ ଓ ବିଦ୍ୟାର୍ଥୀ ଥା’ନ୍ତି, ସେତେବେଳେ ତାଙ୍କ ପଡ଼ୋଶୀ ଦେଶ ଫ୍ରାନ୍ସର ୫୫ ବର୍ଷ ବୟସ୍କ ଫରାସୀ ଗଣିତଜ୍ଞ ‘ସର୍ବନିମ୍ନ ସମୟ ନିୟମ’(ପ୍ରିନ୍ସିପ୍ଲ ଅଫ୍‌ ଲିଷ୍ଟ ଟାଇମ୍‌) ରୂପେ ଏକ ମହତ୍ତ୍ୱପୂର୍ଣ୍ଣ ତତ୍ତ୍ୱ ଦେଇଥା’ନ୍ତି। ଏହାକୁ ‘ସର୍ବନିମ୍ନ ଆଲୋକୀୟ ଦୂରତା ନିୟମ’(ପ୍ରିନ୍ସିପ୍ଲ ଅଫ୍‌ ଲିଷ୍ଟ ଅପଟିକାଲ୍‌ ପାଥ୍‌)ରେ ବ୍ୟବହାର କରିହେବ। ଆମେ ଯେମିତି ସହଜ ବାଟରେ ଲକ୍ଷ୍ୟ ହାସଲ ପାଇଁ ଚେଷ୍ଟାକରନ୍ତି, ଆଲୋକ ମଧ୍ୟ ସେମିତି ସେଇପଥରେ ଯାଏ, ଯାହା ତାକୁ ଅଳ୍ପ ସମୟରେ ଲକ୍ଷ୍ୟସ୍ଥଳରେ ପହଞ୍ଚାଇପାରିବ। ସରଳ ଭାଷାରେ କହିଲେ ‘ଫର୍ମାଟ୍‌ଙ୍କ ନିୟମ’ ହିଁ ପ୍ରକୃତି ସହଜ ଓ ସର୍ବନିମ୍ନ ବାଟରେ ଯିବାପାଇଁ ପ୍ରେରିତ କରେ ବୋଲି ପ୍ରତିପାଦିତ କରେ। ଏଇ ପ୍ରାକୃତିକ ନିୟମ ଆମ ଆଖପାଖରେ ସବୁଠାରେ ଦେଖିବାକୁ ମିଳେ।
ଯଦି ଫର୍ମାଟ୍‌ଙ୍କ ନିୟମ ବ୍ୟବହାର କରାଯିବ, ତେବେ ନିଉଟନ୍‌ଙ୍କ କର୍ପସ୍କୁଲ(କଣିକା) ଘନ ମାଧ୍ୟମରେ ଲଘୁମାଧ୍ୟମଠାରୁ ଅଧିକ ବେଗରେ ଗତି ନ କରି ମଧ୍ୟ ପ୍ରତିଫଳନ ଓ ପ୍ରତିସରଣ ଉଭୟ ପ୍ରକ୍ରିୟାକୁ ବୁଝାଇବାରେ ସମର୍ଥ ହେବ। ନିଉଟନ୍‌ଙ୍କ ଲିଖିତ ଯୁଗାନ୍ତକାରୀ ପୁସ୍ତକ ‘ଅପ୍ଟିକ୍ସ’ରେ ଆଲୋକର ଗୁଣାବଳୀ ବୁଝିବା ପାଇଁ ଉଭୟ କଣିକା(କର୍ପସ୍କୁଲ) ଓ ତରଙ୍ଗ(ୱେଭ୍‌) ତତ୍ତ୍ୱକୁ ବିଚାରକୁ ନିଆଯାଇଛି।
ନିଉଟନ୍‌ଙ୍କ କଣିକା ଫର୍ମାଟଙ୍କ ନିୟମ ମାନି ଗତିକରେ, ହେଲେ ଆଲୋକର ବ୍ୟତିକରଣ (ଇଣ୍ଟରଫେରେନ୍ସ) ଓ ବିକୀର୍ଣ୍ଣନ(ଡିଫ୍ରାକ୍ସନ)କୁ ବୁଝାଇବା ପାଇଁ ଏଇ କଣିକା ତତ୍ତ୍ୱ ସଫଳ ହୋଇପାରି ନ ଥିଲା। ଥୋମାସ ୟଙ୍ଗ ପାଖାପାଖି ଥିବା ଦୁଇଟି ସରୁକଣାଦେଇ ଆଲୋକ ରଶ୍ମି ଗତି କଲାବେଳେ ଆରପାଖ ପରଦାରେ ପାଖାପାଖି ହୋଇ ସଜାହୋଇ ରହିଥିବା ଉଜ୍ଜ୍ୱଳ ଓ କଳା ବ୍ୟତିକରଣ ପଟ୍ଟି ଦେଖିବାକୁ ପାଇଲେ। ୧୮୦୧ରେ ରୟାଲ୍‌ ସୋସାଇଟିରେ ପ୍ରଦର୍ଶିତ କରିଥିବା ତାଙ୍କ ଯୁଗାନ୍ତକାରୀ ଗବେଷଣାତ୍ମକ ନିବନ୍ଧ ‘ଆଲୋକ ଓ ରଙ୍ଗର ତାତ୍ତ୍ୱିକ ପରିପ୍ରକାଶରେ ସେ ବିଭିନ୍ନ ବ୍ୟତିକରଣ ନମୁନା ଦେଖାଇଥିଲେ। ଏପଟେ ଫରାସୀ ଗବେଷକ ଅଗଷ୍ଟିନ୍‌- ଜିନ୍‌ ଫ୍ରେଜନେଲ, ୧୫ ଅକ୍ଟୋବର ୧୮୧୫ ପାଖାପାଖି ତୀକ୍ଷ୍ଣ ଧାରଯୁକ୍ତ କଣାଦେଇ ନିର୍ଦ୍ଦିଷ୍ଟ ରଙ୍ଗର ଆଲୋକ ରଶ୍ମି ଗତି କରାଇ ଦେଖିଲେ ବିକୀର୍ଣ୍ଣନ(ଡିଫ୍ରାକ୍ସନ)ପଟ୍ଟି। ସେ ବିନ୍ଦୁଏ ମହୁ ମଧ୍ୟଦେଇ ସୌରରଶ୍ମିକୁ ଗତି କରିବାକୁ ଦେଇ ନିଜେ ତିଆରି କରିଥିବା ଯନ୍ତ୍ରାଂଶ ଦ୍ୱାରା ପରୀକ୍ଷଣ ସମ୍ପାଦିତ କରି ଏହି ଯୁଗାନ୍ତକାରୀ ଫଳାଫଳ ପାଇଥିଲେ। ୟଙ୍ଗଙ୍କ ବ୍ୟତିକରଣ ପରୀକ୍ଷଣ, ଫ୍ରେଜନେଲ୍‌ଙ୍କ ବିକୀର୍ଣ୍ଣନ ପରୀକ୍ଷଣ ଓ ନିଉଟନ୍‌ଙ୍କ ବର୍ଣ୍ଣାଳୀ ପରୀକ୍ଷଣ ଆଲୋକର ତରଙ୍ଗ ସ୍ବରୂପ ଅନାବରଣ କରିଥିଲା।
ଡଚ୍‌ ଗବେଷକ ଖ୍ରୀଷ୍ଟିଆନ୍‌ ହଏଜେନ୍‌ ୧୬୭୮ରେ ଦର୍ଶାଇ ଥିଲେ କିପରି ତରଙ୍ଗ ସମ୍ମୁଖ(ୱେଭ ଫ୍ରଣ୍ଟ)ର ପ୍ରତ୍ୟେକଟି ବିନ୍ଦୁ ଦ୍ୱିତୀୟକ ତରଙ୍ଗର ଉତ୍ସ ସାଜିଥାଏ। ହଏଜେନ୍‌ ଆଲୋକକୁ ତରଙ୍ଗଟିଏ ବୋଲି ଦର୍ଶାଇ ଯେଉଁ ତତ୍ତ୍ୱଦେଲେ, ତାହା ହଏଜନ୍‌ଙ୍କ ଆଲୋକ ତରଙ୍ଗତତ୍ତ୍ୱ ଭାବେ ବିଦିତ।
ଫଳ ପଡ଼ିବା, ପଶୁ ଦୌଡ଼ିବା, ଗତିଶୀଳ ପଥରଠାରୁ ପୃଥିବୀ ପର୍ଯ୍ୟନ୍ତ ପଦାର୍ଥମାନଙ୍କ ଗତିର କାରଣ ଓ ପରିଣାମ ଠିକ୍‌ ଭାବେ ବୁଝାଇବାରେ ସମର୍ଥ ହୋଇଥିଲେ ନିଉଟନ୍‌। ଏଇସବୁ ପଦାର୍ଥ ଓ ପଦାର୍ଥର କ୍ଷୁଦ୍ରାତିକ୍ଷୁଦ୍ର କଣିକାର ଗତି ନିଉଟନ୍‌ଙ୍କ ପାରମ୍ପରିକ ଗତିବିଜ୍ଞାନ(କ୍ଲାସିକାଲ୍‌ ମେକାନିକ୍‌) ଦ୍ୱାରା ଠିକ୍‌ ନିରୂପଣ କରାଯାଇ ପାରିଥିଲା। ହେଲେ ଆଲୋକ, ପାରମ୍ପରିକ ଅବଧାରଣାକୁ ବାରମ୍ବାର ପ୍ରଶ୍ନର ପରିସୀମା ଭିତରେ ଆଣି ଠିଆ କରିଥିଲା। ଆଲୋକ କଣିକାଟିଏ ନା ତରଙ୍ଗଟିଏ ଏ ପ୍ରଶ୍ନ ମଣିଷ ଜାତିକୁ ବର୍ଷ ବର୍ଷ ଧରି ଆନ୍ଦୋଳିତ କରିରଖିଲା, ନିଉଟନ୍‌, ହଏଜେନ୍‌ଙ୍କ ଦେହାବସାନ ପରେ। ନିଉଟନ୍‌ କହୁଥିଲେ ଆଲୋକ ମୁଖ୍ୟତଃ କଣିକା(କର୍ପସ୍କୁଲ)ଟିଏ, ହଏଜେନ୍‌ ମଧ୍ୟ ଦେଖାଇଲେ ଆଲୋକ କେମିତି ତରଙ୍ଗର ଗୁଣାବଳୀ ଦେଖାଉଛି ଓ କହିଲେ ଆଲୋକ ତରଙ୍ଗ ସ୍ବରୂପରେ ରୂପାୟିତ। ହେଲେ କେବଳ ଆଲୋକ ହିଁ ସେତେବେଳେ ଜାଣିଥିଲା କ’ଣ ତା’ର ବାସ୍ତବ ସ୍ବରୂପ। ଆଧୁନିକ ସମୟର ଅନ୍ୟତମ ଶ୍ରେଷ୍ଠତମ ବୈଜ୍ଞାନିକ ନିଉଟନ୍‌ ଓ ତାଙ୍କ ସମସାମୟିକ ଗବେଷକମାନେ ଆଲୋକର ସ୍ବରୂପ ଯେ ବୁଝିପାରି ନ ଥିଲେ ଏହା ପରବର୍ତ୍ତୀ କାଳଖଣ୍ଡ ପ୍ରମାଣିତ କରିଛି। ମାକ୍ସୱେଲ୍‌ଙ୍କ ତରଙ୍ଗ ଦେଇ ପ୍ରଜ୍ଞାର ଏଇଯାତ୍ରା ଆଇନ୍‌ଷ୍ଟାଇନ୍‌ଙ୍କ କ୍ୱାଣ୍ଟା ପାଖରେ ପହଞ୍ଚତ୍ଥିଲା। ନିଉଟନ୍‌,ମାକ୍ସୱେଲ ଓ ଆଇନ୍‌ଷ୍ଟାଇନ୍‌ ଥିଲେ ତିନୋଟି ପିଢ଼ିର ପ୍ରତିନିଧି, ଯେଉଁ ପ୍ରଜ୍ଞାଦୀପ୍ତ ପିଢ଼ି ପରସ୍ପରକୁ ଅତିକ୍ରମଣ କରି ଜ୍ଞାନର ଗଙ୍ଗୋତ୍ରୀକୁ ଆଗକୁ ବାଟ କଢ଼ାଇ ନେଇଥିଲା। ଜ୍ଞାନ ହିଁ ଶକ୍ତି। ଏଇ ଯାତ୍ରାରେ ଶକ୍ତି ହିଁ ଦେଖାଇଥିଲା ଜ୍ଞାନକୁ ପଥ ଓ ବନାଇଥିଲା ତାକୁ ଐତିହାସିକ ପଥିକ।
ପ୍ରାଧ୍ୟାପକ ଓ ଗବେଷକ
ମୋ: ୭୯୭୮୪୨୧୮୩୫


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?