ଟେଣ୍ଡର ଅପେକ୍ଷାରେ ନବନର୍ମିତ ଦୋକାନ ଗୃହ, ବ୍ୟବସାୟୀ ହନ୍ତସନ୍ତ

କୋରୁକୋଣ୍ଡା,୨୬ା୧୦(ଡି.ଏନ୍‌.ଏ.): ଟେଣ୍ଡର ଅପେକ୍ଷାରେ ପଡ଼ି ରହିଛି ଏନ୍‌ଏସିର ଅଧିକାଂଶ ଦୋକାନ ଗୃହ। ଏପରି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲା ବାଲିମେଳା ଏନ୍‌ଏସିରେ। ତେବେ ଆଜିକୁ ଦୀର୍ଘ ଦେଢ଼ ବର୍ଷରୁ ଊଦ୍ଧର୍‌ବ ସମୟ ହେବ ବାଲିମେଳା ଏନ୍‌ଏସିର ପ୍ରାୟ ୩୦ଟି ନବନିର୍ମିତ ଦୋକାନ ଗୃହ ନିର୍ମାଣ କରାଯାଇଥିଲେ ମଧ୍ୟ ଏଯାଏ ଆରମ୍ଭ ହୋଇପାରିଲାନି ଟେଣ୍ଡର ପ୍ରକ୍ରିୟା, ଯାହା ଦ୍ୱାରା ସ୍ଥାନୀୟ ଅଞ୍ଚଳରେ ନୂତନ ଦୋକାନ ଗୃହ ଖୋଲିବାକୁ ଚାହିଁ ବସିଥିବା କିଛି ବ୍ୟବସାୟୀ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏନ୍‌ଏସିର ପ୍ରାୟତଃ ଦୋକାନ ଗୃହ ଲକ୍‌ଡାଉନ ପୂର୍ବରୁ ନିର୍ମାଣ ହୋଇଥିଲା। ଏହି ଷ୍ଟଲଗୁଡ଼ିକ ମଧ୍ୟ ବ୍ୟବହାର ନ ହେଉଣୁ କିଛି ମରାମତି କାର୍ଯ୍ୟ ମଧ୍ୟ ମାଗିଲାଣି। କିନ୍ତୁ ଏଯାଏ ଟେଣ୍ଡର ପ୍ରକ୍ରିୟା ତ୍ୱରାନ୍ବିତ ହୋଇ ନ ଥିବାରୁ ସେଠାରେ ଗୋରୁଗାଈ ଡେରା ପକାଇଥିବା ଦେଖିବାକୁ ମିଳୁଛି। ଏଥିସହିତ ସନ୍ଧ୍ୟାରେ ମଧ୍ୟ ବସଷ୍ଟାଣ୍ଡ ଉପରେ ନିର୍ମାଣ ହୋଇଥିବା ଷ୍ଟଲଗୁଡ଼ିକ ବିଭିନ୍ନ ଅସାମାଜିକ କାର୍ଯ୍ୟର ପେଣ୍ଠସ୍ଥଳୀ ପାଲଟିଛି। ଏଥିସହିତ ପୁରୁଣା ବସ୍‌ଷ୍ଟାଣ୍ଡ ସମ୍ମୁଖରେ ନିର୍ମାଣ ହୋଇଥିବା ନୂତନ ଦୋକାନ ଗୃହଗୁଡ଼ିକ କିଛି ଅସାଧୁ ବ୍ୟକ୍ତି ମାଡ଼ି ବସି ନିଜର ବ୍ୟବସାୟ ଜାରି ରଖିଥିବା ଦେଖିବାକୁ ମିଳୁଛି। ତେବେ ଟେଣ୍ଡର ପ୍ରକ୍ରିୟାରେ ବିଳମ୍ବ ହେଉଥିବାରୁ ଏପରି ଅଭାବନୀୟ ଘଟଣା ଘଟୁଥିବା ଦେଖିବାକୁ ମିଳୁଛି। କିଛି ଗରିବ ଶ୍ରମିକ ଶ୍ରେଣୀର ବ୍ୟକ୍ତି କିମ୍ବା ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଲୋକଙ୍କୁ ଟେଣ୍ଡର ପ୍ରକ୍ରିୟାରେ କୌଣସି ସ୍ବତନ୍ତ୍ରତା ନ ଥିବା ଦେଖିବାକୁ ମିଳୁଛି। ଯାହାଦ୍ୱାରା କେବଳ କିଛି ଆଖି ଦୃଶିଆ ଧନୀ ବ୍ୟବସାୟୀ ଟେଣ୍ଡର ପ୍ରକ୍ରିୟାରେ ଭାଗ ନେଇ ଷ୍ଟଲଗୁଡିକ ହାତେଇ ନେଉଥିବା ଦେଖିବାକୁ ମିଳୁଛି। ତେଣୁ ଯଦି ଅନୁସୂଚିତ ଜାତି ଓ ଜନଜାତି ବର୍ଗ ନିମନ୍ତେ କିଛି ଷ୍ଟଲ ସରଂକ୍ଷିତ ରଖି ରିହାତି ମୂଲ୍ୟରେ ସେମାନଙ୍କୁ ଦିଆଯାଇପାରନ୍ତା ତାହେଲେ କିଛି ବ୍ୟବସାୟୀ ଏହାଦ୍ୱାରା ଲାଭବାନ ହୋଇପାରନ୍ତେ ବୋଲି ମତ ପ୍ରକାଶ କରିଛନ୍ତି। ତେଣୁ ତୁରନ୍ତ ଏହି ଟେଣ୍ଡର ପ୍ରକ୍ରିୟାକୁ ତ୍ୱରାନ୍ବିତ କରି ନବନିର୍ମିତ ଷ୍ଟଲ୍‌ଗୁଡ଼ିକ ବ୍ୟବସାୟୀମାନଙ୍କୁ ହସ୍ତାନ୍ତର କରିବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri