ନବବିବାହିତ ଯୁବକଙ୍କୁ ଗଳାକାଟି ହତ୍ୟା

ଗଜପତି,୨୯।୩(ଗିରିଧାରୀ ପରିଛା): ଗଜପତି ଜିଲା ଗୋସାଣି ବ୍ଲକ ଗୁରାଣ୍ଡି ଥାନା ଅଧୀନ ତୋଟାଗୁମ୍ବୁଡା ଗାଁରେ ଏକ ଅଘଟଣ ଘଟିଛି। ଜଣେ ନବବିବାହିତ ଯୁବକଙ୍କୁ ଗଳାକାଟି ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ହେଲେ ହତ୍ୟାର କାରଣ ଜଣାପଡି ନାହିଁ। ମୃତକ ହେଲେ ବାଟିଆ ସିରିପୁର ଗ୍ରାମର ଏମ୍‌. ଲିଙ୍ଗରାଜ।

ଲିଙ୍ଗରାଜଙ୍କ ସ୍ତ୍ରୀଙ୍କ କହିବା ମୁତାବକ, ସେମାନେ ଏକ ବିବାହ ଭୋଜିକୁ ଯାଇଥିଲେ। ହେଲେ ବିଳମ୍ବିତ ରାତ୍ରିରେ ସ୍ବାମୀଙ୍କୁ କେହି ଗଳାକାଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଖବର ପାଇ ଘଟଣା ସ୍ଥଳରେ ଗୁରାଣ୍ଡି ଥାନା ଅଧିକାରୀ ରବିନ୍ଦ୍ର ପାତ୍ର, ଏସ୍‌ଡିପିଓ ମାଧବାନନ୍ଦ ନାୟକ ଏବଂ ସାଇଣ୍ଟିଫିକ ଟିମ୍‌ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।