ପେଟ୍ରୋଲ ପମ୍ପ ନିକଟରୁ ନବଜାତ ଶିଶୁ ଉଦ୍ଧାର, କୁକୁର ପଲ ଦେଲେ ସୁରକ୍ଷା

ଭଞ୍ଜନଗର,୨୦।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ମୁଜାଗଡ ପେଟ୍ରୋଲ ପମ୍ପ ନିକଟରେ ସୋମବାର ଅପରାହ୍ନ ୪ଟା ସମୟରେ ଏକ ନବଜାତ ଶିଶୁପୁତ୍ର ଉଦ୍ଧାର କରାଯାଇଛି । ଉଦ୍ଧାର ଶିଶୁପୁତ୍ରକୁ ଗ୍ରାମବାସୀ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ସୂଚନା ଯୋଗ୍ୟ , ଆଜି ଅପରାହ୍ନରେ କୌଣସି ମହିଳା
ଶିଶୁ ପୁତ୍ରଟିକୁ ପେଟ୍ରୋଲ ପମ୍ପ ନିକଟରେ ଛାଡ଼ି ଚାଲିଯାଇଥିଲେ। ଛୁଆଟି କାନ୍ଦୁଥିବା ବେଳେ ସେଠାରେ ବୁଲୁଥିବା କିଛି ବୁଲା କୁକୁର ପହଞ୍ଚି ଭୋକିଥିଲେ। କୁକୁର ଯାକ କାହିଁକି ଭୋକୁଛି ବୋଲି ସେହି ରାସ୍ତାରେ ଯାଉଥିବା ଜଣେ ମହିଳା ପାଖକୁ ଦେଖିବାକୁ ଯାଇଥିଲେ। ଏହାପରେ ମହିଳା ଜଣକ ଦେଖି ଆଶ୍ଚର୍ଯ୍ୟ ହୋଇପଡ଼ିଥିଲେ। ଏହାପରେ ଶିଶୁ ପୁତ୍ରଟିକୁ ଉଦ୍ଧାର କରି ଗ୍ରାମବାସୀଙ୍କ ସହଯୋଗରେ ଚିକିତ୍ସା ପାଇଁ ହସ୍ପିଟାଲ ନିଆଯାଇଥିଲା। ମେଡିକାଲରେ ଶିଶୁଟିର ଚିକିତ୍ସା ଚାଲିଛି। କୌଣସି ମହିଳା ଅବୈଧ ସନ୍ତାନ ଜନ୍ମ କରିବା ପରେ ଲୋକ ଲଜ୍ୟାରୁ ରକ୍ଷା ପାଇବା ପାଇଁ ଛୁଆଟିକୁ ନେଇ ରାସ୍ତାକଡ଼ରେ ଛାଡି ଦେଇଥିବା ଅନୁମାନ କରାଯାଉଛି।

Odisha’s No.1 Odia Daily