ଟ୍ରେନ ବଗିରୁ ନବଜାତ ଶିଶୁ ଉଦ୍ଧାର

ଖୋର୍ଦ୍ଧା ଅଫିସ,୬।୫ : ଖୋର୍ଦ୍ଧାରୋଡ଼ ଷ୍ଟେଶନରୁ ଶନିବାର ଏକ ନବଜାତ ଶିଶୁ ପୁତ୍ରଙ୍କୁ ରେଳବାଇ ପୋଲିସ ଶନିବାର ଉଦ୍ଧାର କରିଛି। ବାଙ୍ଗାଲୋରରୁ ଭୁବନେଶ୍ବର ଆସୁଥିବା ସାଇପ୍ରଶାନ୍ତି ନିଳୟମ୍‌ ଟ୍ରେନର ଜେନେରାଲ ବଗିରୁ ଶିଶୁପୁତ୍ରଙ୍କୁ ଉଦ୍ଧାର କରାଯାଇଛି। କେହି ଜନ୍ମ ପରେ ଶିଶୁଙ୍କୁ ଟ୍ରେନରେ ଛାଡି ଚାଲିଯାଇଥିବା ପୋଲିସ ସନ୍ଦେହ କରୁଛି।

ଟ୍ରେନ ବଗିରେ ଏକ ଧଳା କପଡ଼ାରେ ଶିଶୁପୁତ୍ର ଘୋଡାଇ ହୋଇ ରହିଥିବା ଖବରପାଇ ଆର୍‌ପିଏଫ ପୋଲିସ ଉଦ୍ଧାର କରି ଥାନାକୁ ଆଣିଥିଲେ। ସେଠାରୁ ଶିଶୁଙ୍କୁ ଜଟଣୀ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣି ଚିକିତ୍ସା କରାଯାଇଥିଲା। ପରେ ଶିଶୁଙ୍କୁ ସ୍ବେଚ୍ଛାସେବୀ ଅନୁଷ୍ଠାନ ସୋଚକୁ ହସ୍ତାନ୍ତର କରାଯାଇଛି।